Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜହ୍ନମାମୁଁ -୩୯

ଜହ୍ନମାମୁଁ -୩୯

3 mins
7.3K


ପରାକ୍ରମୀ ସ୍ତ୍ରୀ - ୨


ଦୁର୍ଜୟ ଏହି ସର୍ତ୍ତ ଶୁଣି ଖୁବ୍ ବ୍ୟସ୍ତ ହୋଇ ପଡି କହିଲେ, “ସେଥିପାଇଁ ମଧ୍ୟ ଦିନଟିଏ ଆବଶ୍ୟକ । ମୋ ଝିଅର ଇଚ୍ଛା କ’ଣ ତାହା ବି ତ ଜାଣିବାକୁ ହେବ ।”

ମାଳିନୀ କହିଲେ “ଠିକ୍ ଅଛି, ଆପଣ କାଲି ମଧ୍ୟରେ ଝିଅର ବିବାହ ବିଷୟରେ ବ୍ୟବସ୍ଥା କରନ୍ତୁ । ତାହା ହୋଇ ନପାରିଲେ ସର୍ତ୍ତ ଅନୁସାରେ କର ଦେଇ ଦିଅନ୍ତୁ ନଚେତ୍ ଯୁଦ୍ଧ ଅନିବାର୍ଯ୍ୟ । କିନ୍ତୁ ମନେରଖନ୍ତୁ ମୋର ସୈନ୍ୟମାନେ ଅତିବେଶି କୁଶଳୀ ଓ ପରାକ୍ରମୀ । ଏପରିକି ଆପଣଙ୍କୁ ହରାଇବା ମୋର ବାମହାତର ଖେଳ । ମୁହୂର୍ତ୍ତକ ମଧ୍ୟରେ ଆପଣଙ୍କ ସୈନ୍ୟମାନଙ୍କୁ ଧ୍ୱଂସ କରିଦିଆଯିବ । ଆପଣଙ୍କ ରାଜ୍ୟ ଆପଣଙ୍କଠାରୁ ଛଡେଇ ନିଆଯିବ । ଆପଣଙ୍କୁ ବନ୍ଦୀ କରାହେବ ଓ କଠୋର ଦଣ୍ଡ ଦିଆଯିବ । ଏବଂ ତା’ପରେ ଆପଣଙ୍କ ଝିଅକୁ ମୁଁ ବଳପୂର୍ବକ ବିବାହ କରିବି ।”

ତାଙ୍କ କଥା ଶୁଣି ରାଜା ଦୁର୍ଜୟଙ୍କ ଶରୀର ଥରି ଉଠିଲା । ରାଜା ଝିଅକୁ ତା’ର ଇଚ୍ଛା ବିଷୟରେ ପଚାରିବାରୁ, ସେ କହିଲା, “ଛି, ସେ ଦେଖିବାକୁ ଝିଅଟିଏ ପରି, ତା’ର ଚାଲିଚଳଣ ସବୁ ଠିକ୍ ଏକ ଝିଅପରି । ତାକୁ ପୁଣି ମୁଁ ବିବାହ କରିବି? କୁହନ୍ତୁ ତ ଆପଣ କାହିଁକି ତାକୁ ଏତେ ଡରୁଛନ୍ତି?”

ଝିଅର କଥା ଶୁଣି ରାଜା ତାଙ୍କ ମନରେ ସାହସ ବାନ୍ଧିଲେ । ସେଦିନ ସେ କଳିଙ୍ଗ ଦୂତଙ୍କୁ ନିମନ୍ତ୍ରଣ କରି ତାଙ୍କ ସହିତ ସେ ସତରଞ୍ଜ ଖେଳିଲେ । କିନ୍ତୁ ପ୍ରତ୍ୟେକ ଥର ସେ ଖାଲି ହାରି ଯାଉଥା’ନ୍ତି । ଖେଳ ଶେଷ ହେବା ପରେ ସେ ଦୁହେଁ ଘୋଡାରେ ବସି ବଗିଚାକୁ ଗଲେ ।

