Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏକ ଅନନ୍ୟ ସ୍ମୃତି
ଏକ ଅନନ୍ୟ ସ୍ମୃତି
★★★★★

© Kiran Mishra

Inspirational

4 Minutes   333    37


Content Ranking

ସ୍ମୁତି କେତେବେଳେ ମନକୁ ବିଷାଦଗ୍ରସ୍ତ କରିଦିଏ ତ, କେତେବେଳେ ମନକୁ ଉତ୍ଫୁଲିତ କରିଦିଏ।ପୁଣି ବେଳେ ବେଳେ ରୋମାଞ୍ଚ ଭାବ ସୃଷ୍ଟି କରେ। ଘଟଣା ବହୁଳ ଜୀବନରେ ଅନେକ ସୁଖଦୁଃଖ ଭରା ସ୍ମୃତି ରହିଥାଏ।ଏ ସ୍ମୃତିଟି କିନ୍ତୁ ସୁଖ ,ଦୁଖ ଓ ରୋମଞ୍ଚିତ ଭାବର ଏକ ଅନନ୍ୟ ସମନ୍ୱ ।ଜୀବନର ସେଇ ଦୁର୍ଦ୍ଦିନଟି ମନେ ପଡିଗଲେ ଏବେବି ଭୟରେ ଦେହ ରୋମାଞ୍ଚିତ ହୋଇଯାଏ। ଉଣେଇ ଶହ ଅନେଶୋତ ସମିହା ମହାବାତ୍ୟା ସମୟର କଥା। ମୋ ଜୀବନରେ ଦୁଇଟି ମହାବାତ୍ୟା ଆସିଥିଲା ।ଆମ ବାହାଘରର ପାଞ୍ଚବର୍ଷ ପରେ ସେହି ବର୍ଷ ସପ୍ଟେମ୍ବର ମାସରେ ଆମର ଗୋଟିଏ ପୁଅ ଜନ୍ମ ହୋଇଥାଏ।ଅନେକ ଡାକ୍ତର ଦେଖାଇ,ଅନେକ ଠାକୁରଙ୍କୁ ପୂଜାକରି ଈଶ୍ୱରଙ୍କ କୃପାରୁ ପୁଅଟିଏ ପାଇଥାଉ।ପୁଅ ଜନ୍ମ ପରେ ମୋ ବୋଉ ମତେ ଗାଁକୁ ନେଇ ଯାଇଥାଏ। ଗାଁରେ ଦୁଇ ତିନି ମାସ ରହି ଛୁଆଟି ଟିକେବଡ଼ ହେଲେ ଘରକୁ ଆସିବାର କଥା ଥିଲା।ଗାଁରେ ବୋଉ,ମୁଁ ଏବଂ ଆମଘରେ ଅକ୍ଷୟ ବୋଲି ଗୋଟିଏ ପିଲା ଥିଲା। ଯେ କି ଘରକାମ କରେ ଓ ଆମ ଘରର ଜଣେ ସଦସ୍ୟ ବୋଲି ଆମେ ଭାବୁ।

ମହାବାତ୍ୟା ଆସିବା ପାଞ୍ଚ ଛଅ ଦିନ ଆଗରୁ ପ୍ରବଳ ବର୍ଷା ହେଉଥାଏ। ତା ପୂର୍ବରୁ ପୁଅକୁ ଥଣ୍ଡା ଟିକେ ଧରିଥାଏ।ବର୍ଷା ଯୋଗୁ ଥଣ୍ଡା ଟିକେ ବଢିଗଲା। ପ୍ରଥମେରେ ଜଣଙ୍କଠୁ ହୋମିଓପାଥି ଔଷଧ ଆଣି ଦେଉଥିଲି। ଥଣ୍ଡା ନକମିବାରୁ ଗାଁ ପାଖ ଡାକ୍ତରଖାନାରେ ଡାକ୍ତର ଦେଖାଇ ଔଷଧ ଦେଉଥାଏ।କିନ୍ତୁ ପ୍ରବଳ ବର୍ଷା ଯୋଗୁ ଥଣ୍ଡା ନକମି ବଢିବାରେ ଲାଗିଲା।ତା ସହିତ ଜ୍ଜର ମଧ୍ୟ ହେଉଥିଲା।। ମୋର ଓ ବୋଉଙ୍କର ମୁଣ୍ଡ କିଛି କାମ କରୁନଥାଏ। ଦିନେ ବର୍ଷା କମିବାରୁ ବୋଉ ଓ ମୁଁ ଗୋଟିଏ ଅଟୋ ଧରି ପୁରୀ ଚାଲିଗଲୁ।

