Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଭାଇ

ଭାଇ

6 mins
525


ଭାଇ 🙏🙏

ରବି ଖୁବ୍ ଭଲ ପାଠ ପଢେ ବୋଲି କହି ତାକୁ କୋଉଥିରେ ବ୍ୟସ୍ତ କରନ୍ତି ନାହିଁ। କୃଷ୍ଣ ସାନ ଭାଇ ହେଲେ ବି ଘରର ଯାବତୀୟ କାମ ସେ କରେ। ପାଠ ଭଲ ପଢେ ନାହିଁ କି ପଢିବାର ଆଗ୍ରହ ଦେଖାଏ ନାହିଁ। ସଦାବେଳେ ବାହାରେ ବୁଲିବାକୁ ଭଲ ପାଏ। କେତେବେଳେ ଖେଳ ବାହାନାରେ ଯାଏ ପୁଣି କେତେବେଳେ ଘରର କୌଣସି ଆବଶ୍ୟକତା ର ସୁଯୋଗରେ ପଳାଏ। କେହି କିଛି ବାଧ୍ୟ କରନ୍ତି ନାହିଁ। ପରିମଳ ବି ଦେଖନ୍ତି ସେ ଅଫିସ କାମରେ ଏତେ ବ୍ୟସ୍ତ ଯେ କୃଷ୍ଣ ସହଯୋଗ ନକଲେ ପତ୍ନୀ ପଲିମାଙ୍କୁ ବାରମ୍ବାର ବାହାରକୁ ଯିବା ପାଇଁ ପଡନ୍ତା। ସବୁ ଜିନିଷ ଯେତେବେଳେ ନିଜ ସୁବିଧା ଅନୁସାରେ ହେଉଥାଏ ସେତେବେଳେ ଅନିତିକର ଓ ଅଯୌକ୍ତିକ କଥା ମଧ୍ୟ ଯୁକ୍ତି ଯୁକ୍ତ ପରି ଲାଗେ। ନୀରବରେ ଘଟଣାର ପ୍ରବାହରେ ରହିଯିବା ପାଇଁ ଭଲ ଲାଗେ। କୃଷ୍ଣ କୁ ପାଠ ପଢିବା ପାଇଁ କହିବାଟା ଯେମିତି ବାପା ମାଙ୍କର ଖାଲି ଏକ ଔପଚାରିକ ହୋଇ ରହିଯାଏ। କେହି ପଚାରିଲେ କହନ୍ତି ପିଲାଟାକୁ ଯେତେ ପଢିବାକୁ କହିଲେ ବି କଣ ମନ ଦେଉଛି। ସ୍ଵାଭାବିକ ସତ୍ୟ ଓ ଅପ୍ରାକୃତ ସତ୍ୟ କୁ ଜାଣିବାଟା ମାନବୀୟ ଶକ୍ତି ର ସୀମା ଭିତରେ ସଦାବେଳେ ନଥାଏ। ତେଣୁ ଯେଉଁ ସତ୍ୟ ଦୃଶ୍ୟମାନ ହୁଏ ତାହା ସମସ୍ତଙ୍କ ବିଶ୍ୱାସ ନିଏ।

