Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Abstract

4  

Aravinda Das

Abstract

ଇନ୍ଦ୍ରଧନୁର ପ୍ରତିବିମ୍ବ

ଇନ୍ଦ୍ରଧନୁର ପ୍ରତିବିମ୍ବ

12 mins
14.4K


ଇନ୍ଦ୍ରଧନୁର ପ୍ରତିବିମ୍ବ

 

ଅରବିନ୍ଦ ଦାସ

 

       ରୋମା କଲେକ୍ଟରଙ୍କ ବଙ୍ଗଲୋରେ ପହଞ୍ଚଲାବେଳକୁ ସକାଳ ନଅଟା ବାଜିଥିଲା । ସଂଗ୍ରାମବାବୁ କାଳେ ଭାରି ସମୟାନୁବର୍ତ୍ତୀ ମିଞ୍ଜାସ ଲୋକ ।

       ରୋମା ଇଣ୍ଡିଆନ୍ ଏସ୍କପ୍ରେସ୍ ରେ ସାମ୍ବାଦିକ ଅଛି । ଶନିବାର ଦିନ “ମେଟ୍ରୋ ଏକ୍ସପ୍ରେସ୍ ମ୍ୟାଗାଜିନ୍ ରେ ‘ଜବ୍ ଉଇ ମେଟ୍’ କଲମ୍ ଟା ରୋମା ହିଁ ଲେଖେ । ସହରର ବିଭିନ୍ନ ଦମ୍ପତିମାନଙ୍କୁ ସେମାନଙ୍କ ଦୀର୍ଘଦିନର ଦାମ୍ପତ୍ୟଜୀବନ, ଜୀବନସଂଘର୍ଷ ଏବଂ କିଛି ଅନ୍ତରଙ୍ଗ ସୁଖଦୁଃଖ ମୁହୂର୍ତ୍ତ ବିଷୟରେ ପ୍ରଶ୍ନୋତ୍ତର ଛାପେ ରୋମା । ଭାରି ଲୋକପ୍ରିୟ ହୋଇଛି ଏଇ କଲମ୍ ଟା ତା’ର ।

       ତା’ଛଡ଼ା ରୋମା ଜାଣେ, କୌଣସି ନାମୀଦାମୀ ସେଲିବ୍ରିଟ୍ ଯେବେ “ଜବ୍ ଉଇ ମେଟ୍” କଲମ୍ ରେ ଇଣ୍ଟରଭୁ୍ୟ ଦିଅନ୍ତି, ସେଦିନ ସମ୍ବାଦପତ୍ରର ବିକ୍ରି ବଢ଼ିବା ସହିତ ଗୁଡ଼ାଏ ବିଜ୍ଞାପନ ମଧ୍ୟ ମିଳିଯାଏ ।

       ପତ୍ୟକ୍ଷ ବା ପରୋକ୍ଷରେ ସମସ୍ତେ ଆଜିକାଲି •ହାନ୍ତି ପବ୍ଲିସିଟି । ନିଜ ଫଟୋ ଓ ଇଣ୍ଟରଭୁ୍ୟ ନାମୀ ସମ୍ବାଦପତ୍ରରେ ବାହାରିବା ଏକ ଷ୍ଟାଟସ୍ ସିମ୍ବଲ୍ ହୋଇଗଲାଣି । ରୋମା ନିଜର ଅଭିଜ୍ଞତା ଦ୍ୱାରା ଜାଣିଛି, ବଡ଼ ପାହ୍ୟାରେ ଥିବା ସରକାରୀ-ବେସରକାରୀ ଅଫିସରମାନଙ୍କ ସ୍ତ୍ରୀମାନେ ନିଜକୁ ଖବରକାଗଜ / ପତ୍ରିକା ପୃଷ୍ଠାରେ ଦେଖିବାକୁ ଅଧିକ ଆଗ୍ରହୀ ।

       ନିଜକୁ ମଡେଲ୍ ରୂପରେ ସଜାଇ ସ୍ୱାମୀଙ୍କ ସହ ଯୁଗ୍ମ ଫଟୋକୁ ଖବରକାଗଜ ପୃଷ୍ଟାରେ ଦେଖି ଉଲ୍ଲସିତ ହୁଅନ୍ତି ଏଇ ଆଧୁନିକା ମହିଳାଗଣ । ଆତ୍ମଅଭିମାନ ଓ ଗର୍ବରେ ଫାଟିପଡ଼ନ୍ତି । ସତେ ଯେମିତି ଗଡ଼ ଜିତିଯାଇଛନ୍ତି ! ନିଜକୁ ବିଜ୍ଞାପିତ କରିବାର ପ୍ରତିଯୋଗିତା •ଲେ ସେମାନଙ୍କ ଭିତରେ; ଆଉ ରୋମାକୁ ମିଳିଯାଆନ୍ତି ପ୍ରତି ସପ୍ତାହ ପାଇଁ କୌଣସି ଦମ୍ପତି, ଅତି ଆରାମରେ । ମନକୁ ମନ ହସିଲା ରୋମା, ନିଜର ଏଇ କଳାକୌଶଳ ପାଇଁ ।

       ଅଡ଼ର୍ଲି ଜଣଙ୍କ ଡ୍ରଇଂରୁମ୍ ରେ ରୋମା ଏବଂ କ୍ୟାମେରାମ୍ୟାନ୍ ମହେଶକୁ ବସାଇ ଭିତରକୁ •ଲିଗଲା । ନିଜ ବ୍ୟାଗରୁ ପ୍ରଶ୍ନଗୁଚ୍ଛଗୁଡ଼ାକ ବାହାର କରି ଆଖି ବୁଲାଇଆଣିଲା ରୋମା । ଏଇ ପ୍ରଶ୍ନଗୁଡ଼ାକର ଗୋଟାଏ ନକଲ ତିନିଦିନ ତଳେ ସେ କଲେକ୍ଟର ସଂଗ୍ରାମବାବୁଙ୍କୁ ବି ଦେଇସାରିଛି ।

       ବାବୁମାନଙ୍କ ମିଞ୍ଜାସ ଟିକେ ଅଲଗା । ସାମ୍ବାଦିକମାନଙ୍କ ପ୍ରଶ୍ନଜାଲରେ ଛନ୍ଦିହୋଇ ଅଡ଼ୁଆରେ ପଡ଼ିବାକୁ କିଏ •ହେଁ? ତେଣୁ ସମସ୍ତେ •ହାନ୍ତି ଆଗୁଆ ପ୍ରସ୍ତୁତି, ଠିକ୍ ଯେମିତି ଏନ୍ଟ୍ରାନ୍ସ ପରୀକ୍ଷା ପୂର୍ବରୁ କୋଚିଂ କ୍ଲାସ୍ ଏବଂ ଟିଉସନ୍ ଯାଇ ପିଲାଟି ନିଜକୁ ଆଗୁଆ ପ୍ରସ୍ତୁତ କରେ ।

