Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

WR Kumar Munna

Romance Tragedy

0.4  

WR Kumar Munna

Romance Tragedy

ପ୍ରତି ମୁହୂର୍ତ୍ତରେ ତୁ

ପ୍ରତି ମୁହୂର୍ତ୍ତରେ ତୁ

4 mins
7.2K


ସଞ୍ଜୁ- ମୁଁ ବିଶ୍ଵାସ କରିପାରୁନି ତମେ ମତେ ଆଇ ଲଭ ୟୁ କହିଲ ।

ପ୍ରିୟା- ପ୍ରେମ ରେ ବିଶ୍ୱାସ ନିହାତି ଦରକାର ।

ସଞ୍ଜୁ- ମୁଁ ଆଜି ବହୁତ ଖୁସି । ମୋ ସ୍ଵପ୍ନ ସତ ହେଇ ଯାଇଛି ।

ପ୍ରିୟା- ତମେ ମତେ ଏତେ ଭଲପାଅ?

ସଞ୍ଜୁ- ହଁ ନିଜ ଠୁ ବେଶି । ଜାଣିଛ ତମକୁ ନେଇ ମୁଁ କେତେ ସ୍ୱପ୍ନ ଦେଖିଛି । ଆମେ ଏମିତି ଜାଗା କୁ ଯାଇଛୁ ଯୋଉଠି ତୁମ ଆଉ ମୋ ଛଡା କେହି ନାହାନ୍ତି । ସେଠି ପାହାଡ ଝରଣା କେତେ ସୁନ୍ଦର ଜାଗା । ତମ ପାଦରେ କଣ୍ଟା ଫୁଟିନଯିବା ପାଇଁ ମୁଁ ତୁମକୁ ମୋ ବାହୁ ରେ ଉଠେଇ ଚାଲୁଛି । ହେଲେ ତୁମେ ଏ ସୁନ୍ଦର ପାହାଡ ଝରଣା ବଦଳରେ ମତେ ଦେଖୁଛ । ଆଉ କହୁଛ….

ପ୍ରିୟା- କଣ କହୁଛି?

ସଞ୍ଜୁ- ତମେ କହୁଛ । ତମକୁ କଷ୍ଟ ହେଉଥିବା ମତେ ଓହ୍ଲେଇ ଦିଅ ।ହେଲେ ମୁଁ ଜ଼ିଦ କରି କହୁଛି ।ମୁଁ ତୁମକୁ କିଛି ଦିନ ପାଇଁ ଭଲପାଉନି ।ମୁଁ ତୁମକୁ ସବୁ ଦିନ ପାଇଁ ମୋ ବାହୁ ରେ ତୁମକୁ ମୋ ଭିତରେ ସବୁ ଦିନ ସୀମିତ ରଖିବାକୁ ଚାହୁଁଛି।

ପ୍ରିୟା- ତା ପରେ...?

ସଞ୍ଜୁ - ତମେ କହୁଛ । ତମ ପାଦରେ କଣ୍ଟା ଫୁଟିଲେ ମୁଁ କେମିତି ସହିବି କହିଲ।ଚାଲ ଆମେ ପାଦରେ ପାଦ ମିଶେଇ ଯିବା ।

ପ୍ରିୟା- ତା ପରେ?

ସଞ୍ଜୁ- ତା ପରେ କଣ ହେବ ।ବୋଉ ବାଲଟି ପାଣି ଢାଳିଦେଲା ଆଉ ମୋ ସ୍ଵପ୍ନ ଭାଙ୍ଗିଗଲା । ପ୍ରିୟା - ହି ହି ହି। ତମେ ବି ନା।

ସଞ୍ଜୁ- ତମ ବିଷୟରେ କିଛି କୁହ।

ପ୍ରିୟା -(ଚୁପ୍ ରହିଲା)

