Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବଧୂ
ବଧୂ
★★★★★

© Pratima Das

Inspirational

4 Minutes   26    0


Content Ranking


ଶାଶୁଶଶୁରରଙ୍କ ବିନା ସ୍ପନ୍ଦନହୀନ ଗାଁ ଘର,କୋଠାବାଡି। ହଁ ଏମିତି ବି ଦିନେ ମୁଁ ରହୁଥିବା ଘର ନ ହେବ। କିଏ ଜାଣେ? ଦୀର୍ଘଶ୍ବାସ ନେଇ କାର ପାର୍କିଂ ରେ ଗାଡି ରଖି, ଗାଡିରୁ ଓହ୍ଲାଇଲେ ପଲ୍ଲବୀ। ଚପଲ ଓହ୍ଲାଇ ଘର ସମ୍ମୁଖ ବୃନ୍ଦାବତୀଙ୍କ ଚରଣତଳେ ଓଳିକି ହେଲେ। ମା ସେହି ଅଭୟ ମୁଦ୍ରାରେ କହିଲେ- ଆସିଲୁ ଭଲ କଲୁ। ଖୁସିରେ ଥା। ପଲ୍ଲବୀ ଆଖି ସଜଳ ହୋଇଗଲା ଅତୀତର ଏକ ଝଲକ ଉପରେ। ଶଶୁର ଏଇ ପାର୍କିଂ ରୁ ଦାଣ୍ଡ ହେଉଥାନ୍ତି କୁଆଡ଼େ ନ ଯାଇ ତାଙ୍କ ପୁଅ, ଦୁଇ ନାତୁଣୀ, ବୋହୂ କେତେବେଳେ ପଂହଚିବେ ପ୍ରଥମ ଦେଖାର ମୌକା ଦୁଇ ନାତୁଣୀଙ୍କ ସଂଗେ ମିସ ହୋଇଯିବନି ତ?

ଏ ସଂସାର ଏକ ପାନ୍ଥଶାଳା। ବଦ-ହଜମୀ ସତ୍ୟ।

ମରେଇ, ଗୋବରଗ୍ୟାସ ,ଗାଡିଆ, ତୋଟା, ବିଲବାଡି ,ଗଛବୃକ୍ଷ ଢିଙ୍କିଆ କଳ, ଆହୁରି ଅନେକ କିଛି ଘର ପଛ ଆଡେ। ବିସ୍ତୀର୍ଣ୍ଣ ପ୍ରାନ୍ତର କହିଲେ ଅତ୍ୟୁକ୍ତି ହେବନାହିଁ। ସହରୀ ଯାଗା ଭଳି, ଗାଁ ନୁହେଁ। ସହରରେ ଛେପ ଥୁକିବାକୁ  ଭାବିବାକୁ ପଡେ। ଘରସହାୟକଙ୍କୁ ଚାବି ଦେଇ ଘର ଖୋଲିବାକୁ କହି ଘରର ପଛଭାଗକୁ ପଲ୍ଲବୀ ପାଦ ଉଠାଇଲା।

ଘରର ଏ ପଛ ଭାଗ ପଲ୍ଲବୀର ଅଧିକ ପ୍ରିୟ ସ୍ଥାନ। ସ୍ବାମୀ ମନାକରୁଛନ୍ତି। ଆରେ ବାଡିପଟ ଅରମା ଜଂଗଲିଆ ହୋଇଛି ଯାଅ ନି ! ପଲ୍ଲବୀ କହି କହି ଚାଲିଥାଏ । କିଛି ହେବନି ମୁଁ ଦେଖି ଦେଖି ଯାଉଛି। ଆସ ସମସ୍ତେ। ଯିବା ଆସିବା ଅଧିକ ନ ଥିବାରୁ ଘରୁ ଗାଡିଆ ପାଖକୁ ପଡିଥିବା ପାଦଚଲା ବାଟଟି ସଂକୀର୍ଣ୍ଣ ହୋଇଯାଇଛି । ଯେପରି, ଲେଖକ ନିଜର ଏକ ନିର୍ବୋଧ ଲେଖାଟି ପଢି ମଳିଛିଆ ସରୁଧାର ଅଟ୍ଟହାସ୍ୟ ଖେଳାଏ ନିଜ ମୁହଁରେ ।

