Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁଃଖ କରିବାର ଅଧିକାର
ଦୁଃଖ କରିବାର ଅଧିକାର
★★★★★

© Susant Purohit

Tragedy Drama

6 Minutes   14.2K    19


Content Ranking

ମୂଳ କାହାଣୀ " दुख का अधिकार " (हिंदी )

कहानीकार :- "यशपाल" ( ଯଶପାଳ )

ଭାବାନୁବାଦ : ସୁଶାନ୍ତ ପୁରୋହିତ

( ୧୯୦୩ ମସିହାରେ ଜନ୍ମିତ ଯଶପାଳ ହିନ୍ଦୀ ସହିତ୍ୟିର ଜଣେ ଜଣା ଶୁଣା କାହାଣୀକାର ଓ ଉପନ୍ୟାସକ । ତାଙ୍କ ରଚିତ "झूठा सच " ହିନ୍ଦୀ ସହିତ୍ୟିର ଏକ ସର୍ବଶ୍ରେଷ୍ଠ ଉପନ୍ୟାସ ଭାବରେ ପରିଗଣିତ ହୁଏ । ଯଶପାଳ ତାଙ୍କର ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ମାନଙ୍କର ଭାରତୀୟ ସମାଜରେ ବିଭିନ୍ନ ପରମ୍ପରା ମୁଠିଏ ଅନ୍ନ ପାଇଁ ଡହଳ ବିକଳ ହଉଥିବା ଲୋକଙ୍କ ପାଇଁ କି ଦୟନୀୟ ପରିସ୍ଥିତି ସୃଷ୍ଟି କରେ ତାହା ଅତ୍ୟନ୍ତ ଭାବ ପ୍ରବଣ ଭାଷାରେ ବର୍ଣ୍ଣନା କରି ଥାଆନ୍ତି । ଖୁବ ମର୍ମ- ଭେଦି ତାଙ୍କର ଲେଖା ଓ ସମାଜକୁ ଏକ ଆହ୍ଵାନ ଓ ବାର୍ତ୍ତା । କିପରି ସମ୍ଭ୍ରାନ୍ତ ଲୋକ ଦରିଦ୍ର ମାନଙ୍କ ଦୁଃଖ ନ ବୁଝି ତାଙ୍କୁ ଉପହାସ କରିବାକୁ ବି ପଛେଇ ନ ଥାନ୍ତି ସେ ତାହା ତାଙ୍କ କଲମ ମୁନରେ ଫୁଟାଇଥାଆନ୍ତି )

ଗଳ୍ପ :

ରାସ୍ତା କଡ଼ରେ କେତେଟି ଝୁଡ଼ିରେ କାକୁଡି ଓ ଅନ୍ୟ ଫଳ ଭର୍ତ୍ତି କରି ବସିଥାଏ ବୁଢ଼ୀଟିଏ । ମୁହଁ ଓ ମୁଣ୍ଡକୁ ତାର ଚିରା ଶାଢୀରେ ଢାଙ୍କି ଦେଇ ତା ଭିତରେ ସୁକୁ ସୁକୁ ହେଇ କାନ୍ଦୁଥିବାର ଜାଣି ହଉଥାଏ । ସେଇ ବାଟ ଦେଇ ମୁଁ ଯାଉଥିଲି । ସମ୍ଭାଳି ହଉ ନଥାଏ । ଇଛା ହଉଥାଏ ବୁଢ଼ୀଟି ପାଖକୁ ଯାଇ ବସି ପଚାରନ୍ତି କାହିଁକି କାନ୍ଦୁଛ ବୋଲି ।

