Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଆକବର ବିରବଲ - ୫୨

ଆକବର ବିରବଲ - ୫୨

3 mins
7.7K


ଶ୍ରେଷ୍ଠ ଜଳ - ୨

ଏକଦା ସମ୍ରାଟ୍ ଆକବର ସିଂହାସନରେ ବସିଥା’ନ୍ତି । ଦରବାରରେ ରାଜକାର୍ଯ୍ୟ ଆରମ୍ଭ ହୋଇଛି । ପାରିଷଦମାନେ ନିଜ ନିଜର ଆସନରେ ନୀରବତା ରକ୍ଷା ପୂର୍ବକ ବସିଥା’ନ୍ତି । ସମସ୍ତଙ୍କର ଦୃଷ୍ଟି ରହିଥାଏ ସମ୍ରାଟ୍ ଆକବରଙ୍କ ଉପରେ । ବର୍ତ୍ତମାନ ମହାମାନ୍ୟ ସମ୍ରାଟ୍ ଆକବର କେଉଁ କାର୍ଯ୍ୟ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିବେ । କିନ୍ତୁ ବିରବଲ ସମସ୍ତ ଦରବାର ମଧ୍ୟରେ କେଉଁ ସ୍ଥାନରେ ସେ ନିଜର ଆସନ ଅଳଙ୍କୃତ କରିଥିଲେ, ତାହା କାହାରି ଦୃଷ୍ଟି ଗୋଚରରେ ନଥାଏ । ହଠାତ୍ ମହାମାନ୍ୟ ସମ୍ରାଟ୍ ଆକବର ଦରବାରରେ ଉପସ୍ଥିତ ଥିବା ସଭ୍ୟ ଓ ପଣ୍ଡିତମାନଙ୍କର ଉଦ୍ଧେଶ୍ୟରେ ଏକ ପ୍ରଶ୍ନ କରିଥିଲେ ଯେ – ଆଜି ମୋ ଦରବାରରେ ବହୁ ମାନ୍ୟଗଣ୍ୟ ତଥା ପଣ୍ଡିତ ଓ ପଣ୍ଡିତ ସମାନ ବିଜ୍ଞ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କେହି କହିପାରିବେ କି? ମୋ ରାଜ୍ୟରେ ଏପରି କେଉଁ ନଦୀ ଅଛି ଯାହାର ଜଳ ସବୁ ନଦୀର ଜଳଠାରୁ ଶ୍ରେଷ୍ଠ ବୋଲାଉଛି ।

ସମସ୍ତେ ଏବେ ଚକିତ ଦୃଷ୍ଟିରେ ଅନ୍ୟ ଅନ୍ୟର ମୁଖକୁ ବାରମ୍ବାର ଦୃଷ୍ଟି ପକାଇଲେ । ସମସ୍ତଙ୍କ ମନରେ ସେହି ଗୋଟିଏ ଭାବନା ଥିଲା ଯେ ସମ୍ରାଟଙ୍କ ଏହି ପ୍ରଶ୍ନର ଯଥାର୍ଥ ଉତ୍ତର ଦେବା କାହାଙ୍କ ଦ୍ୱାରା ସମ୍ଭବ ହେବ । କାରଣ ଏହି ପ୍ରଶ୍ନ ଥିଲା ସମଗ୍ର ପାରିଷଦଗଣଙ୍କ ନିମନ୍ତେ କଠିନ ପ୍ରଶ୍ନ । କିଏ ଦେଇପାରେ ଏହାର ନିର୍ଭୁଲ୍ ଓ ଯଥାର୍ଥ ଉତ୍ତର ।

ଏଥୁଅନ୍ତେ ଦରବାରରେ ଉପସ୍ଥିତ ଥିବା ସଦସ୍ୟ ବୃନ୍ଦଙ୍କ ମଧ୍ୟରୁ ଜଣକପରେ ଜଣେ ଉଠି ନିଜ ନିଜର ମତବ୍ୟକ୍ତ କଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ବିରବଲ ନୀରବତା ଅବଲମ୍ବନ କରିଥା’ନ୍ତି । ଏହା ଜାଣିବାରେ ଯାହାଙ୍କ ଉପରେ ଶେଷଯାଏଁ ସମ୍ରାଟଙ୍କର ଦୃଷ୍ଟିଥିଲା ସମ୍ରାଟ୍ ତାହାଙ୍କୁ ଚାହିଁ ପ୍ରଶ୍ନ କଲେ – ବିରବଲ! ତମେ କ’ଣ ଏହି ପ୍ରଶ୍ନ ଉପରେ କୌଣସି ମତାମତ ପ୍ରଦାନ କରିବ ନାହିଁ । କାରଣ ସମସ୍ତେ ନିଜ ନିଜର ଉତ୍ତର ଏଠାରେ ପ୍ରଦାନ କଲେ । ହେଲେ ମୁଁ ଯେ ତୁମଠାରୁ ଏହାର କିଛି ଉତ୍ତର ଆଶା କରିଥିଲି । ଆପଣ ତ ପୁଣି କହିବେ କେଉଁ ନଦୀର ଜଳ ଶ୍ରେଷ୍ଠ? କାରଣ ସମସ୍ତେ ସେହି ଗୋଟିଏ ଉତ୍ତର ଦେଇଛନ୍ତି ଯେ, ଗଙ୍ଗାର ଜଳ ଶ୍ରେଷ୍ଠ ।

