Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Das

Tragedy Inspirational

3  

Pratima Das

Tragedy Inspirational

ସାବିତ୍ରୀ

ସାବିତ୍ରୀ

3 mins
406



ପ୍ରତିମା ଦାସ। କଟକ।


ଅଳନ୍ଧୁଭରା ଭାବନା ଗୁଡିକ ମନ କୋଠରୀକୁ ଅଣ-ନିଶ୍ବାସି କରୁଥିଲେ। ବିକ୍ଷିପ୍ତ ଭାବନା ସମୂହ ମସ୍ତିଷ୍କର ପ୍ରତି ସ୍ନାୟୁ କୋଷିକାରେ ପ୍ରହାର କରି କହୁଥିଲା ବାସ୍ତବ ରାୟ, you became zero. You are an impotent, now. 

ଜର୍ଜରିତ ଭାବନା ଗ୍ରନ୍ଥି, ଏଇ ବୋଧେ ଜ୍ଵାଳାମୁଖୀର ରୂପ ନେଇ କଣ ନା କଣ ମୁହଁରୁ ଉଦଗାରିବ, ଏଲିକୁ ପାଇଗଲେ ଆଖି ସାମ୍ମାରେ।

       ଆଜି ଆସୁ ଏଲି। ଘରୁ ବାହାରିବାକୁ ଦେବିନି। ଏକ ଯୁବାସ୍ତ୍ରୀର ଯାହା ଶାରୀରିକ ଚାହିଦା ବୋଧହୁଏ ତାହା ବାହାରୁ ମିଳିଯାଉଛି।ମୋ ଭଳି ଅପଂଗ ଅକ୍ଷମ ସ୍ବାମୀ ପାଖେ କି କାମ? ଏହା ଏଲି ଯୌବନର ମତୁଆଲା ପଣ ଛଡା ଆଉ କିଛି ନୁହେଁ।

      ରାତି 3.30।ବାହାରେ ଗାଡି ରହିଲା। ବାସ୍ତବ ହଇରାଣ ନ ହୁଅନ୍ତୁ ବୋଲି, ଏଲି ନିଜେ କବାଟ ଖୋଲି ଯାଏ ଆସେ। ଇଛା ନ   ଥାଇବି ହ୍ବିଲ ଚେୟାର ଗଡାଇ ଏଲି ନିକଟକୁ ଆସିଲେ ବାସ୍ତବ ରାୟ କାରଣ ଏଲି ତାଙ୍କ ପ୍ରେମ ତାଙ୍କ ଦୁର୍ବଳତା । ଯାହାର ପୁରୁଷ ଠାଣି, ଗୁରୁଗମ୍ଭୀର ସ୍ବର,ଆରବିକ ଚେହେରା, ଡାଇଲଗ ଉପସ୍ଥାପନା ଶୈଳୀ ନାଟ୍ୟ ଜଗତରେ ଚହଳ ପକାଇ ଦିଏ ,ସେହି ବାସ୍ତବ ରାୟଙ୍କ କଳାରେ ମୁଗ୍ଧା ହୋଇ ଏଲି ଭଳି ଅପସରା ପାଗଳି ପରି ଘରଦ୍ବାର ,ପିତାମାତା ଛାଡି ପଳାଇ ଆସିଥିଲା।

      ଜାତି, ସଂପ୍ରଦାୟ, ଆଭିଜାତ୍ୟର ନିମ୍ନ ଚିନ୍ତାରେ ପେଷି ହେଉଥିବା ଭାରତୀୟ ସମାଜ କନ୍ୟାର ଏପରି ନିଷ୍ପତ୍ତିକୁ ଗ୍ରହଣ କରି ପାରି ନ ଥିଲା। ଏକମାତ୍ର କନ୍ୟାକୁ ତେଜ୍ୟପୁତ୍ରୀ କରି ଶୁଦ୍ଧି ହେବାପାଇଁ ବି ପଛାଇ ନ ଥିଲେ, ଜନ୍ମ ଦେଇଥିବା ପିତାମାତା। ବାଃ ରେ ସମାଜ। କଣ ନା ଆମେ ସମୃଦ୍ଧି ପଥରେ।

     

         ଏହାପରେ ବାସ୍ତବ ରାୟ ହୋଇଗଲେ ଏଲିର ବର୍ତ୍ତମାନ ,ଭବିଷ୍ୟତ ମଧ୍ୟ। ଏଲି ବି ନିଜ ଭଲପାଇବାକୁ ନେଇ ଗର୍ବିତା, ଆନନ୍ଦିତା ଥିଲା। ଏହି ପ୍ରେମୀ ଯୁଗଳ ସୀମା ସରହଦ ପାର କରି ପରସ୍ପରକୁ  ଭଲପାଉଥିଲେ। ଦୁହିଙ୍କ ଭଲ ପାଇବା ଷୋଳ ଅଣା ଖାଣ୍ଟି ସୁନା ଥିଲା। କାହା ମନରେ ଅନ୍ୟ ପ୍ରତି ଦ୍ବେଷ, ମଳିନତା କି ସନ୍ଦେହ ଉପୁଜି ନ ଥିଲା କେବେ।