       ପର୍ସନାଲ୍ ସେକ୍ରେଟାରୀ ରୁମ୍ ଭିତରକୁ ଆସି କହିଲେ, “ସାର୍ ଓ ମ୍ୟାଡାମ୍ ରେଡି ହୋଇଗଲେଣି । ଇଣ୍ଟରଭିଉ ଆପଣ ରୁମ୍ ଭିତରେ ଅଥବା ବାହାର ଲନ୍ରେ ନେବେ । ସାର୍ ଙ୍କୁ ଏଗାରଟା ବେଳେ ଗୋଟେ ଜରୁରୀ ମିଟିଂ ପାଇଁ ବାହାରକୁ ଯିବାକୁ ପଡ଼ିବ ।”

       ରୋମା ଥରେ ଘର ଭିତରେ ଆଖି ବୁଲାଇଆଣି କିଛି କହିବା ଆଗରୁ କ୍ୟାମେରାମ୍ୟାନ୍ ମହେଶ କହିଉଠିଲା, “ଘର ଭିତରେ ଲାଇଟ୍ ଠିକ୍ ଅଛି । କିଛି ଅସୁବିଧା ହେବନି । ତେବେ କିଛି ଫଟୋ ବାହାର ଗାର୍ଡେନ୍ ରେ ନେଲେ ଭଲ ହୁଅନ୍ତା ।

       ରୋମା ବି ସେଇଆ •ହୁଁଥିଲା । ବାହାରର ବଡ଼ ଗାର୍ଡେନ୍ ଟା ବହୁତ ସୁନ୍ଦର ଥିଲା । ଭଳିକିଭଳି ଦେଶୀ-ବିଦେଶୀ ଫୁଲରେ ଭରିରହିଥିବା ବଗି•ଟା ଦେଖିଲେ ପେଟ ପୂରିଉଠିବ । ଡ୍ରଇଂରୁମ୍ର ସାଜସଜ୍ଜା ବି ଚମକ୍ରାର ।  କଲେକ୍ଟର ଦମ୍ପତି ନିଶ୍ଚୟ ଅତି ରୁଚିସମ୍ପନ୍ନ । କାନ୍ଥରେ ହୁସେନ୍ ଏବଂ ରାଜା ରବି ବର୍ମାଙ୍କ ଅଏଲ୍ ଫେଣ୍ଟିଂ ଟଙ୍ଗାଯାଇଛି । ବହୁତ ଦାମୀ ହୋଇଥିବ ।

       ରୁମ୍ ଭିତରକୁ ପଶିଆସିଲେ ସଂଗ୍ରାମବାବୁ । କିନ୍ତୁ ପଛେପଛେ ଆସୁଥିବା ତାଙ୍କ ସ୍ତ୍ରୀଙ୍କୁ ଦେଖି ରୋମା ନିଜ ଆଖିକୁ ବିଶ୍ୱାସ କରିପାରୁ ନଥିଲା । ସେ ସ୍ୱପ୍ନ ଦେଖୁନାହିଁ ତ? କଲେକ୍ଟରଙ୍କ ସ୍ତ୍ରୀ ବି ଆଶ୍ଚର୍ଯ୍ୟଚକିତ ହୋଇ ରୋମାକୁ ହିଁ ଅନେଇଥିଲେ ।

       ଏତେବର୍ଷ ପରେ ନିଜ ସ୍କୁଲ ଓ କଲେଜ ବେଳର ବାନ୍ଧବୀ ଅତସୀକୁ କଲେକ୍ଟରଙ୍କ ସ୍ତ୍ରୀ ଭାବେ ଦେଖି ହତବାକ୍ ହୋଇଯାଇଥିଲା ରୋମା ।

       “ମ୍ୟାଡାମ୍, ସାର୍ ଆସିଲେଣି ପରା ।” ମହେଶ କଥାରେ ପ୍ରକୃସ୍ଥିତ ହେଲା ରୋମା ।

       “ରୋମା, ତୁ?”

       “ତମେ ୟାଙ୍କୁ ଚିହ୍ନିଛ?” ସଂଗ୍ରାମ ପ•ରୁଥିଲା ।

       “ଇୟେ ପରା ମୋ କ୍ଲାସମେଟ୍ ରୋମା । ସ୍କୁଲ ପଢ଼ିଲାବେଳେ ଆମେ ଗୋଟାଏ କଲୋନୀରେ ରହୁଥିଲୁ ।”

       “ଭେରି ଗୁଡ୍ । ତା’ହେଲେ ତ ବଢ଼ିଆ ହେଲା । ମୋତେ ଆଉ ତମର ଇଣ୍ଟ୍ରୋଡକସନ୍ ଦେବା ଦରକାର ନାହିଁ । ଦି ୱାର୍ଲ୍ଡ ଇଜ୍ ସଚ୍ ଏ ସ୍ମଲ୍ ପ୍ଲେସ୍ ।”

       ସବୁବେଳେ ପ୍ରଗଳ୍ଭା ରୋମା କେମିତି ଜଡ଼ଗ୍ରସ୍ତ ହୋଇଯାଇଥିଲା । ରେମା ପରିସ୍ଥିତିକୁ ସହଜ କରିବାକୁ ଯାଇ ଆତସୀକୁ ତରବରରେ ବି ନମସ୍କାର କରିପକାଇଲା । ହସିପକାଇ ଅତସୀ କହିଲେ, “ଏସବୁ ଫର୍ମାଲିଟି ଦରକାର ନାହିଁ । କେବେଠାରୁ ତୁ ଏଇ ଟାଉନ୍ରେ ଅଛୁ? କଲେଜ ଛାଡ଼ିଲାଦିନଠୁ ତୋର ତ ଆଉ ଖବର ନାହିଁ । ଫ୍ୟାମିଲି କେଉଁଠି? ଉଦୟ କ’ଣ ଏଇଠି ଅଛି?”

       ଏକ କୃତ୍ରିମ ହସ ମୁଁହରେ ଖେଳାଇ ରୋମା କହିଲା, “ତୋର ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଦେବାକୁ ବହୁତ ସମୟ ଲାଗିବ । ଆଗେ ଇଣ୍ଟରଭୁ୍ୟଟା ସାରିଦିଏ । ସାର୍ ଙ୍କର ମିଟିଂ ଅଛି ବାରଟା ବେଳେ । ଆରାମରେ ବସି ଆମେ ଦୁହେଁ ଆଉଦିନେ ସୁଖଦୁଃଖ ହେବା ।”

       ଡ୍ରଇଂରୁମ୍ରେ ଗୁଡ଼ାଏ ଷ୍ଟିଲ୍ ଫଟୋ ନେଲା ମହେଶ । ପ୍ରଶ୍ନୋତ୍ତର ଆରମ୍ଭ ହୋଇଯାଇଥିଲା । ରୋମା ପ୍ରସ୍ତାବ ଦେଲା ଲନ୍ କୁ ଯିବା ପାଇଁ । ଖୋଲା ବଗି•ରେ •ଲୁ•ଲୁ ପୁଣି ପ୍ରଶ୍ନ ପ•ରି•ଲିଥିଲା ରୋମା ।

