Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Kulangar

Comedy Fantasy Drama

4  

Dr Kulangar

Comedy Fantasy Drama

ସ୍ୱାଧୀନତାର ସାତଟା ସାଇଡ୍ ଇଫେକ୍ଟ୍

ସ୍ୱାଧୀନତାର ସାତଟା ସାଇଡ୍ ଇଫେକ୍ଟ୍

3 mins
14.5K


ପାରିବାରିକ ସ୍ୱାଧୀନତା

ଡାଡି କହିଲେ- ମୁ୍ଁ ଚାଲିଲି, ଆଜି ସ୍ୱାଧୀନତା ଦିବସ; ସାଙ୍ଗମାନେ ମିଶିକି ପାର୍ଟି ଆୟୋଜନ କରିଚୁ, ସ୍ୱାଧିନରେ ଟିକେ ମଉଜ ମସ୍ତି କରିବୁ! ଫେରିଲା ବେଳକୁ ଡେରି ରାତି ହେବ!!

ମମି କହିଲେ ମୁ୍ଁ ବି ଚାଲିଲି ଆମ ମହିଳା କ୍ଲବକୁ । ଦିନରେ ସଭା, ପତାକା ଉତ୍ତୋଳନ, ସନ୍ଧ୍ୟାରେ ଫଙ୍କ୍ସନ!

ଝିଅ ସାଙ୍ଗମାନଙ୍କ ସହ ପ୍ୟାରେଡ ଓ ସିନେମା ଯାଉଛି କହି ବୟଫ୍ରେଣ୍ଡର ରୁମ୍ କୁ ପଳେଇଲ‍ା।

ପୁଅ ବାଇକ୍ ଧରି ସାଙ୍ଗମାନଙ୍କ ସହ ଭୋଜି କରିବାକୁ ବାହାରିଗଲା ।

ଘରେ ବଳକା ବୁଢାବୁଢି ଦୁଇଜଣ ବହୁଦିନ ପରେ ସ୍ୱାଧୀନତାର ସ୍ୱାଦ ଚାଖିଲେ ।

ହଷ୍ଟେଲରେ ସ୍ବାଧୀନତା ଦିବସ

ପ୍ରେମିକା କହିଲା- ଅାମ ଲେଡିଜ୍ ହଷ୍ଟେଲରେ ମିଡ୍ ନାଇଟ୍     ସ୍ୱାଧୀନତା ଦିବସ ପାଳନ ବେଶି ମଜାଦାର୍!

ପ୍ରେମିକ କହିଲା - ନା ମ... ଯାହେଲେ ବି ଆମ ହଷ୍ଟେଲଠୁ କମ୍!!

ଆମର ନାଇଁ ଆମର ବୋଲି ଦିହେଁ ବହୁ ସମୟ ଯୁକ୍ତି କଲା ପରେ ପ୍ରେମିକା କହିଲା- ଠିକ୍ଅଛି ମୋତେ ଟିକେ ଭିଡିଓ କଲ୍ କରି ଦେଖେଇଲେ ମୁ୍ଁ ମାନିବି !

ପ୍ରେମିକ କହିଲା- ମୁ୍ଁ ଭିଡିଓ କଲ୍ କରିବି ଯଦି ତମେ ତମ ସେଲିବ୍ରେସନକୁ ଫେସବୁକ୍ ଲାଇଭ୍ କରିବ!

ପ୍ରେମିକା ଜିଭ କାମୁଡ଼ି କହିଲା- ଥାଉ!!

କ୍ୟାସଲେସ୍ ସ୍ୱାଧୀନତା

ସ୍ୱାଧୀନତା ଦିବସ ପାଖେଇ ଆସନ୍ତେ ବିଦ୍ୟାଳୟରେ ପାଠପଢା ଛାଡି ଶିକ୍ଷକ ଶିକ୍ଷୟିତ୍ରୀଗଣ ଆଲୋଚନାରେ ମାତିଲେ । ଆଲୋଚନାର ପ୍ରସଙ୍ଗ- ଏଥର କଣ ଖାଇବାକୁ କରିବା?

