Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Others Romance

3  

pratap nayak

Others Romance

ଆସନ୍ତା କାଲି

ଆସନ୍ତା କାଲି

3 mins
7.9K


ନିଜକୁ ଆଇନାରେ ସଜେଇ ହେଉଥିଲା ତାପସ,ସେଲିବ୍ରିଟି ଦୁନିଆରେ ନୂଆ ନୂଆ ପାଦ ଥାପିଛି ସେ ।ଦୁଇଟି ଆଲବମ୍ ତାର ମାରକେଟରେ ଭଲ ଡିମାଣ୍ଡ ନେଇଛି,ପ୍ରଯୋଜକମାନେ ତାକୁ ଆଉ ଏତେ ଅବହେଳା କରୁନାହାଁନ୍ତି,ତା ଭିତରେ ଥିବା ଟ୍ୟାଲେଣ୍ଟକୁ ବୋଧହୁଏ ଅଳ୍ପ ବହୁତ ସମସ୍ତେ ପରଖି ନେଲେଣି।

ଆଜି କିନ୍ତୁ ସଜେଇ ହେବାର କାରଣଟା ଥିଲା ନିଆରା ଅଲଗା ,ନିହାତି ପର୍ସନାଲ ।ଗୁଡଲିକୁ ସେ ଭେଟିବାର ଥିଲା ଆଇଜି ପାର୍କରେ ସଂଧ୍ୟା ସାତଟାରେ।

ଏହି ସମୟ ଭିତରେ ଆସି ସେ ଅପେଖ୍ୟା କଲାଣି ପାର୍କରେ ଅଧ ଘଣ୍ଟାଏ ହେବ କିନ୍ତୁ ଗୁଡଲିର ଦେଖାନାହିଁ ।ମୋବାଇଲ ଟ୍ରାଏ କଲେ ଏନଗେଜ୍ ଦେଖଉଛି।

ଆସି ପହଞ୍ଚିଲା ଗୁଡଲି ତା ସ୍କୁଟିରେ।

କେତେବେଳୁ ଆସିଲଣି ତାପସ

ଏଇ ହାପ ଆନ୍ ଆଓ୍ୱାର...

ଓ ଆମ ଜଷ୍ଟ ଲେଟ୍

ଛାଡ ସେକଥା,କାହିଁକି ଡାକିଥିଲ

ନା ସେମିତି କିଛି ନୁହେଁ ,ଓନ୍ ଲି ଟାଇମ୍ ପାସ୍ ।ମୁଁ ଆଜି ଫ୍ରି ଥିଲି ତ ।ଏବେ ଆଉ ତୁମ ହାତରେ ନୂଆ ପ୍ରୋଜେକ୍ଟ କଣ?

କଣ୍ଟାକ୍ଟରେ ଅଛି,କିଛି ଫାଇନାଲ ହୋଇନି।

ବଡ ବ୍ୟାନର ମିଳିଯାଇ ପାରେ ,ହେଲେ କହିବି । ଓକେ

ହଉ ମୋ ବିଷୟରେ କଣ ଭାବିଲ ।

ମାନେ ?

ଏତେ ଓଭର ସ୍ମାର୍ଟ ହୁଅନା ।ମୁଁ ଆଉ ଘରେ ମିଛ ସତ କହି ପାରିବିନି ।ବାପା ଡେଡ୍ ଲାଇନ ଦେଇଛନ୍ତି ।ମୁଁ ଯଦି କିଛି ନକୁହେ ତେବେ ଏହି ଲଗ୍ନରେ ମୋ ବାହାଘର ହୋଇଯିବ।

ଚୁପ୍ ରହିଲା ତାପସ...

କିଛି କହୁନା ଯେ,

କଣ କହିବି?

ତା ମାନେ ତୁମେ ମତେ ମ୍ୟାରେଜ କରିବନି?

ମନା କଲି କେତେବେଳେ?ତୁମକୁ ମୁଁ ବାରମ୍ବାର କହିଛି ଆଗେ କ୍ୟାରିୟର ,ତାପରେ ଆଉ ଯାହା ...

ଇଟସ ଓକେ ମୁଁ ବୁଝିଗଲି…

ବହୁତ ଜଲିଦି ମୋ ମ୍ୟାରେଜ କାର୍ଡ ତୁମ ପାଖରେ ପହଁଚିଯିବ ଆସୁଛି ବାଏ….

ଅପେକ୍ଷା କଲାନି ଗୁଡଲି ....

ଚାଲିଗଲା ସ୍କୁଟିରେ ଏକ ଆହତ ହରିଣୀ ପରି....

