Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

✿ ଆଜିକାଲି ✿

✿ ଆଜିକାଲି ✿

3 mins
7.1K


✿ ଆଜିକାଲି ✿

{୧}

- ଟିକେ ଦେଖିଲ , ଏତେ ଡେରିଯାଏଁ ପିଣ୍ଟୁ ଟ୍ୟୁସନରୁ ଫେରିନି !
- ଫେରିନି ? ନ'ଟା ବାଜିଲାଣି !
- ହଁ। ଲାଖିଥିବ ସେ ରକି ଘରେ । ଆଜି ଆସୁ । ତାର ଦିନେକୁ ମୋର ଦିନେ ।
- ସବୁବେଳେ ପିଲାଟାକୁ ମାଡଗାଳି କରି , ଏମିତି କରିଦେଲଣି ଯେ , ଆଉ ତୁମକୁ ବି ଖାତିର୍ ନାହିଁ ।
- ବେଶି ଆଉ କୁହନାହିଁ । ଯେଉଁ ତ ବାପ ହେଇଛ । ମୁହଁ ବଢେଇଲେ ଏଇ ଅବସ୍ଥା । ଯେତେବେଳେ ଦେଖ ଟିଭି , କାର୍ଟୁନ , ମୋବାଇଲ , ଗେମ୍ ...! ତୁମେ ହିଁ ବିଗାଡୁଛ ବେଶି ତାକୁ ।
- ଛୋଟପିଲା । ହଉ ଦେଖେଁ , ସାରଙ୍କୁ ଫୋନ୍ କରେଁ । ତୁମେ ଟିକେ ରକିର ମାମାକୁ ପଚାର ।

{୨}

- ମୁହଁ କାଇଁ ଶୁଖିଛିରେ ? ଭୋକ ?
- ନାଇଁ 
- ଆଉ ?
- ସ୍କୁଲରେ 
- କଣ?
- ସାର୍ ସବୁବେଳେ ଖାଲିରେ ମୋତେ ଗାଳି କରୁଛନ୍ତି ।
- କିଛିତ କାରଣ ଥିବ ?
- ନାଇଁ , ସେମାନେ ବଦମାସି କରୁଛନ୍ତି । କିଛିହେଲେ ମୋ ନାଁ ଦେଇ ଖସି ଯାଉଛନ୍ତି । ସାର୍ ବି ତାଙ୍କ କଥାଶୁଣି ବିଶ୍ବାସ କରୁଛନ୍ତି । କହୁଛନ୍ତି ଗାଁରୁ ଆଇଛି , ଦୋଷ ରହିବ ।
- ସତେ ?
- ଥରେ ଯାଇ ତୁମେ କହିଦିଅ ବାପା ।
- ଏଡୁଟେ ହେଲୁଣି ନିଜେ କହିପାରୁନୁ ? ଚଗଲା ହେବା ଛାଡ଼ି ପାଠରେ ମନଦେ ।

{୩}

- ରକି ମାମା ମନାକରୁଛି , ପିଣ୍ଟୁ ନାହିଁ ସେଠି । ସାର୍ କଣ କହିଲେ ?
- ଟ୍ୟୁସନ୍ ଯାଇନି ସେ ?
- ହାଁ । ମୋ' ପୁଅ !
- ତୁମେ ତା' ସାଙ୍ଗ ସବୁଙ୍କୁ ପଚାର । ମୁଁ ଏଠୁଁ ପୋଲିସ ଷ୍ଟେସନ୍ ଯାଉଛି ।
- ଠାକୁରେ , ମୋ' ପୁଅ

{୪}

- ଟିଭିଟା ବନ୍ଦ କରି ଆସି ବସି ଖା' କହୁଛି ।
- ଖାଇବିନି ସେ ବକବାସ୍ ଖାଇବା ।
- ଦେଖିବୁ ଏଇଲେ , ପିଠିରେ ପୋଖରୀ ଖୋଳିଦେବି ?
- ମାରୁନୁ ମାରେଏ । ସବୁବେଳେ ତ ମାରୁଛୁ ।
- ଆ କହୁଛି । ବେଶି ମୁହଁ ଖୋଲୁଛୁ । 
- ନାଇଁ କହିଲି ମାନେ ନାହିଁ ।
- ନ' ଖାଆ । ପେଟ କାନ୍ଦିଲେ ବଳେ ଆସିବୁ । ମୁଁ ଶୋଉଛି । ଖାଇଦେଇ ଟ୍ୟୁସନ୍ ଚାଲିଯିବୁ କହିଦେଉଛି ।
- ହୁଁ । ତୁ ଯା ଶୋ' ।