ସଞ୍ଜୁ- ଚୁପ୍ ରହିଲ ଜେ।

ପ୍ରିୟା- (ମନ ଦୁଃଖ ରେ)ମଣିଷ ଯାହା ଚାହେଁ ତାହା ମିଳିପାରେନି ।

ସଞ୍ଜୁ- ମନ ଦୁଃଖ କରନି ।ମୁଁ ଚେଷ୍ଟା କରିବି ତୁମର ସବୁ ଇଛା ପୂରଣ କରିବାକୁ।

ପ୍ରିୟା- ସତରେ ତମେ ମତେ ଏତେ ଭଲପାଅ।

ସଞ୍ଜୁ- ହଁ ଲୋ ପାଗିଳି।i love you ଏତେ ଏତେ ଏତେ ଗୁଡ଼ାଏ ।

ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ବହୁତ ନିବିଡ ହେବାକୁ ଲାଗିଲା।

କିଛି ଦିନ ପରେ ।

ପ୍ରିୟା- ତମେ ମତେ ଭୁଲିଯାଅ।

ସଞ୍ଜୁ- ଏ ପାଗିଳି ତୋର କଣ ହେଇଛି ।ଏମିତି କଣ କହୁଛୁ ।

ପ୍ରିୟା- ମୋ ବାହାଘର ଆମ ଘର ଲୋକେ ଠିକ କରିଦେଇଛନ୍ତି। ମୁଁ ମୋ ପ୍ରେମ ବିଷୟରେ ଘରେ କହିଲି ହେଲେ ବାପା ରାଗିଗଲେ । ଆଉ ବହୁତ ମାରିଲେ। ଏଇ କିଛି ଦିନର ତ ସମ୍ପର୍କ ଭୁଲିଯିବ ଆଉ ମତେ କ୍ଷମା କରିଦେବ।

ସଞ୍ଜୁ- ପାଗିଳି ତୁ କଣ କହୁଛୁ ଜାଣିପାରୁଛୁ ତ।

ପ୍ରିୟା-(କାନ୍ଦିକି) ତମେ ମତେ ଧୋକାବାଜ଼ ଭାବିପାର ।ମୁଁ କଣ କରିପାରିବି କୁହ ।ମୁଁ ମରିଯିବି ଭାବିଛି ।

ସଞ୍ଜୁ- (କାନ୍ଦିକି)ପ୍ଲିଜ଼ ସେମିତି କରିବୁନି ।ତୋ ଖୁସି ପାଇଁ ମୁଁ ତତେ ଆଉ କେବେ ବି ମୁହଁ ଦେଖେଇବିନି ।

ବିଚ୍ଛେଦ ..ସଞ୍ଜୁ କହିଦେଇ ଆସିଲା ସିନା ତାକୁ ଦେଖା କରିବନି ହେଲେ ତା ସହ ବିତେଇଥିବା ସ୍ମୃତି ପ୍ରତି ମୁହୂର୍ତ୍ତରେ ଆଖିରୁ ଲୁହ ଝରି ଆସିଲା ଆଉ ସେ ବହୁତ ଭାଙ୍ଗି ପଡିଲା ।

କିଛି ଦିନ ପରେ ...। ସଞ୍ଜୁ ଦେଖିଲା ପ୍ରିୟା କାହା ସହ ବୁଲା ବୁଲି କରୁଛି ।ପୁଣି ଭାବିଲା ବୋଧେ ତା ହେବାକୁ ଯାଉଥିବା husband ବୋଧେ। ହେଲେ ସେ ତା’ ସାଙ୍ଗ ମାନଙ୍କ ଠୁ ଖବର ପାଇଲା କି ସେ ତା ପୁରୁଣା ପ୍ରେମିକ ।ସଞ୍ଜୁ ପ୍ରିୟାକୁ ଦେଖାକଲା।

