Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରିୟମ୍ବଦ ପଟ୍ଟନାୟକ

Fantasy Others

3  

ପ୍ରିୟମ୍ବଦ ପଟ୍ଟନାୟକ

Fantasy Others

ମୋ ଅସହାୟ ଶବର ଶେଷ ଇଛା

ମୋ ଅସହାୟ ଶବର ଶେଷ ଇଛା

5 mins
7.8K


ମୁଁ ମରିଗଲି…..! ଡାକ୍ତରଙ୍କ ଔଷଧ ଆଉ କାମ ଦେଲାନି….!! ହାତ ଧରି ତୁମକୁ ବାହା ହୋଇ ଥିଲି ସାଥି ହୋଇ ସଂସାର କରି ବାକୁ ହେଲେ

ଏ ନିଆଁ ଲଗା ବେମାରି ଦାଉ ସାଧିଲା…ଖାଲି ଗାଁ କୁ ନେବା କଥା କହୁ କହୁ ରହିଗଲି ,ଗୁଡାଏ କଥା ରହିଗଲା କହିବାକୁ….!!!

ମୁଁ ମରିଗଲି ବୋଲି ମୋ ଶବକୁ ବାଟ ମଝିରେ ଫୋପାଡ଼ି ଦେବନି ମୋ ଶେଷ ଇଚ୍ଛା ଗାଁ ମଶାଣିରେ ବିଧି ବିଧାନ କରି ମୋତେ ଜୁଇରେ ଶୁଆଇ ଦେବ I କେତେ ଜଣଙ୍କ ଭାଗ୍ୟରେ ଥାଏ କାଚ ସିନ୍ଦୁର ପିନ୍ଧି ସ୍ୱାମୀ କାନ୍ଧରେ ଯିବାକୁ ? ମୁଁ ଅହ୍ୟ ଡେଙ୍ଗୁରା ପିଟି ଯାଉଛି ବୋଲି ତୁମର ଗର୍ବ କରିବା କଥା ବିଶ୍ୱାସ କର ସେ ପୁରରେ ତୁମ ପାଇଁ କୁମ୍ଭ-ପିଢା ନେଇ ବସି ଥିବି ତୁମରି ବାଟକୁ I କିଏ କହିଲା ମୁଁ ମରି ଯାଇଛି ? ମୋ ତିନି ଝିଅଙ୍କ ଭିତରେ ମୋତେ ଦେଖିବ I ବାପା ଘରୁ ମୋତେ କନିଆଁ ବେଶରେ ଆଣିଥିଲ ଏବେ ବୋହୂ ବେଶରେ ମଶାଣିକୁ ପଠାଇ ଦେବ ,ଖାଲି ଦୁଃଖ ରହିଗଲା ସାନ ଝିଅ ସନାକୁ ଦେଖି ପାରିଲିନି….!! ମନା କରୁଥିଲି ମୁଁ ଆଉ ଭଲ ହେବିନି ମୋତେ ଆଉ ନିଅନି ମୋ କଥା ନ ଶୁଣି ପାଞ୍ଚ କୋଷ ବାଟ ନେଇ ଆସିଲ ମୋ ଶାଶୁଘର ବାରଣ୍ଡାରେ ପଡି ମୁଁ ମରିଥାନ୍ତି I ଏମିତି ଝୁରି-ଝୁରି କେତେ ଆଉ କାନ୍ଦିବ ସବୁ ଟଙ୍କା ତ ଡାକ୍ତର ଘରେ ସାରି ଦେଲ ଏବେ ମୋ ମଲା ଦେହଟାକୁ ନେବ କେମିତି ? ଆଣିଲା ବେଳେ ଉଧାର କରି ଆଣିଥିବା ସବୁ ଟଙ୍କା ଗାଡିରେ ସାରି ଦେଲ ଆଉ ଛାତି ଫୋଟୋଟା ବେଶୀ ମହରଗ କେତେ ବଂଚିଛି ଯେ ମୋତେ ନେବ ? ଭାବୁଛ ମୁଁ ଉଠିପାରୁ ନି ବୋଲି କିଛି ଜାଣି ପାରୁନି ସଂସାର ହାଟରୁ ସଉଦା କିଣୁ କିଣୁ ସଞ୍ଜ ଗଡି ଗଲା କେତେ କଥା ରହି ଗଲା….କହି ପାରିଲିନି I ମୋତେ ଉଠାଅ ତୁମରି କାନ୍ଧରେ ନେଇ ଚାଲ ଆମ ଗାଁ ମଶାଣିକୁ ସେଇଠି ମୋତେ ଶେଷଥର ପାଇଁ ଗାଧେଇ କି ସଜ କରି ବିଦା କରିଦେବ ।

ରାତି ଯାଇ ସିନ୍ଦୁରା ଫାଟିଲାଣି….!!