       ସଂଗ୍ରାମ ଚଟାପଟ୍ ଏମିତି ଉତ୍ତର ଦେଉଥାନ୍ତି, ଠିକ୍ ଯେମିତି ଇଣ୍ଟରଭୁ୍ୟ ବୋର୍ଡର ପ୍ରଶ୍ନଟା ପାଇଁ ଆଗରୁ ପ୍ରସ୍ତୁତ ହୋଇ ରହିଛନ୍ତି ! ଅତସୀ କିନ୍ତୁ ଥିଲା ସଂପୂର୍ଣ୍ଣ ଭିନ୍ନ । ଭାବିଚିନ୍ତି ଉତ୍ତର ଦେବାକୁ ତାକୁ ସମୟ ଲାଗୁଥାଏ । ଅତସୀ ପାଇଁ ଅନେକ ଉତ୍ତର ସଂଗ୍ରାମ ହିଁ ଦେଇଦେଉଥାନ୍ତି । ସତେ ଯେମିତି ସେ ନିଜ ସ୍ତ୍ରୀର ମୁଖପାତ୍ର ! ରୋମାକୁ ଲାଗୁଥାଏ ତା’ର ସେହି ପୁରୁଣା ସାଙ୍ଗ ଅତସୀ ଯେମିତି ସଂପୂର୍ଣ୍ଣ ବଦଳିଯାଇଛି । ଏକ ନୂଆ ଅତସୀକୁ ଆବିଷ୍କାର କଲାପରି ମନେହେଉଥିଲା ତା’ର ।

       ଚୁଲ୍ବୁଲି, ହସ୍କୁରୀ ଏବଂ ପ୍ରଗଳ୍ଭା ଅତସୀ ବଦଳରେ ତା ସାମ୍ନାରେ ବସିଥିଲା ଗମ୍ଭୀର, ମାପିଚୁପି ହୋଇ କଥା କହୁଥିବା ଅଭିଜ୍ଞା ମହିଳା; ଯିଏ ନିଜକୁ ସଂପୂର୍ଣ୍ଣ ପରିପ୍ରକାଶ କରିବାକୁ କୁଣ୍ଠାବୋଧ କରୁଛି । ଅନେକ କଥା ଯେମିତି ଲୁ•ଇବାକୁ ଚେଷ୍ଟା ଚଲାଇଛି ସେ !

       ରୋମା ପାଇଁ ଏସବୁ ନୂଆ ନଥିଲା । ଦୁନିଆରେ ଏମିତି କେତେଜଣ ସ୍ୱାମୀ ଅଛନ୍ତି, ଯେଉଁମାନଙ୍କୁ ନିଜ ସ୍ତ୍ରୀର ସବୁ ଇଚ୍ଛା ଓ ପସନ୍ଦ ଜଣା? କେତେଜଣ ବା ସ୍ତ୍ରୀର ମନ ବୁଝି କାମ କରନ୍ତି ବା କରିବାକୁ ଚେଷ୍ଟା କରନ୍ତି? ସବୁବେଳେ ଆଡଜଷ୍ଟ ଓ ସାଲିସ୍ କରିବାକୁ ହୁଏ ସ୍ତ୍ରୀଟିକୁ ।  ସ୍ୱାମୀ, ପିଲା, ଶ୍ୱଶୁରଘର ଲୋକଙ୍କ କଥା, ବନ୍ଧୁବାନ୍ଧବ, ବାହାର ଲୋକ, ସମସ୍ତଙ୍କ ମନ ନେଇ ତାକୁ ହିଁ ଚଳିବାକୁ ହୁଏ । ସେଥିପାଇଁ ଅନେକ ସମୟରେ ନିଜର ଇଚ୍ଛା, ଆଗ୍ରହକୁ ଅତି ନୃଶଂସ ଭାବେ ବଳି ଦେବାକୁ ପଡ଼େ ।

       “ଆଚ୍ଛା ସଂଗ୍ରାମବାବୁ, ଆପଣଙ୍କର ସୁଖୀ ଦାମ୍ପତ୍ୟ ଜୀବନର ରହସ୍ୟ କ’ଣ?” ନିଜର ଇଣ୍ଟରଭୁ୍ୟରେ ରୋମା ଏଇ ପ୍ରଶ୍ନଟା ସମସ୍ତଙ୍କୁ ପ•ରିଥାଏ ଏବଂ ସେ ଜାଣେ ସମସ୍ତେ ମିଛସତ ଯୋଡ଼ି ଅନେକ କଥା ବର୍ଣ୍ଣନା କରନ୍ତି । “ଏଥିରେ ରହସ୍ୟ କିଛି ନାହିଁ । ଜୀବନର ମୂଳମନ୍ତ୍ର ହେଲା ନିଜେ ଖୁସି ରୁହ ଏବଂ ଅନ୍ୟକୁ ଖୁସି କରିବା ପାଇଁ ଖୋରାକ ଯୋଗାଅ । ଜବରଦସ୍ତି କାହାକୁ ଖୁସି ଅବା ସୁଖୀ କରାଯାଇପାରେ ନାହିଁ । ନିଜ ଭିତରେ, ଆଖପାଖରେ ଥିବା ଛୋଟ ଛୋଟ ଖୁସିର ମୁହୂର୍ତ୍ତକୁ ଖୋଜିବାକୁ ପଡ଼େ । ରଙ୍ଗୀନ୍ ଚଷମା ପିନ୍ଧିଥିବା ଲୋକକୁ •ରିଆଡ଼ ରଙ୍ଗମୟ ଦିଶେ । ଠିକ୍ ସେମିତି ସବୁବେଳେ ଖୁସି ମଞ୍ଜାସର ଲୋକକୁ •ରିଆଡ଼ ସୁଖମୟ ଲାଗେ ।”

       “ଆପଣ ଯଦି ଆଏ.ଏ.ଏସ୍ ନହୋଇଥାନ୍ତେ, ତେବେ ଅନ୍ୟ କେଉଁ ବୃତ୍ତିକୁ ଆପଣେଇନେଇଥାନ୍ତେ?”

       “ଚିନ୍ତା କରିନି । ମୁଁ ବହୁତ ଫୋକସଡ୍ ଥାଏ ଲାଇଫ୍ରେ । ଯାହା ପାଇବାକୁ ଥରେ ଭାବିନିଏ, ମନଦୃଢ଼ କରି ସେଇଟା ହାସଲ କରିଥାଏ । ତେବେ ଏବେ ଭାବୁଛି ମୁଁ ହୁଏତ କୃଷିବୃତ୍ତିକୁ ଆପଣେଇନେଇ ଅର୍ଗାନିକ୍ ଫାର୍ମିଂ କରିଥାନ୍ତି । ଗାର୍ଡେନିଂ ଓ ଫାର୍ମିଂ ହେଉଛି ମୋର ହବି ।”

       ହଠାତ୍ ରୋମାର କିଛି ମନେପଡ଼ିଗଲା ।

       “ଆଚ୍ଛା ଅତସୀ, ବାହାଘର ପରେ ତୋର ନୂଆ କିଛି ହବି କରିଛୁ ନା ପୁରୁଣା ହବି •ଲୁ ରହିଛି?”

