Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Inspirational

3  

Neelima Nivedita Behera

Inspirational

ରଜଃ

ରଜଃ

3 mins
7.4K


 - ଋତୁସ୍ରାବ ରକ୍ତ ଓ ଦେହ ଭିତରେ ବୋହୁଥିବା ରକ୍ତ ଭିତରେ ଫରକ୍ କ'ଣ ? କାହିଁକି ମୁଁ ଅପବିତ୍ର ହେଇଗଲି ଆଗାମୀ ସାତ ଦିନ ପାଇଁ ? ଠାକୁର ଘର, ତୁଳସୀ ଚଉଁରା ଏମିତିକି ବାପା ଓ ଭାଇକୁ ବି ଛୁଇଁବା ମନା ? ଏଇ ମୁହୂର୍ତ୍ତେ ପୂର୍ବରୁ ତୋର ଅଲିଅଳି ଏଇନା ଅଲକ୍ଷଣି ପାଲଟିଗଲା ? ମୋ ଛାଇ ବି ଏବେ ତୋତେ ଅଭିଶପ୍ତ ଲାଗୁଛି ? କିନ୍ତୁ କାହିଁକି ମମ୍ ? କାହିଁକି ?

- ଆରେ ଯଉଟା କରାଯାଏ ସେଇଟା କହୁଛି । ମୋବାଇଲକୁ ସେଇଠି, ସେଇ ଦୁଆର ପାଖରେ ରଖି ବାଥ୍ରୁମକୁ ଯା' । ଆଉ ମୁଣ୍ଡ ଧୋଇ ଗାଧେଇ ପଡ଼େ । ଆମବେଳେ ତ ଗୋବର ପକେଇ ଗାଧେଇବାକୁ ପଡ଼େ ହେଲେ ଆଜିକାଲି ସେଇଟା କଉଠୁ ଆଣିବି ? ତୁ ବାଲ୍ଟିରେ ପାଣି ଖୋଲ୍, ମୁଁ ହଳଦୀ ଚାମଚେ ଦେଇଦେଉଛି ।

- ହେଲେ ମମ୍ ! ମୁଁ ଟାଇଫଏଡ୍ ମେଡିସିନ୍ ଖାଉଛି । ଏଇ ଆଜି ହିଁ ଜର ଛାଡ଼ିଥିଲା ? ରାତି ୧୧ ବାଜିଲାଣି । କାଲି ସକାଳୁ ଗାଧେଇଲେ ହେବନି ?

- ନା । ହେବନି । ଅଶୌଚ ହେଇ ରହିବୁ ନା କ’ଣ ରାତିଟା ସାରା ? ଖଟ, ବିଛଣା, ସବୁ ଛୁଇଁବା ମନା । ତୁ ଯା' । ଗିଜର୍ ଅନ୍ କରି ଗାଧେଇ ପଡ଼େ । ମୁଁ ରୁମ୍ ହିଟର୍ ଲଗେଇଦଉଛି । ଆସି ସେକି ହେଇ ପଡ଼ିବୁ ।

ଏତକ କହି ଟାୱେଲ୍ ଫିଙ୍ଘିଲା ମୋ ଉପରକୁ । ହାତଟେକି ହଳଦୀ ଚାମୁଚେ ଦେଲା । କିନ୍ତୁ ତା' ଆଖି ଯୋଡ଼ାକ ଦେଖିଲେ ଲାଗୁଥିଲା, ଯେମିତି ସିଏ ମୋତେ ତାଗିଦା କରି ସଂସ୍କୃତି କିମ୍ବା ପରମ୍ପରାରେ ବାନ୍ଧୁନି ବରଂ ନିଜେ ନିଜେ ଅପ୍ରସ୍ତୁତ ହେଇପଡୁଛି ଏପରି ନୀତି ନିୟମର ପାଳନ କରିବାକୁ କହି ।

[୨]

- ଦୂର୍ ଦୂର୍ । ଦୂର୍ ହୋ କହିଦେଉଛି । ମୋ ହାତରେ ପାଣି ଗରା । ମୋତେ ଛୁଉଁନା । ଏ ପାଣିରେ ରୋଷେଇ ହେବ । ସିଆଡ଼େ ଦୁନିଆ କାମ ପଡ଼ିଛି । ତୋ ବାପା କାମକୁ ଯିବ । ଦଶହରା ଛୁଟି ସିନା ସମତଙ୍କ ପାଇଁ ହେଲେ ତୋ ବାପା ପାଇଁ ନୁହେଁରେ ରମା । ସେ ସନା ଘର ସାଆନ୍ତ ଡାକିଛନ୍ତି । ଆଜି ବିଜୟା ଦଶମୀରେ ତାଙ୍କ ନୂଆ ଘରର ବାଣୀ କଟାହେବ । ରାଜୁଆ କାଳେ ବିଦେଶରୁ ଏସନ ଢେର୍ ପଇସା ରୋଜଗାର କରିଆଣିଛି । ତୋ ବାପା କହୁଥିଲା, ଚାରି ମାସରେ ଛାତ ବି ପଡ଼ିବ ।

- ହେଲେ ବୋଉ ! ମୁଁ ତ ଏଇନେ ଜୋରରୁ ଗାଧେଇ ଆସିଛି, ପୁଣିଥରେ କାହିଁକି ?

