Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
“ ଆଶା ବାଡିରେ ଜୀବନ “
“ ଆଶା ବାଡିରେ ଜୀବନ “
★★★★★

© Susant Purohit

Inspirational Tragedy

3 Minutes   13.5K    14


Content Ranking

(ଏକ ହୃଦୟବାନ ବୁଢା ଲୋକ ର କାହାଣୀ )

ଅନୁଭୂତି ରୁ ପଦେ ......

ସୁଶାନ୍ତ ପୁରୋହିତ

ରବିବାସରୀୟ ଅଳସି ସକାଳଟିରେ ହୋଲି ପର୍ବ ଯାଇନଥିଲେ ବି ଟାଁସିଆ ଖରା । ସକାଳେ କୁଆଡେ ଯିବାର ମଧ୍ୟ ଇଚ୍ଛା ନ ହେବାରୁ ବାରଣ୍ଡା ରେ ଚା କପ ଟି ଧରି ବସିଥାଏଁ । ଏବେ ଏବେ ଖବର ପାଇଥିଲି ଅଭିନେତ୍ରୀ ଶ୍ରୀଦେବୀ ଙ୍କ ବିୟୋଗ ବିଷୟ ରେ । ତାଙ୍କ ଅଭିନୀତ କେତେକ ଫିଲ୍ମ ଦେଖିଥିଲି । ମନେ ପଡିଯାଉଥାଏ ସେଇ ଚୂଲବୁଲି ଅଭିନେତ୍ରୀ ଙ୍କ କେତେତି ମନମୁଗ୍ଧକର ଅଭିନୟ ର ଦୃଶ୍ୟ । ଭାବୁଥାଏ ଏତେ କମ ବୟସ ରେ ଏତେ ବଡ ପ୍ରତିଭା ଟିଏ କିପରି ଅବେଳ ରେ ଚାଲିଗଲେ ଆରପାରି କୁ । ଠିକ ସେତେବେଳେ କିଏ ଗେଟ ଟି ଖୋଲି “ ମା “ “ ମା” ଡାକି ଛିଡା ହେଲା ।

ଦେଖିଲି ସେଇ ବୁଢା ଟି , ଯାହାର କାହାଣୀ କେଇ ମାସ ଆଗରୁ ଏଠାରେ ଦେଇଥିଲି । ହୃଦୟବିଦାରକ କାହାଣୀ ବୁଢା ଟି ର ଥିଲା । ଦୁଇ, ତିନି ବର୍ଷ ଅଗର । ମେ କିମ୍ବା ଜୁନ ମାସର ପ୍ରଚଣ୍ଡ ଖରା ବେଳେ ବୁଢାଟି ପ୍ରଥମ ଥର ଆସିଥିଲା । ଘରଣୀ ତାକୁ ଗେରେଜର ଛାଇରେ ବସେଇ ତାକୁ ଦେଇଥିଲେ ଖାଇବାକୁ ଓ ପିଇବାକୁ ଶୀତଳ ପାଣି । ମୁଁ ଆସିବାରୁ ବୁଢାଟି ପାଖରେ ବସିପଡି ଶୁଣିଥିଲି ତାର କାହାଣୀ । ତା ପରେ ବୁଢାଟି କେତେଥର ଆସିଛି କିନ୍ତୁ ସେ ଆସେ କେବଳ ରବିବାର ଦିନ । ସବୁ ରବିବାର ମଧ୍ୟ ନୁହେ । ଯେତେବେଳେ ତାର ନିହାତି ଇଚ୍ଛା ହୁଏ । ନିଶ୍ଚୟ ଦିଅନ୍ତି ଘରଣୀ ତାକୁ କିଛି ଚାଉଳ , ପୁରୁଣା ଲୁଗା । ବୁଢା କରିଥାଏ ଆଶୀର୍ବାଦ । ସେମିତି ନୁହେ , ଗୀତ ଗାଈ କରି । ଗଲା ବେଳେ ଦେଖେ ସେ ଯେ ଖାଲି ମୁହଁ ରେ ମଙ୍ଗଳ ମାନସେ ତା ନୁହେ , ତା ଆଖି ଓଦା ହେଇଯାଇଥାଏ କୃତଜ୍ଞତା ଭାବ ରେ । ମଙ୍ଗଳ ମନାସି ମନାସି ସେ ଯାଏ ।

ବର୍ତମାନ ବର୍ଷେ ହେବ ବେଶି ସମୟ ଅନ୍ୟତ୍ର ରହୁଥିବାରୁ ଆଉ ସେଇ ବୁଢା୍କୁ ଦେଖିପାରୁ ନଥିଲି । ମନେ ମଧ୍ୟ ନଥିଲା । ଆଜି ଘରଣୀ ଅନ୍ୟ କାର୍ଯ୍ୟ ରେ ବ୍ୟସ୍ତ ଥିବାରୁ ମୁ ଉଠିକି ଦେଖିଲି ତାକୁ । ଆଗରୁ ବୁଢା ଟି ନଇଁ ନଇଁ ଚାଲିକି ଆସୁଥିଲା । କିନ୍ତୁ ଆଜି ସେ ଧରିଛି ଦୁଇ ହାତ ରେ ଦୁଇଟି “ ଆଶା ବାଡି” , କକ୍ଷରେ ଜାକି ତାର ଭାର ରେ ଛିଡା ହେଇଛି । ମୋତେ ଦେଖି ବୁଢା ଟିର କୋଟରଗତ ଆଖି ଦୁଇଟି ଉଜ୍ଜ୍ଵଳ ଦିଶିଲା । ମୂହ ରେ ହସ ବାହାରିଲା । ତାକୁ ପାଣି ଟିକିଏ ଓ କିଛି ଟଙ୍କା ଦେଇ ଚାଲି ଆସୁଥିଲି । ବୁଢା ପଚାରିଲା “ ବାବୁ, ମୋର ମା କେନ ଆଡେ ଗଲେ ? ଟିକେ ଡାକିଦିଅ ବାବୁ , ମୋର ମାଁ କେ ମୁଇ ବହୁତ ଦିନ ହେଲା ଦେଖିନାଇ । ଟିକେ ଦେଖମି ବାବୁ । “