ସେତେବେଳେ ପୁରୀରେ ରାଓ ବାବୁ ବୋଲି ଜଣେ ଶିଶୁ ବିଷେଶଜ୍ଞ ଥିଲେ।ତାଙ୍କ କ୍ଲିନିକ୍ ରେ ପହଞ୍ଚୁ ପହଞ୍ଚୁ ପୁଅ ମୁର୍ଚ୍ଛା ହୋଇଗଲା। ବୋଉ କଣ ଜାଣୁଥିଲେ ମୁଁ ଜାଣିନି।ମୁଁ କିନ୍ତୁ ଭାବୁଥିଲି ପୁଅର ନାକ ବନ୍ଦ ହୋଇ ସେ ନିଃଶ୍ୱ।ସ ନେଇ ପାରୁନି।ପୁଅର ଏମିତ ଅବସ୍ଥା ଦେଖି ମୁଁ ଜୋରରେ କାନ୍ଦିବାରେ ଲାଗିଲି। ମୋ କାନ୍ଦ ଶୁଣି ଡାକ୍ତର ସିଟ୍ ଛାଡି ଆସି ପୁଅକୁ ଦେଖିଲେ।ସଙ୍ଗେ ସଙ୍ଗେ ଗୋଟିଏ ଇଞ୍ଜେକସନ୍ ଦେଲେ। କିଛି ସମୟ ପରେ ଚେତା ଚାଲିଆସିଲା। ଡାକ୍ତର ପରୀକ୍ଷା କରି କହିଲେ ପୁଅକୁ ନିମୋନିଆ ହୋଇଛି ବୋଲି। ଡାକ୍ତର ଔଷଧ ଲେଖିଦେଲେ କହିଲେ ଗୋଟେ ରାତି ପୁରୀ ହସ୍ପିଟାଲରେ ରହିଯିବାକୁ। ବୋଉବି ଚାହୁଁ ନଥିଲା ଛୁଆକୁ ଗାଁକୁ ନେବାକୁ । କାରଣ ରାତିରେ କିଛି ଅସୁବିଧା ହେଲେ ଡାକ୍ତର ଦେଖାଇବାର ଵି କୌଣସି ସୁବିଧା ନଥିଲା।ଅଗତ୍ୟା ମୁଁ ପୁଅକୁ ଧରି ଡାକ୍ତରଖାନାରେ ରହିଲି।ଡାକ୍ତରଖାନାକୁ ଆସିବା ପରେ ମୋ ସ୍ୱ।ମୀ ମଧ୍ୟ ଭୁବନେଶ୍ୱରୁ ଯାଇ ପହଞ୍ଚିଲେ। ଯାହା ହେଉ କ୍ୟାବିନ୍ ଟିଏ ମଧ୍ୟ ମିଳିଗଲା।