ସମ୍ରାଟଙ୍କ ମୁଖରୁ ଏପରି ବାକ୍ୟ ଶ୍ରବଣ କରନ୍ତେ ବିରବଲ ନିଜର ଆସନ ପରିତ୍ୟାଗ କରି ହସ୍ତ ଯୋଡି ଠିଆ ହୋଇ କହିଲେ – ହେ ସମ୍ରାଟ୍! ମୋ ବିଚାରରେ ସମସ୍ତ ଧର୍ମ ଶାସ୍ତ୍ରରେ ଗଙ୍ଗାର ଜଳ ପବିତ୍ର ତଥା ଶ୍ରେଷ୍ଠ ବୋଲି କୁହାଯାଇଛି । ଏହା କ’ଣ ଆପଣ ଅବଗତ ହୋଇ ନାହାଁନ୍ତି । କିନ୍ତୁ ମୋ ମତରେ ସେହି ଗଙ୍ଗାଜଳ ସମସ୍ତ ନଦୀର ଜଳଠାରୁ ଭିନ୍ନ । କାରଣ ଗଙ୍ଗାର ଜଳ ପବିତ୍ର । ତେଣୁ ମୋର ଯୁକ୍ତି ଏହା ଯେ ଯେଉଁ ନଦୀକୁ ସମସ୍ତ ଧର୍ମ ଶାସ୍ତ୍ର ପୂର୍ବରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିଛନ୍ତି, ମୋ ମତରେ ଗଙ୍ଗାଜଳକୁ ଶ୍ରେଷ୍ଠ ନ କହି ଅମୃତ ଭାବରେ ପରିଗଣିତ କରାଯାଉ । ଗଙ୍ଗାନଦୀକୁ ଏଠାରେ ବିଚାରକୁ ନ ନେଇ କେବଳ ଆମର ଏହି ରାଜ୍ୟ ମଧ୍ୟରେ ଥିବା ସମସ୍ତ ନଦୀମାନଙ୍କ ମଧ୍ୟରୁ ଗୋଟିଏ ନଦୀକୁ ଶ୍ରେଷ୍ଠତାର ସମ୍ମାନ ଦିଆଯାଉ । ଆଉ ଶ୍ରେଷ୍ଠ ନଦୀ ମଧ୍ୟରେ ଯମୁନା ନଦୀର ଜଳକୁ ଶ୍ରେଷ୍ଠ ଜଳ ଭାବରେ ବିବେଚନା କରାଯାଉ । କାରଣ ଯମୁନା ନଦୀ ଆମ ରାଜ୍ୟଦେଇ ପ୍ରବାହିତ ହେଉଛି । ଯମୁନା ନଦୀ ଦ୍ୱାରା ଆମ ରାଜ୍ୟର ଶସ୍ୟକ୍ଷେତ୍ର ସଦା ସର୍ବଦା ଆମକୁ କୃଷି ସାମଗ୍ରୀ ପ୍ରଦାନ କରୁଥିବା ବେଳେ କ୍ଷେତ ଭୂମିକୁ ସବୁକାଳେ ଶସ୍ୟଶ୍ୟାମଳା କରୁଅଛି ।

ବିରବଲଙ୍କ ମୁଖରୁ ଉତ୍ତର ଶେଷ ହେବା ମାତ୍ରେ ସମ୍ରାଟ୍ ଆକବରଙ୍କ ମୁଖରେ ହସ ଫୁଟି ଉଠିଲା । ସେ ବିରବଲଙ୍କୁ ନିଜର ସିଂହାସନ ନିକଟକୁ ଡକାଇ ଦେଇ କହିଲେ – ମୋର ଦରବାରରେ ତୁମେ ଧନ୍ୟ ବ୍ୟକ୍ତିତ୍ୱ ଭାବରେ ପରିଗଣିତ ହୋଇଛ । ତୁମ୍ଭର ଏହି ଉପସ୍ଥିତ ବୁଦ୍ଧି ଲାଗି ମୁଁ ତୁମକୁ ବହୁ ମୂଲ୍ୟବାନ୍ ପୁରସ୍କାର ଦେବାକୁ ସ୍ଥିର କରି ନିଜ ପାଖକୁ ଡାକି ଅଛି ।

ସମ୍ରାଟଙ୍କଠାରୁ ଏକଥା ଶୁଣିବା ମାତ୍ରେ ବିରବଲ କହିଲେ – ଏହି କଥାପଦରେ ମୁଁ ଆଜି ଧନ୍ୟ ହୋଇଗଲି ସମ୍ରାଟ୍ ମହୋଦୟ । ଏହାଠାରୁ ପୁଣି ମୋତେ ଆପଣ କି ପୁରସ୍କାର ପ୍ରଦାନ କରିବେ? ଆପଣଙ୍କର ପ୍ରଶଂସା ରୂପକ ଆଶୀର୍ବାଦ ହିଁ ମୋର ପ୍ରାପ୍ୟ ବୋଲି ସ୍ୱୀକାର କରୁଛି ।

ବିରବଲଙ୍କ ମୁଖରୁ ଏପରି କଥା ଶୁଣି ମହାମାନ୍ୟ ସମ୍ରାଟ୍ ଆକବର ନିଜ ବେକରୁ ରତ୍ନମାଳାଟିକୁ ଓହ୍ଲାଇ ଆଣି ସେହି ମାଳାଟିକୁ ବିରବଲଙ୍କ ଗଳାରେ ଲମ୍ବାଇ ଦିଅନ୍ତେ ସେତେବେଳେ ଦରବାରଟି କର ତାଳିରେ ପୂରି ଉଠିଲା ।


Rate this content
Log in

Similar oriya story from Children