Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sridhar Patnaik

Inspirational

2  

Sridhar Patnaik

Inspirational

ଚାହା ଖଟି

ଚାହା ଖଟି

1 min
7.2K


ଚାହା ଖଟି

ଶ୍ରୀଧର ପଟ୍ଟନାୟକ

          ''ଜାଗର ମେଳାରେ ପ୍ରବଳ ଭିଡ଼ । ଗାଁଆ ମନ୍ଦିରରେ ଶିବଙ୍କ ଦର୍ଶନ ପାଇଁ ଠେଲାପେଲା ଚାଲିଥାଏ । ଜଣେ ସାହିଭାଇଙ୍କ କଥାରେ ଚାରିପାଞ୍ଚଜଣ ଏକାଠି ହେଲୁ । ବହୁତ କଷ୍ଟରେ ଧାଡ଼ିବାନ୍ଧି ଲୋକଙ୍କୁ ଠିଆ କରାଇଲୁ । ଦ୍ୱାର ପାଖରେ ଦି'ଜଣ ଠିଆ ହୋଇ ଯିବା-ଆସିବା ପାଇଁ ଯେମିତି ଅସୁବିଧା ନହେବ, ବ୍ୟବସ୍ଥା କଲୁ । କାଖରେ ଛୁଆ ଧରିଥିବା ମାଆମାନଙ୍କୁ, ବୁଢ଼ାବୁଢ଼ୀ, ଭଗବାନଙ୍କ ଲୋକଗୁଡ଼ାଙ୍କୁ ବି (ଦିବ୍ୟାଙ୍ଗ) ଧ୍ୟାନ ଦେଲୁ । ହେଲେ ଦାସ ମହାଜନେଙ୍କ ଘରକୁ କି କୁଣିଆ ମଇତ୍ର ଆସିଥିଲେ ଯେ, ଖବର ଆସିଲା, ଯୋଉ ଧାଡ଼ିଟା ଯେମିତି ଥିବ ଥାଉ; ଆମ ଲୋକଙ୍କୁ ସିଧା ଛାଡ଼ିଦେବ । ଦାସ ମହାଜନେଙ୍କ ଅତି ପାଖ ଲୋକଟି ଆସି ହୁକୁମ ଦେଲାଭଳି କହିଲା । ସାହିଭାଇ ଧାଡ଼ି ଜଗିବେ କ'ଣ, ପଥର ଦିଅଁଙ୍କ ଆଗରେ ଜିଅନ୍ତା ଦିଅଁଙ୍କୁ ଦଣ୍ଡବତ କରି ବାଟ ଛାଡ଼ିଲେ । ଦିହ ଜଳିବାରୁ ଚାଲିଆସିଲି ନା' !'' ମଦନା ଏକା ନିଃଶ୍ୱାସରେ କହିଯାଉଥିଲା ତା'ର ନିତିଦିନିଆ ଚା' ଖଟିରେ । ଆଲୋଚନାର ପୃଷ୍ଠଭୂମି ଯାହା ଥାଉନା' କାହିଁକି, ମଧ୍ୟଯୁଗୀୟ ସାମନ୍ତବାଦୀ ଚିନ୍ତାଧାରା ଓ ତା'ର ତଥାକଥିତ ଠିକାଦାରମାନଙ୍କ ବିରୋଧରେ ବିଷୋଦ୍ଗାର ଥିଲା ନିଶ୍ଚୟ । ରଘୁ ମାଷ୍ଟ୍ରେ ପାଖରେ ଥାଇ ସବୁ ଶୁଣୁଥିଲେ ।  ଭାବୁଥିଲେ, "ସତ କଥା ତ, ଦାସ ମହାଜନେଙ୍କ ପାଖରେ କ'ଣ ନାଲି ନୀଳ ବତି ଥିଲା ? ଏ ମାନସିକତା ତ ମନରୁ ଯିବା ଦରକାର । ନା' କ'ଣ କହୁଛ ?''

*****


Rate this content
Log in

Similar oriya story from Inspirational