Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Tragedy Others

3.8  

Lopamudra Mishra

Tragedy Others

ଅପେକ୍ଷା

ଅପେକ୍ଷା

2 mins
519


ତା' ନାଁ ସାବିତ୍ରୀ l ସେ ପ୍ରତି ବର୍ଷ ବଡ଼ ଉତ୍ସାହରେ ସାବିତ୍ରୀବ୍ରତ ପାଳେ l ସ୍ୱାମୀଙ୍କ ସଫଳତା ଓ ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠର ସେହି ଗୁଳୁଗୁଳିଆ ଖରାରେ ସାରାଦିନ ଉପବାସ ରହି ଶୁଖିଲା ମୁହଁରେ ହସ ଖେଳାଇ ମନ୍ଦିର ଯାଏ, ପୂଜାକରେ ଓ ଘରକୁ ଫେରି ସମସ୍ତଙ୍କ ପାଇଁ ରୋଷେଇ କରି ସୁସ୍ୱାଦୁ ବ୍ୟଞ୍ଜନ ପରଷି ଦିଏ l 

ଗତ ବର୍ଷ ତା' ଦେହ ଅସୁସ୍ଥ ଥିବା ସତ୍ୱେ ସେ ସାବିତ୍ରୀବ୍ରତ ଦିନ ଉପବାସ ରଖିଥିଲା l ତା ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା l ପାଟି ବାଟେ ଭକ୍ ଭକ୍ ହେଇ ଲାଲ୍ ଲାଲ୍ ତରଳ କିଛି ବାହାରି ଆସିଥିଲା l ଡାକ୍ତର କହିଲେ, "ଅନେକ ବିଳମ୍ବ ହେଇଯାଇଛି l ବ୍ଳଡ୍ କ୍ୟାନ୍ସର୍ ର ଲାଷ୍ଟ୍ ଷ୍ଟେଜ୍ l " 

ସାବିତ୍ରୀ ଗୋଟେ ବିରାଟ ଲମ୍ଫ ମାରି ଖୁବ୍ ଅଳ୍ପ ବୟସରୁ ତା ଜୀବନର ଶେଷ ସୋପାନରେ ପହଞ୍ଚି ଯାଇଥିଲା l ହସ୍ପିଟାଲ୍ ରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଇସାରିଥିଲା l ସେଥିପାଇଁ ବୋଧେ ତା' ଦୀର୍ଘ ଜୀବନର କାମନା କେହି କରୁନଥିଲେ l ଆହାଃ, ବିଚାରୀ.. !

ଆଜି ଥିଲା ଆଉ ଏକ ସାବିତ୍ରୀ ବ୍ରତ l ସାବିତ୍ରୀ ଆଉ ବ୍ରତ ପାଳିବା ଅବସ୍ଥାରେ ନଥିଲା l ହସ୍ପିଟାଲ୍ ବେଡ୍ ରେ ସାବିତ୍ରୀର କ୍ଷୀଣ ଶରୀରଟି ନିସ୍ତେଜ ହେବାକୁ ଯାଉଥିଲା l ତା ହୃତପିଣ୍ଡ ଧକ୍ ଧକ୍ କରିବା ବନ୍ଦ ହେଇଆସୁଥିଲା l ପାଖରେ ତା' ସ୍ୱାମୀ ନଥିଲେ l ସେ ଅନେକ ଦିନ ହେବ ସାବିତ୍ରୀ ପାଖକୁ ଆସିବା ବନ୍ଦ କରିଦେଇଥିଲେ l ଆଜି ତାଙ୍କୁ ଖୋଜାପଡିଲା l ସତ୍ୟବାନ ଜଣଙ୍କ ସେତେବେଳକୁ ବସିଥିଲେ କୋଉ ଗୋଟେ ପାର୍କ୍ ର କୋଣରେ ଥିବା ଏକ ସିମେଣ୍ଟ୍ ବେଞ୍ଚ୍ ଉପରେ l ତାଙ୍କ ଫୋନ୍ ବାଜିଉଠିଲା l ଦ୍ଵିଧା ଓ ବିରକ୍ତିର ସହ ଫୋନ୍ ଉଠେଇବାରୁ ସେ ଜାଣିବାକୁ ପାଇଲେ ଯେ ଆଜି ହିଁ ହେଇପାରେ ସାବିତ୍ରୀ ଜୀବନର ଶେଷଦିନ l ଟିକେ ସମୟ ଆଗରୁ ଖୁବ୍ ଉଲ୍ଲସିତ ଥିବା ତାଙ୍କ ମୁହଁଟି ହଠାତ କାହିଁକି ଟିକେ ଚିନ୍ତାଗ୍ରସ୍ଥ ଦେଖାଗଲା l ତାଙ୍କ ପାଖରେ ଲାଗିକରି ବସିଥିବା ସ୍ୱଳ୍ପ ବୟସୀ ତରୁଣୀଟିକୁ ସେ ଆହୁରି ନିବିଡ଼ଭାବେ ନିଜ ପାଖକୁ ଭିଡିଆଣି ଭାବୁଥିଲେ, " ଓହୋ, ଫାଇନାଲି ମୋ ଅପେକ୍ଷାର ଅନ୍ତ ହେଲା l କିନ୍ତୁ ଆଜି ଯଦି ସାବିତ୍ରୀ ସତରେ ମରିଯାଏ, ମୁଁ କେତେଦିନ ପରେ ସୁଷମାଙ୍କୁ ବିବାହ କରିପାରିବି ? "  


Rate this content
Log in

Similar oriya story from Tragedy