Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Kumar Bindhani

Others

5.0  

Basanta Kumar Bindhani

Others

ଅପେକ୍ଷାରେ ଏକା ଏକା

ଅପେକ୍ଷାରେ ଏକା ଏକା

3 mins
590


୫ ନଭେମ୍ବର ୨୦୧୮, ରାତ୍ରି ୧୧.୧୫:

ଅଜଣା ସହର ଅଚିହ୍ନା ଲୋକ । ଚାରିଦିନର ଖୋଜା ଖୋଜି ପରେ ଏକ ବଖରା ଘର ଟିଏ ପାଇଲି । ଘର ମାଲିକ ସୁପ୍ରୀମ କୋର୍ଟରେ ଓକିଲ ରୂପେ କାର୍ଯ୍ୟରତ । ଯେତେବେଳେ ପ୍ରଥମ ଥର କବାଟ ଖୋଲି ପ୍ରକୋଷ୍ଠ ମଧ୍ୟ୍ୟକୁ ଗଲି ବହୁତ ଅପରିଷ୍କାର ଥିଲା । ଘର ସାରା ବୁଢ଼ିଆଣୀ ବସା ଓ ଧୂଳି ରେ ପରିପୂର୍ଣ । ଏକ ମାସ ପୂର୍ବରୁ କୌଣସି ଏକ ଭଡାଟିଆ ରହୁଥିଲା ଯେ ସେ ଯିବା ପରେ ସେ ଗୃହ ମଧ୍ୟକୁ କାହାର ପାଦ ପଡ଼ିନାହିଁ । କିଛି ସମୟ ମଧ୍ୟରେ ଘର ସଫା କାର୍ଯ୍ୟକ୍ରମ ଓକିଲ ବାବୁଙ୍କ ପରିଚାରିକା ଦ୍ୱାରା ସମ୍ପାଦିତ ହେବା ପରେ ମୁଁ ମୋର ଅସାବପତ୍ର ସଜାଡ଼ିବାକୁ ଲାଗିପଡ଼ିଲି । ପ୍ରକୋଷ୍ଠ ମଧ୍ୟରେ ଥିଲା ଗୋଟିଏ ଲେଖାଏଁ ଟେବୁଲ, ଚେୟାର, ଆଲମାରୀ, ଗୋଟିଏ କାନ୍ଦି କାନ୍ଦି ବୁଲୁଥିବା ପଙ୍ଖା ଓ ଅସୀମିତ ୱାଇ-ଫାଇ ସେବା । ଏବଂ ସବୁଠାରୁ ମୁଖ୍ୟ ଜିନିଷ ଥିଲା ସମ୍ପୂର୍ଣ ନୀରବତା ।

୧୧ ନଭେମ୍ବର ୨୦୧୮, ରାତ୍ରି ୧୨.୨୫:

ହଁ ନୀରବତା ଏବଂ ଏକାନ୍ତ, ଯାହାକି ମୋତେ ଏହି କିଛିଦିନ ମଧ୍ୟରେ ଶ୍ୱାସଋଦ୍ଧ କରିଚାଲିଥିଲା, ଭିତରୁ କ୍ରମଶଃ ମାରିଚାଲିଥିଲା । ବାସ୍ତବିକ, ଗ୍ରୀକ ଦର୍ଶନଶାସ୍ତ୍ରଜ୍ଞ ଅ।ରିଷ୍ଟଟଲ ଠିକ କହିଥିଲେ କି- ପ୍ରାକୃତିକ ରୂପେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ....ଯିଏ ସମାଜ ବିନା ବଞ୍ଚିପାରେ ସେ ପଶୁ ନହେଲେ ଭଗବାନ । ଦିନ ସମୟରେ ବିଜ୍ଞାନଗରରେ ବ୍ୟସ୍ତତା ମଧ୍ୟରେ କିଛି ଜଣାପଡେ ନାହିଁ, କିନ୍ତୁ ସନ୍ଧ୍ୟା ସମୟ କଠୋର ଥାଏ । ବହି ପଢା, ସୋସିଆଲ ନେଟୱର୍କିଙ୍ଗ ଏବଂ ୟୁଟ୍ୟୁବ ରେ କିଛି ସମୟ ଚାଲିଯାଏ ଇତଥାପି ଆହୁରି ସମୟ ସରେ ନାହିଁ । ତାସଂଗକୁ ଅନିଦ୍ରାତ ବେମାରୀ ଦାଉ ସାଧୁଥାଏ । ମୋ ଭଳି ଖାଦ୍ୟ ଶୃଙ୍ଖଳାର ବହୁତ ତଳେ ଥିବା ମଣିଷର ବାନ୍ଧବୀ ବି ନଥାନ୍ତି ଫୋନ ରେ କଥା ହୋଇ ସମୟ ଖାଇବା ପାଇଁ ।

