Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଷଣ୍ଢ ଲଢ଼େଇ
ଷଣ୍ଢ ଲଢ଼େଇ
★★★★★

© Sisir Panda

Inspirational Tragedy

4 Minutes   256    9


Content Ranking

ମାଘ ମାସ ଶୀତୁଆ ସକାଳ ୧୦ ଟା।ଚାରିଘାଟ ଗାଁର ହେଙ୍କଡ଼ ମସ୍ତାନ ମୁଣ୍ଡରେ ମଫଲର୍ ଭିଡ଼ି, ବିଡ଼ି ଟାଣି ନୂଆ ପୋଖରୀକୁ ଯାଉଥାଏ ନିଜର ନିତ୍ୟ କର୍ମ ସାରିବାକୁ।ପଡ଼ିଶା ଗାଁ ଶଙ୍ଖପୁଟର ଇସ୍ପାତ ସିଂ ତାକୁ ଦେଖି ଡାକ ଛାଡ଼ିଲା,-"ଆବେ ହେଙ୍କଡ଼!ରହ ଟିକେ ରହ,କୁଆଡ଼େ ମାଡ଼ି ଯାଉଛୁ।"ତା ଘନିଷ୍ଠ ବନ୍ଧୁକୁ ଦେଖି ହେଙ୍କଡ଼ ଖୁସିରେ ଗଦ୍ ଗଦ୍ ହୋଇ କହିଲା,-"ଆବେ,ତୁ କେବେ ବାହାରିଲୁ?କିଏ ଆଣିଲା ଏଥର?ବେଲର୍ କିଏ ?"ଏମିତି ଅନେକ ପ୍ରଶ୍ନ ପଚାରି ଚାଲିଲା ସେ।ଇସ୍ପାତ ନିଜ ମୁଛରେ ହାତ ମାରି କହିଲା,-"ଆରେ, ତୁ କଣ ଭାବୁଛୁ।ଆଗେ ବିଡ଼ି ଗୋଟା ଦେଲୁ ଦି ସୋଟା ଟାଣି ଦିଏ,ତା ପରେ କହିବି।ବିଡ଼ି ଟାଣି ସାରି ପୁଣି ଆରମ୍ଭ କଲା-"ତୁ ଭାବୁଥିଲୁ ଏଥର କେହି ମିଳିବେନି ବେଲରେ ଆଣିବାକୁ୍ ନା।ମୋ ନାଁ ଇସ୍ପାତ, ମୋ କାମ ବି ଇସ୍ପାତ।ଆଗରୁ ସବୁ ରେଡ଼ି ଅଛନ୍ତି,ବୁଝିଲୁ ପାର୍ଟି।"

"ଆବେ କିଏ ତା ନାଁ କହୁନୁ।କରମା ଭାଇ ଆଣିଥିବ,ଆଉ କିଏ ଆଣିବ।"ହେଙ୍କଡ଼ ସବୁ ଜାଣିଲା ପରି କହିଗଲା।ତାର କଥା ଶୁଣି ସିଂ କହିଲା,-"ଶାଲା,ତୁ ତ ସବୁ ଜାଣିଚୁ,ପୁଣି ପଚାରୁଛୁ କଣ।ଆଗକୁ ଇଲେକସନ ଅଛି।କରମା ଭାଇ ନ ଆଣିଲେ, ତା'ର କାମ କେମିତି ହେବ।"ଉଭୟ ହେଙ୍କଡ଼ ଓ ଇସ୍ପାତ ନିଜ ଅଞ୍ଚଳରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି।ହେଙ୍କଡ଼

ତାର କ୍ୟାରିଅର ଆରମ୍ଭ କରିଥିଲା ସପ୍ତମ ଶ୍ରେଣୀରେ ପଢ଼ିବା ବେଳଠୁ,ସେ ତାର ସାଙ୍ଗମାନଙ୍କ ବହି,ଖାତା,କଲମ ଆଦି ଚୋରି କରି ଏବଂ ଇସ୍ପାତର ଆରମ୍ଭ ହୋଇଥିଲା ଅଷ୍ଟମ

