Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ପଦବୀର ବଳ 2

ପଦବୀର ବଳ 2

1 min
7.0K


      ନିହାତି ଦରକାର ନ ପଡିଲେ ଶଳାର ସାହାଯ୍ୟ ନେବାକୁ ଇଚ୍ଛା ହୁଏନା l କିନ୍ତୁ ସେ ଦିନ ପରିସ୍ଥିତି ସେମିତି ହିଁ ହୋଇଗଲା l ଗୁରୁତର ଅସୁସ୍ଥ ଅବସ୍ଥାରେ ଭଣଞ୍ଜାକୁ ଡାକ୍ତରଖାନା

ନିଆଗଲା l ଡାକ୍ତରଖାନା ନୁହେଁ ତ ଯମଘର ଯାହା ବି ହେଉ ବେଡଟିଏ ମିଳିଗଲା l ଅପରିଷ୍କାର ବେଡସିଟ୍, ଅପରିଷ୍କାର ଶୌଚାଳୟ l ଘଣ୍ଟାଏ ପର୍ଯ୍ୟନ୍ତ ଡାକ୍ତରଙ୍କର ଦର୍ଶନ ନାହିଁ l କିଛି ସମୟ ପରେ ପିଜି ଛାତ୍ର କେଇଜଣ ଆସି ଦେଖି ଦେଇଗଲେ l ତା ନାକରେ ଲାଗିଥିବା ନଳୀ ବାଟେ ରକ୍ତ ଆସି ଯାଇଥିଲା l ନର୍ସଙ୍କୁ ଡାକିବାରୁ ସେ କହିଲେ ମଇଳା ପାଣି ସବୁ ବାହାରି ଆସୁଛି l ଭଣଞ୍ଜାର ମୁଣ୍ଡ ପାଖରେ ନାନୀ ଓ ଭାଇନା l ଦୁହିଁଙ୍କର ମୁହଁ ଶେତା ପଡି ଯାଇଥିଲା l ଶେଷରେ ଉପାୟଶୂନ୍ୟ ହୋଇ ତା ମାଇଁ (ମୋର ପତ୍ନୀ) ଫୋନ୍ କରି ଜଣେଇଲା ତା ଭାଇକୁ ସବୁ କଥା l

       ଅଧ ଘଣ୍ଟା ଭିତରେ ଦୃଶ୍ୟରେ ପରିବର୍ତ୍ତନ l କଲେକ୍ଟରଙ୍କ ଆଦେଶ କ୍ରମେ ସ୍ପେସିଆଲିଷ୍ଟ୍ ଗ୍ରୁପ୍ ଆସି ପହଞ୍ଚି ଯାଇଥିଲେ l ସାଙ୍ଗେ ସାଙ୍ଗେ ବେଡସିଟ୍ ବଦଳା ହୋଇଗଲା l ପରିଷ୍କାର ହୋଇଗଲା ସେ ରୁମଟି l ଅତ୍ୟାଧୁନିକ ଉପକରଣ ସହ ଆରମ୍ଭ ହୋଇଗଲା ଚିକିତ୍ସା l

       ସକାଳେ ଡାକ୍ତରମାନେ କହୁଥିଲେ ଯେ ରୋଗୀ କୋମାକୁ ଆସିଯାଇଛି l ବଞ୍ଚିବାର ଆଶା ନାହିଁ l କିନ୍ତୁ ସନ୍ଧ୍ୟାବେଳକୁ ଭଣଞ୍ଜା ମୋର ଆଖି ଖୋଲି ଚାହିଁଲା ଓ କିଛି ସମୟ ପରେ ଖାଇବାକୁ ମଧ୍ୟ ମାଗିଲା l ତେବେ ଆଜି ମୋ ମନରେ ପ୍ରଶ୍ନଟିଏ ଉଙ୍କି ମାରେ, ଯାହାର ଦିବ୍ୟାଂଶ୍ ଷଡଙ୍ଗୀ (ମୋ ଶଳା) ଭଳି ଉଚ୍ଚ ପଦବୀରେ ଥିବା ଆତ୍ମୀୟ ସ୍ୱଜନ ନାହାନ୍ତି, ତାର କଣ ଉପଯୁକ୍ତ ଚିକିତ୍ସା ହୋଇପାରିବ ନାହିଁ ?


Rate this content
Log in

Similar oriya story from Inspirational