କିନ୍ତୁ ମୁଁ ଯେ ସାହେବି ପୋଷାକରେ ଅଛି । ପାଖରେ ବହୁତ ଦୋକାନ । ଲଲାଜୀ ଦୋକାନ ସାମ୍ନାରେ ବେଞ୍ଚରେ କିଛି ଲୋକ ବସି ଅଡ୍ଡା ମାରି ଗପୁଛନ୍ତି । ଦେଖିଲେ କଣ କହିବେ ସେମାନେ । ଏଇ ପୋଷାକ ବଢ଼ାଉଛି ଦୂରତ୍ୱ , ସାଧାରଣ ଲୋକଙ୍କ ଠୁ ସାହେବି ପୋଷାକ ଲୋକଙ୍କୁ। ଏହି ପୋଷାକ ହିଁ ଲୋକଙ୍କ ପରିଚୟ ଦିଏ ଅନେକ ଜାଗାରେ , ଅନ୍ତତଃ କିଛି ସମୟ ପାଇଁ । କିଛି ବନ୍ଦ ଦୁଆର ଖୋଲି ଦିଏ କାହା ପାଇଁ ତ ଆଉ କାହା ପାଇଁ ଖୋଲା ଦୁଆର ବି ବନ୍ଦ ହେଇଯାଏ ଏହି ପୋଷାକ ଯୋଗୁଁ । ଉଚ୍ଚ ଶ୍ରେଣୀର ପୋଷାକ ପିନ୍ଧିଥିବା ଲୋକଟିଏ କେବେ ଯଦି ଗରିବ ଲୋକ ସହ ମିଶିବାକୁ ଚାହିଁଲେ ବି ପୋଷାକ ତାକୁ ତାହା ସହଜରେ କରିଦିଏ ନାହିଁ ହଠାତ, ଯେପରି ଛିଣ୍ଡି ଯାଇଥିବା ଗୁଡିକୁ ପବନ ହଠାତ ତଳେ ପଡିଯିବାକୁ ଦିଏ ନାହିଁ । ତେଣୁ ଇଛା ଥିଲେ ବି ସେଇ ମଇଲା କୋତରା ଲୁଗା ପିନ୍ଧି କାକୁଡି ବିକିବାକୁ ବସି କାନ୍ଦୁଥିବା ବୁଢ଼ୀ ପାଖକୁ ଯାଇ ପଚାରି ଯାଇ ନପାରି ଗଲି ସେଇ ଲାଲାଜୀ ଦୋକାନ ସମ୍ନାକୁ । ସେଇଠି ଜଣେ ଥୁକ ପକେଇ ବିକୃତ ମୁଖ ଭଙ୍ଗି କରି କହୁଥାଏ

" କି ଯୁଗ ଇୟେ ଆସିଲା !!! ଜୁଆନ ପୁଅଟା ମରିବାର ଦିନେ ଯାଇନି ଆଉ ଏଇ ଅଲକ୍ଷଣା ମାଇକିନାଟା ଏଠି ଆସି ଦୋକାନ ବସେଇ ଦେଲାଣି "

ପାଖେ ଥିବା ଜଣେ ଧୋବ ଧାଉଁଳିଆ ସାହେବ ନିଜ ଦାଢି ଆଉଁଶି କହୁଥିଲେ " ଯାହାର ଯେମିତି ନିୟତି ଥାଏ , ଆଲ୍ଲା ତାକୁ ସେମିତି ହିଁ ଦିଅନ୍ତି । "

ପାଖରେ ଠିଆ ହେଇଥିବା ଦାନ୍ତୁରା ଲୋକଟିଏ ଦିଆସିଲି କାଠିରେ କାନ ଖୁଜୁଉ ଖୁଜଉଁ କହିଲା " ଆରେ ଭାଇ , ଏଇ ନୀଚ୍ଚ ଲୋକଙ୍କର କଣ ଅଛି ? ଟୁକୁଡ଼ାଏ ରୋଟି ପାଇଁ ଏମାନେ ଭୁଲିଯିବେ ବେଟା ବେଟି , ମାନ ଧର୍ମ , ନୀତି ରୀତି ସବୁ । ଦୁଇ ଟୁକୁଡ଼ାଏ ରୁଟି ହିଁ ତାଙ୍କ ପାଇଁ ସବୁ କିଛି। "

