କଳ୍ପନା
କଳ୍ପନା
ବେଳେ ବେଳେ ମନର ଅସୀମ ଝଡ ଉଠେ, ଖାସ୍ କରି ଯେବେ ମୋ କାନରେ ବର୍ଷା ର ଠପ୍ ଠପ୍ ସ୍ବର ପ୍ରେମ ର ରାଗିଣୀ ସାଜି ମନର ମରୁଭୂମି ରେ ଜୁଆର ସୃଷ୍ଟି କରେ। ତମେ ନଥାଅ ମୋ ପାଖେ, ଏ ସବୁ ଭାବନାକୁ ଥଇଥାନ୍ କରିବାକୁ। ଏକାକିନୀ ବସି ବର୍ଷା ର ସେଇ ଝଙ୍କାର କୁ ମନ ଦେଇ ଶୁଣେ। ନିରୋଳା, ନିଃସଙ୍ଗ ଜୀବନରେ ଆଉ କଣ ବା ମୁଁ ଅଧିକା କରିପାରିବି? ତମ ପାଖେ ଭି ତ ଆଉ ସମୟ ନାହିଁ ଏ ସବୁ କାଳ୍ପନିକ ପ୍ରେମ ରଙ୍ଗ ପାଇଁ। ମୁଁ କଣ ଏକା ଭିଆଇବି କଳ୍ପନାର ଚକ୍ର? ହଠାତ୍ ମନ ଯାଇ ପହଞ୍ଚେ ସମୂଦ୍ର କୂଳେ, ସୁଲୁ ସୁଲୁ ପବନ, ପୂର୍ଣ୍ଣିମା ର ଜନ୍ହ, ଉଛ୍ଛନ୍ନ ଢେଉ, କିନ୍ତୁ ସେଠି ଭି ତମେ ନ ଥାଅ । ଆଉ ମୋ କଳ୍ପନାରେ ପୂର୍ଣଛ୍ଛେଦ ପଡିଯାଏ।
ଏମିତି ଦିନେ ମାର୍ଗଶୀର ର ବାଘୁଆ ଶିତରେ ମନ ମୋର ଯାଇ ପହଞ୍ଚିଲା ବନସ୍ତ ରେ, ଖୁବ୍ ଘଞ୍ଚ ବନସ୍ତ, କୁହୁଡିରେ ସ୍ପଷ୍ଟ କିଛି ଦେଖି ହେଉନଥାଏ। ପାଖରେ ଛୋଟ କୁୁଟୀର ରେ ଲଣ୍ଠନ ଟେ ଜଳୁଥିଲା, ମୁଁ ହାତ ଧରି ଟାଣିନେଲି ତମକୁ। କୁଟୀର ଭିତରଟା ଅନ୍ଧାର୍, ମୁହଁକୁ ମୁଁହ ଦିଶୁନଥିଲା। ତମ ହାତକୁ ଜୋର୍ ରେ ଚାପି ଧରିଥାଏ, ତମେ ଥିଲେ ମୋର ବା ଡର କାହାକୁ.... ଧିରେ ଧିରେ ତମେ ମୋ ପାଖକୁ ଭିଡିଆସିଲ, ତମ ଦେହର ଉଷ୍ମତା ମୋ ଦେହକୁ ବ୍ୟାପିଗଲା। ସହଯେ ମୁଁ ବୀରହ ଯନ୍ତ୍ରଣାରେ ଜର୍ଜରିତ ଏକ ନାରୀ। ତମକୁ ଏମିତି ମୋ ପାଖରେ ପାଇବାକୁ କେତେ ସ୍ବପ୍ନ ନ ଦେଖିଛି! ଏପରି ମୂହୂର୍ତ କୁ ବ୍ୟୟ ନ କରି ମୁଁ ତମକୁ ବାହୁବନ୍ଧନରେ ବାନ୍ଧି ପକାଇଲି। ଯେତେ ଉଦ୍ବେଗ ବଢୁଥିଲା, ଆମ ଦୁଇଜଣଙ୍କ ନିଃଶ୍ବାସ ସେତେ ବଳି ପଡୁଥିଲା । ସତରେ ଅନେକ ଦିନ ପରେ ଏମିତି ତମ ସଙ୍ଗେ ଘନିଷ୍ଠ ହେଲି, ଭଲ ଲାଗିଲା। ରାତିରେ ବିବସ୍ତ୍ର ହୋଇ ସେମିତି ଶୋଇପଡିଲୁ। ପାହାନ୍ତି ସୂର୍ଯ୍ୟ ର କିରଣର ସ୍ପର୍ଷରେ ନିଦ ଭାଙ୍ଗିଲା...... ତମେ ନଥିଲ..... ପୁଣି ଥରେ ତମେ ନ ଥିଲ। ପାଖରେ ମୋ ଦେହକୁ ଲାଗିକି ଯିଏ ଶୋଇଥିଲା ତାର ପରିଚୟ ଜାଣିବା ପୂର୍ବରୁ ମୁଁ ସେ କଳ୍ପନାର ବନସ୍ତ ଛାଡି ଦୌଡି ପଳାଇଲି। ଦୌଡି ଦୌଡି ଅନେକ ବାଟ ଯିବା ପରେ ଭି ସେ କଳ୍ପନାର ଦୃଶ୍ୟ ଭୁଲିପାରୁନଥିଲି। ଶିତ ରାତିରେ କୁହୁଡିର କଳ୍ପନା ନ କରିଥିଲେ ଭଲ ହେଇଥାନ୍ତା, ଅନ୍ତତଃ ତମ ମୁହଁ ତ ଦେଖି ଜାଣିପାରିଥାନ୍ତି ଯେ ମୁଁ କଳ୍ପନା ଭିଆଇବା ସମୟରେ ଅଜଣା ମଣିଷ ଟେ ପଶିଆସିଛି।
ତମେ ମୋତେ ଭୁଲ ବୁଝିବନି।