Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -137

ଜହ୍ନମାମୁଁ -137

3 mins
7.3K


ରାଜହଂସ - ୧

ପ୍ରାଚୀନ କାଳରେ ବ୍ରହ୍ମଦତ ଥରେ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ କେବଳ ଚିତ୍ରକୁଟ ପର୍ବତରେ ହିଁ ନବେ ହଜାର ହଂସ ବାସ କରୁଥା’ନ୍ତି । ସେମାନଙ୍କ ମଧ୍ୟରେ ଭଗବାନ ବୋଧିସତ୍ୱ ହଂସଟିଏ ହୋଇ ଜନ୍ମ ନେଇଥା’ନ୍ତି । ସେ ରୂପ ଗୁଣରେ ସମସ୍ତଙ୍କର ପ୍ରିୟ ଓ ସମସ୍ତଙ୍କ ମଧ୍ୟରେ ପ୍ରଧାନ ହୋଇ ଉଠିବାରୁ ତାକୁ ସମସ୍ତେ ରାଜହଂସ ଉପାଧିରେ ଭୂଷିତ କରିଥା’ନ୍ତି ।

ଦିନେ ରାଜହଂସ ନିଜର ଦଳବଳ ନେଇ ଏକ ବିରାଟ ହ୍ରଦରେ ବିହାର କରିବା ପରେ ଚିତ୍ରକୁଟ ଆଡକୁ ଉଡି ଉଡି ଫେରି ଆସୁଥିଲା । ସେମାନେ ଠିକ୍ କାଶୀରାଜ୍ୟ ଉପରେ ଉଡି ଉଡି ଆସୁଥା’ନ୍ତି । ପକ୍ଷୀମାନଙ୍କର ଏହି ବିଶାଳ ଦଳକୁ ଦେଖି ଲାଗୁଥିଲା ଯେପରି ସାରା କାଶୀ ରାଜ୍ୟ ଉପରେ କିଏ ସୁନାର ଚନ୍ଦ୍ରାତପ ଟାଣି ଦେଇଛି । ରାଜା ସ୍ୱୟଂ ଛାତ ଉପରେ ଥାଇ ଏ ଅପୂର୍ବ ଦୃଶ୍ୟ ଦେଖୁଥା’ନ୍ତି । ସମସ୍ତ ହଂସମାନଙ୍କ ମଧ୍ୟରେ ତାରାଗଣଙ୍କ ମଧ୍ୟରେ ଚନ୍ଦ୍ରମା ସଦୃଶ ଶୋଭା ପାଉଥିବା ରାଜହଂସକୁ ଦେଖି ରାଜା ଅତ୍ୟନ୍ତ ମୁଗ୍ଧ ହେଲେ । ରାଜହଂସର ତେଜ, ସୌନ୍ଦର୍ଯ୍ୟ ଓ ଅନ୍ୟାନ୍ୟ ରାଜୋଚିତ ଲକ୍ଷଣ ସବୁ ଦେଖି ସେ ବହୁତ ପ୍ରଭାବିତ ହୋଇ ଫୁଲମାଳ ଓ ପୂଜାଦି ଦ୍ରବ୍ୟ ନେଇ ତାକୁ ଅଭିନନ୍ଦନ ଜଣାଇଲେ । ରାଜହଂସ ମଧ୍ୟ ରାଜାଙ୍କର ଏହି ଅପୂର୍ବ ଆତିଥ୍ୟକୁ ଅତ୍ୟନ୍ତ ସ୍ନେହ ସହାକାରେ ସ୍ୱୀକାର କଲା ଓ ନିଜ ପରିବାରବର୍ଗ ସହ ସେଠାରେ କିଛିଦିନ ଅବସ୍ଥାନ କରି ପୁଣି ନିଜ ସ୍ଥାନକୁ ସେ ଲେଉଟି ଗଲା ।

ସେହି ଦିନଠାରୁ ରାଜହଂସ ପ୍ରତି ବ୍ରହ୍ମଦତଙ୍କର ସ୍ନେହ ବଢିବାକୁ ଲାଗିଲା । ସେ ସବୁବେଳେ ତା’ରି କଥା ଭାବୁଥା’ନ୍ତି, ଖାଲି ତାକୁହିଁ ଝୁରି ହେଉଥାନ୍ତି । ସବୁବେଳେ ସେ ଆକାଶ ଆଡକୁ ଚାହିଁ ବସିଥା’ନ୍ତି କେବଳ ଏଇ ଆଶାରେ ଯେ ଯଦି ରାଜହଂସ ଏଇବାଟେ କୁଆଡେ ଉଡି ଯାଉଥିବ ତେବେ ତା’ର ଦେଖା ମିଳିବ ।

ଏଣେ ଚିତ୍ରକୁଟ ପର୍ବତରେ ଦିନେ ଦୁଇଟି ଛୋଟ ହଂସ ଆସି ରାଜହଂସକୁ କହିଲେ, “ରାଜନ୍, ଆମେ ଦୁହେଁ ସୂର୍ଯ୍ୟଙ୍କ ସହିତ ଗତି ରଖି ଉଡିବାକୁ ଚାହୁଁ, ଅନୁମତି ଦିଅନ୍ତୁ ।”

