Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lina Dhal

Inspirational

2  

Lina Dhal

Inspirational

ମୋବାଇଲ

ମୋବାଇଲ

1 min
556


ଘରେ , ପୁଅ ଝିଅ, ସ୍ତ୍ରୀ ଠୁ ଆରମ୍ଭ କରି ବାହାରେ ଝାଡୁବାଲା ଠାରୁ ଡାକ୍ତର, ଇଂଜିନିୟର, ଶିକ୍ଷକ, ଓକିଲ, ନେତା, ଅଭିନେତା ସମସ୍ତଙ୍କ ହାତରେ ମୋବାଇଲକୁ ଦେଖି ଭାରି ଚିଡିଯାଆନ୍ତି ମୋହନ ବାବୁ। ସବୁ ଜିନିଷର ଭଲମନ୍ଦ ଦୁଇଟି ପାର୍ଶ୍ବ ଜାଣି ମଧ୍ୟ ମୋବାଇଲର ଖରାପ ଦିଗଟି ତାଙ୍କ ଆଖି ଆଗରେ ଖାଲି ନାଚିଉଠେ। ମୋବାଇଲ

ଆସିଲା ଦିନଠୁଁ ଯେମିତି କାହା ପାଖରେ କାହା ପାଇଁ ସମୟ ନାହିଁ, ଯେଉଁଠି ଦେଖ ତିନି ମାଙ୍କଡ଼ ପରେ ଚତୁର୍ଥ ମାଙ୍କଡ଼ ମିଳିଗଲାପରି। ମୋବାଇଲକୁ ଅନେଇଥିବେ ଯେ ସାଇଡ୍ ରେ ଯଦି ସାପ ପଳେଇବ ଜାଣି ପାରିବେନି।ତାଙ୍କ ମତରେ ମୋବାଇଲ ସମାଜକୁ ଧ୍ବଂସ କରିପାରୁଥିବା ଜିନିଷଟେ ମାତ୍ର। ଆଜି ଏ ଲଘୁଚାପ ବର୍ଷାରେ ଗାଁ ରୁ ଫେରୁ ଫେରୁ ରାତି ହେଇଯିବ ବୋଲି ଭାବି ନ ଥିଲେ ମୋହନ ବାବୁ।ଖୋଦ୍ ରାଜଧାନୀର ଟିକେ ବର୍ଷାରେ ଏ ଭୟାବହ ରୂପ ହେବ ବୋଲି ତିଳେ ମାତ୍ର ଧାରଣା ନଥିଲା। ଚାଲୁ ଚାଲୁ ଅଚାନକ ଝୁଣ୍ଟି ପଡି ଦେଖନ୍ତି ଯେ ଆଗରେ ବିରାଟ ବଡ଼ ଗାତ, ଘର ପାଖର ଏହି ଚଲାବୁଲା ରାସ୍ତା ବିଆଜି ଶୂନ୍ଯ। ସାହାଯ୍ୟ ବି ମାଗିବେକାହାକୁ.,କେମିତି? ଓ ହୋ କହୁଥିଲେ ଘରେ ମୋବାଇଲଟା ପାଖରେରଖିଥା, ସୁବିଧା ଅସୁବିଧା ରେ କାମରେ ଆସିବ। ସେ କୋଉଶୁଣିଲେ ଯେ ବରଂ ଦିପଦ କଡା କଥା ଶୁଣେଇଦେଇଥିଲେ ।ମୋବାଇଲ ନଥିଲା ବେଳେ ଲୋକ କଣ ଚଳୁ ନଥିଲେ।ଏବେ କିନ୍ତୁ ସେ ଏହି ମୋବାଇଲର ଭାରି ଆବଶ୍ୟକତା ବୋଲି ମନେ କରୁଥିଲେ।

ମାର୍ଫତ _ଶ୍ରୀ ଏଲ. କେ ମଙ୍ଗରାଜ

ଶତାବ୍ଦୀ ନଗର

ୟୁନିଟ୍ ୮

ଭୂବନେଶ୍ୱର।


Rate this content
Log in

Similar oriya story from Inspirational