Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁରୁଜ ଉଇଁବ ନାହିଁ
ସୁରୁଜ ଉଇଁବ ନାହିଁ
★★★★★

© Manoj Kumar Panda

Inspirational

3 Minutes   122    5


Content Ranking

ସୂର୍ଯ୍ୟ ତ ଉଦୟ ହେବେ ହେଲେ ଆମେ କେହି ଦେଖିବା ପାଇଁ ନଥିବା। ଏହା ଏକ ସତ୍ୟ ଘଟଣା ।

***

ଆଜକୁ 20 ବର୍ଷ ତଳେ ସେତେବେଳେ ଭଲ ପାଇ ଏତେ ବିବାହ କରୁନଥିଲେ । ବିବାହ ପାଇଁ ସ୍ୱତନ୍ତ୍ର ଝିଅ ଦେଖା କାର୍ଯ୍ୟ ଆରମ୍ଭ ହେଉଥିଲା । ଦୁଇ ପରିବାର କଥା ହେଉଥିଲେ । ପଣ୍ଡିତ ଆସୁଥିଲେ ଇତ୍ୟାଦି । ଏବେ ବି ସେମିତି କିଛି ଅଛି ହେଲେ ଏତେ ବି ନାହିଁ ଆଗରୁ ଯେତେ ଥିଲା। ଏ ସବୁ ସରିଲା ପରେ ଗୋଟେ ଝିଅ ବାହା ହେଇ ତା ଶାଶୁ ଘରକୁ ଆସେ । ବିବାହର କିଛି ଦିନ ଭଲରେ ଭଲରେ କାଟିଲା ।

କିଛି ବର୍ଷ ପରେ କନକର ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ନେଲା । ହେଲେ ସମସ୍ତଙ୍କର ଇଛା ଥିଲା ପୁଅଟିଏ ହେଉ ଆଉ ବଂଶର ଉତ୍ତରାଧିକାରୀ ହେଉ। ହେଲେ ଭାଗ୍ୟର ବିଡମ୍ବନା .. ଶାଶୁ ଧୀରେ ଧୀରେ ବୋହୁ କନକ ଉପରେ ଛିଡ଼ିବାକୁ ଲାଗିଲା ।

ସବୁବେଳେ ଶାଶୁ ସେଇ ଛୁଆର ଖୁଣ୍ଟା ଦେଉଥାଏ । ଏଥର ଗୋଟେ ପୁଅ ନହେଲେ ତୁ ତୋ ବାପ ଘରକୁଚାଲିଯିବୁ। ମୋ ବଂଶ ବୁଡ଼େଇବାକୁ ଆସିଛୁନା କଣ । ମୋ ପୁଅକୁ ମୁଁ ଆଉ ଗୋଟେ ବାହାଘର କରିବି। କନକର ଆଖିରୁ ଲୁହ ଝରିବା ଛାଡ ଆଉ କିଛି ଉପାୟ ନଥାଏ । ତଥାପି ସେ ଶାଶୁକୁକେବେ ବି କଷ୍ଟ କରି କଥା କହିନଥାଏ । ସ୍ୱାମୀ ବି ମା କଥାରେ ସହମତ ଥାଏ …

ଏମିତି କିଛି ଦିନ ଗଲା ପରେ, କନକ ପୁଣି ଥରେ ଗର୍ଭବତୀ ହେଇଥାଏ ।

କନକ- ଯଦି ପୁଣି ଥରେ ଝିଅ ହୁଏ ସତରେ କଣ ତମେ ଆଉ କାହାକୁ ବିବାହ କରିବ?

ସ୍ୱାମୀ- ତୁ ବୋଉ କଥା କାହିଁକି ଧରୁଛୁ । ଏବେ ବିଜ୍ଞାନ ବହୁତ ଉନ୍ନତି କଲାଣି । ଆମେ ଏବେ ଜାଣିଦେଇପାରିବ ଆମର ପୁଅ ହେବ କି ଝିଅ।

କନକ- ଜାଣି କି?