      ତୋଟା, ବାଡି, ଗଡିଆ ଏସବୁ କେତେ ବଦଳି ଯାଇଛନ୍ତି , ପୃଥିବୀ ଏଇଠୁ ବାହାରି ଏଇଠି ପଂହଚିବା ଭିତରେ। ପଲ୍ଲବୀ ସମସ୍ତଙ୍କୁ ଚାହିଁ କହିଲା, ସତରେ ତୁମେମାନେ ବହୁତ ମନେ ପଡୁଥିଲ। ଉଁ।

ଏ ପଲ୍ଲବୀ। ଆରେ କିଏ ଡାକିଲା? ପଲ୍ଲବୀ ଫେରି ଚାହିଁଲା। ଓ !! କାଳୀ ଆମ୍ବଗଛ। ସବୁଠାରୁ ପୁରୁଣା, ଏ ବାଡି ବଗିଚାର। ଅନେଶତ ମହାବାତ୍ୟା ରେ, ପ୍ରାୟ ଗଛ ଟଳି ପଡ଼ି ଥିଲେ ବି ,କାଳିଆମ୍ବ ଗଛ ଆଉ  କିଛି ଗଛବୃକ୍ଷ ରହି ଯାଇଛନ୍ତି। କାଳି ଆମ୍ବଗଛ ସେ ବାତ୍ୟା ର ଧୋକାକୁ ସିନା ସମ୍ଭାଳି ନେଇଛି କିନ୍ତୁ ମଂଜ ଦୋହଲି ଯାଇଛି। ମାନପୋଜ ରମଣୀ ପରି ଆଉ ଫଳ ଦେଇ ପାରୁନି କେବଳ ମୁରବୀପଣିଆ ନେଇ ପଡିରହିଛି । କାଳି ଆମ୍ବଗଛ ଡାକି ଡାକି କଣ କହୁଛି।ଆସିଲୁ ଭଲ କଲୁ। ଏମିତି ଟିକେ ସବୁବେଳେ ଆସୁନୁ। ଘେରାଏ ବୁଲି ଯାଉନୁ ଆମ ମେଳରେ। ଆଗେ ତୁ ନିର୍ଲିପ୍ତ ହୋଇ ଆମକୁ ଦେଖୁଥିଲାବେଳେ, ଆମେ କିପରି ପୁଲକିତ ହୋଇ ଉଠୁଥାଉ। ତୋର ମନେ ଅଛି ନା?

ମୁଣ୍ଡରେ ଓଢଣା ଦେଇ ମୋଟା ପାଉଁଜି ପିନ୍ଧି ଛମଛମ କରି ଯେତେବେଳେ ଏ ଗାଡିଆ ତୁଠକୁ ପାଦ ଧୋଇବାକୁ ଆସୁଥିଲୁ ତୋତେ  ଆଉ ତୋ ପ୍ରତି ଛବିକୁ ଦେଖି ଆମେ ଉତଫୁଲ୍ଲିତ ହେଉଥିଲୁ। ତୁ...... ବି ଗାଡିଆର ଥିରିପାଣିରେ ମୁହଁ ବୁଲେଇ ବୁଲେଇ କଣ ଦେଖୁ ଥିଲୁ, ପୂର୍ବ ରାତ୍ରିର ମୁହଁର ଦାଗ ନା ଥିରି ପାଣିର ଗଡ଼ିଶା ?

ଯେଉଁ ଦିନ ଏ ଗାଡିଆ ତୁଠରେ ତୋତେ ଗେଣ୍ଡା କାଟି ଦେଇ ଥିଲା । ଏମିତି ଚିଲେଇ  ତୁଠ ପାଖେ କାନ୍ଦିଲୁ ଯେ ଗେଣ୍ଡା ବି ଡରି ଦୁଇଦିନ ଛପିଲା କେଉଁଠି।ସେ'ଦିନ ଆମେ ଜାଣିଥିଲୁ ତୁ କେତେ ନିଷ୍ପାପ।

ତୁ ଆମ ଡାଳପତ୍ର ଛୁଇଁ ଛୁଇଁ  ଯାଉଥିଲୁ ଆମେ  ନିଜକୁ ନିଜେ ସ୍ବ ସ୍ବ ଉପମାରେ ଆବିଷ୍କାର କରୁଥିଲୁ। ତୋ କୋମଳ ପରଶ ପୂର୍ବରୁ ଆମେ ଏତେ ସୁନ୍ଦର ବୋଲି ଆମର ସମ୍ୟକ  ଧାରଣା ଥିଲା । ତୋର ଆମ ପ୍ରତି ଆବେଗ ଆମକୁ ପରିପୋଷିତ କରି ଥିଲା। ତୋ ଶାଶୁଶଶୁର କେଡେ ଶ୍ରଦ୍ଧାରେ ବଡ କରିଥିଲେ ଆମକୁ।