ସଞ୍ଜୁ- ସେ ପିଲା ତୁମ ପ୍ରେମିକ ନା।

ପ୍ରିୟା- ହଁ ତାକୁ ମୁଁ ବିବାହ କରିବି।

ସଞ୍ଜୁ- କଣ । ତୁମ ବାପାଙ୍କୁ ପ୍ରେମ ପସନ୍ଦ ନଥିଲା । ପୁଣି କେମିତି।

ପ୍ରିୟା- ମୁଁ ଆଜି ସତ କହୁଛି । ତୁମ ପୂର୍ବରୁ ସେ ମତେ ଭଲପାଉଥିଲା । ହେଲେ କିଛି କାରଣରୁ ମୁଁ ତାଙ୍କୁ ଧୋକାବାଜ ଭାବି break up କରିଦେଇଥିଲି ।ମୁଁ ତା ବିନା ବଂଚିବା ଅସମ୍ଭବ ଥିଲା । ତାକୁ ମନରୁ ଭୁଲେଇବା ପାଇଁ ମୁଁ ତୁମକୁ ଭଲପାଇଲି ।ପରେ ସତ ତା କଣ ଜାଣିଲା ପରେ ସେ ମତେ ପୁଣି ଭଲପାଇଲେ ।ମୁଁ ଆଉ କଣ କରିଥାନ୍ତି ପ୍ରଥମ ପ୍ରେମକୁ ମୁଁ ଆପଣେଇ ନେଲି।

ସଞ୍ଜୁ-(କାନ୍ଦିକି) ମୋ କଥା ତୋର ମନେ ପଡିଲାନି ନା?

ପ୍ରିୟା- ମୁଁ ଭାବିଲି ତମେ କିଛି ଦିନ ପ୍ରେମ କରିଛ ଭୁଲିଯିବ । ସେଥିପାଇଁ ମିଛ କହିଲି।

ସଞ୍ଜୁ- ଚୁପ୍ । ତୁ ବହୁତ କହିଦେଲୁ ।ଆଉ ମୁଁ ବହୁତ ଶୁଣି ଦେଲି।ଆଉ ନୁହଁ ।

ସଞ୍ଜୁ ମନ ଦୁଃଖ ରେ ସେଠୁ ଚାଲିଆସିଲା। ସଞ୍ଜୁ ଆତ୍ମହତ୍ୟା କରିବା ଉଦ୍ୟମ କଲା ହେଲେ ତଥାପି ମାରିପାରିଲା ନାହିଁ। ବହୁତ କିଛି ଭାବିଲା ପରେ ସେ ପୁଣି ପ୍ରିୟା କୁ ନିଜର କରିବାକୁ ଚାହିଁଲା । ସେ ପ୍ରିୟାକୁ ଆକର୍ଷିତ କରିବାକୁ ଲାଗିଲା । ପ୍ରିୟାର ଧୋକା ପାଇଁ ପ୍ରିୟା ମନରେ ଟିକେ ଦୁର୍ବଳତା ଥିଲା ସଞ୍ଜୁ ପାଇଁ । ପ୍ରିୟା ଧୀରେ ଧୀରେ ସଞ୍ଜୁକୁ ଭଲପାଇବାକୁ ଲାଗିଲା । ପ୍ରିୟାର ତା ପ୍ରଥମ ପ୍ରେମର ସହ ଝଗଡା ଲାଗିଲା ।ଶେଷରେ ତା ପ୍ରଥମ ପ୍ରେମର ତାକୁ ଧୋକା ଦେଇ କହିଲା ତୋ ସହ ଏମିତି ସବୁବେଳେ ଝଗଡାରେ ମୁଁ ଚାଲି ପାରିବିନି ତୁ ତୋ ରାସ୍ତା ଦେଖ ମୁଁ ମୋ ରାସ୍ତା ଦେଖୁଛି । ପ୍ରିୟା ବି ସଞ୍ଜୁର ଭରସାରେ ତା ପ୍ରଥମ ପ୍ରେମକୁ ଛାଡିଦେଲା । ପୁଣି ସଞ୍ଜୁ ଆଉ ପ୍ରିୟା ଭିତରେ ଭଲପାଇବା ଆରମ୍ଭ ହେଲା। ବହୁତ ମଜ଼ା ମସ୍ତି କଲେ।

କିଛି ଦିନ ପରେ .....