ଜଣେ ଦିଦି କହିଲେ- ହେଡସାର୍ ଏଥର ଆଉ ସ୍କୁଲ୍ ଅଣ୍ଡାରେ କାମ ଚଳେଇ ନଦେଇ ପିଲାଙ୍କୁ ଚକୋଲେଟ୍ ବାଣ୍ଟି ସାରିବା ପରେ ବଳକା ପଇସାରେ ଗୋଟେ ମଟନ ଭୋଜି ଦିଅନ୍ତୁ !

ବୟସ୍କ ଶିକ୍ଷକ ଜଣେ କହିଲେ- ମୋର ହାର୍ଟ ପ୍ରୋବ୍ଲେମ । ରେଡମିଟ୍ ମନା!

ଅନ୍ୟ ଜଣେ ଦିଦି କହିଲେ- ନାଇଁମ ଏଥର ମଙ୍ଗଳବାରେ ପଡୁଛି ତେଣୁ ସାଦା ହେଉ !

ଏତେ ମତ ଦେଖି କମ୍ ଦରମାପ୍ରାପ୍ତ ଶିକ୍ଷା ସହାୟକ କହିଲେ- ଏବେ ତ କ୍ୟାସଲେସ୍ ଯୁଗ ତେଣୁ ହଇରାଣ କାହିଁକି ହେବେ ସମସ୍ତଙ୍କ ଖାତାକୁ ଟଙ୍କା ପଠେଇ ଦିଅନ୍ତୁ!

ନେତାଙ୍କ ଭାଷଣ

ନେତା ମହୋଦୟ ପ୍ରଥମ କରି ମନ୍ତ୍ରୀ ହୋଇଛନ୍ତି । ପତାକା ଉତ୍ତୋଳନ କରି ପ୍ୟାରେଡରେ ଉଦବୋଧନ ଦେବେ ଭାବି କୁତୁକୁତୁ ହେଲେ । କିନ୍ତୁ ଭାଷଣ ଘୋଷିବା କଥା ଶୁଣି ବ୍ୟସ୍ତ ହୋଇ ପଡିଲେ!

ପିଏ କହିଲା- ଆଜ୍ଞା, କାଗଜ ଭାଷଣ ତ ପ୍ରସ୍ତୁତ ଥିବ କିନ୍ତୁ ଏବେ ଯେହେତୁ ବର୍ଷା ଋତୁ । ମେଘପବନ ଆସିଲେ ସିଏ ତ ନଷ୍ଟ ହୋଇଯିବ!

ନେତା କହିଲେ- ତାହେଲେ ଆଗୁଆ ରେକର୍ଡିଂ କରିଦେବା । ରେକର୍ଡ ବାଜୁଥିବ, ମୁଁ ଖାଲି ପାଟି ପାକୁପାକୁ କରିବି!!

ପିଏ କହିଲେ- ଅାଜ୍ଞା, ବର୍ଷାରେ ବିଜୁଳି ଯିବ ଆସିବ । ଆପଣ ପାଟି ପାକୁପାକୁ କରୁଥିବେ...ରହୁଥିବେ...! ଏକଥା ଧରାପଡିଲେ ମିଡିଆ ଘାଣ୍ଟିଦେବେ!!

ନେତା କହିଲେ- ହଉ ମେଘ ଅାସିବା ମାତ୍ରେ ମୁଁ କହିବି କି ଏତିକି କହି ମୁଁ ଶେଷ ନିଃଶ୍ୱାସ ତ୍ୟାଗ କରୁଚି!!

