Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Fantasy

3  

Srinibas Mahalik

Fantasy

ଅଦୃଶ୍ୟ ଶ୍ରୀମନ୍ଦିର

ଅଦୃଶ୍ୟ ଶ୍ରୀମନ୍ଦିର

2 mins
7.0K


ପ୍ରତିଦିନ ସକାଳେ ଛାତ ଉପରେ ବସି ଚତୁଃପାର୍ଶ୍ଵରେ ଘେରି ରହିଥିବା ପାହାଡ଼କୁ ଦେଖି ଚାହା ପିଇବା ପିଣ୍ଟୁର ଗୋଟେ ଅଭ୍ୟାସ । ସବୁଦିନ ଭଳି ପିଣ୍ଟୁ ସେଦିନ ଶୀତୁଆ ସକାଳରେ ଛାତ ଉପରେ ବସି ଚାହା ପିଉଥାଏ, ହଠାତ୍ ଉତ୍ତର ଦିଗରେ ଥିବା ପାହାଡ଼କୁ ତା'ର ଲକ୍ଷ୍ୟ ପଡିଲା । ଦେଖିଲା ଗୋଟିଏ ବିଶାଳକାୟ ମନ୍ଦିର, ତାହା ପୁଣି ପୁରୀ ଶ୍ରୀମନ୍ଦିର ଭଳି ଦୃଶ୍ୟମାନ ହେଉଛି । ଯଦିଓ ପୂର୍ବରୁ ସେହି ସ୍ଥାନରେ କୌଣସି ମନ୍ଦିର ନଥିଲା । ସେ ଚମକି ପଡିଲା ଓ ଭାବିଲା ତା'ର ନିଦ ବୋଧେ ଭଲରେ ଭାଙ୍ଗିନି । ତେଣୁ ଘରକୁ ଯାଇ ମୁହଁକୁ ଧୋଇ ପୁଣି ଥରେ ସେହି ଜାଗାକୁ ଆସି ଦେଖିଲା ସେହି ପୁରୀ ଶ୍ରୀମନ୍ଦିର ହିଁ ଦେଖାଯାଉଛି । ସେ ନିଜ ଆଖିକୁ ବିଶ୍ୱାସ କରିପାରିଲାନି ।ଚିତ୍କାର କରି ତା ବୋଉଙ୍କୁ ଡାକିଲା । ତା ବୋଉ ମଧ୍ୟ ସେହି ଦୃଶ୍ୟ ଦେଖି ବିସ୍ମିତ ହୋଇଗଲେ।

ଧୀରେ ଧୀରେ ଏହି କଥାଟି ସାହି ପଡ଼ିଶାଙ୍କଠାରୁ ଆରମ୍ଭ କରି ଆଖ ପାଖ ଅଞ୍ଚଳରେ ବ୍ୟାପି ଗଲା । ତାହା ଦେଖିବା ପାଇଁ ପିଣ୍ଟୁର ଘରକୁ ସମସ୍ତଙ୍କ ସୁଅ ଛୁଟିଲା । କେହି କେହି ମୋବାଇଲରେ ସେହି ଦୃଶ୍ୟର ଚିତ୍ର ନେଉଥିଲେ ତ ଆଉ କେହି କେହି ତାକୁ ନେଇ ଅଦ୍ଭୁତ ପ୍ରକାର କଥାବାର୍ତ୍ତା ହେଉଥିଲେ । ପିଣ୍ଟୁ ମଧ୍ୟ ତା ମୋବାଇଲରେ ସେହି ଦୃଶ୍ୟର ଚିତ୍ର ନେଇଥିଲା ।

କିଛି ସମୟ ପରେ ତା ସାଙ୍ଗର ଫୋନ୍ ଆସିଲା । ଆଉ ସେ କହିଲା ପିଣ୍ଟୁ ତୁ ପ୍ରସ୍ତୁତ ହୋଇସାରିଲୁଣି କି ନାହିଁ ! ପିଣ୍ଟୁ ଆଶ୍ଚର୍ଯ୍ୟ ହୋଇ କହିଲା 'କାହିଁକି !' ସାଙ୍ଗ ସେପଟୁ ଉତ୍ତର ଦେଲା, "ତୁ ପୁରୀ ଯିବୁନିକି ! ଏପର୍ଯ୍ୟନ୍ତ ଶୋଇଛୁ। ଶୀଘ୍ର ବାହାରି ପ୍ରସ୍ତୁତ ହୁଅ, ଆମେ ଯାଇ ତୋ ପାଖରେ ପହଞ୍ଚୁଛୁ" ।

ମୋଵାଇଲ୍ ରଖି ପିଣ୍ଟୁ ଚାରିଆଡେ ଦେଖିଲା ଆଉ କହିଲା ମୁଁ ତ ଛାତ ଉପରେ ଥିଲି, ଶୋଇବା ଘରକୁ କେମିତି ଆସିଲି ! ମୁଁ ଆଉ ସେ ଶ୍ରୀମନ୍ଦିର କଥା ସ୍ଵପ୍ନ ଦେଖୁନଥିଲି ତ ! ସେ ତା ମୋବାଇଲରେ ଉଠେଇଥିବା ଶ୍ରୀମନ୍ଦିରର ଫଟୋ ଖୋଜିଲା, ହେଲେ ପାଇଲାନି । ତା ବୋଉଙ୍କ ପାଖକୁ ଯାଇ ଏହି ବିଷୟରେ କହିଲା । ତା ବୋଉ କହିଲେ ପିଣ୍ଟୁ ତୁ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ସ୍ୱପ୍ନରେ ଦେଖିଥିଲୁ । ତୁ ଆଜି ପ୍ରଥମ ଥର ପାଇଁ ତୋ ସାଙ୍ଗମାନଙ୍କ ସହ ପୁରୀ ଯାଉଛୁ, ସେଥିପାଇଁ ଶ୍ରୀମନ୍ଦିର ତୋ ସ୍ୱପ୍ନରେ ଆସିଥିଲେ ।

ପିଣ୍ଟୁ ଏହା ଶୁଣି ମୁରୁକି ମୁରୁକି ହସିକି କହିଲା, "ମୁଁ ପୁରୀ ଯିବା ପୂର୍ବରୁ ପ୍ରଭୁ ଜଗନ୍ନାଥ ମୋତେ ତାଙ୍କ ଶ୍ରୀମନ୍ଦିରର ଦର୍ଶନ କରେଇଦେଲେ । ଧନ୍ୟ ତୁମେ ଜଗନ୍ନାଥ ଧନ୍ୟ ତୁମ ଲୀଳା।"


Rate this content
Log in

Similar oriya story from Fantasy