Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance Abstract Others

3  

Prasant Kumar Nath

Romance Abstract Others

ସେଦିନର ବର୍ଷା.. ସେ ଅଜଣା ବ୍ୟକ୍ତି

ସେଦିନର ବର୍ଷା.. ସେ ଅଜଣା ବ୍ୟକ୍ତି

3 mins
7.0K


ବର୍ଷା,କାହା ମନରେ ଖେଳାଇଦିଏ ତାଜମହଲ ତ କାହା ଆଖିରେ ଭରିଦିଏ ଅସରନ୍ତି ଅଶ୍ରୁ l ଏହି ବର୍ଷା ପ୍ରେମିକ/ପ୍ରେମିକା ମାନଙ୍କ ମନରେ ଭରିଦିଏ ପ୍ରୀତିର ମିଠା ସ୍ପର୍ଶ,ଚାଷୀର ମନରେ ଭରିଦିଏ ଫସଲର ଏକ ସ୍ୱର୍ଣ୍ଣିମ ଝଲକ,କେତେ ନୂଆ ଆଶା ଆଉ ଆଶ୍ୱସନାକୁ ନେଇ ଆସିଥାଏ ଏହି ବର୍ଷା l ଏହି ବର୍ଷା ଦେଖିଲେ ମୟୁର ନାଚି ଉଠେ,ଗାୟକ ଗୁଣୁ ଗୁଣୁ ହୋଇ ଗାଇ ଉଠେ,ଆଉ କବି ହଜିଯାଏ ଏକ ନୂଆ ଭାବନାରେ l

ଜଣେ କବିକୁ ଭାବିବାକୁ ବା ଲେଖିବାକୁ ଏକ ନିର୍ଦ୍ଧିଷ୍ଟ ଜାଗାର ଆବଶ୍ୟକତା ନଥାଏ l କବି ତାର ମନରେ ଉଦ୍ରେକ ମାରୁଥିବା ଭାବକୁ କୌଣସି ନିର୍ଦ୍ଧିଷ୍ଟ ଜାଗାରେ ବସି ନିର୍ଦ୍ଧିଷ୍ଟ ଡାଏରୀରେ ଲେଖି ନଥାଏ l କବିର ମନକୁ ଭାବନା ଆସିପାରେ କେବେବି,କେଉଁଠିବି l କବି ନିଜେ ବି ଜାଣି ପାରେନା ସିଏ କେତେବେଳେ ହଜିଯାଏ ଭାବନା ରାଜ୍ୟରେ l ଆକାଶର ମେଘକୁ ଦେଖି କବି ମତୁଆଲା ହୋଇଯାଏ l ଆଉ କଲମରୁ ଝରି ପଡିଥାଏ କବିତାର ବର୍ଷା l

      ପ୍ରଭାସ ସେଦିନ ରାସ୍ତାରେ ଯାଉ ଯାଉ ହଠାତ ବର୍ଷା ମାଡି ଆସିଲା l ପ୍ରଭାସ ପାଖରେ ନଥିଲା ଛତା ,ବର୍ଷା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଏକ ଅଜଣା ଅଶୁଣା ଘରର ପିଣ୍ଢାରେ ପହଞ୍ଚିଲା ପ୍ରଭାସ l ଘରର କବାଟ ବନ୍ଦ ଥିଲା l ବହୁତ ଜୋରରେ ଘଡଘଡି ମଧ୍ୟ ମାରୁଥିଲା l ବର୍ଷାର ଶବ୍ଧ ଶୁଣି କବାଟ ଖୋଲିଲା ବର୍ଷା(ଝିଅଟିର ନାଁ) l ଆଉ ଦେଖିଲା ବାହାରେ କେହି ଜଣେ ଛିଡା ହୋଇଛନ୍ତି l ଆଉ ବର୍ଷା ମଧ୍ୟ ହେଉଛି l ସେ ସିନା କବାଟ ଖୋଲିଦେଲା ହେଲେ ବାହାରିତ କେହି ଜଣେ ଛିଡା ହୋଇଛନ୍ତି କବାଟଟା ବନ୍ଦ କରିଦେବ କେମିତି l କିଛି ନକହି ପାରିଲେବି ବର୍ଷା ମନେ ମନେ ଭାବୁଥାଏ ଏ ଲୋକଟାକୁ କଣ ଆଉ କେଉଁଠି ଜାଗା ମିଳିଲାନି ଏଠାକୁ ଚାଲି ଆସିଲା ପୁଣି ଭାବୁଥାଏ ମୁଁ ଅଲକ୍ଷଣୀ କାହିଁକି କେଜାଣି ମୁଁ କବାଟ ଖୋଲିଲି l କିନ୍ତୁ ମଣିଷପଣିଆକୁ ପଛରେ ପକେଇ କବାଟଟା ବନ୍ଦ କରିଦେବି କେମିତି l ସେଇଟାତ ହେବ ଅଵିଵେକୀର ପରିଚୟ l