       ଅତସୀ କିଛି ଜବାବ୍ ଦେବା ଆଗରୁ ସଂଗ୍ରାମ କହିପକାଇଲେ, “ଅତସୀଙ୍କର ପୁଣି କି ହବି ଅଛି? ଘଣ୍ଟାଘଣ୍ଟା ଧରି ଟିଭି ଦେଖିବା ଏବଂ ଶୋଇବା ଛଡ଼ା ଅନ୍ୟ କିଛି ହବି ତ ମୁଁ ଦେଖିନି ।” ରୋମାକୁ ଲାଗିଲା ସଂଗ୍ରାମ ଯେମିତି ବିରକ୍ତିଭରା ଆକ୍ଷେପଟିଏ ଫୋପାଡ଼ିଛନ୍ତି !

       “କିଏ କହିଲା? ସ୍କୁଲ-କଲେଜ ବେଳେ ଅତସୀ ଚମକ୍ରାର ଗୀତ ସହ ସୁନ୍ଦର ପେଣ୍ଟିଂ ବି କରୁଥିଲା । ସି ଇଜ୍ ଏ ଟେରିଫିକ୍ ଆର୍ଟିଷ୍ଟ ।”

       “ସେସବୁ ଫାଲତୁ କଥା ବନ୍ଦ କର । ଅନ୍ୟକୁ ଅଯଥା ପ୍ରଶଂସା କରିବା ତମ ସାମ୍ବାଦିକମାନଙ୍କର ହେଉଛି ଏକ •ଲ୍ ।” ଅତସୀ କହିଉଠିଲା ।

       “ମୁଁ ମିଛ କହୁଛି? ତୁ ପରା କେତେ ପ୍ରାଇଜ୍ ପାଇଛୁ । ଆତସୀ ଜଣେ ବଢ଼ିଆ ସୁଇମର୍ ମଧ୍ୟ । ଅଷ୍ଟମ ଶ୍ରେଣୀରେ ପଢ଼ିଲାବେଳେ ଥରେ ନଈରେ ବୁଡ଼ିଯାଉଥିଲାବେଳେ ମୋତେ ଅତସୀ ହିଁ ପହଁରି ପହଁରି ଉଦ୍ଧାର କରିଥିଲା । ତା’ରି ପାଇଁ ହିଁ ମୁଁ ଆଜି ବଞ୍ଚିଛି । କ’ଣ ମୁଁ ମିଛ କହୁଛି?”

       ରୋମା କଥା ଶୁଣି କିଛି ଉତ୍ତର ନଦେଇ ଚୁପ•ପ୍ ବସିଥିଲା ଆତସୀ ।

       “ଆରେ ବାଃ, ଇଟ୍ ଇଜ୍ ଏ ନିଉଜ୍ ଫର୍ ମି, ଅତସୀ ଏତେ ସର୍ବଗୁଣସଂପର୍ଣ୍ଣା ବୋଲି ପ୍ରଥମଥର ପାଇଁ ଶୁଣିଲି । ମ୍ୟାଡାମ୍ ଚିତ୍ର ଅଙ୍କନ କରନ୍ତି ବୋଲି ଶୁଣିଛି, ହେଲେ ବାହାଘର ପରେ କେବେ ଆଙ୍କିବାର ଦେଖିନି । ଟାଲେଣ୍ଟ ପ୍ରଦର୍ଶନ ନକଲେ ଅନ୍ୟମାନେ କେମିତି ଜାଣିବେ? କ’ଣ କହୁଛନ୍ତି ରୋମା ମ୍ୟାଡାମ୍?”

       ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସାରି •ହା ଜଳପାନରେ ଆପ୍ୟାୟିତ ହୋଇ ବାହାରିଲାବେଳକୁ ଦିନ ବାରଟା । ସଂଗ୍ରାମ ଆଗରୁ •ଲିଯାଇଥିଲେ ନିଜର ମିଟିଂ ପାଇଁ ।

       “ତୁ ଟିକେ କାଲି ଟାଇମ୍ ଦେଖି ଆସେ । ଏତେବର୍ଷ ପରେ ଦୁହେଁ ମନ ପୂରାଇ କଥା ହେବା ।” ଅତସୀ କହିଲା ।

       “ତୋ ପିଲାମାନଙ୍କୁ ଦେଖୁନି ଯେ?”

       “ଦୁହେଁ ବୋର୍ଡିଂ ସ୍କୁଲରେ ପଢ଼ୁଛନ୍ତି ଉଟିରେ । ବର୍ଷରେ ଦୁଇଥର ଘରକୁ ଆସନ୍ତି ।

       ଅତସୀ କଥାରେ ଏକ ହତାଶାର ଭାବକୁ ସ୍ପଷ୍ଟ ପଢ଼ିପାରୁଥିଲା ରୋମା । “ତୋ ଫ୍ୟାମିଲି କେଉଁଠି? ପିଲାପିଲି କେତେ?” ଅତସୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରୋମା କହିଲା, “ଦିନେ ଆରାମରେ ବସି ସବୁ ଗପିବା ।” ପଇସା, କ୍ଷମତା ଓ ପ୍ରାଚୁର୍ଯ୍ୟ ଯେ ମଣିଷକୁ ସୁଖଶାନ୍ତି ଦେଇପାରେନା, ତାହା ବୋଧେ ଅତସୀର ହାବଭାବରୁ ବୁଝିପାରୁଥିଲା ରୋମା । ସେ ନିଜେ ତ ଭୁକ୍ତଭୋଗୀ ।

       ଅତସୀର ଫୋନ୍ ନମ୍ବର ନେଇ ଘରକୁ ଫେରି ସେଦିନ ପୁରୁଣା ଦିନର ସ୍ମୃତି•ରଣରେ ଲାଗିପଡ଼ିଲା ରୋମା । ଉଦୟକାନ୍ତକୁ ଭଲପାଇ କୋର୍ଟମ୍ୟାରେଜ୍ କରି ବରୋଦା ଚାଲିଆସିଲାପରେ ଘର ସହ ଆଉ ସଂପର୍କ ନଥିଲା ରୋମାର । ସାଙ୍ଗମାନଙ୍କ ସହ ବି କଣ୍ଟାକ୍ଟ ରଖିନଥିଲା ସେ ।

       ତେବେ ଗୋଟାଏ ପ୍ରଶ୍ନ ତା ମନକୁ ବାରମ୍ବାର ଆସୁଥାଏ । ଅତସୀ ପରି ଝିଅ, ଯିଏ ପ୍ରେମରେ ଏତେ ଗଭୀର ବିଶ୍ୱାସ ରଖିଥିଲା,  ସେ କେମିତି ନିଜ ପ୍ରେମିକ ଶୁଭେନ୍ଦୁକୁ ବାହା ନହୋଇ ସଂଗ୍ରାମଙ୍କର  ଧର୍ମପତ୍ନୀ ହୋଇପାରିଲା? ତେବେ ଆଇ.ଏ.ଏସ୍ ସ୍ୱାମୀ  ବଦଳରେ ନିଜ ପ୍ରେମକୁ ଭୁଲିବା ପାଇଁ ବା କେତେ ସମୟ ଲାଗିବ? ଆଜିକାଲି ବସ୍ତୁବାଦୀ ଦୁନିଆରେ ଏକଥା କେଉଁ ଅବା ନୂଆ? ଦୁଇଦିନ ପରେ ଅତସୀକୁ ଫୋନ୍ କରି ବଙ୍ଗଲୋରେ ପହଞ୍ଚିଗଲା ରୋମା । ଦୁଇ ବାନ୍ଧବୀ ମଜ୍ଜିଗଲେ ଅନେକ ପୁରୁଣା ଗପରେ । “ତୁ ଆଜି ଏଠି ଲଞ୍ଚ୍ କରିବୁ । ତୁ ଏକା ଆସିଲୁ ଯେ? ପିଲାଙ୍କୁ ଆଣିଲୁ ନାହିଁ? ଉଦୟକାନ୍ତ ଏବେ କେଉଁଠି?”