ମୁଁ କହିଲି, “ ହଁ ବାବା , ସେ ଇହାଦେ କାମ ରେ ବ୍ୟସ୍ତ ଅଛନ୍ତି । ଡାକି ଦଉଛି ଦେଖିବ । ହଁ , ଆମେ ଏବେ ବେଶୀ ଏଠାରେ ରହୁ ନାହୁଁ । ମଝିରେ ମଝିରେ ଆସୁ କିଛି ଦିନ ପାଇଁ । “ 

ବୁଢା କହିଲା “ ହଁ ବାବୁ , ଜେନ କରତବ୍ୟ ଥିବା ସେନକେ ତ ଯିବାର କେ ହେବା । ମୁଇ ଇ ଭିତରେ ଯେତେଥର ଆସିଛେ , ଡାକସି ମାଁ କେ , କିନ୍ତୁ ଭଡା ରହୁଥିବାର ଲୋକ ଆସିକରି କହେସନ ସେମାନେ ତ ଭୁବନେଶ୍ବରରେ ଅଛନ । ମତେ ଦୁଇମୁଠା ଖାଇବାର କେ ଯେନୁ ହଉ ମିଳି ଜାଏସି ନ ବାବୁ, ହେଲେ କେତେ ବରଷ ଆଗ ମୁଇ ପାହେଲା ଆସିଥିଲି ବେଳେ ମାଁ ଜେନ ପଖାଳ ଆଉ ତିଅନ୍ ,ଶାଗ ଟିକେ ଦେଇଥିଲେ ସେଟା ପୁରା ଅମୃତ ବାଜିର ଲାଗିଥିଲା ବାବୁ । ସେ ସୁଆଦ ମୁଇ କେଭେ ନାଇଁ ପାଇ । ମୁଇ ମାଁ କେ ଟିକେ ଦେଖବାର ଲାଗି ଅଏସୀ । “

ମୁଁ କହିଲି “ବାବା , କେଭୂ ନୁ ତୁମର ଦୁହି ଗୋଡ ଆଉ ନାଇ ଚଲବାର ?”

ବୁଢା କହିଲା “ ବାବୁ , ବଏସ ତ ହେଲାନ ବାବୁ , ଭଗବାନ କେଭେ ନେବେ ଯେ ଖାଲି ତାକିଛେ । ଜନମ ହେଲେ ତ ଯିବାର କେ ହେସି । ମୋର ଦୁଖ ନାଇନ ଆଉ । ସେଥର ତୁମେ କହିଲା ପରେ ମୁଇ ଅଲଗ ଲୋକ ବାଜିର ସୁର୍ତା କରୁଚ୍ଛେନ । ଆଉ କେତେଦିନ ଇ ବାଡି ର ବଲେ ଚାଲି ହଉଥିଲେ ନିଶ୍ଚେ ଆସୁଥିମି , ମା ଆଉ ତମେ ଜେନ ଥିଲେ ବି ସୁଖେ ଥ ବଳି ଡାକୁଥିମି । ବର୍ଷେ ହେଲାନ ଦୁହି ଆଣ୍ଠୁ ଆଉ ନାଇ ଚଳିବାର । କିନ୍ତୁ ଆଉ ଦରକାର ବି ନାଇ । ଦିନ ସରି ଆସିଲାନ । “

ଘରଣୀ ପୂଜା କାମ ସାରି ବାହାରିଲେ । ବୁଢା ଆନନ୍ଦରେ ଗଦଗଦ ହେଇ ଗୁଡାଏ ଶୁଭକାମନା ମନାସି ଗଲା । ଦେଖୁଠାଏଁ ମୁଁ । ବୁଢା ଦୁଇ ହାତ ଉପର କରି ଭଗବାନ ଙ୍କୁ ମାଗିଲା ଆଶୀର୍ବାଦ , ଆମ ପାଇଁ , ଆଉ ବାଡି ଠକ ଠକ କରି ଯିବାକୁ ବାହାରିଲା । ମୁଁ ଗେଟ ଖୋଲି ଦେଲି । ସେ ଚାଲିଲା । କିନ୍ତୁ ତାର ଦୁଇ କୋଟରଗତ ଆଖି ରୁ ଲୁହ ବାହାରୁଥାଏ .........

ଆଶା ବାଡି ଜୀବନ ବୁଢା

Rate the content


Originality
Flow
Language
Cover design

Comments

Post

Some text some message..