Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ବିସିନି ଅଜାକୁ ଏକାଦଶିଆ ନାତି

ବିସିନି ଅଜାକୁ ଏକାଦଶିଆ ନାତି

4 mins
7.7K


ମଲିକ୍ ଶ୍ରୀ ପ୍ରାଣକୃଷ୍ଟ

ଦିଶିନିପୁର ଗାଁର ବିସିନି ଅଜା ସମସ୍ତଙ୍କଠାରେ ବେଶ୍ ଜଣାଶୁଣା l ସେ ଖାସା ପେଟୁଟିଏ l ଶାଗଭଜlଠାରୁ ଆରମ୍ଭ କରି ମlଉଁସ ଝୋଳ ପର୍ଯ୍ୟନ୍ତ ସବୁଥିରେ ତାଙ୍କର ଲୋଭ l ଖାଇବାରେ ତାଙ୍କର ସେମିତି କିଛି ବାଛବିଚାର ନଥାଏ l ଦଶରା ବେଳକୁ ତାଙ୍କ ନାତି ବିଶୁ ଡାକି ଅଇଲା l ଅଜା ମନେ ମନେ ମସ୍ତ ଖୁସିଟାଏ ହେଲେ l ସଅଳ ସଅଳ ବିଶୁ ସହିତ ବାହାରି ପଡିଲେ l ଅଜା ନାତି ଦୁହେଁ ଫୁଲ ସଞ୍ଜବେଳେ ସରିକି ଦଶରଥପୁରରେ ପହଞ୍ଚିଲେ l ସେଇଠି ବିସିନି ଅଜାଙ୍କ ଝିଅ ଯଶୋମତୀର ଘର l

ବିଶୁ, ଅଜାଙ୍କୁ ଚା ‘ ଦୋକାନରେ ବସାଇ ମାଛ ଆଣିଗଲେ l ସେଦିନ ସୁବର୍ଣ୍ଣରେଖା ଇଲିଶି ଖୁବ୍ ଶସ୍ତା ହୋଇଥିଲା l ଅଜା ଆସିଛନ୍ତି ବୋଲି ବିଶୁ ପୁଞ୍ଜାଏ ଇଲିଶି ଆଣିଲା l ସେ ଇଲିଶି ନେଇ ଅଜାଙ୍କ ଘର ମୁହାଁ ଚାଲିଲା l ଯଶୋମତୀ ସଞ୍ଜ ଦେଉଥିଲା l ସଞ୍ଜବତୀ ଦେଇସାରି ବାପlଙ୍କୁ ଆସି ଓଳଗି ହେଲେ l ଗୋଡ ଧୋଇବାକୁ ପାଣି ଦେଲେ l ବସିବାକୁ ଆସନ ଦେଲେ l ଖୁସିରେ ସବୁ ନାତି ନାତୁଣୀଏ ଅଜାଙ୍କ ପାଇଁ ଚା’ ଜଳଖିଆ ଆଣିଲେ l ଚା ’ ପର୍ବ ସାରିଲା ନାତି-ନତୁଣୀଙ୍କ ଏକା ଜିଦ୍ ଅଜା ଆମକୁ ମଜା ଗପଟିଏ ଶୁଣାଅ l ଝାଡିଝୁଡି ହୋଇ ଚକାପାରି ବିସିନି ଅଜା ବସିଲେ l ଖୁସିରେ ଗପଟିଏ ଶୁଣାଇବାରେ ଲାଗିଲେ l