ଦୋକାନୀ ସେଠ ଲଲାଜୀ ଏଯାଏ ଚୁପ ଥିଲେ । ହଠାତ ରାଗିଯାଇ ପାଟି କଲେ " ଛି ଛି , ଏ ଲୋକ ଗୁଡାଙ୍କ ପାଇଁ ସଂସ୍କୃତି ବି ବୁଡି ଗଲାଣି । ଆମ ଧର୍ମରେ କେହି ମରିଗଲେ ୨୧ ଦିନ ଶୋକ ହୁଏ । ସେଇଟା ସରିବା ଯାଏ ସବୁ ଅଛୁତ ରହେ । ତାଙ୍କ ହାତରେ କେହି ପାଣି ଛୁଇଁଲେ ବି ମାରା ହୁଏ । ଆଉ ଏଇ ବୁଢ଼ୀ ଆସି ଏଇଠି କାକୁଡି ବିକିଲାଣି । ରାସ୍ତାରେ ଯାଉଥିବା ଲୋକ କିଏ ଯଦି କିଣିକି ନେଇ ଖାଇବ , ତାର ଧରମ ଗଲା ମାରା ହେଇ । ସେ କି ଜାଣିବ ଏତେ କଥା ? ବଜ୍ଜାତ ମାଇକିନାଟା ସେଇଟା ବି ଭାବୁନି । "

ମନ ଆଉ ଥୟ ଧରିଲାନି ଏତିକି ଶୁଣି । ହୃଦୟ ଡାକରା ଦେଲା । ଫିଙ୍ଗି ଦେଲି ମନର ସେ ବୃଥା ଅହମିକା, ମିଥ୍ୟା ଆତ୍ମସମ୍ମାନ , ଆଉ ଧାଇଁ ଯାଇ ବସି ପଡ଼ିଲି ବୁଢ଼ୀ ପାଖେ । ବହୁ ସମୟ ବୁଝେଇ ପଚାରିଲା ପରେ ବୁଢ଼ୀ ପାଟି ଖୋଲିଲା ଆଉ କହିଲା ତା କାହାଣୀ ।

ବୁଢ଼ୀର ଏକ ମାତ୍ର ପୁଅ ଭଗବାନ ତା ଭରିଜା ଓ ଦୁଇ ପୁଅକୁ ନେଇ ବୁଢ଼ୀ ସହ କୁଡ଼ିଆ ଘରଟିଏରେ ରହୁଥିଲା । ସହରରୁ ଦୂରରେ ଦୁଇ ଏକର ଜମି ଭାଗ ସୂତ୍ରରେ ନେଇ ସେଇଠି ଥିବା କେନାଲରୁ ପାଣି ବୋହି କାକୁଡି ଓ ଅନ୍ୟ ଫଳର ବଗିଚାଟିଏ କରିଥିଲା । ରାତି ପାହାନ୍ତାରୁ ଉଠି ସେ ବଗିଚାକୁ ଯାଏ କାମ କରିବାକୁ । ସେଇଠୁ ଫେରେ ଦିନ ଦୁଇବେଳ ହେଲା ବେଳକୁ କାକୁଡି ଓ ଅନ୍ୟ ପରିବା ବୋଝ ନେଇକି । ତାକୁ ବଜାରକୁ ନେଇ ରାସ୍ତା କଡ଼ରେ କେଉଁଦିନ ନିଜେ ବସିଯାଏ ତ କେଉଁଦିନ ବୁଢ଼ୀ । ସଞ୍ଜକୁ ଯାହା ପଇସା ମିଳେ ପାଞ୍ଚ ପ୍ରାଣୀ ପାଇଁ ଆହାର ଯୋଗାଡ଼ ହେଇଯାଏ । ଏମିତି ଚାଲୁ ଥାଏ ତାଙ୍କର ସଂସାର ଦୁଃଖ ସୁଖରେ । ଦୁଇ ଦିନ ଆଗରୁ ଭଗବାନ ବଗିଚା କାମ ସାରି ଗଛମୂଳରେ ଥକା ମେଣ୍ଟାଉ ଥିବା ବେଳେ ହଠାତ ଗଛ ଉପରୁ ଗୋଟିଏ ସବୁଜ ସାପ ତା ଉପରେ ପଡିଗଲା । ଭଗବାନ ଛାନିଆ ହେଇ ଉଠୁ ଉଠୁ ସାପଟି ତାକୁ ଦଂଶୀ ଦେଲା । ସାପର ତୀବ୍ର ବିଷରେ ଭଗବାନ ସେଇଠି ମୂର୍ଚ୍ଛା ହେଇଗଲା । ଆଖ ପାଖରେ ଥିବା କିଛି ମଜଦୁର ତାକୁ ବୁଢ଼ୀର କୁଡ଼ିଆକୁ ବୋହି ଆଣିଲେ । କାନ୍ଦ ବୋବାଳି ପଡିଗଲା । କିଏ ଗୋଟେ ଯାଇ ଗୁଣିଆକୁ ଡାକି ଆଣିଲା । ଗୁଣିଆ ଝଡା ଫୁଙ୍କା କଲା,ହେଲେ କିଛି ଲାଭ ନାହିଁ ।ଭଗବାନର ଦେହ ହାତ ସାପ ବିଷରେ କଲା ପଡିଗଲା । କିଏ କହିବାରୁ ବୁଢ଼ୀ ନାଗ ଦେବତାର ପୂଜା ବି କରେଇଲା । ପୂଜା ପାଇଁ ଘରେ ଯାହା ଚାଉଳ ,ଗହମ ଥିଲା ସବୁ ପୂଝାରୀ ଆସିକି ନେଇଗଲା । ତା ସଙ୍ଗେ ଦକ୍ଷିଣା ଭାବେ ଘରେ ଯାହା ପଇସା ଥିଲା ସବୁ ଗଲା । ହେଲେ ଭଗବାନର ଆଖି ଆଉ ଖୋଲିଲାନି କି ତା ମୁହଁରୁ ପଦେ ବି କେହି ଆଉ ଶୁଣିଲେଣି ।