       କଫି ମଗଟା ଟି’ପୟ ଉପରେ ଥୋଇ ନିଜକୁ ସହଜ କଲା ରୋମା । କ୍ଷଣଟାଏ ଚୁପ୍ ରହି ଅତସୀ ମୁହଁକୁ ସିଧା ଅନେଇ କହିଲା, “ଆଠବର୍ଷ ହେଲାଣି ଉଦୟ ଓ ମୋର ମୁ୍ୟଚୁଆଲ୍ ଡାଇଭର୍ସ ହୋଇଯାଇଛି । ମୁଁ ମା ହୋଇପାରିବି ନାହିଁ । ସରୋଗେସି ଓ ଆଡପସନ୍ ପାଇଁ ଉଦୟ ଓ ତାଙ୍କ ଫ୍ୟାମିଲି  ରାଜି ନଥିଲେ । ଆମ ଦୁହିଙ୍କ ସଂପର୍କ ଭିତରେ ପ୍ରେମ, ସୁଖ ଓ ଶାନ୍ତି ଦିନକୁ ଦିନ କମିବାକୁ ଲାଗିଥିଲା । କେବଳ ଏକ ସାଲିସଭରା ଜୀବନ ବଞ୍ଚôବା ଅପେକ୍ଷା ନିଜନିଜର ଅଲଗା ଅଲଗା ବାଟ ବାଛିବା ଶ୍ରେୟସ୍କର ବୋଲି ଦୁହେଁ ଭାବିଲୁ ।”

       “ଏତେ ବଡ଼ କଥା ତୁ ମୋତେ ସେଦିନ କହି ନଥିଲୁ କାହିଁକି? ଘରୁ ପଳାଇବା ପରେ ତୋର ଖୋଜ୍ ଖବର ବି ନଥିଲା । ପୂରା ଭୁଲିଗଲୁ ଆମକୁ । “ଲଭ୍ ମ୍ୟାରେଜ୍ ସତରେ ସବୁବେଳେ ସଫଳ ହୁଏନା ।” ଅତସୀ କହିଉଠିଲା ।

       “ଆରେ ନା ନା, ସେକଥା ନୁହେଁ ।” ଉଦୟ ଓ ମୁଁ ଦୁହେଁ ଆଜି ବି ବନ୍ଧୁ । ଫୋନ୍ ରେ କଥା ହେଉ, ଭଲମନ୍ଦ ପଚାରି ବୁଝୁ । ତା ସେକେଣ୍ଡ୍ ୱାଇଫ୍ ବହୁତ ଭଲ ବୋଲି କହେ । ଗୋଟିଏ ପୁଅ ଓ ଝିଅର ବାପା ହିସାବରେ ଉଦୟ ଭାରି ଖୁସି । ସେମାନଙ୍କ ପାଇ ଁମୁଁ ବି ଖୁସି ।”

       “ତୁ ବି ଖୁସି? ଯିଏ ତୋତେ ଛାଡ଼ପତ୍ର ଦେଲା, ତା ପାଇଁ?”

       “ତୁ ସେକଥା ବୁଝିପାରିବୁନି । ପୁରୁଣା କଥାକୁ ଧରିବସିଲେ ଆମେ କେବଳ ନିଜକୁ କଷ୍ଟ ଦେଉ । ଜୀବନରେ ସବୁବେଳେ ପୋଜିଟିଭ୍ ଜିନିଷକୁ ଆପଣେଇନେଇ ଆଗକୁ ବଢ଼ିବା ଉଚିତ । ମୁଁ ଯଦି ଉଦୟ ସହିତ ପଡ଼ିରହିଥାନ୍ତି, ତା’ହେଲେ ମନସ୍ତାପରେ ଦୁହେଁ ରହିଥାନ୍ତୁ । ଜବରଦସ୍ତି ମୋତେ ବାହାଘର ପରେ ଜର୍ଣ୍ଣାଲିଜମ୍ ଓ ମାସ୍ କମୁ୍ୟନିକେସନ୍  କୋର୍ସ କରାଇଥିଲେ ଉଦୟ । ତାଙ୍କରି କଣ୍ଟାକ୍ଟ ବଳରେ ପ୍ରଥମେ ମୁଁ ଦିଲ୍ଲୀରେ ଜଏନ୍ କରିଥିଲି ଏବଂ ଏବେ ଓଡ଼ିଶାରେ ।”

       “ଭଲ କରିଛୁ, ଚାକିରି କରି ନିଜ ଜୀବନ ବିନ୍ଦାସ୍ ହୋଇ କଟାଉଛୁ । ଆମ ପରି ହାଉସ୍ ୱାଇଫ୍ ହୋଇ ବସିବା ସତରେ ଅଭିଶାପ ।” ଗୁମ୍ ହୋଇ ଯେମିତି କିଛି ଅନ୍ୟ କିଛି ଭାବନାରେ ମଜ୍ଜିଗଲା ଅତସୀ ! ରେମାକୁ ଲାଗିଲା ଅତସୀ ଯେମିତି ନିଜର ପ୍ରଥମ ପ୍ରେମକୁ ମନେ ପକାଉଛି !

       “ତୁ ଯଦି କିଛି ନଭାବିବୁ, ତେବେ ଗୋଟେ କଥା ପଚାରିବି?” ରୋମା ଆଡ଼କୁ ବୁଲିପଡ଼ି ଅତସୀ କହିଲା, “କ’ଣ ମୋର ଆଉ ଶୁଭେନ୍ଦୁ କଥା? ଶୁଭେନ୍ଦୁକୁ ଛାଡ଼ି ସଂଗ୍ରାମଙ୍କୁ କେମିତି ବାହାହେଲି?”

       ନିଜର ମନକଥା କେମିତି ଅତସୀ ଜାଣିପାରିଲା ତାହା ଭାବି ଆଶ୍ଚର୍ଯ୍ୟ ହେଉଥିଲା ରୋମା । ସତେ ଯେମିତି ଟେଲିପ୍ୟାଥି ଜାଣିଛି !

       “ଶୁଭେନ୍ଦୁକୁ ମୁଁ ଧୋକା ଦେଇଛି ।”

       “ତୁ ଏମିତି କାହିଁକି କହୁଛୁ ? ସଂଗ୍ରାମବାବୁଙ୍କୁ କ’ଣ ତୁ ନିଜ ଇଚ୍ଛାରେ ବାହାହୋଇନୁ?”