ସବୁ କିଛି ଠିକ୍ ଠିକ୍ ଚାଲିଥାଏ। ରବି ଯୁକ୍ତ ଦୁଇ ବିଜ୍ଞାନ ଶେଷ ବର୍ଷ ପରୀକ୍ଷା ପାଇଁ ପୁରା ପ୍ରସ୍ତୁତି ଚଲେଇ ଥାଏ। ଏହି ସମୟରେ ପରିମଳଙ୍କର ହୃଦାଘାତରେ ଦେହାନ୍ତ ହୋଇଗଲା। ଘରେ ଯେମିତି ବଜ୍ର ପଡିଗଲା। କୃଷ୍ଣ ସାନ ହେଇ ମଧ୍ୟ ସମସ୍ତ ଦାୟିତ୍ବ ନିଜ ହାତକୁ ନେଇଗଲା। କେହି ପଚାରିଲେ କହିଲା - ଏଥିରେ ସାନ ବଡ କଣ ଯିଏ ଯାହା କରି ପାରିବେ ସିଏ ତାହାହିଁ କରିବା ଉଚିତ। ଯଦି ମୋ ଠାରୁ କିଏ ମୋ କାମ ନେଇ କରି ପାରୁଛି ତାହେଲେ ଖୁବ୍ ଭଲ କଥା। ସେ ତୁରନ୍ତ ଆସି ମୋଠାରୁ କାମ ନେଇ ଆରମ୍ଭ କରୁ। ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ଜଣକୁ ଜବରଦସ୍ତି କାମ ନ୍ୟସ୍ତ କରିବା ଠିକ୍ ନୁହେଁ। ସେ ଯେତେ ପଚାରିଲା ଦାୟିତ୍ବ କିଏ ନେବ କେହି କିଛି କହିଲେ ନାହିଁ। ଉପଦେଶ ଦେଇ ଯାହା କୁହା ଯାଇପାରେ ସେଥିରେ ପରିଶ୍ରମ ନଥାଏ କି ଆର୍ଥିକ ଯୋଗଦାନ ନଥାଏ। କିଛି ନକରି ପ୍ରଶଂସା ଖୋଜୁଥିବା ଲୋକ ଏହାକୁ ଆଶ୍ରା କରିଥାନ୍ତି। ରାଜୁ ଧିରେ ଧିରେ ନିଜ ପାଠ ପଢା ସହ ଘରର ସବୁ ଦାୟିତ୍ବ ସମ୍ଭାଳି ନେଲା। ମା ଦୁଇ ଭାଇଙ୍କୁ ନିଜର ଅଯାଚିତ ସ୍ନେହ ଢାଳୁଥାନ୍ତି। ସବୁ ସ୍ନେହ କିନ୍ତୁ ଏକା ଶବ୍ଦରେ କହିଲେ ମଧ୍ୟ ଏକାଭଳି ହୋଇ ପାରେ ନାହିଁ। ତାପରେ ପୁଣି ମାଆର ସ୍ନେହ, ଜଣା ପଡିବ କେମିତି?

ରବି ସମସ୍ତଙ୍କ କଳ୍ପନା କୁ ବାସ୍ତବ ରୂପ ଦେଇ ଆଇ ଆଇ ଟି ପାଇଲା ଓ ଖଡଗପୁରରୁ ଇଲେକ୍ଟ୍ରୋନିକସରେ ପାଶ କଲା । ପାସ୍ କରୁ କରୁ ବଡ କମ୍ପାନୀରେ ଚାକିରି ମିଳିଗଲା। କୃଷ୍ଣ ଘରେ ରହି ବ୍ୟବସାୟ ଆରମ୍ଭ କଲା। ରବି ବାହାଘର ପରେ ସ୍ତ୍ରୀ ସହ କେତେବେଳେ ବିଦେଶରେ ତ କେତେବେଳେ ଦିଲ୍ଲୀ ବମ୍ବେରେ ରହୁଥାଏ। ଘରକୁ ଆସିବା ପାଇଁ ତା ପାଖରେ ପ୍ରାୟ ସମୟ ନଥାଏ। କୃଷ୍ଣ ବାହାଘର ପରେ ପତ୍ନୀ ସହ ଘରେ ମା କୁ ସାଙ୍ଗରେ ରଖି ଖୁସିରେ ଜୀବନ କାଟୁଥାଏ। ଉଭୟଙ୍କ ଜୀବନ ବେଶ ହସ ଖୁସିରେ ବିତିଯାଉଥିଲା। ଯାହାର ଯେତେବେଳେ ଦରକାର ପଡେ ଉଭୟ ପରସ୍ପର ସହିତ ହ୍ଵାଟ୍ସ ଆପ୍ ରେ ଆଦାନ ପ୍ରଦାନ ହୋଇ ଯାନ୍ତି। କିଛି ବି ଫରକ କାହାକୁ ଜଣା ପଡେ ନାହିଁ।

