Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

3  

Neelima Nivedita Behera

Others

ପ୍ରେମିକା

ପ୍ରେମିକା

2 mins
7.8K


- ରୁହ ରୁହ ।

- କ'ଣ ହେଲା ?

ପଚାରି ବ୍ରେକ୍ ଦେଲି ଗାଡ଼ିରେ...

- କଞ୍ଚା ବାଦାମ୍ ।

- କଞ୍ଚା ବାଦାମ୍ ?

- ହଁ । କଞ୍ଚା ବାଦାମ୍ । ସେଇ ଲୋକଟା ଧରି ବସିଛି । ଛାଡ଼ି ଆସିଲେ ତାକୁ ପଛରେ । ମୁଁ ନେଇଥାନ୍ତି ସେଥିରୁ କିଛି । ବାପା ମୋର ବାଦାମ୍ ଖାଇବାକୁ ଭାଆରି ଭଲ ପାଆନ୍ତି । ଏଇ ଦି' ଦିନ ତଳେ ବୋଉ ବି ଖୋଜୁଥିଲା ଖାଇଲାବେଳେ । ବାପାଙ୍କୁ ପଚାରୁଥିଲା ଏବେ ତ ମାର୍କେଟକୁ କଞ୍ଚା ବାଦାମ୍ ଆସିବଣି ?

ମୁଁ କିଛି କହିବା ଆଗରୁ ସେ ଓହ୍ଲାଇ ପଡ଼ିଲା ମୋ ଗାଡ଼ିରୁ । ଯଦିଓ ମନେ ମନେ ବିରକ୍ତ ହେଲି ତଥାପି ନରମି କହିଲି,

- ରୁହ, ମୁଁ ଗାଡ଼ି ବୁଲେଇ ଦେଉଛି ।

ସେଠି ପହଞ୍ଚି ମୂଲଚାଲ କଲା । ବାଦାମ୍ ଗୋଟାଏ ଉଠାଇ ଆଣି, ଛଡ଼େଇ, ମୋ ହାତକୁ ବଢେଇ ଦେଲା । ଏଇ ଟିକେ ପୂର୍ବରୁ ଯାହାକୁ ମୁଁ ପ୍ରେମ ଯୋଗ୍ୟା ଭାବୁ ନଥିଲି, ତା' ଯାଚିଥିବା ବାଦାମରେ ପୁଣିଥରେ ସ୍ନେହ ଟିକକ ଦେଖିଲି । ବାଦାମ୍ ପୁଡ଼ିଆ ଧରି ଦୁଲ୍ କିନା ବସିଲା ମୋ ଗାଡ଼ିରେ । କହିଲା,

- ଚାଲ ।

ଯେମିତି ହୁକୁମ୍ ! ଶଃ !!! ଆଚ୍ଛା ପ୍ରେମିକା କଲି ! କିଏ ଆଇସକ୍ରିମ୍, ଗୁପଚୁପ୍, ଚକୋଲେଟ୍ ମାଗେ । ଏ ମ୍ୟାଡାମ୍ ବାଦାମ୍ କିଣିଲେ । ତଥାପି ଗାଡ଼ି ମିରର୍ ଆଡ଼କୁ ମୋ ନଜର ଯାଉଥାଏ । ତା' ଗାଲରେ ଭଉଁରୀ, ଗୋଲାପି ଓଠରେ ହସର ତରଙ୍ଗ ... ଓଃ !!! ଏତିକି କ'ଣ ଯଥେଷ୍ଟ ନୁହେଁ ପ୍ରେମ କରିବା ପାଇଁ ? ହେଲେ ସେ ? ସେ କ'ଣ ମୋତେ... ଦେଖୁ ଦେଖୁ ରାସ୍ତା ସରିଗଲା । ତା' ଘର ଆସିଗଲା । ସେ ମୋ ଠାରୁ ବିଦାୟ ନେଲା । ଧନ୍ୟବାଦ୍ କହି ମୁଡ୍ ଟା ମୋର ପୁରା ପାଣିଚିଆ କରିଦେଲା । ଗଲାବେଳେ ଥରୁଟିଏ ବି ମୋତେ ପଛକୁ ଚାହିଁଲାନି । ମୁହଁ ଶୁଖେଇ ଗାଡ଼ି ବୁଲାଇଲି ।

ହଠାତ୍ ମନେପଡିଲା, କେବେ ମୋତେ ଦେଖି ନଥିଲା ସେ । ଏତେ ଭିଡ଼ରେ ମୋତେ ଚିହ୍ନିଲା ସେ କେମିତି ? ଯଦି ବି ଚିହ୍ନିଲା, ପ୍ରଥମ ମୁଲାକାତରେ ଏତେ ବିଶ୍ଵାସ ମୋ ଉପରେ କଲା ସେ କେମିତି ? ଆଉ ଯଦି ବା କଲା, ମୋ ସାଙ୍ଗରେ ଥିଲାବେଳେ ମୋତେ ନ ଲୁଟି ନିଜ ପଇସା ଖର୍ଚ୍ଚ କଲା ଓ ନିଜ କଥା ନ ଭାବି ବାପା-ବୋଉ କଥା ଭାବିଲା ସେ କେମିତି ? ଲାଗୁଛି, ଝିଅ ନ ଥିଲା ତ ! ଗୋଟାପଣେ ପ୍ରେମିକାଟେ ଯେମିତି !!! ହାଃ ହାଃ ହାଃ 


Rate this content
Log in