ଡାକ୍ତରଖାନାରେ ଡାକ୍ତରମାନେ ଆଉ ଥରେ ଦେଖି ତାଙ୍କର ଔଷଧ ପେସ୍କିପସନ ତିଆରି କଲେ। କିନ୍ତୁ ସେ ସମୟରେ ପୁଅ ମୂର୍ଚ୍ଚା ହେଇଥିଲା ବୋଲି ମୁଁ କହିନଥିଲି। କାରଣ ମୋର ଧାରଣା ଥିଲା ନାକ ଚୋକ୍ ହେଇଯାଉଛି।ଦେଢ ମାସ ଛୁଆ, ତେଣୁ ମୁଁ କିଛି ବି ଜାଣିପାରୁ ନଥାଏ।ଏ ଡାକ୍ତରମାନଙ୍କ ଔଷଧରେ ମୂର୍ଚ୍ଚା ପାଇଁ କୌଣସି ଔଷଧ ନଥାଏ, କି ଆମେ ସେ ଔଷଧଟି ଦଉ ନଥାଉ। ଦୁର୍ଭାଗ୍ୟକୁ ରାଓ ଡାକ୍ତର ମୂର୍ଚ୍ଚାପାଇଁ ଦେଇଥିବା ଔଷଧଟି ମଧ୍ୟ ମୋ ସ୍ୱ।ମୀଙ୍କ ହାତ ବାଜି ପଡିଗଲା ଓ ବୋତଲଟି ଭାଙ୍ଗିଗଲା।

ଆମେ ଡାକ୍ତରଙ୍କ ଚିଠାରେଏ ଔଷଧ ଟି ନାହିଁ ଭାବି ଆଉ ଆଣିଲୁ ନାହିଁ। କି ଡାକ୍ତରମାନେ ରାଉଣ୍ଡରେ ଆସି ସେ ଔଷଧ ଦିଆ ହେଉଛି କି ନାହିଁ ସେ ବିଷୟରେ କିଛି ପଚାରୁ ନଥାନ୍ତି। ତା'ପରଦିନ ବୋଧେ ଔଷଧର ପ୍ରଭାବ ଥିବାରୁ କିଛି ହେଲାନି। କିନ୍ତୁ ତା'ପରଦିନ ଦିନରେ ଚାରି ପାଞ୍ଚ ଥର ମୁର୍ଚ୍ଚା ହୋଇଛି। ସବୁଥର ମୁଁ ନାକ ଚୋକ୍ ହୋଇ ଯାଉଛି ଭାବି ନର୍ସକୁ କହି ଅକ୍ସିଜେନ ଦିଏ। କିଛି ସମୟ ପରେ ପୁଣି ଚେତା ଫେରିଆସେ।

ସେଦିନ ରାତି ଥିଲା ଗୋଟେ କାଳ ରାତି । ସେଦିନ ରାତିରେ ପ୍ରବଳ ବର୍ଷା ହେଉଥାଏ।।ୱ।ର୍ଡରୁ ପ୍ରାୟ ତିନି ଚାରୋଟି ଛୁଆ ମା 'ମାନଙ୍କ କୋଳ ଶୂନ୍ୟ କରି ଚାଲି ଯାଉଥାନ୍ତି।ସେମାନଙ୍କ କାନ୍ଦରେ ମୁଁ ଭୟବିତ ହୋଇ ମୋ ଛୁଆକୁ କୋଳରୁ ଛାଡୁ ନଥାଏ। ବର୍ଷା ପବନ ହେତୁ ପ୍ରାୟ ଡାକ୍ତର ଘରକୁ ପଳାଇଥାନ୍ତି।ରାତି ପ୍ରାୟ ନ'ଟା ହେବ।

