Subhakanta Sahu

Others


2  

Subhakanta Sahu

Others


କୃପଣ ନନା

କୃପଣ ନନା

1 min 7.5K 1 min 7.5K

ଏକ୍ସପୋଜର୍ ଟ୍ରିପ୍ ପାଇଁ ପିଲାଙ୍କୁ ନେଇ ପହଞ୍ଚିଯାଇଥିଲୁ ଦେବୀ ମନ୍ଦିରରେ । ରୋଷେଇ , ମନ୍ଦିର ଉନ୍ନୟନ ଇତ୍ୟାଦି ବାବଦକୁ ପୂଜକ ନନା ବିଲ୍ ବଢାଇଦେଲେ ତିନିଶହ ଏକ ଟଙ୍କା । ପଚାଶ ଟଙ୍କା ଦକ୍ଷିଣା ଦାବି କରୁଥିବା ନନା କୌଣସି ମତେ ପଚିଶି ଟଙ୍କା ରେ ସନ୍ତୁଷ୍ଟ ହେଲେ । ଚୁଲି ଲାଗିବା ପାଇଁ ଦିଆସିଲି ଖୋଜିବାରୁ ଜଣାଗଲା ଯେ ଦିଆସିଲି ଅଣାଯାଇନାହିଁ । ଦାୟିତ୍ଵହୀନତା ପାଇଁ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ଚାଲିଲା । ଭୋଗ ରନ୍ଧନ ପାଇଁ ମାଚିସ୍ ଖଡଖଡ କରୁଥିବା ନନାଙ୍କୁ ଦେଖି ଆଶା ଉଜ୍ଜଳ ହେଲା । ହେଲେ ନନା ରୋକଠୋକ ନାସ୍ତି ବାଣୀ ଶୁଣାଇଲେ । ନିରାଶ ବିଷାଦ ହେଲା । ପିଲାଙ୍କ ଭ୍ରମଣ ସୁଖ ପାଣିଚିଆ ହେବାକୁ ବସିଲା । ୟା ପରେ ପରସ୍ପର ଦୋଷାରୋପ ଆହୁରି ବଢିଗଲା । ମନ୍ଦିର ଦ୍ଵାରରେ ବସିଥିବା ବୃଦ୍ଧ ଭିକାରୀ ଟି ଏ ସବୁ ଦେଖି କହିଲା,”ଆଜ୍ଞା ମାଚିସ୍ ଖୋଳରେ ଦୁଇଟି କାଠି ଅଛି, ଯଦି କାମରେ ଆସିବ ନିଅ” । ଚିରା ଦେହରେ ପୁଙ୍ଗୁଳା ଦେହକୁ ସଂପୂର୍ଣ୍ଣ ଆବୃତ କରିପାରୁନଥିବା ବୃଦ୍ଧ ଭିକାରୀ ଟି ଶୀତରେ ଥରି ଥରି ମାଚିସ୍ ଟି ବଢାଇଦେଲା । ମୁଁ ପଚାଶ ଟଙ୍କିଆ ଟିଏ ତା’ ହାତକୁ ବଢାଇଦେଲି ।“ଟଙ୍କାଟିଏ ଦିଅ ବାବୁ ଏତେ ଟଙ୍କାର ରେଜା ନାହିଁ ”, ଭିକାରୀ ଥରିଥରି କହିଲା । ମୁଁ କହିଲ, “ତୁମର କିଛି ଦେବା ଦରକାର ନାହିଁ ସବୁ ଟଙ୍କା ତୁମର” । ଦୂରରୁ ଏସବୁ ଲକ୍ଷ୍ୟ କରୁଥିବା ନନାଙ୍କ ମୁହଁ ଶୁଖିଯାଇଥିଲା । ସେ ନିଜକୁ ଲଜ୍ଜିତ ମନେ କରୁଥିଲେ କି ଭାଗ୍ୟକୁ ନିନ୍ଦୁଥିଲେ କେଜାଣି ?

ଠିକଣା- ଗୋପବନ୍ଧୁ ହାଇସ୍କୁଲ୍,

ପୋଲସରା ଗଂଜାମ,ପିନ୍-୭୬୧୧୦୫

ମୋ – ୯୮୬୧୭୩୨୨୫୬

E-mail- sahusubhakanta@gmail.com


Rate this content
Originality
Flow
Language
Cover Design