ମନରେ ଏମିତି ଗୁଡ଼ାଏ ଭାବନାକୁ ନେଇ ବର୍ଷ ଲଥକିନା ବସି ପଡିଲା ଦଲାଣରେ ପଡିଥିବା ସୋଫା ଉପରେ l

ସେ ଲୋକଟି ସେମିତି ପିଣ୍ଢାରେ ବସିଥାଏ ଆଉ ପକେଟରୁ ଏକ ଛୋଟ ଡାଏରୀ ଖୋଲି କଣ ସବୁ ଲେଖି ଚାଲିଥାଏ l ବର୍ଷା ମନେ ମନେ ବହୁତ ଚିଡୁଥାଏ,ଆଉ ମନେ ମନେ କହି ହେଉଥାଏ ୟାକୁ କଣ ହିସାବ କରିବାକୁ ଆଉ କେଉଁଠି ଜାଗା ମିଳିଲାନି ଏଇଠିକି ଚାଲି ଆସିଛି ହିସାବ କରିବା ପାଇଁ l ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ଲେଖି ଚାଲିଥାଏ ସେହି ବ୍ୟକ୍ତି ଜଣଙ୍କ l

ୟା ଭିତରେ ବର୍ଷାର ଆଖିରେ ନିଦ ଯେମିତି ଲୁଚକାଳି ଖେଲିଲାଣି l ହଠାତ ସେ ବ୍ୟକ୍ତି ଜଣଙ୍କ ଫୋନ ବାଜି ଉଠିଲା l "ପ୍ରଭାସ ପ୍ଲିଜ ପିକ ଅଫ ଦି ଫୋନ"l ବର୍ଷା ହଠାତ ଚମକି ପଡିଲା ଇଏ ସେହି ପ୍ରଭାସ କୁମାର ରଥ ନୁହନ୍ତିତ l ଯାହାଙ୍କ କବିତା ପଢିବା ପାଇଁ ବର୍ଷ ବାୟାଣୀ ହୋଇ ଉଠେ l ଶୁଣିଥିଲା କବି ମାନେ ବର୍ଷାକୁ ଦେଖିଲେ ବେଶୀ ଭାବ ବିହୋର ହୋଇ ଉଠନ୍ତି l ଇଏ ତା ପସନ୍ଦର ସେହି କବି ଜଣକ ନୁହନ୍ତିତ l

ବହୁତ ଭାବିଲା ଯାଇ ତାଙ୍କର ନାଁ ପଚାରିବ l ହେଲେ ଝିଅ ପିଲାଟା ଜଣେ ଅଜଣା ବ୍ୟକ୍ତିର ନାଁ ପଚାରିବି କେମିତି l ଏହିପରି ଭାବନାରେ ଆନ୍ଦୋଳିତ ହେଉଥିଲା ବର୍ଷାର ମନ l ଧୀରେ ଧୀରେ ବର୍ଷା ଛାଡିଗଲା l ଆଉ ସେହି ବ୍ୟକ୍ତି ଜଣଙ୍କର ପାକେଟ ଡାଏରୀର ପୃଷ୍ଠା ମଧ୍ୟ ସାରି ଯାଇଥିଲା l ଆଉ ସେ ଚାଲି ଯାଇଥିଲେ ନିଜ ରାସ୍ତାରେ l

