Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Inspirational

2  

Amiya Bej

Inspirational

ସତ : ୮

ସତ : ୮

5 mins
7.2K


ଆଜି ବିଜୟା ଦଶମୀ । ଅସତ଼ ଉପରେ ସତ୍ୟର ବିଜୟ । ସେଇ ଉପଲକ୍ଷେ ସଂଜରେ ହେବ ମନମୋହନ ପଡିଆରେ ରାବଣପୋଡ଼ି । ବିଶାଳ ରାବଣଟେ' ତିଆରି ହୋଇଛି । ଦଶଟା ମୁଣ୍ଡ ଗୁନ୍ଥା ଯାଇଛି । ସଅଳ ଜଳିବାକୁ , ଦେହସାରା ଖଞ୍ଜା ଯାଇଛି ନାନା କିସମର ବମ୍ (ବାଣ) !

ଏବେଠାରୁ ପଡିଆରେ ଭିଡ଼ । ମେଳା ବୁଲି , ସଂଜକୁ ପୋଡିଦେଖି ଫେରିବେ ସବୁ । ରାବଣର ଅନ୍ତ ପାଇଁ ସତରେ କେଡେ ଉତ୍ସାହ ! ବର୍ଷ ତମାମ୍ ପାପ କରିକାରି ଏଇ ଦଶହରାରେ ପୋଡାହୁଏ ରାବଣ । ପୁଣି ଅପେକ୍ଷା ଆର ବର୍ଷକୁ । ଯେପରି ଗୋଟେ ରାବଣର ଜମା ଅନ୍ତ ନଥାଏ !

ତେବେ କଥାହେଲା , ଏଇ ତଥାକଥିତ ରାବଣକୁ ବଧ କରିବ କିଏ ?

ନିଶ୍ଚୟ ରାମଚନ୍ଦ୍ର । ଅତଏବ ; ଏ ଦୁନିଆରେ ରାବଣ ସହ ରାମ ମାନେ ବି ମହଜୁଦ୍ ଥାନ୍ତି । 

ତେବେ ଯାଇ ପରା ଏଠି ପ୍ରତ୍ୟହ ରାମାୟଣର ପୁନରାବୃତ୍ତି ଘଟୁଥାଏ !!!!

ପୂର୍ବଥର ପରି ଏଥର ବି ପପୁନା ହେବ ରାମଚନ୍ଦ୍ର । ଝିଲ୍ଲୀ ସୀତାମାତା । ସିପୁ , ଦୀପୁ , ମଦନା , ମକରା , ଦେହରେ ରଙ୍ଗ ବୋଳି ସାଜିବେ ହନୁମାନ । ସମସ୍ତିଙ୍କୁ ସାରା ବଜାରରେ ପ୍ରସେସନ୍ କରି ନିଆହେବ । 

ନିଜ ସାଇଜ୍ ଯୋଗୁଁ , ଗିରିଶକୁ ହେବାକୁ ପଡିବ ରାବଣ । 

ସବୁଛୁଆ ଏଥିନେଇ ଖୁସି । ଗିରିଶ୍ ବି ।

ଖାଲି , ପପୁନା ମା'ର ଛାତି ଗର୍ବରେ ଉଠପଡ୍ ହେଉଥିଲା ବେଳେ , 

ଗିରିଶର ମା' , ସଭିଙ୍କୁ ଲୁଚାଇ ଲୁହ ନିଗାଡେ ଗୁମୁରି ଗୁମୁରି ...!!!

@ଅମିୟ


Rate this content
Log in

Similar oriya story from Inspirational