ଢିଙ୍କିଆ କଳ ମାରି ପାରୁ ନ ଥିଲୁ ଭଲ ଭାବେ ସେଥିପାଇଁ ଦି"ପହରେ ଗାଡିଆକୁ ଚାଲି ଆସୁଥିଲୁ, ଲୁଗାପଟା ଧୋଇବାକୁ। ତୋତେ କଷ୍ଟ ହେଉଛି ବୋଲି, ଆମ ପୁଅ ବି ଆସି ,ପାଣିରେ ପଶି ଲୁଗାଧୁଏ। କେମିତି ଲୁଗା ଦୁଇ ଜଣ ଧରି ଧୋବା ତୁଠକୁ ନକଲ କରୁ କରୁ ଶାଶୂବୁଢୀ ଲୁଗାଟି ଫାଡି ଦେଇଥିଲ ।ହେ... ହେ। ତୋ ସାଂଗେ ପୋଖରୀତୁଠରେ ଧରାପଡି ଆମ ପୁଅ ମାକୁ କେମିତି ମିଛ କହିଥିଲା। ତୁ ଏ ଖରାବେଳେ ପାଣିରେ କଣ କରୁଛୁ ମା ପଚାରିବା ଉତ୍ତର ରେ ପୁଅ କହିଥିଲା ବୋଉ ମୋର ବା ଗାଁ'ରେ ବସି ବସି ଖାଇଵା ହଜମ ହେଉନି ସେଥିପାଇଁ କାମ କରୁଛି । କହିବା ବାହୁଲ୍ୟ ସେତେବେଳେକୁ ତୋଟାରେ ନେଟ ଟଣା ସରିଥାଏ ଭଲିବଲ ପାଇଁ ।ଭଲିବଲ ବାଡିଆ ହୁଏ ସଂଧ୍ୟା ହେବାଯାଏଁ।

  ତୋତେ ମୁଣ୍ଡରେ ଲୁଗା ଦେଇ ଆସୁ ନ ଥିଲା ସେଥିପାଇଁ ତୁ ଖୁବ୍ ଅପଦସ୍ତ ହେଉଥିଲୁ। ପଡିଶା    ଘର ବୋହୁଠୁ ଶିଖିଥିଲୁ ଦାନ୍ତରେ ଲୁଗାକାନି କାମୁଡିକି ଧରିଲେ ଜମା ଖସିବନି। ତୋ ମୁଣ୍ଡରେ ଲୁଗା ନ ରହି ଫର କିନି ଉଡ଼ି ଯାଉଥିଲା, ଆଉ ଏ ଡେଂଗୁ ତାଳଗଛ ,ନଡିଆ ଗଛକୁ ଡାକି କଣ ଫୁସୁରୁ- ଫୁସୁରୁ କହୁଥିଲା। ନଡିଆ ଗଛ କହିଥିଲା ଚୁପ --ଚୁପ୍। ସେ ପରା ଆମ କୂଳବଧୁ।

ଦିନେ, ଖଳାର ଓଦା ମାଟିରେ ଖସି ଖସି ଖଣ୍ଡେ ବାଟ ସପାଲି ଆସିଲୁ। ଆମେ ସମସ୍ତେ ଫେଁ ଫେଁ ହସିଥିଲୁ। ସାଗୁଆନି କିନ୍ତୁ ତା ପତ୍ର ବିଛାଇ ଦେଉଥିଲା, ତୁ ଯେପରି ତା' ଉପରେ ପାଦ ପକାଇ ଚାଲିବୁ, ଆଉ ଖସିବୁନି।

          ତୁ ହଳଦୀ ଶାଶୁର ବାଧ୍ୟ ବାଧକତାରେ ଲଗାଉ ଆଉ ସେଦିନ ଏ ପଦ୍ମ ତୋ ପ୍ରେମରେ ପଡି ଲାଲ ହୋଇ ଯାଉଥାଏ। ତୁ ଜାଣି ପାରିଛୁନା ନାହିଁ କେଜାଣି?