ପୁଅ ମୋର ଆଖି ଲେଉଟାଇ ଦେଲା। ପ୍ରାୟ ଦଶ ପନ୍ଦର ମିନିଟ୍ ହେବ ଆଉ ଆଖି ଖୋଲିଲାନି। ମୁଁ ତା' ର ଏ ଅବସ୍ଥା ଦେଖି ବହୁତ ଯୋର ରେ କାନ୍ଦୁଥାଏ। ସେଇ ୱ।ର୍ଡରେ ସୂର୍ଯ୍ୟ ବୋଲି ଗୋଟିଏ ୱ।ର୍ଡ ବୟ ଥାଏ।ମୋ କାନ୍ଦ ଦେଖି ସେ ଜଣେ ଡାକ୍ତରଙ୍କୁ କୋଉଠୁ ଡାକି ଆଣିଲା୍। ସେ ଡାକ୍ତରଙ୍କ ମୁହଁ ମୋର ଏବେ ବି ମନେ ଅଛି।ମୁଁ ପୁଅକୁ ନଦେଖି ,ଡାକ୍ତରଙ୍କ ମୁହଁକୁ ଦେଖୁଥାଏ।ଡାକ୍ତର ପୁଅର ନାଡି ଦେଖି କିଛି ନକହି ଚୁପ୍ଚାପ ଚାଲିଗଲେ। ତା ପର ଅବସ୍ଥା ବର୍ତ୍ତମାନ ବି ମୋର ମନେ ପଡିଲେ ମନ ବ୍ୟାକୁଳିତ ହୋଇ ଯାଉଛି।

ସେଇ କ୍ୟାବିନର ବାହାର ପଟୁ ଶ୍ରୀମନ୍ଦିର ଦେଖା ଯାଉଥାଏ। ରାତିର ଲାଗିଥିବା ବିଜୁଳୀ ଆଲୋକରେ ମନ୍ଦିର ପରିଷ୍କାର ଡାକ୍ତରଖାନା ଉପରୁ ଦେଖାଯାଉଥାଏ।ଶ୍ରୀମମନ୍ଦିର ବାନା ପବନରେ ଫରଫର ଉଡୁଥାଏ ।ଶ୍ରୀମନ୍ଦର ବାନାକୁ ଚାହିଁ ମୁଁ ବିକଳ ହୋଇ କାନ୍ଦୁଥାଏ। ଜଗନ୍ନାଥଙ୍କୁ କହୁଥାଏ,"ପ୍ରଭୁ ଯଦି ଦେଲ ,ତାହେଲେ ଏତେ ନିର୍ଦ୍ଦୟ କାହିଁକି ହୋଇଯାଉଛ।" ମୋ କାନ୍ଦରେ ୱ।ର୍ଡ କମ୍ପୁଥାଏ।ରୁମ୍ ଭିତରେ ଅକ୍ଷୟ ଓ ମୋ ସ୍ୱ।ମୀ ପୁଅକୁ ଜଗି ବସିଥାନ୍ତି। ମତେ ଯିଏ ଯେତେ ବୁଝାଉ ଥାଏ ମୁଁ କାହାରି କଥା ଶୁଣୁ ନଥାଏ।ପ୍ରାୟ କୋଡିଏ ମିନିଟ ପରେ ହଠାତ୍ ସମସ୍ତଙ୍କୁ ଚକିତ କରି ମୋପୁଅ କାନ୍ଦି ଉଠିଲା।ସମସ୍ତେ ଚଳ ଚଞ୍ଚଳ ହୋଇ ଉଠିଲୁ। ଜଗନ୍ନାଥଙ୍କ ମନ୍ଦିରକୁ ଦୂରରୁ ମୁଣ୍ଡିଆଟେ ମାରି ରୁମ ଭିତରକୁ ଦଉଡିଲି।ପୁଅକୁ ଜାକିଧରି ଆହୁରି କାନ୍ଦିଲି।