       “ଆମ ବାହାଘରଟା ପୂରାପୂରି ଏକ ଆକ୍ସିଡେଣ୍ଟ ଥିଲା । ମୋର ବଡ଼ବାପା, ଯିଏ ଚିଫ୍ ଇଞ୍ଜିନିୟର ଥିଲେ, ତାଙ୍କରି ବଡ଼ଝିଅ ମୁନୁଅପା ସହିତ ଶୁଭେନ୍ଦୁଙ୍କର ବାହାଘର ଠିକ୍ ହୋଇଥିଲା ।  ବାହାଘରଦିନ ରାତିରେ ହିଁ ମୁନୁଅପା ଲୁଚି ପଳାଇଲା । ସେ ବି କାହାକୁ ଭଲପାଉଥିଲା । ବର ଶିଶୁପାଳ ହୋଇ ଫେରିବନି ବୋଲି ମେତେ ଆଣି ବସାଇଦିଆଯାଇଥିଲା ବାହାବେଦୀରେ ।”

       “ତୁ କିଛି ପ୍ରତିବାଦ କରିନଥିଲୁ? ମଉସା-ମାଉସୀଙ୍କୁ ତ କହିପାରିଥାନ୍ତୁ !” ଏକ ମ୍ଳାନ ହସ ଖେଳିଗଲା ଅତସୀର ମୁଁହରେ “ଆଇ.ଏ.ଏସ୍ ଜୋଇଁ ମାଗଣାରେ ମିଳୁଛି ଜାଣିଲେ କେଉଁ ବାପାମା’ ଝିଅର ପ୍ରତିବାଦ ଶୁଣିବେ? ବିଚରା ଶୁଭେନ୍ଦୁର କ’ଣ ଭୁଲ୍ ଥିଲା? ଜୀବନଠାରୁ ଅଧିକ ଭଲପାଉଥିଲା ମୋତେ । ଆଜି ପର୍ଯ୍ୟନ୍ତ ଅନୁତାପ କରୁଛି ମୁଁ । ଉଭୟ ସଂଗ୍ରାମ ଓ ଶୁଭେନ୍ଦୁଙ୍କ ପ୍ରତି ଅନ୍ୟାୟ କରିଛି ମୁଁ । ଯାହାକୁ ଭଲପାଇଥିଲି ସିଏ ସ୍ୱାମୀ ହୋଇପାରିଲା ନାହିଁ ଏବଂ ଯାହାକୁ ସ୍ୱାମୀ ଭାବରେ ପାଇଛି ତାଙ୍କୁ ଖୋଲାମନରେ ପ୍ରେମ କରିପାରିଲି ନାହିଁ । ମୋ ପରି ହତଭାଗୀ ଦୁନିଆରେ କେହି ନାହିଁ । ଡିପ୍ରେସନ୍ ବେମାରି  ବାହାରିଛି ମୋର । ସାଇକିଆଟ୍ରିକ୍  ଟ୍ରିଟମେଣ୍ଟ ବି ହୋଇଛି । ସେଇଥିପାଇଁ ଦୁଇ ପିଲାଙ୍କୁ ହଷ୍ଟେଲରେ ରଖିଛନ୍ତି ସଂଗ୍ରାମ । ଅବଶ୍ୟ ମୋତେ ବହୁତ ଭଲପାଆନ୍ତି, ତଥାପି ସେ ଜାଣନ୍ତି ମୁଁ ଜୀବନରେ ସୁଖୀ ନୁହେଁ ।”

       ସକସକ ହୋଇ କାନ୍ଦୁଥିଲା ଅତସୀ । ପାଖରେ ବସି ସାନ୍ତ୍ୱନା ଦେଉଥିଲା ରୋମା ।

       “କଲେକ୍ଟରଙ୍କ ସ୍ତ୍ରୀ ବୋଲି ସାମ୍ନାରେ କେହି କିଛି କହନ୍ତିନି । ହେଲେ ୟାଙ୍କ କଲିଗ୍ ମାନଙ୍କ ସ୍ତ୍ରୀମାନେ ଅନ୍ୟମାନଙ୍କ ଆଗରେ ମୋତେ ପାଗଳୀ ବୋଲି କହନ୍ତି ।”

       “ସେ ବାଜେ କଥା ସବୁ ଭୁଲିଯା । ପୁରୁଣା କଥା ଭୁଲି ନିଜକୁ ସଜାଡ଼ି ମୋ ଭଳି ନିଜକୁ କିଛି ଗଠନମୂଳକ କାମରେ ଲଗା । ସଂଗ୍ରାମବାବୁଙ୍କ କଥାବାର୍ତ୍ତା ଓ ତୋ ପ୍ରତି ତାଙ୍କ ବ୍ୟବହାର ଦେଖି ମୋତେ ଯେଉଁ ସନେ୍ଦହ ଆସିଥିଲା, ଏବେ ବୁଝିପାରୁଛି ତା’ର କାରଣ । ନିଜ ସ୍ୱାମୀଙ୍କ ପ୍ରତି ତୋର ଅବହେଳା । ପୁରୁଣା ସ୍ମୃତିକୁ ଜାବୁଡ଼ିଧରି ନିଜ ବର୍ତ୍ତମାନକୁ ନଷ୍ଟ କରୁଛୁ । ସୋସିଆଲ୍ ୱାର୍କ ଓ  ବାହାର ଦୁନିଆ ଲୋକଙ୍କ ସହ ମିଶ । ଆଚ୍ଛା ତୁ ପେଣ୍ଟିଂ କାହିଁକି କରୁନୁ ?

       ଏକ ଦୀର୍ଘନିଃଶ୍ୱାସ ନେଇ ଅତସୀ କହିଲା, “ତୁ ତ ଜାଣିଛୁ ଶୁଭେନ୍ଦୁ ହିଁ ମୋତେ ପେଣ୍ଟିଂ ପାଇଁ ସବୁବେଳେ ପ୍ରେରଣା ଦେଉଥିଲା, ସେଥିପାଇଁ ତୂଳୀ ଛାଡ଼ିଦେଇଛି ।”

       ଲଞ୍ଚ୍ ଖାଇ ବିଦାୟ ନେଲାପୂର୍ବରୁ ରୋମା କହିଲା, “ମୋ ଘରକୁ ବୁଲିଆସିବାରେ ତୋର କିଛି ଆପତ୍ତି ନାହିଁ ତ? ଏବେ ତୁ ସାହେବଙ୍କ ସ୍ତ୍ରୀ ।” ମୁଣ୍ଡ ହଲାଇ ମନାକଲା ଅତସୀ ।

       “ଠିକ୍ ଅଛି, କାଲିଠୁ ସବୁଦିନ ଘଣ୍ଟାଏ ପାଇଁ ମୋ ଘରକୁ ଆସିବୁ, ଦେଖିବୁ ତୋ ମୁଡ୍ ଠିକ୍ ହୋଇଯିବ ।” ରୋମା ମନେମନେ ଠିକ୍ କରିନେଇଥିଲା ତାକୁ ନୂଆ ଜୀବନ ଦେଇଥିôବା ଅତସୀ ପାଇଁ ସେ କିଛି କରିବ । ଅତସୀ ପାଖରେ ସେ ଚିରଋଣୀ । ଏଥର ସୁଝିବାର ପାଳି ତା’ର ।

