Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶିଆଳର ଚାଲାକୀ
ଶିଆଳର ଚାଲାକୀ
★★★★★

© maheswar sahoo

Children Stories

3 Minutes   307    15


Content Ranking
#1045 in Story (Oriya)

ଦିନକର କଥା ଶିଆଳଟି ବୁଲି ବୁଲି କିଛି ଖାଇ ନଥାଏ. ତଂଟି ଶୁଖିଯାଉଥାଏ । ଭାବିଲା ଯଦି ଆଜି ଖାଇବାକୁ ନମିଳେ ମୁଁ ନିଶ୍ଚୟ ମରିଯିବି କାରଣ ଆଉ ମୋ ଦେହରେ ବଳ ନାହିଁ ଯେ କି ମୁଁ ଯାଇ ଶିକାର କରି ପାରିବି । ଭୋକ ବିକଳରେ ସେ ପାଖ ଗାଁ ରେ ଥିବା ଗୋଟିଏ ମନ୍ଦିର ପାଖରେ ଯାଇ ଧପକିନା ବସିପଡ଼ିଲା । ଚାରିଆଡ଼ ଅନ୍ଧକାର ଦେଖା ଯାଉଥାଏ ଆଉ ପାଦ ଉଠେଇବାକୁ ବଳ ନାହିଁ । ଠିକ ଏହି ସମୟରେ ମୁଷଟିଏ ଗାତ ରୁ ବାହାରିଥାଏ ଖାଦ୍ୟ ଅନ୍ୱେଷଣରେ କାରଣ ମନ୍ଦିର ପାଖରେ ତାର ସାତ ପୁରୁଷର ଘର । ଘରେ ତାର କୁନିକୁନି ପିଲା ଆଉ ବାପା ମା ଭାଇ ସ୍ତ୍ରୀ ଆଦି ସମସ୍ତେ ଅଛନ୍ତି । ମନ୍ଦିର ପାଖରେ ପଡୁଥିବା ନଡ଼ିଆ ଖଣ୍ଡ ତା ପିଲାମାନଙ୍କର ଭାରି ପ୍ରିୟ । ସେ ଦୈନିକ ଖିରି କଦଳୀ ନଡ଼ିଆ ସେଓ ବାଦାମ କାଜୁ କିସମିସ୍ ଆଦି ଫଳର ଖଣ୍ ମାନ ନିଜେ ମନଭରି ଖାଏ ଓ ପିଲାମାନଙ୍କୁ ଖାଇବାକୁ ଦେବା ସହ କିଛି ଶୁଖାଇ ନିଜ ଭଣ୍ଡାର ଘରେ ଗଛିତ ରଖେ। ପିଲାମାନେ ବି ଟିକେ ବଡ ହୋଇ ଗଲେଣି ସେମାନେ ବି ବେଳେ ବେଳେ ଆସି ଖାଦ୍ୟ ସଂଗ୍ରହ କରନ୍ତି ସେହି ମନ୍ଦିର ପାଖରୁ । ତାର ସମସ୍ତ ପରିବାରର ସଦ୍ୟସ ପୁରା ପୁରି ହୃଷ୍ଟପୃଷ୍ଟ ଆଉ ସବୁବେଳେ ଖୁସିରେ ରହନ୍ତି । ଏଇ କିଛିଦିନ ତଳେ ପୂଜାରୀ ଗୋସେଇଁ ବହୁତ ରାଗିଯାଇଥିଲେ ତା ପିଲାମାନଙ୍କ ଉପରେ କାରଣ ସେ ରଖିଥିବା ଖିରିଚାଉଳରୁ ତା ପିଲାମାନେ କିଛି ଖାଇଦେଇଥିଲେ । ସେଇଥି ପାଇଁ ସେ ରାଗି ଯାଇ ବହୁତ ବିତ୍ପାତ କରିଥିଲେ । ମୋ ଘରେ ଆଣି ପାଣି ଢାଳିଥିଲେ ଆଉ ମୋ ଘର ଭିତରକୁ ଧୁଆଁ ଛାଡିଥିଲେ । ଘରମୁଁହରେ ମାଟି ଦେଇ ବନ୍ଧ କରିଦେଇଥିଲେ । ସେଇଦିନ ଠାରୁ ମୁଁ ପିଲାଙ୍କୁ ବହୁତ ସତର୍କ କରିଦେଇଛି ଯେକି ଆଉ ମନ୍ଦିର ଭିତରକୁ ଯାଅନି କାରଣ ଯାହା ସେମାନେ ବାହାରେ ପକାନ୍ତି ତାହା ଆମପାଇଁ ଯଥେଷ୍ଟ ଆଉ ବଳୁଛି ମଧ୍ୟ । ଏମିତି ସେ ବସି ଭାବୁ ଭାବୁ ଅଦିନିଆ ଝଡ ପରି ମାଡି ବସିଥିଲା ଭୋକ ଆତୁରରେ ସିଆଳଟି । ଦୁଇ ତିନିକିଲୋର ଶରୀର ହେଲେ ମଧ୍ୟ କାହାର ସାହାଯ୍ୟ ନେବାକୁ ଦେଇନଥିଲା ସିଆଳଟି। ତଂଟି ଫୁଟାଇ ରକ୍ତ ପିଇଯାଇଥିଲା ଆଉ ତାର କଅଁଳ ମାଂସ ରେ ତାର ପେଟ ପୁରି ଯାଇଥିଲା। ଖୁସିରେ ବସି ହେକୁଟା ମାରିଲା ଯାହା ହେଉ ପ୍ରାଣ ବଂଚିଗଲା ଏମିତି ଭାବି ଭାବି ସ୍ବପ୍ନ ରେ ସ୍ବପ୍ନ ଦେଖିଲା ଯେ ଯଦି ଏହି ମୂଷାର ମାଂଶ ଏତିକି ସ୍ୱାଦିଷ୍ଟ ତାହାହେଲେ ଏଠିଥିବା ସମସ୍ତ ମୂଷା ବି ଏମିତି ସ୍ୱାଦିଷ୍ଟ ହୋଇଥିବେ। ଏମିତି ସ୍ବପ୍ନ ଦେଖୁ ଦେଖୁ ସେ ଟିକେ ସୋଇଯାଇଥିଲା ଆଉ ଜଙ୍ଗଲକୁ ନଫେରି ସେଇଠି ରାତି କାଟିବାକୁ ନିଷ୍ପତ୍ତି ନେଲା।        

