Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Ojha

Drama Thriller

3  

Akshay Ojha

Drama Thriller

ରମେଶ ଗଲା କୁଆଡେ

ରମେଶ ଗଲା କୁଆଡେ

10 mins
7.8K


ଆଖିରୁ ପାଣି ମଲାଣି । ବାର ବର୍ଷ ହେଲାଣି ଫେରୁନି ରମେଶ । କେବେ ଫେରିବ ରମେଶ ?

ରମେଶ ଗଲାଦିନ ।ବୋଉ ଆସିଥିଲା ଘାଟ ପର୍ଯ୍ୟନ୍ତ । ବୋଉକୁ ନମସ୍କାର ହେଲା ବୋଉଠୁ ଆଶ୍ରୀବାଦ ନେଲା ।ଚଢିଲା ନଈ ଡ଼ଙ୍ଗାରେ । ଘାଟରୁ ଡଙ୍ଗା ଛାଡିଲା । ବୋଉ ବସି ରହିଲା ନଈକୂଳ ଘାଟରେ । ନଈରେ ହଲି ଦୋହଲି ଡଙ୍ଗା ନଈ ଆରପାରିକୁ ଚାଲିଲା । ଘାଟ ଆରପାରିରେ ଓହ୍ଲେଇଲା । ବୋଉକୁ ସ୍ପଷ୍ଟ ଦିଶୁଥିଲା ଆରପାରି । ଛୋଟ ପତଳା ପ୍ରଖର ନଈଟିଏ । ରମେଶ ହାତ ହଲେଇ ଚାଲିଗଲା । ନଦୀ ଆରପଟେ ବସ ଧରିବ ଓ ସହର ଯିବ । ବୋଉ ନଈ କୂଳେ ବସି ରମେଶକୁ ଯାଉଥିବାର ଦେଖୁଥିଲା । ତାପରେ ରମେଶ ଆଉ ଫେରିନି ସେବେଠୁ ।

ନଈ କୁଳର ଏ ଛୋଟ ଗାଁ । ଗୋଟିଏ ବୋଲି ପୁଅ ରମେଶ ତା ମାର । ରୋଜଗାର ପାଇଁ ସହର ଗଲା । ଫେରିନି ଏଯାଏ । ଏ ନଈ ପାର ହେଲେ ବସ ଷ୍ଟାଣ୍ଡ । ଦୂର ସହରକୁ ରାସ୍ତା ।

ସକାଳ ହେଲେ,ବୋଉ ନଈ କୂଳରେବସି ଘଣ୍ଟା ଘଣ୍ଟା ଅପେକ୍ଷା କରେ ରମେଶକୁ । କାଳେ ରମେଶ ଆସୁଥିବ । ବୋଉ ପତ୍ରଝଡା ଗଛ ପରି ଝଡି ଗଲାଣି ।ଶୁଖିଲା କାଠଟିଏ ପରି ହେଇ ଗଲାଣି । ଆଖିରୁ ସବୁବେଳେ ଲୁହ ଧାରଟିଏ ଝରି ପଡୁଥାଏ ଜଣା ଅଜଣାରେ । ନଈ କୂଳରେ ବସି ଘାଟରୁ ଓହ୍ଲଉଥିବା ସବୁ ଲୋକକୁ ନିରିଖେଇ ଦେଖେ । ବେଳେ ବେଳେ ପଚାରି ଦିଏ ତା ରମେଶ ଆସିଛି କି ? କେହି ଦେଖିଛ କି ତା ରମେଶକୁ । ଠିକ ଠିକ ଜବାବ ମିଳେନି । ତଥାପି ଅପେକ୍ଷା କରେ ନଈ ସେପାରିର ପଥିକ ମାନକୁ। କାଳେ ତା ରମେଶ ଆସୁଥିବ ।

ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ବାର ବର୍ଷ ବିତିଗଲାଣି ରମେଶ ଅପେକ୍ଷାରେ । ଏ ନଈର ନବରଙ୍ଗକୁ ଦେଖୁଥାଏ । ବର୍ଷାରେ ବନ୍ୟାର କରାଳ ରୂପ । ଖରାଦିନର ବାଲିଅନ୍ତା । ଶୁଖିଲା ନଈ ।ଶୀତରେ ଶାନ୍ତ ପାଣି । ନାଉରିଆ ଓ ବୁଢ଼ୀ ଦିଶିଯାନ୍ତି ସବୁବେଳେ ଏଇ ନଈ ପଠାରେ ।