ଏବେ ଶବଦାହ ତ କରିବାକୁ ହେବ । ଘରେ କାଣି କଉଡ଼ି ବି ନାହିଁ । ପୁଣି ବଂଚିଲା ଲୋକ ସିନା ଚାଖଣ୍ଡେ ଚିରା ଲୁଗା ପିନ୍ଧକି ରହିଯାଏ, ଶବଟିଏକୁ ତ ନୂଆ ଲୁଗାଟେ ପିନ୍ଧେଇବାକୁ ହେବ । ଶର୍ମା ଦୋକାନରେ କଂସା ବାସନ କିଛି ଦେଇ ଧଳା ଲୁଗାଟେ ବୁଢ଼ୀ ଆଣିଲା । ଦାହ ପାଇଁ ବୁଢ଼ୀ ଆଉ ଭଗବାନର ଭରିଜାର ରୁପାର ଚୁଡ଼ି ଚୁଡା ଯାହା ଥିଲା ସବୁ ବିକା ହେଲା । ଶବ ଦାହ ବି ହେଇଗଲା ସେଇ ପଇସାରେ ।

ସେଦିନ ରାତିରେ ଛୁଆ ଦୁଇଟା କାନ୍ଦି କାନ୍ଦି ଖାଡା ଉପାସରେ ଶୋଇଗଲେ । ବୁଢ଼ୀ ଓ ଭଗବାନର ସଦ୍ୟ ବିଧବା ହେଇଥିବା ଭରିଜା ରାତି ସାରା ଖାଲି ବାହୁନୁ ଥାଆନ୍ତି । ଶୁଣିବାକୁ କେହି କୁଆଡେ ନ ଥାନ୍ତି । ଗରିବର ତ ବନ୍ଧୁ କେହି ନଥାନ୍ତି ଏ ସଂସାରରେ । କିଏ ଆସିବ "ଆହା " କରିବାକୁ ?ଯିଏ ଯାହାର ତ ଚାଲିଗଲେ ।