       ରୋମା ଘରେ ପରଦିନ ପହଞ୍ଚô ଆଶ୍ଚର୍ଯ୍ୟ ହୋଇଗଲା ଅତସୀ । ଇଜେଲ୍, ତୂଳୀ, ଅଏଲ୍ ପେଣ୍ଟ୍  ସବୁ ସଜାଡ଼ି ରଖିଥିଲା ରୋମା, “ମୋ ରାଣ, ତୁ ମନା କରିବୁନି । ଆଜିଠୁ ତୁ ମୋ’ରି ଘରେ ସବୁଦିନ ପେଣ୍ଟିଂ କରିବୁ ।”

       ଅତସୀ ମନା କରୁଥିଲା । ରୋମାର ଜିଦି ଆଗରେ ଶେଷରେ ସେ ହାର୍ ମାନିଲା । ରୋମା କହୁଥିଲା, “ଅତସୀ, ବର୍ଷାବେଳେ ଇନ୍ଦ୍ରଧନୁକୁ କେବେ ଭଲଭାବେ ଲକ୍ଷ୍ୟ କରିଛୁ? ସୂର୍ଯ୍ୟଙ୍କ କିରଣ ବର୍ଷାବିନ୍ଦୁ ଭିତରେ ବିଚ୍ଛୁରିତ ହୋଇ ସୃଷ୍ଟି କରେ ରଙ୍ଗର ବର୍ଣ୍ଣାଳୀ । ଏକୁଟିଆ ସୂର୍ଯ୍ୟ ଅଥବା ଜଳବିନ୍ଦୁ କ’ଣ ଇନ୍ଦ୍ରଧନୁ ସୃଷ୍ଟି କରିପାରନ୍ତି? ଠିକ୍ ସେମିତି ବର୍ଷା ବିନା ଇନ୍ଦ୍ରଧନୁର ଉତ୍ପତ୍ତି ବି ଅସମ୍ବବ ।”

       “ତୁ କ’ଣ କହିବାକୁ •ହୁଁଛୁ?” ଅତସୀ ପ•ରିଲା ।

       “ନିଜର ଦୃଢ଼ ଆତ୍ମବିଶ୍ୱାସକୁ ସୂର୍ଯ୍ୟଙ୍କ କିରଣ ଓ ମନର ଦୁଃଖକୁ ଜଳବିନ୍ଦୁ ବୋଲି ଭାବି, ନିଜ ଭିତରେ ତୁ ସୃଷ୍ଟି କରିପାରିବୁ ଇନ୍ଦ୍ରଧନୁ । ଯାହା ପ୍ରତିବିମ୍ବିତ ହେବ ଏହି କ୍ୟାନଭାସରେ । ତୋ ମନର ଇନ୍ଦ୍ରଧନୁକୁ ତୁ ଆଙ୍କିବୁ ତୂଳୀ ଓ ରଙ୍ଗ ସାହାଯ୍ୟରେ ।”

       ଏତେଦିନ ପରେ ତୂଳୀ ଧରିଲାବେଳେ ଅତସୀର ହାତ ଥରିଉଠୁଥିଲା । ରଙ୍ଗ ଭରି କ୍ୟାନଭାସରେ ଚିତ୍ର ଆରମ୍ଭ କଲା ଅତସୀ । ବାସ୍ , ଆପେଆପେ ସବୁ ଆଙ୍କିହୋଇଯାଉଥିଲା ।

       “ଆଜିଠୁ ଏଇଟା ତୋର ଷ୍ଟୁଡିଓ । ସଂପୂର୍ଣ୍ଣ ପ୍ରାଇଭେସି ଏଠାରେ । ତୋ ଘରଲୋକ, ସଂଗ୍ରାମଙ୍କ ଷ୍ଟାଫ୍ , ଚାକର-ଚାକରାଣୀ କେହି ତୋତେ ଦେଖିବେ ନାହିଁ । ତେଣୁ ତୋ ମନକୁ ଯାହା ଆସୁଛି ତାହା କାନଭାସରେ ଉତାରିଦେ’ । ମନ ନିଶ୍ଚୟ ହାଲକା ହୋଇଯିବ ।

       ରୋମା ପ୍ରେସ୍ କୁ ସବୁଦିନ ସନ୍ଧ୍ୟା ୬ଟା ପରେ ଯାଉଥିଲା । ତେଣୁ ଅତସୀ ଦିନ ୧୧ଟାରୁ ୨ଟା ଭିତରେ ସବୁଦିନ ଚାଲିଆସୁଥଲା । ଅନେକ ଦିନ ପରେ ସେ ନିଜକୁ ନୂଆଭାବେ ଆବିଷ୍କାର କରୁଥିଲା । ଦୋକାନରୁ ପେଣ୍ଟିଂ ପାଇଁ ଆବଶ୍ୟକ ଜିନିଷସବୁ ମଧ୍ୟ ନେଇଆସୁଥିଲା ।

       ଅତସୀ ଏବେ ଘରୁ ବାହାରି କିଛି ସମୟ ସାଙ୍ଗ ସହ କଟାଉଛି ଜାଣି ସଂଗ୍ରାମ ବି ବହୁତ ଖୁସି ଥିଲେ, ରୋମାକୁ ଧନ୍ୟବାଦ ବି ଜଣାଉଥିଲେ ।

       “ଅତସୀ, ତୁ ତ ଗୁଡ଼ାଏ ଲ୍ୟାଣ୍ଡସ୍କେପ୍ ଓ ଆବଷ୍ଟ୍ରାକ୍ଟ ପେଣ୍ଟିଂ କଲୁଣି, ଏବେ ପୋଟ୍ରେଟ୍ ପେଣ୍ଟିଂ କଲେ ଭଲ ହୁଅନ୍ତା । ସଂଗ୍ରାମଙ୍କୁ ସରପ୍ରାଇଜ୍ ଦେଇ ତୋର ପେଣ୍ଟିଂଗୁଡ଼ାକର ଏକଜିବିସନ୍ ରଖନ୍ତେ ।”

       “ପୋଟ୍ରେଟ୍ ଆଙ୍କିବା ତ ମୁଁ ଛାଡ଼ିଦେଇଛି । ତୁ ଜାଣିଥିବୁ ସବୁ ସାଙ୍ଗଙ୍କର ପୋଟ୍ରେଟ୍ ଆଙ୍କି ଉପହାର ଦେଉଥିଲି । ଶୁଭେନ୍ଦୁର ବଡ଼ ଅଏଲ୍ ପୋଟ୍ରେଟ୍ ଟା ନିଜ ହାତରେ ମୁଁ କିନ୍ତୁ ଜାଳିଦେଇଥିଲି ।”

       ରୋମା ଜାଣୁଥିଲା ଅତସୀର ମନର ବ୍ୟଥାକୁ । “ତଥାପି ଥରେ ଟ୍ରାଏ କର । ତୋ ମନ ଭିତରେ ରହିଥିବା ମନପୁରୁଷର ପୋଟ୍ରେଟ୍ ଟା ଆଙ୍କେ, ଦେଖିବୁ ଭୟ ଛାଡ଼ିଯିବ ।”

