Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଏମିତି ବି ହୁଏ

ଏମିତି ବି ହୁଏ

2 mins
7.6K


ଶ୍ରୀ ସତ୍ୟବ୍ରତ ସାହୁ

ସେଦିନ ମୁଁ ଡ୍ୟୁଟି ସାରି ବୈତରଣୀ ରୋଡ୍ ରୁ ଫେରୁଥାଏ ମୋ ବାଇକ୍ ରେ । ସନ୍ଧ୍ୟା ଆଗତ ପ୍ରାୟ । ଘରେ ପହଂଚିବା ପାଇଁ ବ୍ୟାକୁଳତା ଥାଏ । ଷଠିପୁରରୁ ଯାଜପୁର ଟାଉନ୍ ଯିବା ରାସ୍ତାରେ ଓଭରବ୍ରିଜ ପାଖରେ ତରୁଣୀଟିଏ ଲିଫ୍ଟ ପାଇଁ ହାତ ମାରିଲା । ଟିକେ ଭାବିଲି । କ’ଣ କରିବି ? ଲିଫ୍ଟ ଦେବି କି ନାହିଁ । ଆଜିକାଲି ସମୟ ଯାହା, ଭଲ କଲେ ବି ଭେଲ ହୋଇଯିବ । ଝିଅଟି ସୁନ୍ଦରୀ ତ ନିଶ୍ଚୟ ମୁଖ ମଣ୍ଡଳ କହୁଥାଏ ସେ ନମ୍ର ଏବଂ ବ୍ୟସ୍ତ । ଦୋ ଦୋ ପାଂଚ ହୋଇ ଗାଡ଼ିରେ ବ୍ରେକ୍ ଦେଲି । ପଚାରିଲି - କୁଆଡ଼େ ଯିବେ ? ଟାଉନ୍- କହିଲା ଝିଅଟି । ଟାଉନ୍ ର କେଉଁଠାକୁ ? ବଡ଼ ମେଡ଼ିକାଲ - କହିଲା ସେ । ବଡ଼ ମେଡ଼ିକାଲରେ ମୋ ମା’ ଚିକିତ୍ସିତ ହେଉଛନ୍ତି । ସନ୍ଧ୍ୟା ପୂର୍ବରୁ ତାଙ୍କ ପାଖରେ ପହଂଚିବାର ଅଛି । ପାଖାପାଖି ଅଧଘଂଟେ ହେବ ଏଠାରେ ଠିଆ ହୋଇଛି । କିଛି ଗାଡ଼ି ଆସୁନି । ହଉ ବସ, ମୁଁ କହିଲି । ସେ ବସିଲା । ଦୁଇ ଗୋଡ଼ ଫାଡ଼ି ନୁହେଁ, ଏକ ପାଖିଆ । ସ୍ୱଭାବରେ ନମ୍ର ଲାଗୁଥାଏ । ମୋ’ ଦେହକୁ ତା’ ଦେହ ଲାଗିବାକୁ ଦେଉନଥାଏ । ପଚାରିଲି - ଘର କେଉଁଠି ? ମଙ୍ଗଳପୁର - କହିଲା ସେ । ମଙ୍ଗଳପୁର ମାନେ ଆମ ପାଖାପାଖି । ଟିକେ ସାହସ ପାଇ ଝିଅଟି କହିଲା- ଆପଣଙ୍କ ଘର କେଉଁ ଗାଁ ? ମୁଁ କହିଲି - ପଲ୍ଲାସାହି । ଏପଟେ କୁଆଡ଼େ ଆସିଥିଲ ବୋଲି ପଚାରିଲାରୁ ସେ କହିଲା ସାଙ୍ଗ ପାଖକୁ ଆସିଥିଲା । ତାପରେ ବେଶି କିଛି କଥାବାର୍ତ୍ତା ନଥିଲା ଆମ ଭିତରେ । ଅଳ୍ପ ସମୟ ଭିତରେ ମୁଁ ପହଂଚିଗଲି ବଡ଼ ମେଡ଼ିକାଲ ସାମ୍ନାରେ । ଚଟାପଟ ଓହ୍ଳାଇ ପଡିଲା ଝିଅଟି । ଧନ୍ୟବାଦ ଦେଲା ପରେ କହିଲା- ଆପଣଙ୍କ ମୋବାଇଲ ନମ୍ବର ଟା ଦେଇଥା’ନ୍ତୁ । ମୋ’ କାହିଁକି ପ୍ରଶ୍ନର ଉତ୍ତରରେ ସେ କହିଲା - ଆପଣ ଏତେ ସାହାଯ୍ୟ କଲେ, ଇଚ୍ଛା ହେଲେ କେତେବେଳେ ଆପଣଙ୍କୁ ଫୋନ ତ କରିପାରିବି । କୃତଜ୍ଞତା ତ ଜଣାଇପାରିବି । ହଉ ଲେଖ କହି ମୁଁ କହିଲି ୯୦୦୦୦୦୦୦୦୦ । ଝିଅଟି ତା’ ମୋବାଇଲ ରେ ନମ୍ବର ଟିପିଲା । ଏହା ଭିତରେ ରୁମାଲ କାଢ଼ିବା ବାହାନାରେ ମୋ’ ପଛ ପକେଟ୍ ରେ ମନି ପର୍ସ ସୁରକ୍ଷିତ ଅଛି ବୋଲି ଜାଣିପାରିଲି ।