ଜୀବନ ଜଞାଳ ଦୁଃଖମୟ ନହେଲା ପର୍ଯ୍ୟନ୍ତ ମଣିଷ ତାର ପ୍ରକୃତିର ପ୍ରକୃତ ପରୀକ୍ଷା ପାଇପାରେ ନାହିଁ। ସୁଖ ସମସ୍ତଙ୍କୁ ସ୍ଵାଭାବିକ କରିପାରେ ଦୁଃଖ କିନ୍ତୁ ନୁହେଁ। କୃଷ୍ଣ ର ବ୍ୟବସାୟ ଯେତେବେଳେ ମାନ୍ଦା ଅବସ୍ଥା ଦେଇ ଗତି କରୁଥାଏ ଠିକ୍ ସେତିକିବେଳେ ଇନକମ ଟାକ୍ସ ଆସି ଘରେ ରେଡ କଲେ। କୃଷ୍ଣ ର କାଗଜ ପତ୍ର ଠିକ୍ ନଥିଲା। ତେଣୁ ଇନକମ ଟାକ୍ସ ସମ୍ମୁଖୀନ ହେବା ପାଇଁ ଅସୁବିଧା ହେଲା। କେହି ମଧ୍ୟ ସାହାଯ୍ୟ କରିବାକୁ ଆସିଲେ ନାହିଁ। ରବି ଭିନ୍ନ ଭିନ୍ନ ବାହାନା କରି ଦୂରେଇ ରହିଲା। ଯେଉଁ ବନ୍ଧୁମାନେ ପାଖକୁ ଆସିବା ପାଇଁ ଚାହୁଁ ଥିଲେ କେବଳ ଔପଚାରିକତା ଦେଖାଇଲେ। ସେମାନେ କିଛି କରି ପାରିଲେ ନାହିଁ। କୃଷ୍ଣ ଅସହାୟ ଥିଲେ ମଧ୍ୟ ନିଜର ଅସହାୟତାକୁ ଯଥା ସମ୍ଭବ ଘୋଡାଇ ରଖିଥାଏ। ମାଙ୍କ ଆଖିରୁ କିନ୍ତୁ ଏସବୁ ବେଶି ସମୟ ଲୁଚି ପାରିଲା ନାହିଁ। ମା ହତାଶରେ କାନ୍ଦି ପକାଇଲେ। ରବି କୁ ଫୋନ୍ କରି ତୁରନ୍ତ ଆସିବା ପାଇଁ କହିଲେ । ରବି ମନାକଲା କହିଲା - ଇନକମ ଟାକ୍ସ କଥା। ମୁଁ ଗଲେ ମୋତେ ବି ପଚରା ଉଚୁରା କରିବେ। ମୋର ବି ସବୁ ପ୍ରକାର ଜାଞ୍ଚ ହେବ। ତୁ କଣ ଚାହୁଁଛୁ ତୋର ଦୁଇ ପୁଅ ଯାକ ହଇରାଣ ହୁଅନ୍ତୁ।

ମା କହିଲେ - ମୁଁ କିଛି ଜାଣିନି। ତୁ ଆସି ତୋ ଭାଇକୁ ସାହାଯ୍ୟ କର। ମୋ ଇଛା ତମେ ଦିଜଣ ସୁଖରେ ରୁହ।

ରବି ମାଙ୍କୁ ଅପେକ୍ଷା କରିବାକୁ କହିଲା। ମା ବେଶି ବାଧ୍ୟ କଲାରୁ ରବି କହିଲା -ଯଦି ଏତେ ଚିନ୍ତା କରୁଛୁ, ତାକୁ ଏସବୁ କରିବାକୁ ପ୍ରଥମରୁ ମନାକଲ ନାହିଁ କାହିଁକି।

ମା ଚୁପ୍ ରହିଲେ ଆଉ କିଛି କହିଲେ ନାହିଁ।

କୃଷ୍ଣ କିଛି ଦିନ ଜେଲ୍ ରେ ରହି ଆସିଲା। ଅନେକ ଧନ ସେ ହରାଇ ସାରିଥାଏ। ବ୍ୟାପାର କୁ ପୁଣି ଥରେ ସଜାଡିବାକୁ ଗଲାବେଳେ ହୃଦଘାତରେ ପଡିଗଲା। ଚିକିତ୍ସା ହୋଇ ଘରକୁ ଫେରୁ ଫେରୁ ତାର ପୁରା ଆର୍ଥିକ ମାନସିକ ମେରୁଦଣ୍ଡ ଭାଙ୍ଗି ଯାଇଥାଏ। ଦିନେ ରବି ଆସି କୃଷ୍ଣ କୁ କହିଲା ମୁଁ ମାକୁ ନେଇ ଯାଉଛି। ତାର ଏଠି ବହୁତ ଅସୁବିଧା ହେଉଥିବ। ହଁ ତୋ ବ୍ଯାଙ୍କ ଖାତାରେ ମୁଁ ଦି ଲକ୍ଷ ଟଙ୍କା ପଠେଇ ଦେଉଛି। ତୁ ନୂଆ କରି ବ୍ୟବସାୟ ଆରମ୍ଭ କର। କୃଷ୍ଣ କିଛି କହିଲା ନାହିଁ। ଟିକିଏ ରହି ପଚାରିଲା ଭାଉଜ କଣ ଏସବୁ ଜାଣିଛନ୍ତି।