- ଆଜିକାଲି ସବାଲଜବାବ୍ ବହୁତ କରୁଛୁ ଦେଖୁଛି ? ତୁ ବଡ ହେଇସାରିଲୁଣି । ଏଇ ତା’ର ପ୍ରମାଣ । ଆଉ ମୁହଁ ଯୋଡନା ମୋ ସାଙ୍ଗରେ । ଟାଉ ଟାଉ ଯାଇ ବୁଡିପଡି ଆସେ । ଆଉ ହଁ, ଆସିଲାବେଳେ ହୁସିଆରି । ଯେମିତି ତୁ କାହାକୁ କି ତୋତେ କିଏ ନ ଛୁଅନ୍ତି ।

ବୋଉ ତାଗିଦ୍ କରିଦେଇ କେତେବେଳୁ ଚାଲିଗଲାଣି । ସୋରିଷ ରଙ୍ଗର ଫ୍ରକ୍’ଟା ଅଣ୍ଟା ପାଖରୁ ତଳକୁ ନାରଙ୍ଗି ଦିଶିଲାଣି । କେଇଧାର ରକ୍ତ ବହିଯାଇ ପାଦ ଛୁଇଁଲାଣି । ପାଣି କାଢିଦେଇ ଯିବା ପାଇଁ ବୋଉ ପାଖରେ ବି ସମୟ ନଥିଲା । କହିଛି ପୁଣି କୂଅ ଛୁଇଁବାବି ମନା । ଗୋଡ଼ କଚାଡି କଚାଡି ରମା ପୁଣିଥରେ ମୁହାଁଇଲା ଜୋର ଆଡ଼କୁ । ଇଚ୍ଛା ବିରୁଦ୍ଧରେ ଅନେକ କିଛି କରିବାକୁ ପଡ଼େ, ହେଲେ କାହିଁକି ? ମନେମନେ ଭାବୁଥାଏ ଆଉ ପାହୁଣ୍ଡେ ପାହୁଣ୍ଡେ ଆଗଉଥାଏ ।

[୩]

- “ନା । ଛୁଉଁନା ମୋତେ କହିଦେଉଛି” କହି ହାତ ଛିଞ୍ଛାଡିଦେଲା ସୁମୀ ତା’ ମମ୍ ର ।

- ମୋ ମା’ଟା ପା’ ! ଏମିତି ରାଗନ୍ତି ? ତୋ ଦେହ ଖଇ ଫୁଟୁଛି । ଘଣ୍ଟାଏ ହେଲାଣି ମେଡିସିନ୍ ଖାଇଲୁଣି, ସେ ବି ୬୫୦ ପାୱାରର, ତଥାପି ତାତି କମିବାର ନା ଧରୁନି । ଦେ' । ମୋତେ ଟିକେ ତୋ ଦେହମୁଣ୍ଡ ପୋଛିବାକୁ ଦେ' । ମୋ ସୁନାଟା...।

- ନା ମାନେ ନା । ମୁଁ ଅପବିତ୍ର । ମୋତେ ତୁ ଛୁଉଁନା । ସାତଦିନ ପରେ ଯଦି ବଞ୍ଚି ରହେ ତେବେ....

- ସେ ଅଲକ୍ଷଣା କଥା ଗୁଡ଼ା ତୁଣ୍ଡରେ ଧରନା ଲୋ ସୁମୀ । ମୁଁ ଚାଣ୍ଡାଳୁଣୀଟା । କାହିଁକି ସେ ନୀତିନିୟମରେ ବାନ୍ଧିହେଲି କେଜାଣି ? ଏ ଜର ପୁଣି ଲେଉଟିଲା । ମୁଁ ଏଇନା କ'ଣ କରିବିଲୋ ମା' ?

ବାହୁନି କାନ୍ଦୁ କାନ୍ଦୁ, ଓଦା କନାରେ ସୁମୀକୁ ଜୋର୍ କରି ପୋଛୁଥାନ୍ତି ରମା ଦେଇ । ଏବେଳେ ସ୍ଵାମୀ ହରେକୃଷ୍ଣ ବାବୁ ଘର ଭିତରକୁ ପଶୁ ପଶୁ ଗର୍ଜିଉଠିଲେ,

- ଭଲ କଲ । ବୁଝିଲ ! ପାଠପଢା ଝିଅ କ’ଣ ଏଇଥିପାଇଁ ମୁଁ ବାହାହେଇଥିଲି ? ଛୁଆଟା ୧୫ ଦିନ ପରେ ବିଛଣା ଛାଡ଼ିଥିଲା, ପ୍ରଥମ କରି ଟିକେ ଚାଲବୁଲ କରିଥିଲା, ଆଉ ତମେ... ?

ରମା ଦେଇ ଆଖିରେ ଲୁହ ନୁହେଁ ଥିଲା ପଶ୍ଚାତାପର ଅଗ୍ନି । ଶିକ୍ଷା, ବିଜ୍ଞାନ, ଆଧୁନିକତା ନହେଲା ନାହିଁ ଥରୁଟିଏ ବି କେମିତି ସେ ସୁମୀ ଭିତରେ ନିଜକୁ ଦେଖିପାରିଲେନି ? ସୃଜନୀର ମୂଳୁଦୂଆକୁ

#ନୀଳିମାନିବେଦିତା

ବଦଳେ.... !

ସ୍ଵାଗତ କରିବା


Rate this content
Log in

Similar oriya story from Inspirational