Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subal Mohapatra

Abstract Inspirational

2  

Subal Mohapatra

Abstract Inspirational

ବଳି ଓ ନିର୍ବାଚନ

ବଳି ଓ ନିର୍ବାଚନ

2 mins
7.3K


ଗାଁ । ଗାଁ ମୁଣ୍ଡରେ ସଭା । ସଭାରେ ଲୋକ ଭର୍ତ୍ତି । ପାଞ୍ଚ ଜଣ ବକ୍ତା ଆସିଥାନ୍ତି । ସରପଞ୍ଚ (ଜିଗୁ ଭାଇ) ବି ଥାନ୍ତି । ବଳି ପ୍ରଥା ବିରୁଦ୍ଧରେ ଚାଲିଥିଲା ପ୍ରତିବାଦ ସଭା । କିଏ କେତେ ସାର ଗର୍ଭକ ଭାଷଣ ଦେଲେ । “ଆମେ ମଣିଷ । ଆମର ବିବେକ ଅଛି । ବୁଦ୍ଧି ଅଛି । ଆମେ ବିଶ୍ୱର ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ଜୀବେ ଦୟା ଆମର ଧର୍ମ । ଦେବୀ ଆମର ମା । ମା କେବେ ବି ତା ସନ୍ତାନର ରକ୍ତ ଚାହେଁ ନାହିଁ । ବଳି ଜାଗାରେ ଆମେ ଭଲରେ ପୂଜା କରି ପାରିବା । ସେଇ ପଇସାରେ ଆମେ ଫଳ ମୂଳରେ ପୂଜା କଲେ, ମା ଖୁସି ହବ । ଆଜିଠୁ ସମସ୍ତେ ପ୍ରତିଜ୍ଞା କର । ଗାଁରେ କୁକୁଡ଼ା, ବୋଦା, ପୋଢ଼ ବଳି ବନ୍ଦ । କେହି ଚାହିଁଲେ ପାଣି କଖାରୁ ବଳି ଦେଇ ପାରିବ” । ବଳି ବନ୍ଦ କରିବା ପାଇଁ ସମସ୍ତେ ପ୍ରତିଜ୍ଞା ବଦ୍ଧ ହେଲେ । ସେଇ ଦିନଠୁ ଗାଁରେ ବଳି ବନ୍ଦ ।

୨ ବର୍ଷ ପରେ..

ନିର୍ବାଚନ ଆଉ ୭ ଦିନ ରହିଲା । ସରପଞ୍ଚ ପ୍ରାର୍ଥୀ ସମସ୍ତଙ୍କ ଘରକୁ ଯାଇ ଭୋଟ ଭିକ୍ଷା କରୁଥାନ୍ତି । ମଦ ମାଂସରେ ଗାଁ ବୁଡି କି ଥାଏ । ଗାଁ ମୁଣ୍ଡ ବଳି ପଡିଆରେ ଚାଲି ଥାଏ ଭୋଜି । କୁକୁଡ଼ା, ଖାସି ମାଂସ ଯାହାକୁ ଯେତେ । ଖାଅ, ଘରକୁ ନିଅ, ବନ୍ଧୁ ବାନ୍ଧବଙ୍କୁ ଡାକି ଖାଇବାକୁ ଦିଅ, କିନ୍ତୁ ଭୋଟ ଦିଅ । “ଆମର ଭାଇ, ତୁମର ଭାଇ ଜିଗୁ ଭାଇ ଜିନ୍ଦାବାଦ” ସ୍ଲୋଗାନରେ ଗାଁ ଉଠୁଥାଏ ପଡୁଥାଏ । ପାଞ୍ଚ ଖଣ୍ଡ ଗାଁର ଲୋକ ସେଠି ଭର୍ତ୍ତି । ଲଙ୍ଗଳା ପିଲାଠୁ ବୁଢା ଯାଏ, ସମସ୍ତେ ଭୋଜିରେ ବ୍ୟସ୍ତ । କିଏ କେତେ ଖାଉ ଥାନ୍ତି, କିଏ କେତେ ନଉ ଥାନ୍ତି, ତା’ର ହିସାବ ନଥାଏ ।ସୁକୁଟା, (ଗାଁର ଦେବୀ ମନ୍ଦିରର ମାଳି) ଭୋଜିରେ କହି କହି ବୁଲୁ ଥାଏ । ଆରେ, ମା’କୁ ଟିକେ ରକ୍ତ ଦିଅରେ । ମୋ ମା କଉ ଦିନୁ ରକ୍ତ ଟିକେ ପିଇନି ।

---ସମାପ୍ତ---

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


Rate this content
Log in

Similar oriya story from Abstract