ମାଳିନୀ କହିଲେ “ଅସ୍ତ୍ର ବିଦ୍ୟାରେ ଆପଣଙ୍କ ସହିତ ବାଜି ଲଗାଇବାକୁ ମୁଁ ଚାହେଁ । ଆପଣ ସେଥିପାଇଁ ବ୍ୟବସ୍ଥା କରନ୍ତୁ ।”

ଗୋଟିଏ ତଲବାର ଝୁଲା ହୋଇ ରହିଲା ଏବଂ ତା’ ପୂର୍ବରୁ ଗୋଟିଏ ଫାଶ । ସର୍ତ୍ତ ଥିଲା ଫାଶ ଭିତର ଦେଇ ତୀର ଯିବ ଓ ସେହି ତଲବାରକୁ ଖଣ୍ଡ ଖଣ୍ଡ କରିଦେବ । ଦୁର୍ଜୟ ଏକ ପରେ ଏକ ତିନିଟି ଶର ସନ୍ଧାନ କଲେ । ହେଲେ ତାହା ଫାଶ ଭିତର ଦେଇ ମଧ୍ୟ ଗଲା ନାହିଁ । କିନ୍ତୁ ମାଳିନୀଙ୍କର ପ୍ରଥମ ତୀର ଫାଶ ମଧ୍ୟ ଦେଇ ଗଲା ଓ ସେହି ତଲବାର୍କୁ ଠିକ୍ ମଝିରୁ ଦୁଇଖଣ୍ଡ କରି କାଟିଦେଲା ।

ଏପରି ତୀର ଚଳାଇବା ସେ ରାଜା ତ ଆଗରୁ କେବେବି ଦେଖି ନଥିଲେ । ତେଣୁ ସେ ଭାବିଲେ ଦୂତଙ୍କର ସର୍ତ୍ତ ମାନି ନ ନେଲେ ପରାଜୟ ସୁନିଶ୍ଚିତ । ଠିକ୍ ସଂଧ୍ୟାବେଳକୁ ମାଳିନୀ ତାଙ୍କ ଶିବିରକୁ ଫେରିଗଲେ । ସେ ଯିବା ପରେ ରାଜା ଦୁର୍ଜୟ ନିଜ ଝିଅକୁ ଡାକି କହିଲେ, “ଝିଅ ତୋର ସେ ଦୂତ ସହିତ ବିବାହ ହେବା ନିଶ୍ଚିତ । ସେ ଝିଅପିଲା ପରି କୋମଳ ସିନା, କିନ୍ତୁ ସେ ବଡ ପରାକ୍ରମୀ । ସତରଞ୍ଜ ଖେଳରେ ମୁଁ ତା’ର ବୁଦ୍ଧି ଓ ଚତୁରତା ଦେଖିଲି, ପୁଣି ଉଦ୍ୟାନରେ ମୁଁ ତା’ର ଯୁଦ୍ଧ ନୈପୁଣ୍ୟ ବି ଦେଖିଲି । ଏପରି ବର ତ ଭାଗ୍ୟରେ ଥିଲେହିଁ ମିଳେ । ରାଜା ଝିଅର ସଖୀମାନଙ୍କୁ ଆଜ୍ଞାଦେଲେ ଝିଅକୁ ଯେପରି ଆସନ୍ତା କାଲି କନ୍ୟା ରୂପରେ ସଜାଇ ଦିଆଯାଏ ।”

ପରଦିନ ମାଳିନୀ ରାଜାଙ୍କୁ ପଚାରିଲେ, “ମହାରାଜ, ମୋ ସହିତ ଆପଣଙ୍କ ଝିଅର ବିବାହ ଦେବେ ନା ନାହିଁ?”