     ସକାଳ ହେବାରୁ ଭାବିଲା ରାତି ଖାଦ୍ୟ ଏପର୍ଯ୍ୟନ୍ତ ହଜମ ହେଇନି ମୁଁ ଆଉଟିକେ ଅପେକ୍ଷା କରେ ସେଇ ଗାତରୁ ନିଶ୍ଚୟ ଆହୁରି ମୂଷା ଆସିବେ ଏବଂ ମୋର ଏଇଟି ଆଉ ଗୋଟେ ଭୋଜନ ମିଳିଯିବ। ଜଙ୍ଗଲରେ ବୁଲିବୁଲି କାହିଁକି ଏମିତି ଭୋକରେ ବୁଲିହେବି ଏମିତି ଭାବି ସେଇଠି ଶୋଇ ରହିଲା। ସକାଳର ଭୋଗ ଲଗାଇବାକୁ ପୂଜାରୀ ଗୋସାଇଁ ଆସିପହଂଚିଲେ।ସାଥିରେ ବି କାଳିଆ ଆସିଥାଏ ଭାରି ଦୁଷ୍ଟ ସିଏ, ଆଉ ଗୋସାଇଁଙ୍କର ଭାରି ପ୍ରିୟ । ଗୋସାଇଁ ଯାହା ବି ଖାଇବା ପୂର୍ବରୁ ସେ ତାକୁ ଖାଇବାକୁ ଦିଅନ୍ତି ନାଁ ଟି ତାର ରାଜା ରଖିଥାନ୍ତି ବହୁତ ବଳିୟାନ ସେ,ରାଜା ପରି ଛିଡା ହେଇ ଥାଏ। ରାଜା ପୂଜାରୀଙ୍କ ସହ ଘରୁ ବାହାରେ ଆଉ ପୂଜାରୀ ମନ୍ଦିର ଭିତରେ ପୂଜା କରନ୍ତି କିନ୍ତୁ ରାଜା ମନ୍ଦିର ଚାରିପାଖରେ ଟିକେ ପର୍ଯ୍ୟବେକ୍ଷଣ କରେ । ଆଜି ରାଜର ନଜର ପଡିଯାଇଥିଲା ସେଇ ଜଙ୍ଗଲୀ ଶିଆଳ ଉପରେ କୁକୁର ଜାତି ଶିଆଳ ସହିତ ତିଳ ଅନଳ ସମ୍ପର୍କ ସିଏବା ଛାଡିବ କଉଠୁ । କୁଦି ପଡିଲା ଶିଆଳ ଉପରେ । ଘାଇଲା କରିପକାଇଲା ତାର ପୁରା ଶରୀରକୁ, ପ୍ରାଣବିକଳରେ ଯିବାକୁ ବାହାରିଲା ବେଳକୁ ଲମ୍ପ ପ୍ରଦାନ କରୁଥାଏ ରାଜା। ସମ୍ପୂର୍ଣ ଶରୀର ରକ୍ତାକ୍ତ ଚାଲିବାକୁ ବି ସୁଯୋଗ ଦେଉନଥାଏ ରାଜା । ଶେଷରେ ପୂଜାରୀ ଗୋସାଇଁ ଆସିବାରୁ ଛାଡ଼ିଦେଇଥିଲା ରାଜା । ଘୁଷୁରୀ ଘୁଷୁରୀ ଜଙ୍ଗଲ ମୁଁହା ହୋଇଥିଲା ଶିଆଳ::::


ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ

ବାଲେଶ୍ୱର(ଭଦ୍ରକ)

Hints: ଶିଆଳର ଚାଲାକି କେବଳ ଜଙ୍ଗଲରେ...

ଜଙ୍ଗଲ ଶିଆଳ ଗୋସାଇଁ

Rate the content


Originality
Flow
Language
Cover design

Comments

Post

Some text some message..