Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Padarabinda Rath

Others

3  

Dr Padarabinda Rath

Others

ଦୃଷ୍ଟିକୋଣ

ଦୃଷ୍ଟିକୋଣ

1 min
7.6K


କାଲି ମେଟ୍ରୋ ଟ୍ରେନ୍ ଭିତରେ ବହୁତ ଗହଳି ଥିଲା । ଗୋଟେ ହାତରେ ବହିଟିଏ ଧରି ପଢୁ ପଢୁ ଅନ୍ୟ ହାତରେ ଉପରୁ ଲଟକିଥିବା ଗୋଟିଏ ହାଣ୍ଡେଲକୁ ଧରି ମୁଁ ଠିଆ ହୋଇଥାଏ । ଜଣେ ବ୍ୟକ୍ତି ଓହ୍ଲାଇବା ପାଇଁ ସିଟ୍ ଛାଡ଼ିଲେ । ଗୋଟିଏ ପଟୁ ମୁଁ ଏବଂ ଅନ୍ୟ ପଟୁ କୋଡ଼ିଏ/ ବାଇଶ ବର୍ଷର ଜଣେ ଯୁବକ ଉକ୍ତ ସ୍ଥାନଟିକୁ ପୁରଣ କରିବାକୁ ଆଗକୁ ବଢ଼ିଲୁ । ମୋର ତୁଳନାତ୍ମକ ଭାବରେ ଅଧିକ ବୟସ ଏବଂ କ୍ରମବର୍ଦ୍ଧିଷ୍ଣୁ ଶ୍ୱେତ କେଶ ମାନଙ୍କର ସଂଖ୍ୟା ଲାଗି କିଛି କ୍ଷଣ ଲାଗି ମୁଁ ନିଜକୁ ସେହି ଖାଲି ସିଟ୍ ପାଇଁ ଅଧିକ ଯୋଗ୍ୟ ଭାବିଲି ।

ଯୁବକ ଜଣକ ମୋ ମୁହଁକୁ ଟିକେ ଚାହିଁଲେ ଏବଂ ସିଟରେ ବସି ପଡ଼ିଲେ । ମୋ ଶାରୀରିକ ଅବସ୍ଥାରେ କିଛି ପରିବର୍ତ୍ତନ ନହେଲେ ମଧ୍ୟ ମନଟା ଯୁବକଙ୍କର ସଂସ୍କାରକୁ ନେଇ କିଛି ବାର୍ତ୍ତାଳାପ କରିବାକୁ ଇଚ୍ଛା କଲା । ସେହି ସମୟରେ ପଢୁଥିବା ବାକ୍ୟଟି ପୁଣି ଥରେ ପଢ଼ିଲି “ବେଳେ ବେଳେ ଅନ୍ୟର ପରିସ୍ଥିତିକୁ ନଜାଣି ଆମେ ଲୋକ ଚରିତ୍ରର ଛବି ଆଙ୍କୁ” । ମନକୁ ବୁଝେଇ ଦେଲି, ହୁଏତ ଯୁବକ ଜଣଙ୍କର କିଛି ଶାରୀରିକ ଅସୁବିଧା ଥାଇପାରେ । ବହି ପଢ଼ା ପୁଣି ଚାଲୁ ରହିଲା । ଗନ୍ତବ୍ୟ ଆସିଲା । ଯୋଗକୁ ସେ ମଧ୍ୟ ମୁଁ ଓହ୍ଲାଉଥିବା ଷ୍ଟେସନରେ ଓହ୍ଲାଇଲେ । ମୁଁ ପାହାଚ ଆଡକୁ ଆଗେଇଲି, ସେ ତାଙ୍କ ଡାହାଣ ଆଣ୍ଠୁ ଉପରେ ହାତ ରଖି ଧିରେ ଧିରେ ଲିଫ୍ଟ ଆଡ଼କୁ ବଢ଼ିଲେ । ମୁଁ ବହିଟିକୁ ହାତରେ ମୁଠାଇ ଧରିଥାଏ ।


Rate this content
Log in