ହଠାତ ଠିକ ଏହି ସମୟରେ ମୋ କୋଠରୀ ରେ ଥିବା ମୂଷା ଟି ମୋ ପଲଙ୍କ ଠାରୁ କିଛି ଦୂରରେ ଆସି ମୋ ଆଡକୁ ଚାହିଁ ରହିଲା, ଦୁଇ ଗୋଡ଼ରେ ବସି ସମ୍ମୁଖ ଭାଗର ଗୋଡ଼କୁ ହାତ ଭଳି ଉପରକୁ ଉଠାଇଲା ଓ 'କୁଚୁର କୁଚୁର' ଶବ୍ଦ କରିବାକୁ ଲାଗିଲା । ....ହଁ ଆଉ ଗୋଟେ କଥା କହିବାକୁ ଭୁଲିଯାଇଥିଲି- ମୋ ପ୍ରକୋଷ୍ଠରେ ରେ ଗୋଟିଏ ମୂଷା ରହୁଛି ଯେ ରାତିରେ ବହୁତ ଗୋଳମାଳ କରୁଛି, ପ୍ରତ୍ୟକ ରାତିରେ କିଛିନା କିଛି ଜିନିଷ ତା ଦାନ୍ତରେ କାଟିବାର କର୍କଶ ସ୍ୱର ମୋ ନିଦରେ ବ୍ୟାଘାତ ଘଟାଉଛି... । କୌତୁହଳ ବଶତଃ ମୋ ଟେବୁଲ ଉପରେ ଥିବା ଗୋଟିଏ ବିସ୍କୁଟ ତା' ପାଖକୁ ପକେଇ ଦେଲି । ମୂଷାଟି ବିସ୍କୁଟ ଉପରକୁ ଲମ୍ଫ ମାରି କିଛି ଦୁରକୁ ଟାଣି ନେଲା ଓ ଖାଇବାକୁ ଲାଗିଲା ।

୧ ଡ଼ିସେମ୍ବର ୨୦୧୮, ରାତ୍ରି ୧୧.୦୫:

ଆଜି କାଲି ମୂଷା ଟି ମୋ ହାତରୁ ସିଧା ସଳଖ ଭାବେ ବିସ୍କୁଟ ନେବାକୁ ଆରମ୍ଭ କରିଦେଲାଣି । ବିଗତ ୨୦ ଦିନରେ ଆମ ମଧ୍ୟରେ ବନ୍ଧୁତା ବହୁତ ବଢିଯାଇଛି । ଏମିତିକି କି ତାର ଗୋଟେ ପୋଷା ନାମକରଣ କରିସାରିଲିଣି । ପ୍ରତ୍ୟକ ଦିନ ବିଶ୍ଵବିଦ୍ୟାଳୟରୁ ଫେରିବା ପରେ ତାକୁ ଖାଇବାକୁ କିଛି ଦିଏ ତା ପରେ ମୋର କାର୍ଯ୍ୟକରେ । ବିଳମ୍ବିତ ରାତ୍ରି ଯାଏ ପ୍ରକୋଷ୍ଠ ଭିତରର ଚାରି କାନ୍ଥ ପାଖକୁ ଲାଗି ମୂଷାଟି ଘୁରି ବୁଲେ । ଯଦି ମୁଁ ଖାଇବା ସମୟରେ କିଛି ତଳେ ପଡ଼ିଯାଏ ସେ ମୋ ଆଡକୁ ଧାଇଁ ଆସେ । ଓ ସମୟେ ସମୟେ କିଛି ଶବ୍ଦ ସୃଷ୍ଟି କରେ । କେଜାଣି କାହିଁକି ଏବେ ତାର ସ୍ୱର ମୋତେ ଆଉ ବିରକ୍ତିକର ଲାଗୁନାହିଁ । ଏକୁଟିଆ ବି ଲାଗୁନି । ମନେହେଉଛି ରୁମ ରେ ମୁଁ ଏକ ନାହିଁ । ଆଜି କାଲି ବି ରାତି ରେ ମୂଷାଟି ଆଉ କିଛି କ।ଟୁନି କି ତାର ଉପସ୍ଥିତ ଜଣାଉ ନାହିଁ । ପୂର୍ଵରୁରୁ ଯେତେବେଳେ ରାତିରେ କିଛି ଶବ୍ଦ କରୁଥିଲା, ମୁଁ ଟେବୁଲ ଉପରେ ଟିକେ ବାଡେଇଦେଲେ ଶବ୍ଦ ଶୁଣି ସେ ବଂଦ ହେଇଯାଉଥିଲା । କିନ୍ତୁ ଏବେ ପରିସ୍ଥିତି ଓଲଟା ହାଇଗଲାଣି । ରାତିରେ ନୀରବରେ ରହୁଛି ମୁଁ ଟେବୁଲ କୁ ବାଡେଇ ଶବ୍ଦ କଲେ ସେ ଶବ୍ଦ କରୁଛି । ପେଟ ପୂରିଗଲେ ପଶୁ ପକ୍ଷୀ ଯେ କାହାର କ୍ଷତି କରନ୍ତିନାହିଁ ଆଜିହିଁ ହୃଦୟଙ୍ଗମ କଲି, ପଶୁ ପକ୍ଷୀ ମାନଙ୍କର ଆଶା ସୀମିତ ଅଟେ ।