ସଞ୍ଜୁ- ମତେ ଭୁଲିଯାଅ । ମୁଁ ବି ଜଣକୁ ଭଲ ପାଉଥିଲି ସେ ମତେ ଧୋକା ଦେଇ ଚାଲିଗଲା । ତ ସେଥିପାଇଁ ଭାବିଲି ତାକୁ ଭୁଲିବା ପାଇଁ ତମ ସହ ଟିକେ ଟାଇମପାସ କରିଦେଲି।

ପ୍ରିୟା- (କାନ୍ଦିକି) ପ୍ଲିଜ଼ ମତେ ଛାଡ଼ି ଯାଅନି।

ସଞ୍ଜୁ- ମୁଁ ବି ସେଦିନ କେତେ ନେହୁରା ହେଇଥିଲି ମୋ ଭଲପାଇବାକୁ ପାଇବା ପାଇଁ କେତେ କାନ୍ଦିଥିଲି ।

ପ୍ରିୟା- ପ୍ରତିଶୋଧ ନେବାକୁ ଚାହୁଁଛନା । ମତେ ମାରିଦିଅ ।

ସଞ୍ଜୁ କିଛି ନକହି ଚାଲିଗଲା ।

ପ୍ରିୟା ସଞ୍ଜୁକୁ ସତରେ ଭଲ ପାଇଯାଇଥିଲା ଆଉ ସେ ତା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ଆଖି ଖୋଲିଲା ବେଳକୁ ସେ ଡାକ୍ତରଖାନାରେ ଆଉ ତା ସାମ୍ନାରେ ସଞ୍ଜୁ ଥିଲା । ସଞ୍ଜୁ ତାକୁ ଛାତିରେ ଜାବୁଡି ।

ସଞ୍ଜୁ- (କାନ୍ଦିକି) ପାଗିଳି ତତେ ଟିକେ କଣ କହିଦେଲି ବୋଲି ତୁ ଏମିତି କରିବୁ ।

ପ୍ରିୟା- (କାନ୍ଦିକି) ମୁଁ ସତ କହୁଛି ମୁଁ ତୁମକୁ ବହୁତ ଭଲପାଉଛି ।ନିଜଠୁ ବି ଅଧିକ ।ତମ ସହ ବିତେଇଥିବା ସ୍ମୃତିରେ ଏତେ ଭଲପାଇବା ଥିଲା । ମୁଁ ଭୁଲି ପାରିଲିନି ।ସବୁ ଦିନ ମାରିବା ଅପେକ୍ଷା ଥରେ ମରିଯିବା ଭଲ।

ସଞ୍ଜୁ- ( କାନ୍ଦିକି ) ଚୁପ ।ମୁଁ ତୋ ବିନା ବଂଚି ପାରିବିନି ବୋଲି ତତେ ମୁଁ ମୋ ନିଜର କରିବାକୁ ବହୁତ ଚେଷ୍ଟା କଲି ଆଉ ତୁ କହୁଛୁ ।ଆଉ କେବେ ସେମିତି ମାରିବା କଥା କହିବୁନି ପାଗିଳି ।

ଆଇ ଲଭ ୟୁ ଏତେ ଏତେ ବହୁତ ଗୁଡ଼ାଏ।

ଏବେ ଟିକେ ହସିଦେ ମୋ ପାଗିଳି ।

ପ୍ରିୟା- ହି ହି ତମେ ବି ନା।

ଯଦି ତୁମକୁ କିଏ ଧୋକା ଦେଇଛି ତେବେ ତା ଉପରେ ନ ରାଗି ତାକୁ ଅତି ନିଜର କରିବାକୁ ଲାଗି ପଡ଼ । କାହିଁକି ନା ତୁମ ଭଲପାଇବାରେ ଏତେ ଶକ୍ତି ନଥିଲା ସେଥିପାଇଁ ତୁମକୁ ସେ ଧୋକା ଦେଲା ।

Written By WR Munna


Rate this content
Log in

Similar oriya story from Romance