Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Tragedy

3  

Prasant Kumar Senapati

Tragedy

କିଛି ସ୍ମୃତି କିଛି ଅନୁଭୂତି

କିଛି ସ୍ମୃତି କିଛି ଅନୁଭୂତି

3 mins
7.3K


 ମୋ ବାପା

 ୧୯୯୮ ମସିହାର କଥା । ସେଦିନ ହାଇସ୍କୁଲ୍ ରେ ମୋର ପ୍ରଥମ ଦିନ ଥିଲା । ନୂଆ ନୂଆ ସାଙ୍ଗମାନଙ୍କ ଗହଣରେ ଟିକେ ଅସହଜ ଲାଗିବା ସହିତ ଅନେକ ଉତ୍ସାହ ଉଦ୍ଦୀପନା ମନରେ ଭରି ରହିଥିଲା । ଜଣ ଜଣ କରି ଆମେ ନିଜ ନିଜ ବିଷୟରେ କଥା ହୋଇ ଚିହ୍ନା ପରିଚିତ ହେଉଥିଲୁ । ପ୍ରଥମ କରି ଶ୍ରେଣି ଗୃହକୁ ପ୍ରଫୁଲ ସାରେ ପ୍ରବେଶ କରିଥିଲେ । ସେତେବେଳେ ଆମେ ସାର୍ ଙ୍କୁ ଚିହ୍ନି ନଥିଲୁ । ସାରେ ଶ୍ରେଣି ଗୃହରେ ପ୍ରବେଶ କରି ସ୍ବାଗତ ଅଭିବାଦନ କଲେ ଓ ସମସ୍ତଙ୍କୁ ନିଜ ନିଜ ବିଷୟରେ ଜଣ ଜଣ କରି କହିବା ପାଇଁ କହିଲେ । ସମସ୍ତେ ନିଜ ନିଜ ବିଷୟରେ କହି ସାରିବା ପରେ ପ୍ରଫୁଲ ସାରେ "ତୁମ ଜୀବନର ଲକ୍ଷ କଣ' ପଚାରୁଥିଲେ । ଏହପରି ଜଣ ଜଣ କରି ନିଜ ନିଜର ତଥ୍ୟ ପ୍ରଦାନ କରିବା ପରେ କିଏ କହୁଥିଲା ମୋର ଲକ୍ଷ ଡାକ୍ତର ହେବି ତ କିଏ କହୁଥିଲା ଇଞ୍ଜିନିୟର ଓ କିଏ କହୁଥିଲା ଶିକ୍ଷକତା କରିବି ତ କିଏ କହୁଥିଲା ପୋଲିସ୍ ହୋଇ ସମାଜର ସେବା କରିବି ।

କିଛି ସମୟ ପରେ ମୋ ପାଳି ପଡିଲା, ମୁଁ ନିଜ ବିଷୟରେ ବାପାଙ୍କ ବିଷୟରେ ଓ ଘର ପରିବାର ବିଷୟରେ ସମସ୍ତ ତଥ୍ୟ ଦେଲି । ସେତେବେଳେ ବି ପ୍ରଫୁଲ ସାରେ ପଚାରିଥିଲେ ତୁମ ଜୀବନର "ଲକ୍ଷ କଣ ଅଟେ' ? ସେଦିନ ମୁଁ ନୀରବ ଥିଲି, କିଛି ବି କହିନଥିଲି । ସାରେ ମୋତେ କହିଥିଲେ ହାଇସ୍କୁଲ୍ ରେ ପହଞ୍ଚିଲଣି, ଜୀବନର ଲକ୍ଷ କଣ ଜାଣିନାହଁ ? ତଥାପି ମୁଁ ଚୁପ୍ ଥିଲି । ସାରେ ମୋତେ ବୁଝାଇଥିଲେ ଲକ୍ଷ ପଥ ସ୍ଥିର ନକଲେ ତୁମେ କେଉଁଠି ବି ପହଞ୍ଚି ପାରିବ ନାହିଁ, ଜୀବନ ଯାତ୍ରାରେ ତୁମେ ଛନ୍ଦି ହୋଈ ହାରିଯିବ । ଏହା ପରେ ମୋତେ ବସିବାକୁ କହିଥିଲେ, ମୁଁ ବସିଗଲି ଓ ମନେ ମନେ ବିଚାର କଲି ଏପରି ଲକ୍ଷ ସ୍ଥଳକୁ ମୁଁ କାହିଁକି ବାଛିଲି ଯେଉଁଠି ମୁଁ କେବେ ପହଞ୍ଚି ପାରିବି ନାହିଁ ।