ବୁଢ଼ୀ ନଈ କୂଳରେ ବସି ବସି ଯେମିତି ପଥର ପାଲଟି ଗଲାଣି । କେହି କେବେ ପଥିକଟେ ଆସି ବୁଢ଼ୀ ପାଖରେ ବସି ପଡେ । ବୁଢୀର ଆତ୍ମକୁ ସନ୍ତୁଷ୍ଟ କଲା ପରି ଦିପଦ କହିଯାଏ । ତୋ ପୁଅ ଅଛି କଲିକତାର ଏକ ଗୁପ୍ତ ଗଳିରେ । ତୋ ପୁଅକୁ ଏକ ଔରତ ଯାଦୁ ମନ୍ତ୍ର କରି ରଖିଛି ।ସେ ଆସିବ ଦିନେ । ନିଶ୍ଚେ ଆସିବ । ଯେତେବେଳେ ତା ଦେହର ଡେଉଁରିଆ କାମ ନକରିବ । ସେ ପଳେଇ ଆସିବ ତୋପାଖକୁ । ବୁଢ଼ୀ ଖୁସି ହେଇଯାଏ । ଶରୀରରେ ଶକ୍ତି ଆସି ଯାଏ । ଜଗନ୍ନାଥକୁ ମୁଣ୍ଡିଆ ମାରେ । ବୁଢ଼ୀ କହେ ମୁଁ ଜାଣିଛି ସିଏ ଆସିବ । ଜରୁର ଆସିବ । ଆଉ କିଏ କହେ ସେ ଆଉ ଦୁନିଆରେ ନାହିଁ । ବୁଢ଼ୀ ରାଗିଯାଏ ।ଗାଳି ଗୁଳଜ କରେ । କିଏ କହେ ମୋ ଭାଇ ରମେଶକୁ କଲିକତାର ବହୁବଜାରରେ ଦେଖିଥିଲା । ସେ ମୋ ଭାଇକୁ ଦେଖି ମୁଁହ ଲୁଚେଇଲା । ବୁଢ଼ୀ ଆଉ ଥରେ ତା ମୁଁହରୁ ଶୁଣିବାକୁ ଚାହେଁ । ପୁଣି ଅପେକ୍ଷା କରେ । ବିଶ୍ୱାସ ରଖେ । ହଁ ଆସିବ । ତା ରମେଶ ଆସିବ ।ସକାଳୁ ସଞ୍ଜଯାଏ କେତେ ଲୋକ ଘାଟପାରି ହେଇଯାନ୍ତି । ସମସ୍ତଙ୍କୁ ଟିକି ନିଖି କରି ଦେଖେ କିନ୍ତୁ ରମେଶ ଆସେନା । ପୁଣି ପରଦିନ ଅପେକ୍ଷା ।

ଯେମିତି ଏ ଅପେକ୍ଷାର ଅନ୍ତ ନାହିଁ । ବୁଢ଼ୀ ବେମାର ପଡିଗଲା ।ପନ୍ଦରଦିନ ବିଛଣାରୁ ଉଠିଲାନି । ଔଷଧ କାମ କଲାନି । ବୁଢ଼ୀ ଆଖି ବୁଜିଲା । ତଥାପି ରମେଶ ଆସିଲାନି । ଗାଁ ଲୋକଙ୍କ ପରାମର୍ଶରେ ନଈକୂଳରେ ବୁଢୀର ଶବଦାହ କରାଗଲା । ଶବରେ ନିଆଁ ଦେବା ପୂର୍ବରୁ ଶେଷ ଭଡାରେ ଆସିଥିବା ଯାତ୍ରୀମାନଙ୍କୁରୁ ନାଉରିଆକୁ ପଚରାଗଲା । ରମେଶ ଆସିଛି କି ? ରମେଶ ଆସିନଥିଲା । ଶେଷରେ ବୁଢୀର ଶବଦାହ ହେଲା ।

........... ଲୋକେ କୁହନ୍ତି, ରାତି ଆଠଟା ପରେ କେହି ଯାତ୍ରୀ ଡଙ୍ଗାରୁ ଓହ୍ଳଲେଇ ଘରକୁ ଯିବାବେଳେ ପଛରୁ ଯେମିତି ଶୂନ୍ୟରୁ କେହି ଆସି ପଚାରି ଦିଏ ,ରମେଶ ଆସିଛି କି ?


Rate this content
Log in

Similar oriya story from Drama