ସେତେବେଳକୁ ସେ ଛୋଟ କାଗଜରେ କିଛି ଲେଖି ସାରିଥାଏ । ମୋତେ ଚାରିଚଉଡ଼ା କାଗଜଟି ବଢ଼ାଇ ଦେଇ କହିଲା- ମୋ’ ନମ୍ବରଟା ବି ରଖିଥା’ନ୍ତୁ । ମୁଁ କାଗଜଟି ଧରୁ ଧରୁ ସେ ଭିତରକୁ ପଶିଗଲା । ମୁଁ କାଗଜଟି ଆଗ ପକେଟ୍ ରେ ରଖି ଗାଡ଼ି ଗଡ଼ାଇଲି ଘର ଅଭିମୁଖେ ।ଘରେ ପହଂଚିଲା ପରେ ମନେ ପଡ଼ିଲା ଝିଅଟି କଥା । ଭାବିଲି ଫୋନ୍ କରି ପଚାରିଦେବି ମା’ଙ୍କ ଦେହ ବିଷୟରେ । ପକେଟ୍ ରୁ କାଗଜଟି କାଢ଼ି ଖୋଲିଲି । ଲେଖାଥିଲା, ପୂର୍ଣ୍ଣିମା- ୯୦୦୦୦୦୦୦୦୦ । ଆଶ୍ଚର୍ଯ୍ୟ ହେଲି ମୁଁ । ମୋ’ ନମ୍ବର ମୋତେ.... । ମନେ ମନେ ହସିଲି । ଭାବିଲି କେଡ଼େ ସୁନ୍ଦର ଭାବରେ ଠକାଇ ଦେଲା ଝିଅଟି ମୋତେ । ମୁଁ ତ ତାକୁ ନମ୍ବର ମାଗି ନଥିଲି । ତେବେ କ’ଣ ପାଇଁ ଏମିତି ଅଭିନୟଟେ କଲା ମୋ’ ନିକଟରେ ? ତା’ ନିରୀହ ମୁହଁଟା ନାଚି ଉଠିଲା ମୋ’ ମାନସ ପଟ୍ଟରେ । ଏତେ ନିରୀହ ଲାଗୁଥିବା ଝିଅଟି ବି ଏମିତି କରିପାରେ ଭାବି ନିଜକୁ ନିଜେ ବୁଝାଇଦେଲି....... ହଁ, ବେଳେବେଳେ ଏମିତି ବି ହୁଏ ।


Rate this content
Log in

Similar oriya story from Classics