ଏଣେ ବିଶୁଠାରୁ ଇଲିଶି ନେଇ ଯଶୋମତୀ କଟାକଟି କଲେ l ମାଛ କେଇଟି ଭଜାଭଜି କରିବାକୁ ବସିଲେ l ଇଲିଶି ମାଛ ବାସନା ଅଜାଙ୍କ ନାକରେ ବାଜିଲା l ସେ ସିନା ନାଁକୁ ଖାଲି ଗପ ଶୁଣାଉଥା'ନ୍ତି, ହେଲେ ତାଙ୍କ, ମନ ଯାଇ ଇଲିଶି ପାଖରେ ଇଲିସି ମାଛର ସେଁ ସେଁ , ଚଡ ଚଡ ଶବ୍ଦ ଅଜାଙ୍କୁ ଊଚ୍ଛାଟ କଲା l ସେ ଘନଘନ ମୁହଁ ବୁଲାଇ ଚୁଲୀ ଆଡେ ଅନିସl କରୁଥା'ନ୍ତି l ସବା ସାନ ନାତି ଏକାଦଶିଆ ପଚାରିଲା, " ଅଜା ମ ! ତମେ ଘନଘନ ସେଆଡେ ଅନାଇ କ'ଣ ଦେଖୁଛ କି ?"

କେତେବେଳୁ ମାଛ ବାସନା ପାଇ ଶଙ୍ଖି ବିଲେଇଟି ଆସି ଜଗିଥାଏ l କଥା ନହସରେ ଅଜା ହସିଦେଇ କହିଲେ- "କଥା କ'ଣ କି ଏକାଦଶୀ l ଯଶୁ ତ ତେଣେ ମାଛ ଭଜାଭଜି କରୁଛି l ସେ ମାଛ ଥାଳୀକୁ ପାଖରେ ରଖିଛି l ହେଲେ ଶଙ୍ଖି ବିଲେଇକୁ କି ବିଶ୍ଵାସ l ସେ ଯଦି ଇଲିସି ଖଣ୍ଡେ ଧରି ଛୁ କରେ l " ଏହା କହୁ କହୁ ଅଜାଙ୍କ ପାଟିରୁ ଲାଳ ଥପ୍ କିନା ଗଡି ଆସିଲା l ତାଙ୍କର ଲୁଗାପଟା ଲାଳ ବଲବଲ ହୋଇଗଲା l ଏକାଦଶିଆ ହେଉଛି ପେଶାଦାର ଚଗଲା l ସେ ଅଜାଙ୍କର ଲାଳ ଗଡିବା ଦେଖି ଫେଂକିନା ହସି ପକାଇ କହିଲା, "ଅଜା ମ ! ଆମ ଶଙ୍ଖି ବିଲେଇ ତୁମ ପରିକା ଟାଉକା ନୁହେଁ l ହେଇ ଦେଖୁନ, ତୁମ ପାଟିରୁ କେମିତି ଲାଳ ଗଡୁଛି l ଆମ ଶଙ୍ଖି ତ ଚୁପଚାପ୍ ବସିଛି l କ'ଣ ତୁମ ପେଇଁକା ଖଣ୍ଡିଏ ଗରମା ଗରମ ଇଲିସି ଆଣି ଦେବି କି ? "

ଏକାଦଶିଆ କଥାରେ ଅଜା ବଡ ସରମ ପାଇଲେ l ସେ କଥାଟାକୁ ବାଆଁରେଇ ଦେଇ କହିଲେ,-"ନାଇଁରେ ଏକାଦଶୀ ! ସେକଥା ନୁହେଁ l ମୋ' ଛାମୁଦାନ୍ତ ସବୁ ଖସି ଗଲାଣିତ l ସେଥିପାଇଁ କଥା କହିଲା ବେଳେ, ବେଳେବେଳେ ପାଟିରୁ ଛେପ ବାହାରି ପଡେ l ଠିକ ଏବେ ଯେମିତି ହେଲା l ଏଇ ଛେପକୁ ତୁ ଲlଳ କହୁଛୁ l ଆରେ ସେ କଥା କ'ଣ କହୁଛୁ, ମୋ' ଯୁଆନ ବୟସରେ ମୁଁ ଏତେ ଇଲିସି ଖାଇଛି ଯେ ଯଦି ହିସାବ କରିବୁ ନ ତୁମ ବଡ ଗାଡିଆରେ ଗାଡିଆଏ ହେବ l ଆରେ ଛାଡ ସେ କଥା ଆଜିପରl ସୋମବାର l ଶିବଙ୍କ ବାର l ଶିବ କଳିଯୁଗରେ ପ୍ରତ୍ୟେକ୍ଷ ଦେବତାଟି ! ସୋମବାର ଦିନ ମୁଁ ଆମିଷ ଛୁଏନି l ସୋମବାରରେ ଆମିଷ ନାଁ ଧରିବା ମହାପାପ ଏକାଦଶୀ l "