ରବି କହିଲା-ନା ତାପରେ ସେ ଜାଣିବା କଣ ଦରକାର।

କୃଷ୍ଣ ଟଙ୍କା ନେବା ପାଇଁ ମନାକଲା। କହିଲା -ଭାଉଜ ଆଗରୁ ବହୁତ ଥର ଏପରି ସାହାଯ୍ୟ କୁ ନେଇ ତୋ ସହିତ ଝଗଡା କରିଛନ୍ତି ତେଣୁ ସେ ଦେଲେ ମୁଁ ନେବି।

ମୁଁ କଣ କେହି ନୁହେଁ -ରବି ପଚାରିଲା।

ନାଇ ଭାଈ। ତୁ ମୋର ଭାଇ ହେଲେ ବି ଭାଉଜ ନଜାଣିଲେ ତମ ସ୍ନେହଟା ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ। ମୋ ପାଇଁ ତୋର ଭାଉଜଙ୍କ ସହ କୌଣସି ବିବାଦ ମୋତେ ଭଲ ଲାଗିବ ନାହିଁ।

ରବି ଫେରିଗଲା।

ଏ ପର୍ଯ୍ୟନ୍ତ କିନ୍ତୁ କୃଷ୍ଣ କଣ କରିବ ସ୍ଥିର କରି ପାରୁ ନଥାଏ । ପୁରୁଣା ବ୍ୟବସାୟ କୁ ସଜାଡିବାକୁ ବଳ ପାଉ ନଥାଏ। କଣ କରିବ କଣ କରିବ ଭାବି ଭାବି ତାର ଦିନ ଅତିକ୍ରାନ୍ତ ହେଇ ଯାଉଥାଏ। ଭିନ୍ନ ଭିନ୍ନ ବନ୍ଧୁ ଭିନ୍ନ ଭିନ୍ନ ଉପଦେଶ ଦେଉଥାନ୍ତି। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ସହଯୋଗ ପାଇଁ କାହାର ବଢିଲା ହାତ ଦେଖା ଯାଉ ନଥାଏ। ନିଜର ସମସ୍ତ ଅଭିଜ୍ଞତା ମଧ୍ୟ କୌଣସି ବୁଦ୍ଧି ଦେଉ ନଥାଏ। ହଠାତ୍ ପୁଣି ଏକ ବଡ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଉ ପୁଞ୍ଜି ଦରକାର ତାକୁ ବ୍ୟାଙ୍କ ଛଡା ଆଉ କିଏ ଦେବ। ସବୁ ରାସ୍ତା ତାକୁ ବନ୍ଦ ହେଲା ପରି ଲାଗୁଥାଏ। ଆଉଥରେ ବେନିୟମରେ କାମ କରିବା ପାଇଁ ମନ ମଧ୍ୟରେ ଇଛା ମଧ୍ୟ ଆସୁ ନ ଥାଏ।

ରେଡ ହେବା ପରେ ଯେଉଁ ପ୍ରଚଣ୍ଡ କ୍ଷତି ସହିବାକୁ ପଡ଼ିଲା ତାହା ସହଜରେ ଭରଣା ହେଇ ପାରିଲା ନାହିଁ। ଗୁଜୁରାଣ ମେଣ୍ଟାଇବା ପାଇଁ ଛୋଟ ବ୍ୟବସାୟ ଆରମ୍ଭ କଲା। ଏତେ ଛୋଟ ବ୍ୟବସାୟ ଯେ ରବିର ସ୍ତ୍ରୀ ଘରକୁ ଆସିବା ପାଇଁ ରୋକ ଠୋକ୍ ମନା କରିଦେଲା। କହିଲା - ଏଥିରେ ଆମର ମାନ ସମ୍ମାନ ହାନି ହେବ।