ଶ୍ରେଣୀରେ ପଢ଼ିଲା ବେଳେ ନିଜ ଗାଁ ଗୁଡ଼ିଆ ଦୋକାନୀ ଭଗତ ସାହୁ ଦୋକାନରୁ କିଛି ଟଙ୍କା ଓ ସାମାନ ଆଦି ଚୋରି କରି। ତାପରେ ମସ୍ତାନ ଓ ସିଂ ଉଭୟଙ୍କ ପାଠରେ ଡୋରି ବନ୍ଧା ହେଲା।

ସେବେଠାରୁ ଉଭୟ ନିରୀହ ବ୍ୟକ୍ତି ଦେଖି

ମାରପିଟ୍,ରାହାଜାନୀ,ଚୋରି, ଦାଦାବଟି,ଝିଅଙ୍କୁ କମେଣ୍ଟ ଏମିତି ଅନେକ କାମରେ ଅନେକ ବାର ଜେଲ ଯାଇ ଆସିଲେଣି।ସେମାନଙ୍କୁ ବେଲ୍ ରେ ଆଣିବା ବ୍ୟବସ୍ଥା ସେ ଅଞ୍ଚଳର ବିଧାୟକ କରମା ଭାଇ ତଥା ବଡ଼ ବଡ଼ ଠିକାଦାର ଆଦି କରନ୍ତି।ନିର୍ବାଚନ ବେଳେ ଏଭଳି ତତ୍ତ୍ବ ଭଲ କାମରେ ଆସନ୍ତି ଓ ଠିକାଦାରମାନେ ସେମାନଙ୍କ ମାଧ୍ୟମରେ ବଡ଼ ବଡ଼ କାମର ଠିକା ପାଇଯା'ନ୍ତି।ତିନି ମାସ କାଳ ଜେଲରେ ରହି ଇସ୍ପାତ ଦୁଇ ତିନି ଦିନ ହେବ ବାହାରିଛି।ହେଙ୍କଡ଼ ଏକ ମାସ ହେବ ଆସିଛି।ଏହି ଦୁଇ ଜଣ ଯେବେ ବି ଏକାଠି ହୁଅନ୍ତି

କିଛି ନା କିଛି ବଦମାସି କରନ୍ତି।ବହୁତ ଥର ଅନେକ ଜାଗାରେ ମାଡ଼ ଖାଆନ୍ତି, ନିଜ ଅଞ୍ଚଳରେ ସେମାନଙ୍କ ମୁହଁରେ କେହି କିଛି କହନ୍ତି ନି,ନିଜ ଇଜ୍ଜତକୁ ଜଗି। ଏଭଳି ଲୋକଙ୍କୁ କିଏବା କଣ କହିବ,ଅଜଥା ଟେନସନ।ତା ବାଦ୍ ଏମାନେ ହେଲେ ଚାରି ଦୌଡ଼ି କଟା।,କଣ ଭରଷା ସେମାନଙ୍କ ଉପରେ।

ହେଙ୍କଡ଼ ମସ୍ତାନ ସିଂକୁ କହିଲା,-"ଚାଲ୍ ଯିବା ବିରାଟ ପଡ଼ିଆ ଆଡ଼େ, ଏତେ ଯୋର ଥଣ୍ଡା ପଡ଼ିଛି ଅବି ଗାଧେଇବା ନି।ସେଠି ବରଗଛ ମୂଳରେ ବସି ଦି ଦି ଦମ୍ ଗଞା ଭିଡ଼ିବା,ତା ପରେ କୃଷ୍ଣ ସାହୁ ପାଖରେ ଚା,ପାନ ଖାଇ କିଛି ଯୋଜନା କରିବା-ନେତାଙ୍କ ଠାରୁ କେମିତି ଭଲ ମାଲ ଖସାଇବା ନିର୍ବାଚନ ପାଇଁ।"ତା କଥା ଶୁଣି ଇସ୍ପାତ ତୁରନ୍ତ ରାଜି ହୋଇଗଲା।ଦୁଇ ଜଣ ଗଞ୍ଜେଇ ମାରି, ଚା,ପାନ ଧରି ବିରାଟ ପଡ଼ିଆ ବରଗଛ ମୂଳରେ ବସି କଥାବାର୍ତ୍ତା ହେଉଥାନ୍ତି,ସେମାନଙ୍କ ନଜର ପଡ଼ିଲା ପଡ଼ିଆରେ ଦୁଇଟି ଷଣ୍ଢ, ଗୋଟେ ଧଳା ଆଉ ଗୋଟେ କଳା ଠିଆ ହୋଇଛନ୍ତି ଓ ଅନ୍ୟ ଗାଈଗୋରୁ ମଧ୍ୟ ଚରୁଥାନ୍ତି।କଳା ଷଣ୍ଢ ଚାହୁଁଥାଏ ଧଳାକୁ ସେ ଏରିଆରୁ ତଡିବାକୁ।ଧଳା ବି ଡରିଲାବାଲା ନୁହେଁ।