ଆହୁରି ତିନି କୋଷ ବାଟ ଅଛି କେତେ କଷ୍ଟ ହେଲାଣି ତୁମ କାନ୍ଧକୁ ତୁମେ ସିନା କହି ପାରୁନା କିନ୍ତୁ ମୁଁ ଜାଣି ପାରୁଛି ହେଲେ କଣ କରିବି ? ତୁମର ଏ କଷ୍ଟ ଦେଖିଲେ ମନେପଡେ଼ ଗଲା ଦିନର କଥା ସବୁ I ନୁଆଁ ନୁଆଁ ବାହା ହୋଇ ତୁମ ଘରକୁ ଆସିଥିଲି ପ୍ରଥମ କରି ତୁମ ସହ କାମକୁ ଯାଇଥାଏ ତୁମେ ଖରାରେ ମାଟି ଉଠାଉ- ଉଠାଉ ଥକି ପଡୁ ଥିଲ ମୋ ପଣତରେ ମୁହଁ ପୋଛୁ ପୋଛୁ କହୁଥଲ ସବୁ ଖରା ଆଜି ହିଁ ହେବାର ଥିଲା ଆଜି ତୁମ ପାଖରେ ମୁଁ ଥାଇ ବି ତୁମ ଲୁହ ମିଶା ଝାଳ ପୋଛି ପାରୁନି କି ମୋ ପାଖରେ ତୁମେ ଥାଇ ବି କହି ପାରୁନା…. କେତେ ବିଚିତ୍ର ଏ ଜୀବନ I

ଆମେ ଗରିବ ଲୋକ ଆମ କପାଳେ ନା ଅଛି ଦାମୀ ଔଷଧ ନା ନାମୀ ଡାକ୍ତର..!! ମନା କରୁ କରୁ ମୋ କଥା ଶୁଣିଲନି ଦେଖ ଏବେ କଣ ହେଲା ଏତେ କଷ୍ଟ ସହି ମୋତେ ଗାଁ କୁ ନେଇ ଆସିଥିବାରୁ ତୁମପାଖରେ ମୁଁ ଚିର ୠଣୀ ତୁମ ଭଳି ସ୍ୱାମୀ ପାଇଁ ମୁଁ ବେଶ ଭାଗ୍ୟବତୀ ଥିଲି ଦୁଃଖ ଏତିକି ଯେ ତୁମଠୁ ମୁଁ ସଅଳ- ସଅଳ ଚାଲି ଆସିଲି ବିଶ୍ୱାସ କର ତୁମକୁ ଛାଡ଼ି ଆସିବାକୁ ଜମାରୁ ମନ କହୁ ନଥିଲା ହେଲେ କିଏ ଜାଣି ଥିଲା ତୁମେ ମୋ କପାଳେ ନାହଁ ବୋଲି I ସାରା ଜୀବନ ମୋତେ ଏତେ ଭଲ ପାଇବା ଦେଲ ଯେ ଆଜି ସାରା ଦୁନିଆଁ ଦେଖିଲା ବିବାହ ବେଳେ ଯେଉଁ ହାତ ଧରି ସାତ ଜନମକୁ କଥା ଦେଇଥିଲ ଆଜି ସେ ହାତରେ ମୋ ଶବକୁ ନିଜ କାନ୍ଧରେ ଧରି ପାଞ୍ଚ କୋଷ ବାଟ ନେଇ ଆସିଲ I ମୋ ଶବ ଧରି ଚାଲିଲା ବେଳେ ଟିକେ ବି ଥିକୁ ନଥିଲ ସତେ ଯେମିତି ମୋ ସାଙ୍ଗରେ କଥା ହୋଇ ଆସୁଥିଲ I ବାହୁନି-ବାହୁନି ଅଭିମାନରେ ପଚାରି ଥିଲ ଯେ “ଏତେ ଶ୍ରିଘ୍ର ଯିବା ଟା କଣ ଠିକ ହେଲା …..?”

ମୁଁ ନିରୁତ୍ତର ଚାହିଁ କି କିଛି କହି ପାରିଲିନି…..