ଗାନ୍ଧିଙ୍କ ମାଙ୍କଡ

ସ୍ୱାଧୀନତା ଦିବସ ପୂର୍ବଦିନ ବାପା ଘରକୁ ତିନିଟା ମାଙ୍କଡ ମୂର୍ତ୍ତି ଆଣିଲେ ।

କୁନି ଝିଅ ଅଝଟ ହେଲା କି ମୋତେ ସେଇଟା ଦିଅ ମୁଁ ଖେଳିବି!

ବାପା କହିଲେ- ଏଇଟା ତୋର ନୁହଁ ଗାନ୍ଧିଙ୍କ ମାଙ୍କଡ଼!

ତା ପରେ ବାପା ତାକୁ ପ୍ରତିଟି ମାଙ୍କଡ଼ର ମର୍ମ ବୁଝେଇଲେ । ବାପାଙ୍କ କଥାଶୁଣି ଝିଅ କହିଲା- ବୁଝିଗଲି, କାନରେ ହାତ ଦେଇଥିବା ମାଙ୍କଡଟା ମମି, ଆଖିରେ ହାତ ଦେଇଥିବାଟା ତମେ ଆଉ ପାଟିରେ ହାତ ଦେଇଥିବା ମାଙ୍କଡ଼ଟା ଜେଜେ!!!

ବିଚରା ପଶୁମାନେ

ବଜାରରେ ତ୍ରିରଙ୍ଗା ପତାକା ବିକ୍ରୀ ଦେଖି କୁକୁଡା ଛେଳିକୁ ଡାକି କହିଲା- ମାଇଁ ଡିଅର୍, ଚାଲ୍ ଯଥାଶୀଘ୍ର ଫେର‍ାର୍ ହୋଇଯିବା।

ଛେଳି କହିଲା- ଦେଖ୍ , ତୋର ମୋର ଅଲଗା ଜାତି!

କୁକୁଡ଼ା କହିଲା- ଜାତି ଭେଦ କରନା, ଆମେ କଣ ମଣିଷ ହୋଇଛେ?

ଛେଳି ପଚାରିଲା- ତାହେଲେ ଫେରାର ହେବା କାହିଁକି?

କୁକୁଡ଼ା କହିଲା- ମଣିଷଙ୍କ ସ୍ୱାଧୀନତା ଦିବସ ଆସୁଛି, ସେଦିନ ସେମାନେ ଆମର ଜବରଦସ୍ତ ମିଳନ, ତାଙ୍କ ପେଟ ଭିତରେ କରିଦେବେ !

ପ୍ରେମ ଓ ପ୍ରତିଶୋଧ

ପ୍ରେମିକ ଭାରତୀୟ, ପ୍ରେମିକାର ଘର ଲଣ୍ଡନ !

କିଛିବର୍ଷ ଏକାଠି ରହିବା ପରେ ପ୍ରେମିକା ବାହା ହେବାକୁ ଜିଦି   ଧରିଲା ।

ପ୍ରେମିକ ସର୍ତ୍ତ ବାଢିଲା- ଆମ ଗାଁକୁ ଯିବାକୁ ପଡିବ, ସେଠାରେ ବାହାଘର, ତା ପରେ ଗାଁରେ ବର୍ଷଟେ ବୋହୁ ହୋଇ ଚଳିବାକୁ ପଡିବ !

ଇଂରେଜି ପ୍ରେମିକା ରାଜି ହୋଇ ବର୍ଷେ ପରେ ଲଣ୍ଡନ ଫେରି ଏମିତି ସର୍ତ୍ତର କାରଣ ପଚାରିଲା।

ପ୍ରେମିକ କହିଲା- ତୁମ ପୂର୍ବପୁରୁଷଠୁ ପ୍ରତିଶୋଧ ପାଇଁ, ନହେଲେ ଆମ ବଡବଡୁଆ ରାଗିବେ!!

-ଡ.କୁଳାଙ୍ଗାର 

୯୩୩୮୫୮୧୩୦୯

dr.kulangar@gmail.com


Rate this content
Log in

Similar oriya story from Comedy