ମସ୍ତାନ ଓ ସିଂ ଉଭୟଙ୍କ ତ ଅଭ୍ୟାସ ଅଛି କହୁଣୀ ଖିଆ କାମ କରିବା।ଉଭୟ ନିଜ ମଧ୍ୟରେ ବାଜି ଲଗାଲଗି ହେଲେ କି କେଉଁ ଷଣ୍ଢ ଜିତିବ,ଯଦି ଲଢ଼େଇ ହୁଏ।ହେଙ୍କଡ଼ ନେଲା ଧଳା ଓ ଇସ୍ପାତ ନେଲା କଳା ଷଣ୍ଢ। କଥା ଛିଣ୍ଡିଲା ଯେ ଯାହାର ଷଣ୍ଢ ହାରିବ,ସେ ଅନ୍ୟକୁ ଥ୍ରୀଏକ୍ସ ରମ ଦେବ ପିଇବାକୁ।ବାସ୍ ତେଣିକି ଦୁଇ ଜଣ ଲାଗିଗଲେ ନିଜ ନିଜ ଷଣ୍ଢକୁ ଉସୁକାଇବାରେ।ଏହା ମଧ୍ୟରେ ଅନେକ ଲୋକ ଆସି ରୁଣ୍ଡ ହୋଇସାରିଥାନ୍ତି।ସେମାନେ ମଧ୍ୟ ପାଟିରେ ଉବୁଉବୁ କରି, ଚିଲେଇ ମତାଇ ଦୁଇ ପଶୁଙ୍କ ମଧ୍ୟରେ ଝଗଡା ଆରମ୍ଭ କରି ଦେଲେ।ଉଭୟ ଷଣ୍ଢ ନିଜ ନିଜର ପ୍ରଭୁତ୍ବ ଜାହିର କରିବାକୁ ପ୍ରାଣପଣେ ଚେଷ୍ଟାକରି ଲହୁଲୁହାଣ ହୋଇଗଲେଣି।ଯାତ୍ରା ପରି ଲୋକଙ୍କ ସୁଅ ଛୁଟିଲାଣି ତମାସା ଦେଖିବାକୁ।

କେତେକ ଲୋକ କଥା ହେଉଥାନ୍ତି ଏ ଶଳା ଦୁଇଟା ଗାଁରେ ନଥିଲେ କି ଶାନ୍ତି ଥିଲା ଏହି ଅଞ୍ଚଳରେ।ଯେତେ ଦିନ ପର୍ଯ୍ୟନ୍ତ ପୁଣି ମାମୁଁ ଘର ଯାଇନାହାନ୍ତି, ସେତେ ଦିନ ସେମାନଙ୍କ ଚାଲିବ ଏହିଭଳି କାରନାମା।ଆଉ ଜଣେ କହୁଥାନ୍ତି-

"ବ୍ୟସ୍ତ ହୁଅନି,ଏମାନେ ହେଲେ ଜେଲ ଚଢେଇ।ସେଠାର ପରିବେଶ ଛାଡ଼ି ଦେଲେ ଏମାନଙ୍କୁ ଆଉ କୌଠି ଆରେଇବନି କି ଏମାନେ ବେଶୀ ଦିନ ରହିପାରିବେ ନାହିଁ।"ଜଣେ ବୟସ୍କା ମହିଳା କହିଲେ,-" ଏତେ ଲୋକ ମରୁଛନ୍ତି, ଏମାନଙ୍କୁ ଯମ,ଯୋଗଣୀ କେହି ଖାଉ ନାହାନ୍ତି।" ଆଉ ଜଣେ ବୁଢ଼ା ଲୋକ କହୁଥାନ୍ତି,-" କି ଅବିବେକି ଲୋକଗୁଡା,ସେମାନେ ହେଲେ ପଶୁ ତାଙ୍କର ସିନା ବୁଦ୍ଧି ନାହିଁ,ହେଲେ ତୁମେମାନେ ସବୁ କଣ ସବୁ ପଶୁ।"