ସୁଖୀ ଯାଇଥିବା ମନ ଭିତରେ କେବଳ କୋହ ଆଉ ଲୁହର ବର୍ଷା ଆଉ ବାହାରେ କଳା ହାଣ୍ଡିଆ ମେଘ-ପବନ ସହ ଘଡଘଡ଼ି ,କିଛି ଗାଁ ଲୋକ ସହ ମିଶି ମୋତେ ଜୁଇରେ ଶୁଆଇ ଦେଲେ ମାଟି ଦେହଟା ମୋର ନିଆଁରେ ଧୁ-ଧୁ ହୋଇ ଜଳି ଉଠିଲା ସାନ ଝିଅ ସନାର ଭୋ-ଭୋ କାନ୍ଦ ଶୁଣି ଜଳନ୍ତା ଜୁଇରୁ ଉଠି ଆସିବାକୁ ଭାରି ଇଚ୍ଛା ହେଉଥିଲା I ତୁମ ଛାତି ଭିତରର କୋହ ଗୁଡାକ ଲୁହ ହୋଇ ବାହାରି ଯାଉଥିଲା ଆଖି ତୁମର ବନ୍ଧ-ବାଡ କିଛି ମାନୁ ନଥିଲା I ଶୁଣିଲି ଯେ ହାକିମ ବାବୁ କହୁଛନ୍ତି କୁଆଡେ଼ ମୋତେ ତୁମେ ମାରି ଦେଇଛ ଏହା ଶୁଣି ତୁମେ ଜୋରରେ କାନ୍ଦି ଉଠିଲ ତୁମ କନ୍ଦା କଟା ଦେଖି ମୋ ପିଲାମାନେ ଭାଙ୍ଗି ପଡ଼ିବେ ତୁମକୁ ମୋ ରାଣ ତୁମେ ତୁନି ହୋଇ ଯାଅ ସେମାନେ ବଡ ଲୋକ ତାଙ୍କ ପାଦ ମାଟି ମାଡେନା ମଣିଷ ବେପାର କରୁଥିବା ଅଜବ ଜୀବ ସେମାନେ ଆମେ ତ ଶାଗ ପଖାଳ ମଣିଷ ଆମକୁ ଏତେ ଫିକର ଫନ୍ଦି କରି ଆସେନା ଆଉ ଥରେ ଦେଖା ହେଲେ ତୁମେ ତୁମ ନିରବ ଆଖିରେ ବୁଝି ନେବ ସେ ଧଳା କୁର୍ତା ପିନ୍ଧା ହାକିମ ବାବୁକୁ ତାଙ୍କ ପାଖରେ ଯଦି ଟିକେ ବି ମଣିଷ ଗନ୍ଧ ଥିବ ତେବେ ଧଳା କୁର୍ତା ଭିତରେ ଲୁଚି ରହି ଥିବା ସେ ସଇତାନକୁ ବାହାରକୁ କାଢି ଫିଙ୍ଗି ଦେବେ ନଚେତ ମୋ ଭଳି ଏମିତି ଅନେକ ଶବ ତାଙ୍କ ଚାରିପଟରେ ଘୁରି ବୁଲିବେ । ତୁମ ଆଖିର ଲୁହ ଦେଖି ସହି ପାରିଲିନି ଏଥି ପାଇଁ କହିଦେଲି । ଏ ବଡ଼- ବଡ଼ିଆ ବାବୁ ଙ୍କ କଥାରେ ଭାସି ଯିବନି ସବୁ ବଡ଼ବଡ଼ିଆଙ୍କ କଥା ପାଣିରେ ଗାର ପରି । ମୋତେ ଝୁରି ଝୁରି କେବେ କିଛି କରି ବସିବନି ସେମିତି ହେଲେ ମୋ ଚାରି ଝିଅ ଭାସି ଯିବେ । କହିଲ ଦେଖି ସେମାନେ ସବୁ କାହା ମୁହଁ ଚାହିଁ ବଞ୍ଚିବେ? କୁଆଁରି ଜୀବନରୁ ଯେବେ ପ୍ରଥମ କରି ମା ହେଲି ସେ ଦିନ ଠୁ ଆଜି ପଯ୍ୟନ୍ତ ଏ ସଂସାର ଚାବି କାଠି ଧରିଥିଲି ଏବେ ତୁମ ପାଳି ତୁମେ ରଖ ।

