Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଅଧା ଛାଇ ଅଧା ଖରା

ଅଧା ଛାଇ ଅଧା ଖରା

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ଦିନେ କୌଣସି ଏକ କାରଣରୁ ବାଦଶାହ ଆକବର ବିରବଲଙ୍କ ଉପରେ ରାଗିକରି ଆଦେଶ ଦେଲେ ହେ ବୀରବଲ ! ତୁମ ମୁହଁ ମୁଁ ଦେଖିବାକୁ ଚାହେଁନା l ଏହାସୁଣୀ ବୀରବଲ ସବୁଦିନ ପାଇଁ ଅଜ୍ଞାତ ବାସରେ ଚାଲିଗଲେ l ବୀରବଲ ତ ମହାଚାଲାକ ଲୋକ l ସେ ବାଦଶାହାଙ୍କୁ କିଛି ପ୍ରତି ଉତ୍ତର ଦେଲେ ନାହିଁ l ଅଜ୍ଞାତ ବାସରେ ରହି ନିଜର ବୁଦ୍ଧି ଖେଳାଇଲେ l

କିଛି ଦିନ ପରେ ବାଦଶାହ ବିରବଲଙ୍କ ଅନୁପସ୍ଥିତିକୁ ଅନୁଭବ କଲେ l ବିରବଲଙ୍କ ବିନା ତାଙ୍କର ଆଉ କୌଣସି କାମରେ ମନ ଲାଗିଲା ନାହିଁ l ତେଣୁ ସେ ତାଙ୍କୁ ଖୋଜିବା ପାଇଁ ଚାରିଆଡକୁ ଲୋକ ପଠାଇଲେ l ମାତ୍ର କେଉଁଠି ବି ତାଙ୍କର ସନ୍ଧାନ ମିଳିଲା ନାହିଁ l ଶେଷରେ ସେ ଉପାୟ ଚିନ୍ତା କଲେ l ସେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚାର କରାଇଲେ ଯେ ତାଙ୍କ ଦରବାରକୁ ଯେଉଁ ଲୋକ ଅଧାଖରା ଓ ଅଧା ଛାଇରେ ଆସିବ ସେ ତାକୁ ଶହେ ସ୍ଵର୍ଣ୍ଣମୁଦ୍ରା ପୁରସ୍କାର ଦେବେ l ଏହା ଶୁଣି ଅନେକ ପ୍ରଜା ଭାବିଲେ ବାଦଶାହାଙ୍କର ବୋଧେ ମୁଣ୍ଡ ଖରାପ ହୋଇଗଲାଣି ତେଣୁ ଏମିତି ସର୍ତ୍ତ ରଖିଛନ୍ତି l ପ୍ରଜାମାନେ କୁହାକୁହି ହେଲେ ଏଭଳି କଠିନ କାମର ସମାଧାନ କିଏ କରିବ l ବୀରବଲଙ୍କର ତ ଖୋଜଖବର ନାହିଁ l

ସେପଟେ ବାଦଶାହଙ୍କ ଠାରୁ ଅପମାନ ପାଇ ବୀରବଲ ଜେନ ଗରିବ ବ୍ରାହ୍ମଣ ଘରେ ଅଜ୍ଞାତ ବାସରେ ଥାଆନ୍ତି l ସେ ନିଜର ପ୍ରକୃତ ପରିଚୟ ତାଙ୍କୁ ଦେଇ ନ ଥାଆନ୍ତି l ଦିନେ ବ୍ରାହ୍ମଣ ଆସି ବିରବଲଙ୍କୁ କହିଲା ପୁଅ ଜାଣିଛୁ, ଆମ ବାଦଶାହ ପ୍ରଚାର କରିଛନ୍ତି ଯେଉଁ ବ୍ୟକ୍ତି ଅଧା ଖରା ଓ ଅଧା ଛାଇ ଦେଇ ତାଙ୍କ ଦରବାରକୁ ଜୀବ ତାକୁ ସେ ଶହେ ସ୍ଵର୍ଣ୍ଣମୁଦ୍ରା ପୁରସ୍କାର ଦେବେ l କିନ୍ତୁ ଏହା କ’ଣ ସମ୍ଭବ l ଛଦ୍ମବେଶୀ ବୀରବଲ କହିଲେ ସବୁ କଠିନ ପ୍ରଶ୍ନର ସମାଧାନ ମୋତେ ଜଣା l ତୁମେ ଧୈର୍ଯ୍ୟଧର ମୋ ଠାରୁ ଶୁଣ l କିନ୍ତୁ ମୋ ଠାରୁ ଏ ସମାଧାନର ସୂତ୍ର ଜାଣିଛ ବୋଲି କେଉଁଠି ପ୍ରକାଶ କରିବ ନାହିଁ l