ମାଆଙ୍କୁ ନେଇ ଯିବା ପାଇଁ ଜିଦ କରିବାରୁ ମା ମଧ୍ୟ ରବି ସହିତ ଚାଲିଗଲେ। ଆର୍ଥିକ ଅଭାବ ସମୟରେ ଯିଏ ସାହା ହେବା କଥା ସିଏ ମଧ୍ୟ କଟାକ୍ଷ ଓ କଟୁ କଥାରେ ଖିନଭିନ୍ କରିବା ଆରମ୍ଭ କରିଦେଲେ। ଅସହାୟ ମନେକରି ବହୁତ ଦିନ ପରେ କୃଷ୍ଣ ନିଜର ବେଦନା ବ୍ୟକ୍ତ କରିବାକୁ ପାଖରେ ଥିବା ଏକ ମନ୍ଦିର କୁ ଗଲା। କିଛି ସମୟ ହାଲୁକା ହେବା ପାଇଁ ଚେଷ୍ଟା କରୁଥିଲା କିଏ ଜଣେ ଆସି କହିଲା - ଘରକୁ ଜଲଦି ଯାଆନ୍ତୁ ଆପଣଙ୍କ ପରିବାର ତାଲା ପକେଇ କୁଆଡେ ଗଲେଣି। କହିଛନ୍ତି ତାଙ୍କୁ ଖୋଜିବେନି। ଯାହା କହିବା କଥା ଫୋନରେ କଥା ହେଇଯିବେ।

କୃଷ୍ଣ ସିଧା କାନ୍ଦି କାନ୍ଦି ଘରକୁ ଏକ ମୁହାଁ ହୋଇ ଛୁଟିଲା। ଆସି ଦେଖେ ତ ଘରେ ତାଲା ପଡିଛି। କଣ କରିବ ଭାବି ବାରଣ୍ଡାରେ ବସି ପଡ଼ିଲା। ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କଣ ଭାବୁଥିଲା କେଜାଣି - ମୋବାଇଲ ଫୋନ ବାଜି ଉଠିଲା। ସେପଟୁ ସହଧର୍ମିଣୀ କହିଲେ ତମେ ଅଟକାଇବ ବୋଲି ତମେ ନଥିଲାବେଳେ ମୁଁ ପିଲାଙ୍କୁ ନେଇ ମୋ ଘରକୁ ଯାଉଛି । ଯୋଉଦିନ ଆମେ ଚଳିଲା ଭଳି ରୋଜଗାର କରିବାକୁ ସକ୍ଷମ ହେବ ଆସିବି।

କୁଷ୍ଠ ଫୋନ ଟା ରଖିଦେଇ ଆଗ ବହେ କାନ୍ଦି ପକାଇଲା। ଦୁଃଖ ଟିକିଏ ହାଲୁକା ହେବ ବୋଲି ମନେ କରୁଛି ପୁଣି କାହାର ଫୋନ୍ ବାଜି ଉଠିଲା। କୃଷ୍ଣ ର ଆଉ ଫୋନ୍ ଧରିବାକୁ ଇଛା ନଥାଏ। ବାରମ୍ବାର ବାଜିବାରୁ ଫୋନ୍ ଆଡେ ଦୃଷ୍ଟି ଦେଲା। ଦେଖିଲା ଭାଇ ରବିର। ତୁରନ୍ତ ଫୋନ୍ ଉଠାଇଲା। ସେପଟୁ ଖାଲି ଭୋ ଭୋ କାନ୍ଦ ଶୁଭୁଛି। କୃଷ୍ଣ ଯେତେ ବୁଝିବାକୁ ଚେଷ୍ଟା କଲା କିଛି ବୁଝି ପାରିଲା ନାହିଁ । କୃଷ୍ଣ ଅସମ୍ଭାଳ ହୋଇ ନିଜେ ବି କାନ୍ଦିବାକୁ ଆରମ୍ଭ କଲା। ଏମିତି କିଛି ସମୟ ଗଲା ପରେ ରବି କହିଲା - କୃଷ୍ଣ ତୁ ମୋ ଘରକୁ ଟିକେ ଜଲଦି ଆସି ପାରିବୁ।