{୫}

- କେଉଁଠି କିଛି ଖବର ନାହିଁ । ପୋଲିସ୍ ହଜାରେ ପ୍ରଶ୍ନ ପଚାରୁଛି । ନାନା ଲୋକ ନାନା କଥା କହୁଛନ୍ତି । ହ୍ୱାର୍ଟସପ୍ , ଫେସବୁକରେ ଫଟୋ ଦେଇଦେଇଛି । ସମସ୍ତଙ୍କୁ କହିଲିଣି ଖୋଜିବାକୁ । ମୁଣ୍ଡକୁ କେତେକଥା ପଶୁଛି । ମାରିଥିଲ କି ତାକୁ ?
- ନାଇଁ । ଖାଉନଥିଲା ବୋଲି ଯାହା ପାଟିକରୁଥିଲି । ମୋ ପୁଅ । ଏତେ ରାତି ଯାଏଁ କେଉଁଠି ଥିବ । କିଛି ଖାଇଲାବି ନାହିଁ । ମୁଁ ଉଠିଲା ବଳେ ନଥିଲା । ସାଇକେଲ ନେଇ ଟ୍ୟୁସନ୍ ଗଲାବୋଲି ଭାବିଲି । କିଏ ନେଇଗଲା ମୋ ଛୁଆକୁ ?

{୬}

- ରାଜଗାଙ୍ଗପୁର ପୋଲିସ କହୁଛି ।
- ସାରେ
- ଖବର ମିଳିଛି ଛୋଟ ପିଲାଟେ ସେ ଅଟେଇ ଜଙ୍ଗଲ , ଠାକୁରାଣୀ ଶାଳ ପାଖେ କାଲି ରାତିରେ ବୁଲୁଥିଲା । ଆପଣଙ୍କ ପିଲା ହେଇଥବ । ଆସନ୍ତୁ ଚିହ୍ନଟ କରିବାକୁ ଯିବାକୁ ହେବ ।
- ସାଙ୍ଗେ ସାଙ୍ଗେ ଆସୁଛି ସାର୍

( ମୁଁ ସବୁବେଳ ପରି ବହୁତ୍ ଗପୁନି ।

ଆଜି ସକାଳୁ , ଅସହଜ ଅବସ୍ଥାରେ ଉଦ୍ଧାର ହୋଇଥିବା ମୋ ବନ୍ଧୁଙ୍କ ମାତ୍ର ଏଗାର ବର୍ଷ ପୁଅର ସତ ଘଟଣା ଇୟେ । 
ବଡକଥା ହେଲା , ତା' ଟ୍ୟୁସନ୍ ବ୍ୟାଗରୁ ବହିଖାତା ବଦଳରେ ମିଳିଥିଲା , ଗୋଟେ ରଶି , ହାତୁଡ଼ି , କଟୁରୀ , ଦୁଇହଳ କପଡା , ଦୁଇଶହ ଟଙ୍କା , ଗୋଟେ ସାଧା କାଗଜ ।

ଏଯାଏଁ ଅସ୍ପଷ୍ଟ ସବୁକିଛି ।

ଏବେ ସଂଧ୍ୟା ହେଲାଣି , 
ଭାବୁଛି ମା-ବାପା ବନିଯିବା , ଆଉ ମା-ବାପାଟିଏ ହୋଇପାରିବା ଭିତରେ ଫରକ୍ ନାହିଁ କି ??

ଭଲକି ଭାବନ୍ତୁ । ଉତ୍ତର ଖୋଜନ୍ତୁ ।

ମୁଁ ସତରେ ଅସହାୟ ହୋଇପଡିଛି । )

✿✿✿


Rate this content
Log in