ସ୍ୱାମୀ- ଜଣିକି କଣ । ଝିଅ ଭୃଣ ହେଇଥିଲେ ସେଇ ପେଟ ଭିତରେ ମାରିଦେବା । ପୁଅ ହେଇଥିଲେ ତ ବହୁତ ଖୁସି ମୋ ବୋଉ ବି ବହୁତ ଖୁସି ହେବ । ଆଉ ଆମ ଘରକୁ ଉତ୍ତରାଧିକାରୀ ବି ମିଳିଯିବ। ଶେଷରେ ସେ ଭୃଣ ଝିଅର ଥିଲା । ଆଉ ସେମାନେ ନଷ୍ଟ କରିଦେଲେ ।

ଏମିତି କିଛି ଦିନ ଗଲା ପରେ । ଶାଶୁ ସବୁବେଳେ ରାଗୁଥାଏ । ଦିନେ ସାହସ କରି କନକ ଶାଶୁକୁପଚାରିଲା।

କନକ- ମା ଝିଅ ହେଲେ ଅସୁବିଧା କଣ?

ଶାଶୁ- ଝିଅ ହିଁ ଖାଲି ଅସୁବିଧା । ଖାଲି ଅସୁବିଧା ନୁହଁ ତ ବୋଝ । ତାକୁ ପାଳି ପୋସି ବଡ କରିବୁ । ସେ ସମୟରେ ସେ ତା ବାପାର ଇଜ୍ଜତକୁତଳେ ପକେଇ କାହା ସହ ପଳେଇଯାଇପାରେ । ଯଦି ବି ନଗଲା ସେ ଶାଶୁ ଘରେ ନାଁ ପକେଇପରେ । ପୁଣି ତାର ବାହାଘର ଯୌତୁକ ସେଥିପାଇଁ ଟଙ୍କା ସୁନା ରୁପା ଗହଣା କଂସା ବାସନ । କେତେ କଣ କରିବାକୁ ପଡେ ଶେଷରେ ସେ ଏ ଘର ଛାଡି ଚାଲିଯାଏ।

ଶାଶୁର କଥା ଶୁଣି କନକ ଚୁପରହିଲା ।ଶାଶୁମୁଁହଁରେ କଣ ଜବାବ ଦେବ। କିଛି ଦିନ ପରେ ସେ ଆଉ ଥରେ ଗର୍ଭାବତୀ ହେଲା। ସେ ଘରର ପାଇଁ ଖୁସିର କଥା ଜେ ସେ ଭୃଣ ପୁଅ ବୋଲି ଜଣା ପଡିଲା। ଘରେ ଖୁସିର ଲହରୀ ଖେଳି ଗଲା । ତା କିଛି ମାସ ପରେ ପୁଅ ଜନ୍ମ ହେଲା।

ଘରକୁ ଉତ୍ତରାଧିକାରୀ ସିନା ମିଳିଗଲା …

15 ବର୍ଷ ପରେ.......

ପୁଅ ବଡ ହେଇ ସହରରେରହି ପାଠ ପଢୁଥାଏ। ବାପା ମା ତା ଭବିଷ୍ୟତ ପାଇଁ ବହୁତ ଚିନ୍ତାରେ ଥାନ୍ତି । ହେଲେ ପୁଅର ଟିକେ ବି ଚିନ୍ତା ନଥାଏ । ସହରର ସାଙ୍ଗ ମାନଙ୍କ ସହ ମିଶି ଧୀରେ ଧୀରେ ନଷ୍ଟ ହେଉଥାଏ। ତା ବଡ ଭଉଣୀର ବାହା ହେବା ବୟସ ହେଇଯାଇଥାଏ ।

ହେଲେ ସେ ଝିଅ ମାକୁବହୁତ ସାହାଯ୍ୟ କରୁଥାଏ ସେଥିପାଇଁ ମା (କନକ)କୁଟିକେ ରୋଷେଇ କାମରେ ହାଲକା ଲାଗେ । ହେଲେ ବାପା ଆଉ କେତେ ଖଟିବ ସେ ତା ପୁଅର ସାହାରା ଖୋଜୁଥାଏ। ଏମିତିରେ ଝିଅର ବାହାଘର ସରିଯାଏ ।

5 ବର୍ଷ ବି ବିତିଗଲା ପରେ...........