୧୮ ଡ଼ିସେମ୍ବର ୨୦୧୮, ସକାଳ ୫.୦

କିଛି ସମୟ ପୂର୍ବରୁ ଆଲାର୍ମ ବାଜିବା ମାତ୍ରେ ମୋର ନିଦ ଭାଙ୍ଗିଗଲା । ଆଜି ଘରକୁ, ଭୁବନେଶ୍ୱର, ଯିବାର ଅଛି । ନିର୍ଧାରିତ ସମୟ ହୋଇଗଲାଣି । ଏବେ ବାହାରିବାକୁ ପଡିବ । ଦୁଇଟି ବିସ୍କୁଟ ପ୍ୟାକେଟ ଓ କିଛି ବାଦାମ ବାହାର କରି କୋଠରୀର ଚଟାଣ ଉପରେ ପକେଇଲି, ଯେପରି ଆଗାମୀ ୧୫ ଦିନ ପାଇଁ ମୂଷାକୁ ଖାଦ୍ୟ ରୂପେ ନିଅଣ୍ଟ ନହେବା । କିଛି ପାଣି ମଧ୍ୟ ମୂଷାଟି ପାଇଁ ଏକ ପାତ୍ର ରେ ରଖିଲି । ବିସ୍କୁଟ ପଡିବା ମାତ୍ରେ ମୂଷାଟି ବାହାରକୁ ଚାଲି ଆସି ମୋତେ ଚାହିଁ ରହିଲା । ମୁଁ ତାକୁ ବିଦାୟ କହି ବାହାର ପାଖରୁ ଚାବି ପକାଇ ବାହାରିଗଲି

୧୧ ଜାନୁଆରୀ ୨୦୧୯, ରାତ୍ରି ୧୨.୨୦:

୫ ଜାନୁଆରୀ, ରାତି ପ୍ରାୟ ୨.୩୦, ଭୁବନେଶ୍ୱର ରୁ ଫେରି ଦିଲ୍ଲୀ ସ୍ଥିତ ମୁଁ ମୋର ଭଡା ଘରେ ପହଂଚିଲି । ପ୍ରକୋଷ୍ଠର ଚାବି ଖୋଲି ଭିତରକୁ ଯାଇ ଦେଖେତ ମୁଁ ପକେଇ ଯାଇଥିବା ବିସ୍କୁଟ ସେମିତି ପଡିଛି । ଆଗରୁ ମୁଁ କବାଟ ଖୋଲିବା ମାତ୍ରେ ମୂଷାଟି ଖଟ ତଳୁ ବାହାରକୁ ଆସି ଯାଉଥିଲା, କିନ୍ତୁ ସେଦିନ ଆସିଲା ନାହିଁ । ମୁଁ ବେଶୀ କିଛି ନଭାବି ଶୋଇଗଲି । ପରଦିନ ସକାଳୁ ମଧ୍ୟ ତାର ଦେଖା ନାହିଁ । କୋଠରୀ ର ପ୍ରତ୍ୟକ କୋଣରେ ଖୋଜିଲି, ହେଲେ ଆଜକୁ ୫ ଦିନ ହୋଇଗଲା ତାର ଦେଖାନାହିଁ । ମୋର କଠୋର ଏକାନ୍ତ ସମୟକୁ ବହୁମାତ୍ରାରେ ଲାଘବ କରୁଥିବା ମୋର ବନ୍ଧୁ ବୋଧହୁଏ ଆଉ ଫେରିବନି । ପୁଣି ଥରେ ମୁଁ ଏକୁଟିଆ ଓ ଅପେକ୍ଷାରେ... ।


Rate this content
Log in