ସନ୍ଧ୍ୟାରେ ବାପା ହାଇସ୍କୁଲ୍ ରେ ପ୍ରଥମ ଦିନ କିପରି କଟିଲା ପଚାରିଲେ ଓ ମୁଁ ସମସ୍ତ କଥା କହିଥିଲି । ବାପା କହିଲେ ତୁମେ ତୁମ ଜୀବନର ଲକ୍ଷ୍ୟ କଣ କହିଲ ନାହିଁ କାହିଁକି ? ମୁଁ କହିଥିଲି ବାପା ମୋ ଜୀବନର ଲକ୍ଷ୍ୟ ବହୁତ କଠିନ, କାରଣ ଆମର ଆର୍ଥିକ ପରିସ୍ଥିତି ଏତେ ଦୁର୍ବଳ ଯେ ମୁଁ ସେଠାରେ କେବେ ପହଞ୍ଚି ପାରିବି ନାହିଁ । ବାପା ପଚାରିଥିଲେ ତୁମ ଜୀବନର ଲକ୍ଷ୍ୟ କଣ ? ମୁଁ କହିଥିଲି ବାପା ମୁଁ ଶୁଣିଛି ପାଠ ପଢା ଜୀବନରେ କେବେ ଶେଷ ହୁଏନାହିଁ, ମୁଁ ଏମିତି ସାରା ଜୀବନ ପଢିବାକୁ ଚାହେଁ । ମୁଁ ଜାଣିନାହିଁ ସେଦିନ ମୋ ଜୀବନର ଲକ୍ଷ୍ୟ ଠିକ୍ ଥିଲା କି ଭୁଲ୍ ? କିନ୍ତୁ ବାପା ମୋତେ ନିଜ ଚାନ୍ଦୁରେ ବସାଇ ବାହାରକୁ ବୁଲାଇ ନେଲେ ଓ କହିଥିଲେ ତୁମେ କଣ ପାଇଁ ଘର'ର ଆଥିକ ପରିସ୍ଥିତି ବିଷୟରେ ଚିନ୍ତା କରୁଛ ? ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଓ ମୋ ଶରୀରରେ ରକ୍ତ ବିନ୍ଦୁଟିଏ ପ୍ରବାହିତ ହେଉଥିବା ପର୍ଯ୍ୟନ୍ତ ମୁଁ ତୁମକୁ ପଢାଇବି । ସେଦିନ ବାପାଙ୍କ କଥା ଶୁଣି ବହୁତ ଖୁସିରେ ଆଖିରୁ ଧାର ଧାର ଲୁହ ଝରିଥିଲା ଓ ଆଜି ସେ କଥା ଭାବି ଲୁହ ଝରାଉଛି । ସେଦିନ ପର ଠାରୁ ବାପା ତ କେବେ ହାରି ନଥିଲେ, ଜୀବନ ଯୁଦ୍ଧରେ ହାରି ଯାଇଥିଲି ମୁଁ । ଆଜି ଯେତେବେଳେ ଘର ଠାରୁୁ ହଜାର ହଜାର କିଲୋମିଟର ଦୂରରେ ରହି ଦାଦନ ଖଟୁଛି, ମନେ ପଡି ଯାଉଛି ବାପାଙ୍କ ସେହି ପଦିଏ କଥା, "ମୋ ଶରୀରରେ ରକ୍ତ ବିନ୍ଦୁଟିଏ ଥିବା ପର୍ଯ୍ୟନ୍ତ ମୁଁ ତୁମକୁ ପଢାଇବି' । ବୋଧେ ସେହି କଥା ପଦଟିର ମୂଲ୍ୟ ବୁଝିବାକୁ ସେଦିନ ମୁଁ ଯୋଗ୍ୟ ନଥିଲି । ମୋ ଜୀବନର ଲକ୍ଷ୍ୟ ଓ ମୋ ବାପାଙ୍କ କଥା ପଦଟି କାଳ କାଳ ପାଇଁ ଜୀବନରେ ମୋର ଅଭୁଲା ସ୍ମୃତି ହୋଇ ରହିଗଲା ।

ବାପା, ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ ଓ ଭଲପାଏ ବି ବହୁତ । ଆପଣ ମୋର ଆଦର୍ଶ, ଆପଣ ମୋର ଗୁରୁ ଓ ଆପଣ ମୋ ଭଗବାନ ।।

କିଛି ସ୍ମୃତି କିଛି ଅନୁଭୂତି ।।

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Tragedy