ଭାବନା ରାଜ୍ୟରେ ବୁଡିଗଲା ତାପସ,କଲେଜ କ୍ୟାରିୟରରେ ଫ୍ରେଣ୍ଡସିପ୍ ଗୁଡଲି ସହିତ,ସାବନା ହେଲେ ବି ପତଳା ଲମ୍ବା ସ୍ଵାସ୍ଥ୍ୟ ଧାର ନାକ ମୃଗୁଣୀ ଆଖି ଆଉ ଥରିଲା ଥରିଲା ଓଠ,ପ୍ରଥମ ଦେଖାରେ ଉଭୟ ଉଭୟଙ୍କୁ ପସନ୍ଦ କରିଥିଲେ ତାପସ ଆଉ ଗୁଡଲି ।ସମୟ କ୍ରମେ ଫ୍ରେଣ୍ଡସିପ୍ ବହୁ ଉପରକୁ ଚାଲିଯାଇଥିଲା ସିନା କିନ୍ତୁ ଉଭୟେ ଏମିତି ଭୁଲ କରିନଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ଜୀବନକୁ ଆଗକୁ ନବାକୁ ଅସୁବିଧା ହେବ ।ସେମାନଙ୍କ ଭିତରେ ଥିଲା କେବଳ ପାଠ ପଢା, ଥଟ୍ଟା ମଜା, ସାଂଗ ହେଇ ବୁଲିବା,ଆଇସକ୍ରିମ ଖାଇବା ,ରେଷ୍ଟୁରାଣ୍ଟ ଯିବା ଆଉ ବେଳେବେଳେ ଭଲ ସିନେମା ପଡିଲେ ହଲ୍ ରେ ଯାଇ ଦେଖିବା।

ତାପସର ଚେହେରା ଥିଲା ଅବିକଳ ଏକ ହ୍ୟାଣ୍ଡସମ୍ ମଡେଲ୍ ପରି ।ସେହି ଲାଇନରେ ଟ୍ରାଏ କରିବାକୁ ଗୁଡଲି ପ୍ରୋତ୍ସାହିତ ମଧ୍ୟ କରିଥିଲା ।କଲେଜ ନାଟକରେ ଅଭିନୟ କରି ଭଲ ପ୍ରସଂଶା ଗୋଟେଇ ଥିଲା ମଧ୍ୟ ସିଏ।

ଆରେ ଏତେ କଥା କଣ ଭାବୁଛି ସେ ।ଗୁଡଲିକି ସେ ଭଲଭାବେ ଯାଣିଛି ।ଭାଂଗିଯିବ ବରଂ ନଇଁ ବନି,ହଉ ସେ ମଧ୍ୟ ଗାଡି ଷ୍ଟାର୍ଟ କଲା।

କାହିଁ ତାକୁ ଜମା ବିଛଣାରେ ଭଲ ଲାଗୁନଥିଲା,ପନ୍ଦର ଦିନ ହେଲା ଗୁଡଲି ଫୋନ କରୁନି କି କଲ କଲେ ଉଠଉନି ।

ଦେଖିଲା ମ୍ୟାସେଜ ବକ୍ସ ଖୋଲି ମୋବାଇଲ୍ ରେ ।ଗୁଡଲି ଓ୍ୱେଡ୍ ସ ଟୁ ସୋମନାଥ ଅନ୍ ଫିପନିଥ୍ ଅଫ୍ ଜୁଲାଇ ଆଟ୍ ହୋଟେଲ ସ୍ୟାଣ୍ଡି ଟାଓ୍ୱାର ,କମ୍ ଏଣ୍ଡ ଆଟେଣ୍ଡ ଦ ସେମ୍ ଆଟ୍ ସେଭେନ ପି ଏମ୍ ଅନଓ୍ୱାର୍ଡସ୍।

ଖୁସି ହେଲା ତାପସ ମେସେଜ ପଢି,ଯାହେଉ ତାର ବେଷ୍ଚ ଫ୍ରେଣ୍ଡ ତା ନିଜ ପାଇଁ ନୂଆ ବାଟ ବାଛି ନେଇଛି ବୋଲି ।ଆନସର୍ ବି ସେ ଲେଖି ସେଣ୍ଡ କରିଦେଲା।