ଆଉ ଜଣେ ଗାଁ ବାଲା କହିଲେ,-" ପଶୁ ଠାରୁ ହୀନ ଏମାନେ।ଦେଖୁନ ଷଣ୍ଢ ଦିଟା ରକ୍ତାକ୍ତ ହୋଇ ସାରିଲେଣି।ତଥାପି କେମିତି ଲଢ଼େଇ ବାରେ ଲାଗିଛନ୍ତି।ମନା କରିଲା ବାଦ ବି ଶୁଣୁନାହାନ୍ତି।ସେ ଦି'ଟାଙ୍କ ନାମ ଯେମିତି କାମ ବି ସେମିତି।ଘରେ ପଛେ ଖାଇବାକୁ ନଥାଉ,ହେଙ୍କଡ଼ ଓ ଇସ୍ପାତ ଉଭୟଙ୍କ ଡାଏଲଗ୍ ରେ ରାଜକୁମାର, ଶତୃଘ୍ନ ସିହ୍ନା ମଧ୍ୟ ଫେଲ ମାରିଯିବେ।ଅନ୍ୟ ମାନଙ୍କୁ ଦେଖ କେମିତି ମଜା ନେଉଛନ୍ତି ନିରୀହ ପଶୁଙ୍କୁ କଷ୍ଟ ଦେଇ।"ଏମିତି କଥାବାର୍ତ୍ତା ଚାଲୁଥାଏ

ହଠାତ୍ ଲୋକମାନେ ଚିଲାଇବାକୁ ଲାଗିଲେ, କେତେକ ଯନ୍ତ୍ରଣାରେ ଚିତ୍କାର କରୁଥାନ୍ତି।ସମସ୍ତେ ଯେତେବେଳେ ପଡ଼ିଆ ଆଡ଼େ ଦେଖନ୍ତି ତ ଷଣ୍ଢ ଦ୍ବୟ ଗୋଡ଼ାଇ ଗୋଡ଼ାଇ ମତାଉଥିବା ଲୋକଙ୍କୁ ମାରିବାକୁ ଲାଗିଛନ୍ତି।ଅନେକ ଖଣ୍ଡିଆ ଖାବଡା ହୋଇ ରଡି ଛାଡୁଛନ୍ତି।ସେମାନଙ୍କ ମଧ୍ୟରୁ ତିନି ଜଣ ସିଧା ଉପରକୁ ଟିକେଟ୍ କାଟି ସାରିଲେଣି।

ହେଙ୍କଡ଼ ମସ୍ତାନର ମୁଣ୍ଡ, ନାକ ଫାଟି ରକ୍ତ ବୋହି ଚାଲିଛି, ତାର ଗଞ୍ଜେଇ ନିଶା ଓଲ୍ଲାହି ସାରିଥାଏ,ତଳେ ପଡ଼ି ଓହୋ ହେଉଛି।ଇସ୍ପାତ ସିଂର ଡାହାଣ ହାତ ଭାଙ୍ଗିଗଲା ଓ ତା ମୁହଁର ଅବସ୍ଥା ନଥିଲା ଆଉ,କଥା କହି ପାରୁନଥାଏ।ଲୋକମାନେ ନିଜ ନିଜ ଉପରେ ବାଉଳାରେ ଦଳାଚକଟା ହୋଇ ସାଙ୍ଘାତିକ ଭାବରେ ଆହତ ହୋଇ କରୁଣ ଚିତ୍କାର କରୁଥାନ୍ତି।ଜଣେ ଭଦ୍ରବ୍ୟକ୍ତି ଫୋନ କରି ଆମ୍ବୁଲାନ୍ସ ଡାକି ଆହତ ମାନଙ୍କୁ ହସପିଟାଲ ପଠାଇଥିଲେ।ଦଶ ପନ୍ଦର ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ,ଚାଳିଶ ପଚାଶ ଜଣ ଆଂଶିକ ରୂପେ ଆହତ।ତିନି ଜଣଙ୍କ ମୃତ୍ୟୁ ଏବଂ ଆଉ ମଧ୍ୟ ଦଶ ଜଣ ମୃତ୍ୟୁ ପଥର ଯାତ୍ରୀ ହେବାର ସମ୍ଭାବନା।ଘଟଣା ସ୍ଥଳରେ ପୋଲିସ, ଆଉ କେତେକ ସାମ୍ବାଦିକ ଆସି ପହଞ୍ଚି ଘଟଣାର ସବିଶେଷ ଖବର ନେଉଥାନ୍ତି।