କୃଷ୍ଣ ଯେତେ ପଚାରୁଥାଏ ରବିର କୌଣସି ଉତ୍ତର ନଥାଏ। ଅତି ଅନୁନୟ ହୋଇ କହିଲା -ଭାଇ ତୁ ଆସିଲେ ମୁଁ ସବୁ କହିବି।

ମୁଁ ସାଙ୍ଗେ ସାଙ୍ଗେ ଯାଉଛି କହି କୃଷ୍ଣ ବାହାରି ପଡ଼ିଲା। ଘରେ ପଡିଥିବା ତାଲାକୁ ଆଉ ଖୋଲିବା ପାଇଁ ପ୍ରୟାସ କଲା ନାହିଁ।

ଯେତେବେଳେ କୃଷ୍ଣ ରବି ପାଖରେ ପହଞ୍ଚିଲା ଓ ଯାହା ଦେଖିଲା ତାର ସର୍ବାଙ୍ଗ ଥରି ଉଠିଲା।

ମାଆ ଯକ୍ଷ୍ମା ରୋଗରେ ଅତ୍ୟନ୍ତ ଦୂର୍ବଳ ଅବସ୍ଥାରେ ଶୋଇଛନ୍ତି। ରବି ମଧ୍ୟ ଯକ୍ଷ୍ମା ରୋଗରେ ପଡି ଖୁବ୍ ଦୂର୍ବଳ ଦିଶୁଛି। କୃଷ୍ଣ ପଚାରିବାରୁ ରବି କହିଲା ମେଡିକାଲ ରେ ମାସେ କାଳ ରହି ଫେରିଛି। କିନ୍ତୁ ଅବସ୍ଥା କିଛି ଭଲ ଦିଶୁ ନାହଁ।

ଆମର ଏ ଅବସ୍ଥା ଦେଖି ଭାଉଜ ଘର ଛାଡ଼ି ପଳାଇଛନ୍ତି।

କୃଷ୍ଣ କହିଲା ଭାଇ -ବ୍ୟସ୍ତ ହେବାର କିଛି ନାହିଁ। ମୁଁ ଆସି ଯାଇଛି। ମୋତେ କଣ ତୁ ପିଲାଦିନୁ ଜାଣିନୁ। ଭାଉଜ ଥିଲେ ଯାହା ବି କରିଥାନ୍ତେ ମୁଁ ତାର ଦଶଗୁଣା କରିବି। ତୋର କିଛି ହେବନାହିଁ। ମୁଁ ଭାବୁଥିଲି ଭଗବାନ ମୋତେ ଏତେ କଷ୍ଟ କାହିଁକି ଦେଉଛନ୍ତି। ସବୁ ଘଟଣା କୁ ଦେଖିଲେ ଲାଗୁଛି ଯେମିତି ଭଗବାନ ଜାଣି ଶୁଣି ମୋତେ ଏ ସୁଯୋଗ ଦେଇଛନ୍ତି। ମୋ ସ୍ତ୍ରୀ ବି ପଳେଇଛି ଭାଉଜ ବି ପଳାଇଛନ୍ତି। ତୋତେ ଆଉ ମାକୁ ସେବା କରିବା ପାଇଁ କେତେ ବଡ ସୁଯୋଗ। ତୁ ନିଶ୍ଚୟ ଭଲ ହେଇଯିବୁ। ମାଆବି ଭଲ ହେଇଯିବ। ସମସ୍ତେ ପୁଣି ଫେରି ଆସିବେ। କୃଷ୍ଣ ଆଉ କିଛି କହିବା ପୂର୍ବରୁ ରବି କୁଣ୍ଢାଇ ପକାଇଲା। ଭାତୃ ପ୍ରେମ ର ଧାରା ଅଶ୍ରୁ ଆକାରରେ ବୋହି ଯାଉଥାଏ। ମାଆ ଖଟ ଉପରେ ଶୋଇଥିବା ଅବସ୍ଥାରେ ଆତ୍ମତୃପ୍ତିର ହସଟିଏ ଖେଳାଇ ଦେଲେ। ସେ କହିଦେବା ପାଇଁ ଚାହୁଁଥିଲେ ଯେତେ ଦୁଃଖ ଆସିଲେ ବି ଖୁସିର ରାସ୍ତା କେଵେ ବନ୍ଦ ନଥାଏ। ଆପେ ଆପେ ହାତ ଦୁଇଟି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଠିଗଲା।


Rate this content
Log in