ବିବାହ ଜୀବନ ସୁଖମୟ ହେଉ।

ନିଜ ଭିତରର କିଛି ପରିବର୍ତ୍ତନକୁ ଅନୁଭବ କରିପାରୁଥିଲା ତାପସ ।ନିର୍ଧାରିତ ତାରିଖ ସମୟ ଆଉ ଯାଗାରେ ପହଁଚିଗଲା ଯାଇ ସେ ।ପରୀ ପରି ସଜେଇ ହୋଇଥିଲା ଗୁଡଲି,ଫୁଲତୋଡାଟିଏ ବଢେଇଦେଲା ତାପସ ଗୁଡଲିକି,ଯେଉଁ ଥିରେ କେବଳ ଗୋଲାପ ଆଉ ଗୋଲାପ ଫୁଲ ଥିଲା ।ଗ୍ରହଣ କରି ଖୁସି ହେଲାନି ଗୁଡଲି ।ତା ଛାତିର ଫାଙ୍କରେ ଥିବା ଅକୁହା ପ୍ରଶ୍ନକୁ ଠିକ୍ ପଢିପାରିଥିଲା ତାପସ।

ଖାଇକି ଯିବ,ତଳକୁ ମୁହଁ ପୋତି କହିଲା ଗୁଡଲି।

ନିଶ୍ଚୟ ।

ଭିଡରେ ହଜିଗଲା ଗୁଡଲି ,ତାପସ ବି ପୋଡିୟମରୁ ଚାଲିଆସିଥିଲା ବଫେ ଟେବୁଲ୍ ଆଡେ ।କିଛି ଖାଇବାକୁ ଇଚ୍ଛା ହେଲାନି ତାର ।କେବଳ ମିନେରାଲ୍ ପାଣି ଗୋଟାଏ ନେଇ ସେ ଚାଲିଆସିଲା ତା ରୁମକୁ ।ଆଉ ଓପାସରେ ଶୋଇବାକୁ ଚେଷ୍ଚା କରୁଥିଲା ବିଛଣାରେ ଏପଟ ସେପଟ ହେଇ ।ତା ଆଗରେ ଗୁଡଲିର ହସ ହସ ମୁହଁ ନାଚି ଯାଉଥିଲା ।ଅତୀତ ପୃଷ୍ଟାଗୁଡିକ ଫରଫର ହେଇ ଉଡୁଥିଲା ।କେହି କହାର ବାକ୍ ଦତ୍ତା ନଥିଲେ ।କିନ୍ତୁ କାହିଁକି ତାର ଏପରି ଅନୁଭବ ହଉଥିଲା ସେ ଜାଣି ପାରୁ ନଥିଲା।

ସକାଳ ହେଲା ସହରରେ,ସବୁ ଦିନ ପରି ।ଠିକଠାକ୍ ଥିଲା ସବୁକିଛି ।ଗୋଟିଏ ରାତିରେ ବହୁତ ବଡ ଆଉ ଅନୁଭବି ହୋଇଯାଇଥିଲା ତାପସ,ନାଇଟ ଡ୍ରେସରେ ନିଦ ମଳମଳ ଆଖିରେ ବେସିନ ମିରର ଆଗରେ ବ୍ରସ କରୁଥିଲା ଦାନ୍ତ ।କଲିଂବେଲ ବାଜିଲା ।ସେଇ ଅବସ୍ଥାରେ କବାଟ ଖୋଲିଲା ତାପସ ।ଏକଣ ଚଳ ଚଞ୍ଚଳ ହରିଣୀଟି ପରି ଗୁଡଲି ଠିଆ ହୋଇଥିଲା ତା ଆଗରେ...... ଟାଣିନେଲା ତାପସ ଗୁଡଲିର ବାମ ହାତ କାନ୍ଧକୁ ଧରି ତା ବେଡ୍ ରୁମୁକୁ ।ଗୁଡିଲି କିଛି ଚିନ୍ତା ତରିବା ଆଗରୁ ପ୍ରପୋଜ କଲା ତାପସ....

ଡୁ ୟୁ ମ୍ୟାରି ମି

ଉତ୍ତର ବି ଅପେକ୍ଷା କଲାନି ତାପସ ।ସେହି ଅଧା ବ୍ରସ ମୁହଁରେ ଏକ ଚୁମା ଆଙ୍କି ଦେଲା ଗୁଡଲି ଗାଲରେ ।କିଛି ବୁଝିପାରୁନଥିବା ଗୁଡଲି ,ତାପସର ଏପରି ପର୍ବର୍ତ୍ତନରେ।

ସ୍ୱପ୍ନ ଦେଖୁଥିଲା ତାପସ।

ଇଣ୍ଟରନାଲ୍ ଲଭସ୍ ନେଭର ଡାଏ.....


Rate this content
Log in