ସାମ୍ବାଦିକଙ୍କୁ ତ ସବୁବେଳେ ଚଟପଟା,ଗରମାଗରମ ଖବର ଦରକାର।ଯାହା ହେଉ ଖବର ବୁଝିବାରୁ ଜଣା ପଡ଼ିଲା କି ଲଢ଼ୁଥିବା ବେଳେ ହଠାତ୍ ଲଢ଼େଇ ବନ୍ଦ କରି,ଷଣ୍ଢ ଦ୍ବୟ ଉପରକୁ ଚାହିଁଲେ ଏବଂ ସେମାନଙ୍କ ଭାଷାରେ କିଛି କହି,ଲୋକଙ୍କୁ ଆକ୍ରମଣ କରିବାକୁ

ଲାଗିଲେ।କେତେ ଲୋକ ମଧ୍ୟ ଲାଠି ଧରି ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ କିଛି ଲାଭ ହେଲାନି।ଆଉ ଥୋକେ କହୁଥାନ୍ତି,-"ଯାହା ହେଲା ଭଲ ହେଲା, ମଣିଷ ହେଲ ବୋଲି ଯାହା ଇଚ୍ଛା ତାହା କରିଯିବ ନା କଣ।"

ଚାରିଘାଟ ଗାଁର ଜଣେ ବୟଜ୍ୟୋଷ୍ଠ ମୁରବି ଲୋକ କହିଲେ,-" ଏବେ ବି ସମୟ ଅଛି ଯଦି ମଣିଷ ନିଜେ ସୁଧୁରି,ଈଶ୍ବରଙ୍କ ଅନ୍ୟ ସମସ୍ତ ସୃଷ୍ଟିର ଯତ୍ନ ନେବା ସହ ପୃଥିବୀର ସୁରକ୍ଷା ନେବ ତ,ତା'ର ପରବର୍ତ୍ତୀ ଦିବ୍ୟ ସ୍ତର ମହାଯୋଗୀ ଅରୋବିନ୍ଦଙ୍କ ଭାଷାରେ ଅତି ମାନବ ସ୍ତରକୁ ଉତ୍ତୀର୍ଣ୍ଣ ହେବ ନଚେତ୍ ଡାଇନୋସର ପରି ଧରାପୃଷ୍ଠରୁ ଉଭେଇ ଯିବ।ଆଜିର ଘଟଣାରୁ ଏହି ଶିକ୍ଷା ମିଳିଲା।ଈଶ୍ବରଙ୍କ ପକ୍ଷରେ କିଛି ମଧ୍ୟ ଅସମ୍ଭବ ନୁହେଁ।ଆଜି କେସ୍ ରୁ ସତ୍ୟ ଯୁଗର ଆଗମନ ହେଲା ପରି ଲାଗୁଛି।"ତାଙ୍କ କଥାକୁ ସମସ୍ତେ ମନ ଧ୍ୟାନ ଦେଇ ଶୁଣି ସମ୍ମତି ଜଣାଉଥାନ୍ତି।

ଶିଶିର କୁମାର ପଣ୍ଡା, କଟକ

ଷଣ୍ଢ ଗୁଡ଼ିଆ ବରଗଛ

Rate the content


Originality
Flow
Language
Cover design

Comments

Post

Some text some message..