Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Tragedy

1.0  

Rasmi Rekha Tripathy

Tragedy

ଅବ୍ୟକ୍ତ

ଅବ୍ୟକ୍ତ

1 min
517


ଅବ୍ୟକ୍ତ

ସେ ଦିନ ଇଛା ନ ଥିଲେ ମଧ୍ୟ ମୋ ଭାଇର ଶଳା ସହ ତା ଶ୍ୱଶୁର ଘରକୁ ଗଲି l ବେଳେବେଳେ ଏମିତ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡେ l ଭାଇ ଶଳାର ଶ୍ୱଶୁର ଅବସରପ୍ରାପ୍ତ ପ୍ରାଧ୍ୟାପକ l ନିକଟ ଅତୀତରେ ତାଙ୍କ ପତ୍ନୀଙ୍କର ଦେହାନ୍ତ ଘଟିଛି l ଭଦ୍ରଲୋକଙ୍କର ଦୁଇ ପୁଅ l ଜଣେ ରହୁଛି ଭୁବନେଶ୍ୱରରେ, ଆଉ ଜଣେ ବ୍ରହ୍ମପୁରରେ l ଭଦ୍ରଲୋକ ରହୁଛନ୍ତି ଜଟଣୀରେ l ଏକା………l ମୋତେ ଦେଖି ବହୁତ ଖୁସି ହୋଇଗଲେ ଓ ଆଦରରେ ଘରକୁ ଟାଣି ନେଲେ l ତାଙ୍କର ଏ ପରିବର୍ତ୍ତିତ ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ମୁଁ l କାରଣ ତାଙ୍କର ସାନ ପୁଅ ପାଇଁ ମୁଁ ଦିନେ ମୋ ଝିଅର ପ୍ରସ୍ତାବ ନେଇ ଆସିଥିଲି ଓ ଭଦ୍ରଲୋକ ଆଗ୍ରାହ୍ୟ କରି ଦେଇଥିଲେ l କାହିଁକି ? ତାର କାରଣ ମୁଁ ଏ ପର୍ଯ୍ୟନ୍ତ ଜାଣିପାରିଲି ନାହିଁ l ମୋ ଝିଅ ଅବଶ୍ୟ ଭଲ ପରିବାରରେ ବାହା ହୋଇଛି l ତା ଶାଶୁଶ୍ୱଶୁରଙ୍କ ମେଳରେ ରହୁଛି l ଆହୁରି ଆଶ୍ଚର୍ଯ୍ୟ ଲାଗିଲା, ଯେତେବେଳେ ଭଦ୍ରଲୋକ ମୋ ଝିଅର ପ୍ରଶଂସା କଲେ l ମୁଁ ଦେଖିଲି, ମୋ ଭାଇର ଶଳା ମୁହଁ ସଙ୍କୋଚରେ ଛୋଟ ହୋଇଗଲା l

: ବୁଝିଲେ ଭାଇନା ! ମୋ ଶଳା ଭାଉଜ ବହୁତ ଭଲ l ପ୍ରତି ସପ୍ତାହାନ୍ତରେ ଜଟଣୀ ଆସି ସପ୍ତାହକ ପାଇଁ ରାନ୍ଧି ଦେଇ ଫ୍ରିଜରେ ରଖି ଦେଇ ଯାଆନ୍ତି l ଆଉ ଜଣେ ମେଡ୍ ସର୍ଭେଣ୍ଟ୍ ଆସି ଅନ୍ୟ କାମ ସବୁ କରିଦିଏ l ବୁଢାଙ୍କର କିଛି ଅସୁବିଧା ହୁଏନି l ମୁଁ କିନ୍ତୁ କହି ପାରିଲି ନାହିଁ ଯେ, ତା ଯାଆଁଳା ଠାରୁ ଜଟଣୀ ବିଶେଷ ଦୂର ନୁହେଁ l ତେଣୁ ସେମାନେ ଜଟଣୀରେ ବି ନିଜ ଘରେ ରହିପାରିଥାନ୍ତେ, ଭଦ୍ରଲୋକଙ୍କୁ ଏକା ରହିବାକୁ ନ ଦେଇ l ନୀରବରେ ହସି ଦେଲି କେବଳ l


Rate this content
Log in

Similar oriya story from Tragedy