ତାପର ଦିନ ସକାଳୁ ମୋ ଭିଣୋଇ ଯେକି ଜଣେ ଡାକ୍ତର ଭଦ୍ରକରୁ ଆସିଥାନ୍ତି ପୁଅକୁ ଦେଖିବାକୁ।ପୁଅର ପ୍ରେସ୍କିପସନ୍ ଦେଖି କହିଲେ ,"ନିମୋନିଆ ପାଇଁ ସବୁ ଠିକ୍ ଔଷଧ ଚାଲିଛି,ତେବେ ଅସୁବିଧା କୋଉଠି ରହିଲା!" ସେ ଦୁଇଘଣ୍ଟା ଖଣ୍ଡେ ବସିଲେ। ତା'ପରେ ସେ ଠିକ୍ ଯିବାକୁ ବାହାରିଛନ୍ତି,ପୁଣି ପୁଅର ସେମିତି ହେଲା। ସେ ସଙ୍ଗେ ସଙ୍ଗେ ଏଥି ପାଇଁ କଣ ଔଷଧ ଖାଉଛି ବୋଲି ପଚାରିଲେ। ସଙ୍ଗେ ସଙ୍ଗେ ସେଇ ଔଷଧଟି ମଗାଇଲେ। ମତେ ଟିକେ ଗାଳି ମଧ୍ୟ ଦେଲେ,ଏଇଟା ନାକ ଚୋକ୍ ନୂହେଁ ବୋଲି କହିଲେ।

ସେତେବେଳେ ମୋ ଚେତା ପସିଲା। ତା'ପରେ ନିୟମିତ ଅନ୍ୟ ଔଷଧ ସହ ସେହି ଔଷଧଟି ମଧ୍ୟ ଦେଲୁ ଓ ଜଗନ୍ନାଥଙ୍କ ଅପାର କରୁଣାରୁ ପୁଅର ଦେହ ଠିକ୍ ହୋଇଗଲା। ମହାବାତ୍ୟାରରେ ଅନେକ ଅସୁବିଧା ଭୋଗ କରିଛୁ। ଦିନେ ଦିନେ ଖାଲି ଚୂଡା ଖାଇ ରହିଛୁ। ପୁଅର କ୍ଷୀର ଗୋଳାଇବା ପାଇଁ କାଗଜ ଜାଳି ପାଣି ଗରମ କରିଛୁ, ପାଣି ସପ୍ଲାଇ ବନ୍ଦ ହୋଇ ଯିବ ଯିବାରୁ ବାଲକୋନିରେ ଭାସୁଥିବା ବର୍ଷା ପାଣିରୁ ପାଣି ସଂଗ୍ରହ କରି ବାଥରୁମରେ ବ୍ୟବହାର କରିଛୁ।ମହମବତୀ ସରିଯିବାରୁ ଦୀପ ଜାଳି ରାତି କଟାଇଛୁ।ଏ ସବୁ ଅସୁବିଧା ମତେ କିନ୍ତୁ ଗୌଣ ମନେ ହୋଇଥିଲା।ପୁଅର ଦେହ ଖରାପ ମୋ ଜୀବନରେ ଏକ ବିରାଟ ମହାବାତ୍ୟା ଆଣିଥିଲା।

ସେଦିନର ସେ ଘଟଣା କାହା ଦୃଷ୍ଟିରେ କଣ ହୋଇଥିବ କେଜାଣି, କିନ୍ତୁ ମୋ ପାଇଁ ନିଶ୍ଚିତ ଏକ ଅଲୌକିକ ଘଟଣା ଥିଲା।ମତେ ଲାଗୁଥିଲା ମୋ ଉପରେ ସ୍ୱୟଂ ଜଗନ୍ନାଥଙ୍କ ଆଶୀର୍ବାଦ ଥିବାରୁ ସେହି ମହାବାତ୍ୟା କବଳରୁ ମୁଁ ମୋ ପୁଅକୁ ବଂଚାଇ ଆଣି ପାରିଲି। ଏ ପରିପ୍ରେକ୍ଷୀ ରେ ଗୋଟିଏ କଥ ମନେ ପଡୁଛି ,

"ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର" ।

ଅନନ୍ୟ ମହାବାତ୍ୟା ହୋମିଓପାଥି ଔଷଧ

Rate the content


Originality
Flow
Language
Cover design

Comments

Post

Some text some message..