       ଅତସୀ ଆଙ୍କିବା ଆରମ୍ଭ କରିଥିଲା, ପୋଟ୍ରେଟ୍ ଟା ସରିବା ପରେ, ତାକୁ ପ୍ୟାକ୍ କରି ଅତସୀ କହିଲା, “ଦେଖିଲୁ ତ? ଏଇଥିପାଇଁ ମୁଁ ପୋଟ୍ରେଟ୍ ଆଙ୍କୁ ନଥିଲି । କି ପୋଡ଼ାମନ ମୋର କେଜାଣି ! ଶୁଭେନ୍ଦୁର ପୋଟ୍ରେଟ୍ ଦେଖିଲେ ସଂଗ୍ରାମ କ’ଣ ମୋତେ କ୍ଷମା ଦେବେ? ପ୍ଲିଜ୍, ତୋତେ ରିକୁ୍ୟଏଷ୍ଟ କରୁଛି ରୋମା, ଏଇ ପେଣ୍ଟିଂଟା ଯଦି ତୁ ଶୁଭେନ୍ଦୁକୁ ଖୋଜି ଦେଇପାରନ୍ତୁ, ତା’ହେଲେ ମୁଁ ତୋ ପାଖରେ ଋଣୀ ହୋଇଯାଆନ୍ତି ।”

       ରୋମା ବୋକାଙ୍କ ପରି ଅନେଇଥିଲା ।

       “ସଂଗ୍ରାମବାବୁଙ୍କୁ ତୁ କ’ଣ ସତରେ ଭଲପାଉନା?”

       “କେଜାଣି, ମୁଁ ଜାଣିନି । ହୃଦୟକୁ କେବେ ମୁଁ ପ•ରିପାରିନି । ସେଇଥିପାଇଁ ଭାବୁଛି ମୁଁ ସଂଗ୍ରାମଙ୍କ ସହ ବିଶ୍ୱାସଘାତକତା କରିଆସୁଛି ।”

       ଶକୁନ୍ତଳା ଆର୍ଟ ଗ୍ୟାଲେରୀରେ ହେଉଥିବା ପେଣ୍ଟିଂ ଏକଜିବିସନରେ ଅତସୀର ପେଣ୍ଟିଂଗୁଡ଼ାକୁ ପ୍ରଦର୍ଶିତ କରିବାର ସମସ୍ତ ବ୍ୟବସ୍ଥା କରିଥିଲା ରୋମା । ଗ୍ୟାଲେରୀର କୁ୍ୟରେଟର୍ ତା’ର ଚିହ୍ନା ଥିଲେ । ସଂଗ୍ରାମବାବୁ ଥିଲେ ଚିଫ୍ ଗେଷ୍ଟ୍ ।

       ଅତସୀଙ୍କ ପେଣ୍ଟିଂ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ସଂଗ୍ରାମବାବୁ ।

       “ୟୁ ଆର୍ ରିଏଲି ଏ ଜିନିଅସ୍ । ଏତେ ପ୍ରତିଭା ଥାଉଥାଉ ଚୁପ•ପ୍ ଘରେ ବସିଛ? ଆମ ଡ୍ରଇଂ ରୁମ୍ ରେ ଏଣିକି କେବଳ ତମ ପେଣ୍ଟିଂ ରହିବ ।”

       ରୋମା ପାଖକୁ ଆସି କାଗଜରେ ଗୁଡ଼ାହୋଇଥିବା ଗୋଟାଏ ପେଣ୍ଟିଂ ସଂଗ୍ରାମଙ୍କ ହାତକୁ ବଢ଼ାଇଦେଇ କହିଲା, “ଆପଣଙ୍କ ପାଇଁ ରିଅଲ୍ ସରପ୍ରାଇଜ୍ ।”

       ଅତସୀ ଭୟ ଓ ଅଶଙ୍କାରେ ଶିହିରିଉଠୁଥିଲା । ରୋମାଟା ଏଡ଼େ ବଦମାସ୍! ଶୁଭେନ୍ଦୁର ପୋଟ୍ରେଟ୍ ସଂଗ୍ରାମଙ୍କୁ ଦେଉଛି । ହେ ଭଗବାନ୍ ! ଏବେ କ’ଣ ହେବ?

       ଆରେ ବାଃ, ମୋର ଏତେ ସୁନ୍ଦର ପୋଟ୍ରେଟ୍ ! ଶୁଣିଥିଲି ଆର୍ଟିଷ୍ଟମାନେ ମଡେଲମାନଙ୍କୁ ସାମ୍ନାରେ ବସାଇ ପୋଟ୍ରେଟ୍ ଆଙ୍କନ୍ତି । ଅତସୀ ବୋଧେ ମୋ ଫଟୋକୁ ଦେଖି ଏଇଟା ଆଙ୍କିଛି !”

       କ୍ଷୀଣ ହସଟିଏ ହସି ରୋମା ଉତ୍ତର ଦେଲା, “ନା ନା, ଫଟୋ ନୁହେଁ, ଅତସୀ ନିଜ ମନ ଭିତରେ ସାଇତି ରଖିଥିବା ଆପଣଙ୍କ ରୂପକୁ କ୍ୟାନଭାସରେ ଆଙ୍କିଛି ।”

       ଆଶ୍ଚର୍ଯ୍ୟ ହୋଇ ଅନାଉଥିଲା ଅତସୀ । ସତେ ତ, ଏଇଟା ତ ସଂଗ୍ରାମଙ୍କ ପୋଟ୍ରେଟ୍ । ମନ ଓ ହୃଦୟ ତା’ର ଉଲ୍ଲସିତ ହୋଇଉଠୁଥିଲା । ତା ମନଆକାଶରେ ହଜାର ହଜାର ଇନ୍ଦ୍ରଧନୁ ସବୁ ଯେମିତି ସେମାନଙ୍କ ରଙ୍ଗ ବିସ୍ତାର କରୁଥିଲେ । ସେଇ ଇନ୍ଦ୍ରଧନୁର ପ୍ରତିବିମ୍ବ ତା ଓଠରେ ହସ ଆଙ୍କି ଫୁଟିଉଠୁଥିଲା ।

       ଅତସୀ ନିଜକୁ ହାଲକା ମନେକରୁଥିଲା । ନିଜକୁ ପୁଣିଥରେ ନୂଆ ଭାବେ ଆବିଷ୍କାର କରି ଗଭୀର ଆତ୍ମସନ୍ତୁଷ୍ଟି ଅନୁଭବ କରୁଥିଲା ।

 

ଫ୍ଲାଟ୍ ନଂ-୧୦୩, ହୋରାଇଜନସ୍ ଏନକ୍ଲେଭ୍

ମହାରାଣୀପେଟା, ବିଶାଖାପାଟଣା-୨

ପିନ୍-୫୩୦୦୦୨

ମୋବାଇଲ୍-୦୯୧୭୭୬୦୫୧୦୫

*****


Rate this content
Log in

Similar oriya story from Abstract