ଏକଥା ଶୁଣି ରାଜହଂସ ସେମାନଙ୍କୁ ବୁଝାଇ କହିଲା, “ତମେ କିପରି ସୂର୍ଯ୍ୟଙ୍କ ଗତି ସହ ଉଡିବ? କେଉଁଠି ଭଗବାନ ସୂର୍ଯ୍ୟ ଆଉ କେଉଁଠି ତମେ ଦୁଇଟା ଶିଶୁ ମାତ୍ର । ସୂର୍ଯ୍ୟଙ୍କର ଗତି ବିଷୟରେ ତୁମର ବୋଧହୁଏ କିଛି ଧାରଣା ନାହିଁ । ପୁଣି ଏପରି କଲେ ତମ ଜୀବନ ଉପରେ ବିପଦ ପଡିପାରେ । ତେଣୁ ଏସବୁ ଅଦ୍ଭୁତ ଚିନ୍ତା ନିଜ ମନରୁ ତ୍ୟାଗ କର ।”

ରାଜହଂସର ଏ କଥା ସେମାନଙ୍କୁ ମୋଟେ ଭଲ ଲାଗିଲା ନାହିଁ । ତେଣୁ ସେମାନେ କିଛିଦିନ ପରେ ପୁଣି ଆସି ରାଜହଂସକୁ ଅନୁମତି ମାଗିଲେ । ଏଥର ମଧ୍ୟ ରାଜହଂସ ସେମାନଙ୍କୁ ଅନୁମତି ଦେଲାନାହିଁ । ପୁଣି ତୃତୀୟ ଥର ମଧ୍ୟ ସେମାନେ ଅନୁମତି ଚାହିଁଲେ । ରାଜହଂସ କିନ୍ତୁ ନିଜ କଥାରେ ଅଟଳ ।

କିଛିଦିନ ପରେ ସେ ଛୋଟ ହଂସଦ୍ୱୟ ରାଜହଂସର କଥା ନ ମାନି ଉଡି ଉଡି ଯାଇ ଯୁଗନ୍ଧର ପର୍ବତର ଶିଖର ଦେଶରେ ଯାଇ ପହଁଚିଲେ । ସେ ସ୍ଥାନ ଅତି ଉଚ୍ଚରେ ଅବସ୍ଥିତ; ସେଠାରେ ପହଁଚି ସେମାନେ ମନସ୍ଥ କଲେ କିପରି ସୂର୍ଯ୍ୟଙ୍କ ସହିତ ଉଡିବେ । ଏଣେ ରାଜହଂସ ହଂସଦଳକୁ ଗଣିବାରୁ ଜାଣିପାରିଲା ଦୁଇଜଣ ନାହାଁନ୍ତି । ରାଜହଂସ ଘଟଣାଟା ସହଜରେ ବୁଝିନେଲା ଓ ସେମାନଙ୍କ ପାଇଁ ସେ ଖୁବ୍ ଚିନ୍ତିତ ମଧ୍ୟ ହେଲା । ପୁଣି ଭାବିଲା, “ଚିନ୍ତା କଲେ ଏବେ ଆଉ କ’ଣ ହେବ । କୌଣସି ମତେ ସେମାନଙ୍କୁ ରକ୍ଷା କରିବାକୁ ହେବ ।”

ରାଜହଂସ ତତ୍କ୍ଷଣାତ୍ ଯୁଗନ୍ଧର ପର୍ବତ ଉପରେ ଯାଇ ପହଁଚିଲା ଓ ଗୋଟାଏ ବୁଦା ଆଢୁଆଳରେ ଲୁଚିରହି ସେମାନଙ୍କ ଗତିବିଧିକୁ ସବୁ ଲକ୍ଷ୍ୟ କଲା ।

ପରଦିନ ସୂର୍ଯ୍ୟ ଉଦୟ ହେବା ମାତ୍ରେ ଛୋଟ ହଂସ ଦୁଇଜଣ ସୂର୍ଯ୍ୟଙ୍କ ସହିତ ଉଡିବାକୁ ଲାଗିଲେ । ରାଜହଂସ ମଧ୍ୟ ସେମାନଙ୍କ ପଛେ ପଛେ ଉଡିଲା । ସେମାନଙ୍କ ମଧ୍ୟରୁ ସାନଟି ଦ୍ୱିପ୍ରହର ପର୍ଯ୍ୟନ୍ତ ଉଡିଲା; କିନ୍ତୁ ପକ୍ଷ ସବୁ ସୂର୍ଯ୍ୟ କିରଣରେ ପୋଡି ଯିବାରୁ ସେ ବେହୋସ୍ ହୋଇ ପଡିଗଲା । ପଡିଲା ବେଳେ ରାଜହଂସକୁ ସେ ଦେଖିଲା ଓ ନିରାଶ ହୋଇ କହିଲା, “ରାଜନ୍, ମୁଁ ଆପଣଙ୍କ କଥା ନ ଶୁଣି ଗଲି । ଏବେ ହାରିଗଲି ।”

ରାଜହଂସ ତାକୁ ସାନ୍ତ୍ୱନା ଦେଇ କହିଲା, “ଠିକ୍ ଅଛି, ମୁଁ ତୋର ସହାୟତା କରିବା ପାଇହିଁ ଏଠାକୁ ଆସିଛି । ଭୟ କରନା ।” ଏପରି ନାନା ସ୍ନେହପୂର୍ଣ୍ଣ କଥା କହି ସେ ତାକୁ ପିଠି ଉପରେ ବସାଇ ନେଇ ଘରେ ଛାଡିଲା ।

କିଛି ସମୟ ପରେ ଦ୍ୱିତୀୟ ହଂସଟିର ଅବସ୍ଥା ମଧ୍ୟ ତଦ୍ରୁପ ହେଲା । ତାକୁ ମଧ୍ୟ ରାଜହଂସ ସେଇପରି ରକ୍ଷା କଲା ଓ ଚିତ୍ରକୁଟରେ ଆଣି ଛାଡିଲା ।


Rate this content
Log in

Similar oriya story from Children