          ତୁ ସୁନୁସୁନିଆ ଶାଗ ଓ ପଦ୍ମଫୁଲ ଭଲ ପାଉ ବୋଲି ଶାଶୁ ଗାଡିଆର ଦକ୍ଷିଣୀ ଭାଗରେ ସୁନୁସୁନିଆ ଆଉ ପୂର୍ବ ପଟେ ପଦ୍ମ ଲଗାଇ ଥିଲେ। ସେ ସୁନୁସୁନିଆ ଶାଗ ଭଜା, ହିଡରେ ଫଳୁଥିବା କଳା ବରୁଗୁଡି ଛୁଇଁ ଭଜା, ନାଲିଆ ଚାଉଳ ପଖାଳ, ଚିଗୁଂଡିମାଛ ଛେଚା କରି ସାରା ପରିବାର ଯେତବେଳେ ପଖାଳ ଖାଇ ଟାକରା ଫୁଟାଉ ଥିଲ, ଅଡି ମାରୁଥିଲ ବାସ୍ନା ଏ ଖଣ୍ଡମଣ୍ଡଳ ଖେଳି ଯାଉଥିଲା। ଆମେ ସବୁ ସେ ବାସ୍ନାରେ ପେଟ ପୁରାଉଥିଲୁ। ସେ କାଳ ପଖାଳ କାଇଁ।

           ତୁ ଟିକେ ତରବରି ଥିଲୁ। ଅବଶ୍ୟ ସମୟ ହିସାବରେ ଅଧିକ କାମ ବାଡେଇବାକୁ ହେଲେ । ବେଗ ବଢାଇବା ନିହାତି ଦରକାର, ତୁ ପ୍ରଥମରୁ ଜାଣିଥିଲୁ। କଳମୂଳ ଶିଉଳିରେ ଦିନେ କେମିତି କାଚି ହୋଇ ପଡିଥିଲୁ,  ସେ ଛତରା ତାଳ, ଯା ମୁଣ୍ଡରେ ଗଣ୍ଡେ ଚୂଳ, ସେ ଖାଲି ଠରାଠରି ହେଉଥାଏ। ଏ ବେବି ସେୟା ଲୋ ବୋହୁ ସିଏ। ତା ଛାଇକୁ କାହାର ବିଶ୍ୱାସ ନୁହେଁ ।

ହେଲେ ବାଉଁଶ ବୁଦା ହାତ ପ୍ରସାରି ଦେଇଥିଲା ତୋତେ ଧରିବା ପାଇଁ। ଦୁଃଖରେ ଗଦାଏ ପତ୍ର ବି ଝଡାଇଦେଇ ଥିଲା ସେଦିନ।

        ଖରା ଛୁଟିରେ ତୁ ଅଧିକ ସମୟ ଟିକିଏ ରହୁ ଆସି ଗାଁରେ। ଆମେ ଖୁସି ହେଉ। ପିଠା ପଣା, ମାଛମାଂସ, ଖିରିପୁରୀ, ଖଟାଆମ୍ବିଳ ଛ ତିଅଣ -ନଅ ଭଜାର ବାସ୍ନା ଖେଳାଇ ହୋଇ ଯିବ ଏ ଖଣ୍ଡମଣ୍ଡଳ ରେ। ଆମେ ଟିକେ ଆଘ୍ରାଣ କରିବୁ, ଆଘ୍ରାଣେ ଅର୍ଦ୍ଧ ଭୋଜନ।

ଜାଣିଛୁ ତୋ ପାଇଁ ଗାଁର ନିଶାର୍ଦ୍ଧରେ ଜଣେ ଆସି ଏ ମଲ୍ଲୀ ବୁଦାରୁ ମଲ୍ଲୀ ଆଂଜୁଳାଏ ଲାଖେ ତୋଳେ ।ସେ ନିଶାର୍ଦ୍ଧ ଯାହା ସହରର ସଂଜ ପର ସମୟର ଆରମ୍ଭ ସହ ସମାନ।ମଲ୍ଲୀ ଫୁଲେଇବି ଆଂଜୁଳାଏ ହୋଇ ଚାଲିଯାଏ ଶୋଇବା ଶେଯକୁ। ଗଂଗଶିଉଳି ସେତେବେଳେ ଲାଜେଇ ଏତେ ସରମୀ ଯାଏ ଯେ, ଭାରସାମ୍ୟ ହରାଇ ଟକ୍ -ଟାକ୍ ବୃନ୍ତଚ୍ୟୁତ ହୁଏ। ଆମେ ସବୁ ବୁଢୀତକ ରୁକ୍ମିଣୀକୁ ପଚାରିଲା ଭଳି ବାସି-ମଲ୍ଲୀକୁ ଅପେକ୍ଷା କରିଥାଉ ରାତ୍ରିର ଅକୁହା କାହାଣୀ ଶୁଣିବାକୁ। ତୁ ହୁସିଆରି ହୋଇ ସକାଳୁ ମଉଳା ମଲ୍ଲୀକୁ ଆଣି ଫୋପାଡି ଦେଇ ଯାଉ। ସେ ଅବସ୍ଥାରେ ଥାଏ ଯେ କହିବ। ସରମ ଲାଜରେ ସେ କ୍ଲିନ ବୋଲଡ। ଆମ ବୁଢୀଙ୍କ ଆଶା ମଉଳି ଯାଇ ସେଇଠି ରୁହେ ।

