Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗୋଟିଏ ଚୁମ୍ବନ କୋଟିଏ କଥା
ଗୋଟିଏ ଚୁମ୍ବନ କୋଟିଏ କଥା
★★★★★

© Sachidananda Kar

Others

2 Minutes   619    24


Content Ranking

ଏତିକି ମାତ୍ର କଥା।

ଚାଲିଟା ରାଜହଂସୀର ଚାଲି ପରି ଲାଗୁ ନଥିଲା।

ଦୋହଲୁ ନ ଥିଲା କଟି।

ହଲୁ ନ ଥିଲା କୃଷ୍ଣସର୍ପ ବେଣୀ।

ବେଖାପ ଲାଗୁଥିଲା ପାଉଁଜିର ସ୍ବର ଓ ଶଦ୍ଦ।

ଗୋଲାପୀ ଦିଶୁ ନ ଥିଲା ଓଠ।

ଅଫିସରୁ ଫେରି ସବୁଦିନେ ଉର୍ବଶୀ ସହିତ ଗୋଟେ ଚୁମ୍ବନରୁ କଥା ଆରମ୍ଭ କରୁଥିବା ଉମେଶର ଇଚ୍ଛାରେ ହଠାତ୍ ଭଟ୍ଟା ପଡିଗଲା।

କ'ଣ ହୋଇପାରେ !

ଉର୍ବଶୀର ଅଳତା ବୋଳା ପାଦ ଆଡକୁ ଉମେଶର ନଜର ଚାଲିଗଲା। ଶୂନ୍ୟ ଲାଗୁଥିଲା ଗୋଟିଏ ପାଦ।ପଟେ ପାଉଁଜି ନ ଥିଲା।

ଓ....କଥା ତେବେ ଏଇଠି !

- ' ଏତେ ବ୍ୟସ୍ତ ! କାଲି ମୁଁ ତୁମ ପାଇଁ ନୂଆ ପାଉଁଜି ଆଣି ଦେବି।ଯାଅ, ନିଜକୁ ସଜାଡି ନିଅ।ମୁଡ୍ ଠିକ୍ କର। ' ଉମେଶ କହିଲା।

ତଥାପି ଫିକା ଫିକା ଦିଶୁଥିଲା ଉର୍ବଶୀର ମୁହଁ।

ରୋଷେଇ ଘରୁ ଶୋଇବା ଘର ଯାଏ ସବୁ ଛିନଛତର....।ବୋଧହୁଏ ବହୁତ ଘାଣ୍ଟି ଚକଟି ସାରିଲାଣି ଉର୍ବଶୀ।ଉମେଶ ମନକୁମନ କହିଲା।

ଖୋଜିବା ଭଳି ଖୋଜିଲେ ସିନା ହଜିବା ଜିନିଷଟି ମିଳେ।ରାଗରେ ଗରଗର ଆଉ ବାଡେଇ ପିଟି ହେଲେ କ'ଣ ହୁଏ କିଛି !

ଏଇ କଥାଟି ଉର୍ବଶୀକି କହି ଦେବାକୁ ଚାହିଁଲା ଉମେଶ।ହେଲେ କହି ପାରିଲାନି।ପରିସ୍ଥିତି ଆଉ ଅଧିକ ବିଗିଡି ନ ଯାଉ ଚାହିଁଲା ସେ।ବରଂ ହସି ହସି କହିଲା - ' ତୁମ କାନ ଝୁମୁକା ଥରେ ହଜିଥିଲା।ଆଣି ଦେଇଥିଲି ନା ନାଇଁ ! ତୁମ ନାକ ଫୁଲ ବି ହଜିଥିଲା ଥରେ।କିଣି ଆଣି ଦେଇଥିଲି ନା ! ଅବଶ୍ୟ ପୁରୁଣାକାଳିଆ କହି ସେଇଟା ତୁମେ ତ ଆଉ ପିନ୍ଧୁନାହଁ। '

- ' ଦେଖ, ସେସବୁ ହଜିବା ଆଉ ପାଉଁଜି ହଜିବା ସମାନ କଥା ନୁହେଁ।ବୋଉ କହୁଥିଲା, ପାଉଁଜି ହଜିଲେ କୁଆଡେ ସ୍ବାମୀ ସ୍ତ୍ରୀର ସଂପର୍କ ନଷ୍ଟ ହୁଏ। ' ଉର୍ବଶୀ କହିଲା।

ଉମେଶ ଟିକେ ହସିଲା।କହିଲା - ' ସେସବୁ କଥା କେବେଠୁଁ ପୁରୁଣା ହେଲାଣି ପରା।ଛାଡ ସେକଥା।ଯାଅ, ଦୁଇ କପ୍ ଚା' ତିଆରି କର।ସାଙ୍ଗ ହୋଇ ବସି ପିଇବା।କଥା ହେବା। '

ଉର୍ବଶୀ କୌଣସି ପ୍ରତିକ୍ରିୟା ରଖିଲା ନାହିଁ।

ଉମେଶ ପୁଣି କହିଲା - ' ଆସ,ପାଖରେ ଟିକେ ବସିଯାଅ।ଟିକେ ଫୁଲେଇ ଝିଅ ପରି କଥା କୁହ।ହସି ଦିଅ ଟିକେ କଇଁଫୁଲିଆ ହସ।ଏଠି ହଜିବାଟା କୋଉ ନୂଆ କଥା ଯେ !ଖୋଜିବା ବି କିଛି ନୂଆ କଥା କ'ଣ !ହଜିବା, ଖୋଜିବା, ପାଇବା - ଏ ପରା ଜୀବନର ସାରାଂଶ।ଦେଖ,ମୁଁ ତ ହଜିଯାଇନି।ତୁମ ପାଖେ ପାଖେ ଅଛି।ଆସ.....ଆସି ପାଖରେ ବସ।କୋଉଠୁ କଥା ଆରମ୍ଭ କରିବି କୁହ। '

ମିଠା ମିଠା କଥା ...ପ୍ରେମ ପ୍ରେମ ଆଖି।

ମୁର୍କି ହସିଲା ଉର୍ବଶୀ।ବାସ୍ .....ସେଇଠି କଥା ଶେଷ।

ଆସି ପାଖରେ ବସିଲା।ଟିକେ ହସିଦେଇ କହିଲା - ' ତୁମେ ଅଫିସରୁ ଫେରି ସବୁଦିନେ ଯେଉଁଠୁ କଥା ଆରମ୍ଭ କର .........ସେଇଠୁ କରିପାର। '

ଅମୃତରେ କାହାର ଲୋଭ ନ ଥାଏ !

ପ୍ରେମ ବିନା ରୁଚେ କି ଜୀବନ !

ଗୋଟିଏ ଚୁମ୍ବନ. କୋଟିଏ କଥା।

ଆଉ କାଳ ବିଳମ୍ବ କରି ନ ଥିଲା ଉମେଶ।

ଏଠି ଜୀବନଟା ସବୁବେଳେ ଜୀବନ ବାଟରେ ନ ଥାଏ କି !

ଚୁମ୍ବନ ଭଟ୍ଟା ପାଦ

Rate the content


Originality
Flow
Language
Cover design

Comments

Post

Some text some message..