ରାଜା କହିଲେ, “ସେଥିପାଇଁ ମୁଁ ପ୍ରସ୍ତୁତ ହେଉଛି ।” ମାଳିନୀ ଅଳ୍ପ ହସି କହିଲେ, “ମହାରାଜ, ଆପଣଙ୍କ ସହ ଗଦାଯୁଦ୍ଧ କରିବାକୁ ମୋର ପ୍ରବଳ ଇଚ୍ଛା ହେଉଛି ।” ଏତିକି କହି ସେ ନିଜର ଗଦାକୁ ଶୁନ୍ୟକୁ ଫିଙ୍ଗି ଧରିନେଲେ ।

ରାଜା କହିଲେ, “ହେ ପରାକ୍ରମୀ, ତୁମ ସହିତ ଯୁଦ୍ଧ କରିବା ପରି ମୋ ରାଜ୍ୟରେ ଆଉ କେହିବି ନାହିଁ । ମୋ କଥା ପଚାରୁଛ ମୁଁ ତ ଜଣେ ବୃଦ୍ଧ ବ୍ୟକ୍ତି ମାତ୍ର ।”

ମାଳିନୀ କହିଲେ “କ’ଣ ଆପଣଙ୍କ ରାଜ୍ୟରେ ଏମିତି କେହି ବି ଯୁବକ ନାହିଁ, ଯିଏ କି ମୋ ସହିତ ଯୁଦ୍ଧ କରିପାରିବ? ଏମିତିକି ଯଦି କୌଣସି ପରାକ୍ରମୀ ବନ୍ଦୀ ହୋଇଥାଏ, ତା’ ସହିତ ମଧ୍ୟ ମୁଁ ଲଢିବାକୁ ଯମାରୁ କୁଣ୍ଠାବୋଧ କରିବି ନାହିଁ ।”

ସେହି ସମୟରେ ଦୁର୍ଜୟଙ୍କର ହଠାତ୍ ବିଜୟଙ୍କ କଥା ମନେ ପଡିଲା । ସୁତରାଂ ସେ ତତ୍କ୍ଷଣାତ୍ ଅଙ୍ଗରକ୍ଷୀକୁ ତାଙ୍କୁ କାରାଗାରରୁ ସେଠାକୁ ଆଣିବାକୁ ଆଦେଶ ଦେଲେ । ବିଜୟଙ୍କୁ ସେଠାକୁ ଅଣାଗଲା । ତାଙ୍କୁ ଦେଖିବା ମାତ୍ରେ ମାଳିନୀ ପୁରୁଷ ବେଶ ଛାଡିଦେଇ, ତାଙ୍କ ନିକଟରେ ବସିଗଲେ । ଦୁର୍ଜୟ ଆଶ୍ଚର୍ଯ୍ୟ ହୋଇ ସବୁ ଦେଖୁଥା’ନ୍ତି ।

ବିଜୟ ଅତି ସ୍ନେହରେ ମାଳିନୀଙ୍କୁ ଧରି ରାଜାଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଲେ । ବିଜୟ କିଛି କହିବା ପୂର୍ବରୁ ରାଜା ସବୁକିଛି ବୁଝିଗଲେ ।

ବିଜୟ କହିଲେ, “ମହାରାଜ, ଇଏ ହେଉଛନ୍ତି ମୋର ଧର୍ମପତ୍ନୀ ମାଳିନୀ । ଏବେ ହୁଏତ ଆପଣ ଏକଥା ଜାଣି ସାରିବେଣି ଯେ ମୁଁ ମୋ ସ୍ତ୍ରୀ ବିଷୟରେ ଯାହାକିଛି ବି କହୁଥିଲି, ତାହା ମୋଟେ ଅତିଶୟୋକ୍ତି ନୁହେଁ ।”

ରାଜା ମାଳିନୀଙ୍କର ବୁଦ୍ଧି, ଚତୁରତା, ଯୁଦ୍ଧକୌଶଳ ଓ ପରାକ୍ରମର ଭୂରିଭୂରି ପ୍ରଶଂସା କଲେ । ତା’ପରେ ସେମାନଙ୍କୁ କିଛି ଦିନ ପାଇଁ ସେ ତାଙ୍କ ନିଜ ରାଜ୍ୟରେ ଅତିଥି କରି ରଖିଲେ । ତା’ପରେ ରାଜା ଦୁର୍ଜୟ ଆଦର ଓ ସ୍ନେହ ସହିତ ବହୁତ ଉପହାର ଦେଇ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଦେଲେ ।


Rate this content
Log in

Similar oriya story from Classics