ଆରେ... ପଲ୍ଲବୀ ତୁ ବି ଲାଜେଇ ଯାଉଛୁ ଏ ବୟସରେ।

ତୋର ମନେ ଅଛି ପଲ୍ଲବୀ ଏ କଥାକୁହା ପଣସ ଗଛ। ଦେଖ ତାକୁ। ତୋତେ ଦେଖି ଖସଖସ ହେଲାଣି। ଫଳଭରା  ପଣସ ଗଛଟିକୁ ଆଲିଗଂନ କରି ପକାଇ ଚୁମ୍ବନ ଦେଇଥିଲୁ। ସେ ଛତରଖିଆ  ସେ ଦିନୁ ସେ ଚାଖଣ୍ଡକ ଯାଗା ନ ଧୋଇ, ସେମିତି ରଖିଛି। କହିଲା ନୁଆବୋହୂର ଚୁମ୍ବନ ମୋ ପାଇଁ କୋଟିଏ ଟଙ୍କାରୁ ଅଧିକ ମୁଁ ଧୋଇବିନି।ଟଙ୍କା ତା'ର କଣ ହେବ କେଜାଣି! ପାଣି ନ ବାଜି ତା'ଦେହଯାକ ଛଉ-ଛଉଆ ହୋଇ ଗଲାଣି। ଏବେ ବି ତୋତେ ଝୁରୁଛି।

ଗଜାଗୁଆ ଗଛଟିରେ କମଳା କଣ୍ଟା ଆଣି ଆମ ପୁଅ ଗୁଣବନ୍ତ ଲେଖିଥିଲା ପଲ୍ଲବୀ ଲଭ ପ୍ରକାଶ ତୋତେ ଖୁସି କରିବା ପାଇଁ। ଦେଖୁନୁ ଥିବ। ତୁ ଆସି ମନ ଦୁଃଖ କରିଥିଲୁ।

କେତେ ଆଉଁସି ଥିଲୁ, ଓ.. ଲୋ କହି। ତୁ ଗଲାପରେ ପଚାରି ଥିଲି, ଗୁଆ ଗଛକୁ, ହଇରେ ଛୋପରା ତୋତେ କାଟୁଥିଲା, ପୁଅ ତୋ ଦିହରେ ଲେଖିଲା ବେଳେ? ସେ କହିଲା ବଡ ବୋଉ ଲୋ ସତ କହିବି? ଭାଇ ରାମ୍ପି ରାମ୍ପି ଲେଖିଲା ବେଳେ ଟିକେ କାଟୁଥିଲା ଯେ, ମୋର ତ ଘିମିରିଆ ଦିହ, ପୁଣି ତୁମମାନଙ୍କ ପରି ହାତ ମୋର ନାହିଁ, ତେଣୁ ଘିମିରିଆ କୁଣ୍ଡିଆ ଭଲ ଲାଗିଲା। ସହଯେ ଭାଉଜଙ୍କ ନାମଟି ରମ୍ପା ହେଉଥିଲା। ଏହି ବାହାନାରେ ଭାଉଜ ନାମଟିତ ରହିଲା ଚିରଦିନ ପାଇଁ ମୋ ହୃଦୟରେ। ବଡବୋଉ ଲୋ... ଶୁଣୁଛୁନା ନାହିଁ। ଭାଉଜ ଯେଖୁଣୁ ଆସି ଆଁଉସିଲେ, ମୁଁ ତ ଆଉ ଟିକେ ହେଲେ ମରିଥାନ୍ତି। ମୋ ପାଟି ଫିଟୁଥିଲେ କହିଥାନ୍ତି, ଦେ ଭାଇ ଆଜି କାଟିଦେ ମୋତେ ମୋ ଭାଉଜର ଆଲିଗଂନ ତ ହେଲେ ପାଇବି।


ସମୟ କୋଠାବାଡି ବୃନ୍ଦାବତୀ

Rate the content


Originality
Flow
Language
Cover design

Comments

Post

Some text some message..