ଆର ଦିନ ସକାଳେ ଦୁଇଟି ଛୁଆ ଉଠିକି ଭୋକରେ ବିକଳ ହେଇ କାନ୍ଦିଲେ । ଯିଏ ତାଙ୍କ ମୁହଁରେ ଅନ୍ନ ଆଣି ଦେଉଥିଲା ସିଏ ତ ପଞ୍ଚଭୂତରେ ଲୀନ ହେଇଗଲାଣି । ବୁଢ଼ୀ ଆଗରୁ ବଗିଚାରୁ ଆସି ବିକ୍ରି ହେଇନଥିବା କାକୁଡି ଓ ଅନ୍ୟ ଫଳ ଦେଲା । ସେମାନେ ସେଇଟା ଖାଇ ଚୁପ ହେଲେ କିନ୍ତୁ ଫେର ତ ଅନ୍ନ ଚିନ୍ତା ରହିବ । ବୁଢ଼ୀ ବାଧ୍ୟ ହେଇ କାକୁଡି ଓ ଅନ୍ୟ ଫଳ ସବୁ ଝୁଡ଼ିରେ ଭର୍ତ୍ତି କରି ବଜାରକୁ ବୋହିକି ଗଲା । ତାର ଚିରା ଶାଢୀରେ ମୁଣ୍ଡ ଓ ମୁହଁ ଢାଙ୍କି ଦେଇ କାନ୍ଦୁଥାଏ। କୋତରା ଆଖିରୁ ଲୁହ ବାହାରିକି ଶୁଖୁଥାଏ । ପୁଣି ପୁଅକୁ ମନେ ପଡିଲେ ବୁଢ଼ୀ ହୃଦୟରୁ କୋହ ଉଠିଯାଏ ।

ଏତିକି କହି ବୁଢ଼ୀ ଭୋ ଭୋ ହେଇ କାନ୍ଦି ଉଠିଲା । ସେ ସେଇ ଲାଲାଜୀ ଦୋକାନ ସମ୍ନାରେ କଥା ଲାଗୁଥିବା ଧୋବ ଧାଉଁଳିଆ ଲୁଗା ପିନ୍ଧା ତଥାକଥିତ ଭଦ୍ରବ୍ୟକ୍ତି ମାନଙ୍କ କଥା ବି ସେ ଶୁଣିଛି । ମୋ ଆଖି ବି ଶୁଖିଲା ନଥିଲା । କିନ୍ତୁ କଲା ଚଷମା ଭିତରୁ ଦିଶୁ ନଥିଲା । କିଛି ସମୟ ପରେ ବୁଢ଼ୀ କାନ୍ଦ ବନ୍ଦ କରି ପୁଣି କହିଲା ଚିରା ଶାଢ଼ୀରେ ଆଖି ପୋଛି କରି ।

" ବାବୁ ,ଆମ ଘର ପାଖେ ଗୋଟେ ସାହେବଙ୍କ ଘର ଅଛି । ଗଲା ବରଷ ତାଙ୍କର ପୁଅ ଗାଡ଼ି ଚାପାରେ ମରିଯାଇଥିଲା । ସାହେବାଣୀ ମାସେ ଯାଏ ଖଟରୁ ଉଠି ନଥିଲେ। ତାଙ୍କ ଦେହ ଖରାପ ହେଇଗଲା କାନ୍ଦି କାନ୍ଦି । ଦୁଇଟି ଡାକ୍ତର ସବୁବେଳେ ତାଙ୍କ ପାଖେ ରହୁଥିଲେ । ସହରର ସବୁ ବଡ଼ ଲୋକ ତାଙ୍କ ଘରକୁ ସବୁ ବେଳେ ଆସୁଥିଲେ ଦେଖିକି ସନ୍ତ୍ୱାନା ଦେବାକୁ । ସାହେବାଣୀ ବର୍ଷେ ଯାଏ ବହୁତ ଝୁରି ହେଇ ଘରୁ ବାହାରୁ ନଥିଲେ । କିନ୍ତୁ ବାବୁ ଆମେ ନୀଚ୍ଚ ଗରିବ ଲୋକ । ଦୁଇ ଓଳି ପେଟ ପୁରା ଖାଇବାର ଭାଗ୍ୟ ଓ ଅଧିକାର ତ ଆମର ନାହିଁ , ପୁଅ ମରିଗଲେ " ଦୁଃଖ କରିବାର ଅଧିକାର " ବି ନାହିଁ .........

ବୁଢ଼ୀ ଲଲାଜୀ ଗରିବ

Rate the content


Originality
Flow
Language
Cover design

Comments

Post

Some text some message..