ଏକାଦଶିଆ ଯେମିତି ଅଜାଙ୍କ ପାଟିରୁ ଏତିକି ଶୁଣିଛି ସେ ବଡ ପାଟିରେ ଡାକ ଛାଡିଲା, "ବୋଉ, ବୋଉ, ଏ ବୋଉ ! ଅଜାଙ୍କର ଆଜି ସୋମବାର l ସେ ଆମିଷ ଛୁଇଁବେ ନlହିଁ l ତାଙ୍କ ପାଇଁ କିଛି ନିରାମିଷ ବ୍ୟବସ୍ଥl କର l "

ଏକାଦଶିଆ କଥା ଶୁଣି ଯଶୋମତୀ ପଚାରିଲେ, " ସତରେ ବାପା ! ତୁମେ ଆଜି ଆମିଷ ଖାଇବ ନlହିଁ ? କେବେଠୁ ସୋମବାର କଲଣି ? କାହିଁ ମୁଁ ତ ଜାଣେ ନlହିଁ l " ବିସିନି ଅଜା ବଡ ଆଡୁଆରେ ପଡିଲେ l ସେ ସିନା ନାତି ଟୋକାକୁ ଭୁଲାଇ ଦେବାପାଇଁ ଏକଥା କହୁଥିଲି l ସତରେ କ'ଣ ସେ ସୋମବାର କରନ୍ତି l ସେ ମନେ ମନେ ଏକାଦଶିଆ ଉପରେ ବିରକ୍ତ ହେଲେ l କିନ୍ତୁ କରିବେ କ'ଣ ? ବାଧ୍ୟ ହୋଇ କହିଲେ, " ହଁ ଲୋ ମା ! ଗଲା ବୈଶାଖ ମାସରୁ ମୁଁ ସୋମବାର ବ୍ରତ ଆରମ୍ଭ କରିଛି l "

ଯଶୋମତୀ ବାଧ୍ୟ ହୋଇ ନିରାମିଷ ତରକାରୀ କଲେ l ଯଶୋମତୀ ସେଦିନ ରାତିରେ ଇଲିସି ଭାଜିସାରି ରଖିଦେଲେ l କାହାରୀକୁ ଦେଲେ ନlହିଁ l ସମସ୍ତେ ନିରାମିଷ ଭୋଜନ କରି ଶୋଇଲେ l ଅଧରାତି ସରିକି ଅଜା ବସିଲେ l ଦେଖିଲେ ସବୁଆଡେ ଶୁନ୍ ଶାନ୍ l ସେ ପାଦ ଚିପି ଚିପି ବାହାରକୁ ଆସିଲେ l ମାଛ ଟଙ୍ଗା ଯାଇଥିବା ବଡ ଡେକ୍ ଚିରେ ଅଜାଙ୍କ ହାତ ବାଜିଗଲା l ତାଙ୍କ ହାତ ବାଜିଗଲା l ତାଙ୍କ ହାତ ବାଜି ଖଡ ଖଡ ଶବ୍ଦ ହେଲା l ଅଜା ତାଙ୍କ ସତର୍କ ଦ୍ରୁଷ୍ଟି ଚାରିଆଡେ ବୁଲାଇ ଆଣିଲେ l ଆସ୍ତେକିନି କହିଲେ-‘’ଯାହାହେଉ, ମଣିଷ ବଞ୍ଚିଗଲା l କେହି ଉଠି ନାହାନ୍ତି l ‘’ ସେ ତରତର ହୋଇ ଖଣ୍ଡିଏ ମାଛ ପାଟିରେ ପୁରାଇ ଦେଲେ l ତାହା ଇଲିଶି ଲାଞ୍ଜ ଥିଲା l