ପୁଅ ବଡ ହେବା ପରେ ଟିକେ ଭବିଷ୍ୟତ କଥା ଭାବି ସେ ଗୋଟେ ଚାକିରୀ ବି କରିଥାଏ। ମା ବି ଆଉ ରୋଷେଇ କରିପାରୁନଥାନ୍ତି ବାପା ବି ଚାକିରୀ ରୁ ଅବସର ନେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଝିଅ ଦେଖା ଆରମ୍ଭ କରିଦେଲେ । ବହୁତ ଜାଗା ଖୋଜିଲେ ,କୋଉଠି ଯୌତୁକ ଦେବେନି ତ କୋଉଠି ଝିଅ ଅସୁନ୍ଦର । ହେଲେ ଦୁଃଖର କଥା ଝିଅ ସଂଖ୍ୟା ବହୁତ କମିଗଲେଣି । କିଛି ବର୍ଷ ପରେ ସେଇ ଅସୁନ୍ଦର ଝିଅ ବି ମିଳିବ ଅସମ୍ଭବ ହେଇଗଲା । ଶେଷରେ ବାପା ପଶ୍ଚାତାପ କଲେ ।

" ମୁଁ ବି ଝିଅ ଭୃଣ ହତ୍ୟା କରିଛି କଣ। ସମସ୍ତେ ସେମିତି କରିଛନ୍ତି "

ବୋଧ ହୁଏ 20 ବର୍ଷ ତଳର ଭୁଲର ଅଭିଶାପ ଏବେ ଭୋଗ କରିବାକୁ ପଡୁଛି । ଯଦି ଏମିତି ସବୁ ବାପା ମା ମାନେ ଚାହିଁବେ ତେବେ ସୂର୍ଯ୍ୟ ତ ଉଇଁବ ହେଲେ ଦେଖିବା ପାଇଁ କେହି ନଥିବେ ।

ସମାପ୍ତ

ଲେଖକ-ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ବାର୍ତ୍ତା- ଭୃଣ ହତ୍ୟା ଏକ ପାପ ସହ ଦଣ୍ଡନୀୟ ଅପରାଧ । ଦୟାକରି ସେମିତି ଭୁଲ କରନ୍ତୁନି ନହେଲେ ଆଗାମୀ ଦିନରେ ନା ଝିଅରହିବେ ନା ମଣିଷ ଜନ୍ମ ହେବେ।

"ଝିଅ ଅଛି ତ କାଲି ଅଛି"

20 ବର୍ଷ ଭିତରେ 1 କୋଟି ରୁ ଅଧିକ ଶିଶୁ କନ୍ୟାକୁହତ୍ୟା କରାଯାଇଛି କିଏ ଦୁନିୟା ଦେଖି ମାରିଛି ତ କିଏ ମା ଗର୍ଭ ରୁ। 2001 ଜନଗଣନା 1000 ପୁଅରେ 933 ଝିଅ । 2011 ଜନଗଣନା 1000 ପୁଅରେ 940 ଝିଅ । ଅପେକ୍ଷା 2021କୁ।

ଭଲ ଲାଗିଥିଲେ ନିଶ୍ଚୟ share କରିବେ।

ଝିଅ କନକ ଭୃଣ

Rate the content


Originality
Flow
Language
Cover design

Comments

Post

Some text some message..