ବୀରବଲ କହିଲେ – କାହିଁକି ସମ୍ଭବ ନୁହେଁ l ମୁଁ ତୁମକୁ ଏକ ଉପାୟ ବଟାଇ ଦେଉଛି l ତମେ ତାହା କଲେ ନିଶ୍ଚୟ ପୁରସ୍କାର ପାଇବ ଏବଂ ତୁମର ସବୁଦିନ ପାଇଁ ଏ ଅଭାବ ଆଉ ଦୁଃଖ ଦୂର ହୋଇଯିବ l ଏହାସୁଣୀ ବ୍ରାହ୍ମଣ ରାଜି ହୋଇଗଲା l ତା’ପରଦିନ ବିରବଲଙ୍କ କହିବା ଅନୁସାରେ ବ୍ରାହ୍ମଣ ଗୋଟିଏ ଫିତା ଖଟିଆକୁ ମୁଣ୍ଡରେ ମୁଣ୍ଡେଇ ରାଜଦରବାରକୁ ଗଲା l ବାଦଶାହ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ତୁମେ ଏମିତି ଖଟିଆଟିକୁ ମୁଣ୍ଡରେ ବୋହି ଆଣିଛ ? ବ୍ରାହ୍ମଣ କହିଲେ ଜହାଁପନା ! ଆପଣାଙ୍କ ସର୍ତ୍ତ ଅନୁସାରେ ମୁଁ ଏହାକୁ ଅଧା ଖରା ଓ ଅଧା ଛାଇ କରି ଏଠାକୁ ଆଣିଛି l ଏହା ଦେଖି ବାଦଶାହ ଖୁସି ହୋଇ ଯାଇ କହିଲେ, ହେ ବ୍ରାହ୍ମଣ ! ମୁଁ ତୁମକୁ ତ ନିଶ୍ଚୟ ତୁମର ପ୍ରାପ୍ୟ ଦେବି ହେଲେ ତୁମେ ମତେ ସତ କୁହ ଏପରି ଖଟିଆ ଦ୍ଵାରା ଅଧା ଖରା ଅଧାଛାଇ କରିଥିବା ଉପାୟଟି ତୁମକୁ ବତାଇଲା କିଏ ?

ବ୍ରାହ୍ମଣ ଡ଼ରି ଡ଼ରି କହିଲା- ଜହାଁପନା ! ମୋ ଘରେ ଜଣେ ଅତିଥି କେତେଦିନ ହେଲାଣି ରହିଛନ୍ତି l ସେ ହିଁ ମତେ ଏ ଉପାୟଟି ବତାଇଛନ୍ତି l ଏହା ଶୁଣି ଆକବର ବ୍ରାହ୍ମଣକୁ ତାର ପ୍ରାପ୍ୟ ଦେଇ ତାଙ୍କୁ ସଙ୍ଗରେ ନେଇ ବୀରବଲଙ୍କ ପାଖରେ ପହଞ୍ଚିଲେ ଏବଂ କହିଲେ ବୀରବଲ ମୁଁ ତୁମକୁ ମୋ ଠାରୁ ଦୂରେଇ ବହୁତ ଏକା ଏକା ଅନୁଭବ କରୁଥିଲି l ତେଣୁ ତୁମକୁ ଖୋଜିବା ପାଇଁ ଏମିତି ଏକ ସର୍ତ୍ତ ରଖିଥିଲି ଯାହାକି ତୁମ ବିନା ଏ ସର୍ତ୍ତକୁ କେହି ପୂରଣ କରିପାରିବେ ନାହିଁ l ଶେଷରେ ମୁଁ ଆଜି ତୁମକୁ ଖୋଜି ପାଇଲି l


Rate this content
Log in

Similar oriya story from Children