ବିସିନି ଅଜାକୁ ଏକାଦଶିଆ ନାତି

କେହି କାହାକୁ କମ୍ ନୁହନ୍ତି l

ଏକାଦଶିଆ ଶୋଇ ଶୋଇ ଭାବୁଥାଏ , -ସକାଳ ହେଲେ ବଉକୁ କହିବ, ତାକୁ ପେଟିମାଛ ଚାରିଖଣ୍ଡ ଓ ମୁଣ୍ଡ ମାଛଟିଏ ଦବ l ସେ ଏକା ଏକା ଖାଇବ l ତାପରେ ସେ ଅଜାଙ୍କ ସହିତ ବସିଯିବ ଖାଇବା ପାଇଁ l ସାନ ନାତି ବୋଲି ଅଜା ଶରଧା କରି ନିଜେ ନ ଖାଇ ତାକୁ ବେଶି ବେଶିକା ଖାଇବାକୁ ଦେବେ l ଭାଆଋ ମଜା ହେବ l

ସେତିକି ବେଳେ ସେ ଡେକ୍ ଚିର ଖଡଖଡ ଶବ୍ଦ ଶୁଣି ପାରିଲା l ଭବିଲା-ବୋଧହୁଏ ଶଙ୍ଖି ବିଲେଇ ମାଛ ଖାଇବା ପାଇଁ ଚଢିଛି l ଆଲୁଅ ଜାଳିଲେ ସେ ପଳାଇଯିବ l ଆଧାରରେ ଅଣ୍ଡାଳି ଅଣ୍ଡାଳି ଘର କୋଣରେ ଥିବା ବାଡି ଖଣ୍ଡିକ କଷି କରି ଧରିଲା l ଥିର୍ କିନା ବାହାରକୁ ଆସିଲା l ଅଜା ତ ଲାଞ୍ଜ ମାଛଟିକୁ ପାଟିରେ ପୂରାଇଛନ୍ତି l ତରବରିଆକି ଖାଉଛନ୍ତି l ତାଙ୍କର ଚାକୁଲୁ ଚାକୁଲୁ ଶବ୍ଦ ଶୁଣି ଏକାଦଶିଆ ଜୋରରେ ପାହାରେ ବସାଇଲା l

ମରିଗଲି- ମରିଗଲି କହି ଅଜା ଚିହିଡାଟାଏ ଛାଡିଲେ l ଅଜାଙ୍କ ପାଟିଶୁଣି ଏକାଦଶିଆ ତାଜୁବ୍ ହୋଇଗଲା l ତେଣେ ଲାଞ୍ଜ କଣ୍ଟାଟି ଯାଇ ଅଜାଙ୍କ ତଣ୍ଟିରେ ଲାଗିଲା l ଅଜା ଆଉ ଯାଆନ୍ତି କୁଆଡେ ? ପାଟିଶୁଣି ଯଶୋମତୀ ଓ ଘରର ଅନ୍ୟ ସମସ୍ତେ ଊତି ପଡିଲେ l ବିସିନି ଅଜା ଯନ୍ତ୍ରଣାରେ ଛଟପଟ ହୋଇଥିଲେ l ତାଙ୍କୁ ନେଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯିବାକୁ ପଡିଲା l ଉକ୍ତ ଘଟଣା ପରଠାରୁ ବିସିନି ଅଜା ଆଉ କେବେ ଦଶରଥ ପୁର ମାଟି ମାଡି ନାହାଁନ୍ତି l


Rate this content
Log in

Similar oriya story from Classics