ମୁଁ ନାହିଁ ବୋଲି କି ମୋ ଉପରେ ଅଭିମାନ କରି ମୋ ସଂସାର ଚାବି କାଠି କେବେ କୋଉଠି ହଜାଇ ଦେବନି I ଧିରେ- ଧିରେ ଆମ ଘର ଠୁ ସରକାରୀ ଗାଡି ସବୁ ବାହାରି ଗାଁ ର ମାଟି କାଦୁଅ ରାସ୍ତା ପାର କରି ପିଚୁ ରାସ୍ତା ଧରିଲେଣି I ଗାଁ ମୁଣ୍ଡ ମଶାଣିରେ ଜଳୁ ଥିବା ମୋ ଶବ ଅଧାରୁ ଅଧିକ ଜଳି ପାଉଁଶ ହୋଇ ସାରିଲାଣି ମୁଁ ଆଜି କହିବାକୁ ନାହିଁ ଏଥର ଉଠ ରାତି ଅନେକ ହେଲାଣି ସାନ ଝିଅ ଭୋକରେ ଶୋଇ ପଡିଛି ବଡ ଆଉ ମଝିଆ ସେମିତି ବସିଛନ୍ତି ଦାଣ୍ଡ କବାଟ ଟା ସେମିତି ଖୋଲା ଅଛି I ସରକାରୀ ବାବୁଙ୍କ କଥା ତୁମକୁ ବହୁତ ବାଧିଛି ସତ , ଛାଡ ସେ କଥାରୁ ଆମକୁ କଣ ମିଳିବ ମୋ ଧନ ଟା ପରା ତୁମକୁ ମୋ ରାଣ ଆଉ ମନ ମାରି ବସନି ଆଜି ଠୁ ତୁମେ ଏମାନଙ୍କର ସବୁ କିଛି ମରିବା ଆଗରୁ କହି ଥିଲି ବୋଲି ମୋତେ ଗାଁକୁ ଆଣିଲ ଏବେ ମୋ ସଂସାର ରଥ ତୁମକୁ ଲାଗିଲା କେବଳ ତୁମେ ହିଁ ଆଗକୁ ଗଡ଼ାଇବ I ପାଠ ନିଶ୍ଚୟ ପଢ଼ାଇବ..,ଭଲ ଘର ଦେଖି ଝିଅକୁ ଶାଶୁଘର ପଠାଇବ I ମୋ ଯିବା ଟା ତୁମକୁ ଯେ ଏତେ ଅସହାୟ କରିଦେବ ମୁଁ ଜାଣିନଥିଲି I ବିଶ୍ୱାସ କର କେବେବି ମୁଁ ବି ଚାହୁଁ ନଥିଲି ତୁମକୁ ଏମିତି ଏକା ଛାଡି ଚାଲିଯିବି I

ଗାଁ ସେକର ମଶାଣିରେ ମୋ ଦେହ ଟା ଯେତିକି-ଯେତିକି ହୁ-ହୁ ହୋଇ ଜଳୁଥିଲା ତୁମେ ମୋତେ ସେତିକି ସେତିକି ଅସହାୟ ଲାଗୁଥିଲ | ତୁମକୁ ମୋ ରାଣ ଆଉ ଏତେ ଅଧୌର୍ଯ୍ୟ ହୁଅନି ; ତୁମ ଅସହାୟତା ଦେଖି ମୁଁ ମରିକି ବି ଆଉ ସହି ପାରୁନି I ଆଉ ଜମାରୁ ମନ ମାରି ବସନି ସତରେ ଯଦି ପୁର୍ନଜନ୍ମ ଥାଏ ତାହା ହେଲେ ମୁଁ ଆଉଥରେ ତୁମର ସ୍ତ୍ରୀ ହୋଇ ଜନ୍ମ ନେବାକୁ ଚାହେଁ ହେଲେ ଏ ସ୍ବାର୍ଥପର ଦୁନିଆଁ ଠୁ ବହୁ ଦୂରରେ । ଏହା ହିଁ " ମୋ ଅସହାୟ ଶବର ଶେଷ ଇଛା " .........!!!

ପ୍ରିୟମ୍ବଦ ପଟ୍ଟନାୟକ

କରାଖଣ୍ଡି ;ହିଞ୍ଜଳିକାଟୁ ,ଗଂଜାମ

ଦୁରଭାଷ :+91-8828125525


Rate this content
Log in

Similar oriya story from Fantasy