 କିନ୍ତୁ ସେଦିନର ବର୍ଷା,ବର୍ଷାକୁ ଶୁଆଇ ଦେଇନଥିଲା l କିଛିଦିନ ପରେ FM ରେ ଆସୁଥିବା "କବି ଓ ବର୍ଷା" ପ୍ରୋଗ୍ରାମରେ ସାକ୍ଷାତକାର ଆସିଥିଲା ପ୍ରଭାସ କୁମାର ରଥଙ୍କ ସହ l ଆଉ ତାକୁ ଯେତେବେଳେ ପ୍ରଶ୍ନ କରାଗଲା ଆପଣଙ୍କୁ ବର୍ଷା କେମିତି ଲାଗେ l ସେତେବେଳେ ସେ କହିଥିଲେ ଯେ ଥରେ ରାସ୍ତାରେ ଯାଉଥିବା ସମୟରେ ବର୍ଷା ହେଲା ଆଉ ଜଣଙ୍କ ଘର ପିଣ୍ଢାରେ ବସି ଲେଖିଦେଇଥିଲି ମୋ ଜୀବନର ସର୍ବାଧିକ କବିତା l ଅଧଘଣ୍ଟା ମଧ୍ୟରେ ଲେଖିଦେଇଥିଲି ୨୨ ଟି କବିତା l ଯାହା ମୋ ପାଇଁ ସ୍ମରଣୀୟ ହୋଇ ରହିଛି l ଆଜି ଯେତେବେଳେ ସେହି ବାଟ ଦେଇ ଚାଲିଯାଏ ମୋର ଆଖି ଖୋଜିବୁଲେ ସେହି ଘରର ପିଣ୍ଢା l

 ସେତେବେଳେ ବର୍ଷାର ଦେହ ଯେମିତି ଥରିବାକୁ ଲାଗିଲା l ଭାବିଲା ମୁଁ ଭଲ ପାଉଥିବା କବି ଜଣଙ୍କୁ ଏତେ ପାଖରେ ପାଇ ମଧ୍ୟ ଟିକେ କଥା ହୋଇ ପାରିଲିନି l ମନରେ ଗୋଟେ ବଡ ଅବଶୋଷ ରହିଗଲା l ଆଉ ସେଦିନର ବର୍ଷା ଆଉ ସେ ଅଜଣା ବ୍ୟକ୍ତି ଯେମିତି ବର୍ଷାର ମନରେ ଲିପିବଦ୍ଧ ହୋଇ ରହିଗଲା l ସବୁବେଳେ ଯେମିତି ଲାଗୁଥିଲା କାଲିର ଘଟଣା ପରି l

 ଆଜିବି ବର୍ଷା ଆସିଲେ ଦୁଆର ଖୋଲି ବର୍ଷା ଯେମିତି ଅପେକ୍ଷା କରି ରହିଥାଏ ସେହି ଅଜଣା ବ୍ୟକ୍ତି (ପ୍ରଭାସ କୁମାର ରଥ)ଙ୍କୁ l ସତରେ କଣ ଆଉ ଥରେ ଦେଖା ହେବ ସେହି ଅଜଣା ବ୍ୟକ୍ତି ସହ ବର୍ଷାର l ବର୍ଷାର ମନରେ ସବୁଦିନ ପାଇଁ ଏକ ପ୍ରଶ୍ନବାଚି ହୋଇ ରହିଗଲା l ଜାଣେନି କେବେ ତାର ଅପେକ୍ଷାର ଅନ୍ତ ଘଟିବ ଆଉ ସିଏ ମନ ଖୋଲି କଥା ପଦେ ହୋଇ ପାରିବ ପ୍ରଭାସ କୁମାର ରଥଙ୍କ ସହ l

         


Rate this content
Log in

Similar oriya story from Romance