         ବିଶ୍ବ ବିଖ୍ୟାତ ସେକ୍ସପିଅରଙ୍କ ଇଟାଲୀୟ ନାଟକ ରୋମିଓ-ଜୁଲିଏଟ ଉଚ୍ଚ କୋଟିର ନିର୍ଦ୍ଦେଶନା ପାଇ ମଂଚସ୍ଥ ହେବାକୁ ଅଣ୍ଟା ଭିଡୁଥିଲା । ବାହାରୁ ସିନେମା ଆର୍ଟିଷ୍ଟ ଆସି ନାଟକର ହିରୋଇନ ଜୁଲିଏଟ ପାର୍ଟ ଟିକୁ କରୁଥିଲେ । ବାସ୍ତବ ନାୟକ ରୋମିଓ ଭୂମିକା ଟିକୁ ନିଖୁଣ ଭାବେଫୁଟାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ସାରି ଥିଲେ। ଖୁବ୍ ଖୁସିଥିଲେ ।ଏହା ବୋଧେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଉପହାର ହେବ ଦର୍ଶକ ମାନଙ୍କୁ।

      କଣ ଯେ ପାଅନ୍ତି କଳାକାର, ଲେଖକ, ଚିତ୍ରକର ଅନ୍ୟାନ୍ୟ ଆର୍ଟିଷ୍ଟ, ତାଙ୍କ ଜୀବ-ଦଶାରେ।ଆର୍ଟିଷ୍ଟ   ବଂଚେତ ତା ଦର୍ଶକ, ପାଠକ, ସ୍ତବକ ପାଇଁ। ପାଏ ଯଦି ଜୀବନରେ କିଛି ଫୁଲହାର ଆଉ ତାଳି  ନିଜ କଠିନ ପରିଶ୍ରମ ବଦଳରେ।

              ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜିଦି କରି ଡାକି ଆଣିଛନ୍ତି ଏଲିକୁ ଥିଏଟର ଦେଖିବାକୁ ବାସ୍ତବ। ଫାଷ୍ଟ ନାଇଟ ଫାଷ୍ଟ ସୋ ଦେଖିବ ଏଲି , ଯେ  ପ୍ରାଣଠୁ ପ୍ରିୟ ତାଙ୍କର। ପରେ ସେହି ଅନୁରାଗ ଯେପରି ବିଂଚିଦେବ ବାସ୍ତବର ପ୍ରେମ ଭିକ୍ଷା ସମୟରେ।ସେହି ଏକାନ୍ତ ମୁହୂର୍ତ୍ତଗୁଡିକୁ ନୈସର୍ଗିକ କରି ତୋଳି ଧରିବ ଏଲି, ବାସ୍ତବଙ୍କ ସମ୍ମୁଖରେ।

         

           ,ଏଲି ହତଚକିତ ହୋଇଯାଇଥିଲା ବାସ୍ତବଙ୍କ ଜୀବନ୍ତ, ନିଖୁଣ ଅଭିନୟ ଦେଖି। ଈର୍ଷା କରି ପଚାରିଥିଲା-ବାସ୍ତବ ତୁମ ପାଖରେ ଆଗରୁ ବି ଏ କଳା ଥିଲା, ଯାହା ଦେଖି ଅଧିରା ହୋଇ ଦୌଡିଥିଲି ମୁଁ, ତୁମ ପାଖକୁ। ହେଲେ ଏ ନୁଆ ନାୟିକା ପାଖୁ କଣ ଏଭଳି ପ୍ରୋତ୍ସାହନ ପାଇଲ ତୁମ ଜୀବନର ଶ୍ରେଷ୍ଠ ଅଭିନୟ ପରସି ଦେଇଛ ??

               ସତରେ ଏଲି, ଏ ରୋମିଓ-ଜୁଲିଏଟ ନାଟକ ମୋ ଜୀବନର ଶ୍ରେଷ୍ଠ ଅଭିନୀତ ନାଟକ ରେ ଗଣା ହେବ। ଚରମ ଆତ୍ମତୃପ୍ତି ମିଳୁଛି ମୋତେ। ସ୍ତ୍ରୀ ହିସାବରେ ତୁମେ ସନ୍ଦେହ କରିବା କିଛି ଅହେତୁକ ନୁହେଁ। ଏଇ ଯଦି କହିବ ଶରୀରର ପ୍ରତିଟି ଅଂଗ କାଟି ଦେଖାଇଦେବି ! ତୁମେ ସବୁଠି ନିଜକୁ ପାଇବ। ହସି ଦେଲେ।

            ଜାଣିଛ ଏଲି, ଯେଉଁ ସିନେ ଆର୍ଟିଷ୍ଟ ଆସି ଥିଲେ, କଣ କହୁଥିଲେ ?ବାସ୍ତବସାର ଆପଣ ଆପଣଙ୍କ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି ନା? ନହେଲେ ଏତେ ନିଖୁଣ ରୋମାଂଚକର ଅଭିନୟ ସ୍ବତଃ ବାହାରି ଆସନ୍ତାନି ଆପଣଙ୍କ ଭିତରୁ, ଯେଉଁଥିରେ ସାମାନ୍ୟ ଅଶ୍ଳୀଳତା ର ଲକ୍ଷଣ ନାହିଁ। ଯଦି ମୋ ଭଳି ସିନେ ତାରକାକୁ ଦେଖି, କେବଳ ଆପଣଙ୍କ ରୋମାନ୍ସ ବାହାରି ଥାନ୍ତା ,ତେବେ ଅଶ୍ଳୀଳତା ଆପଣଙ୍କ ଆଚରଣରେ ପରିସ୍ପୁଟ ହୋଇ, ମୋତେ କାମ କରିବାରୁ କ୍ଷାନ୍ତ ହୁଏତ କରିଥାନ୍ତା ମାନେ ମୁଁ ଆପଣଙ୍କ ସଂଗେ କାମ କରି ପାରି

ନ ଥାନ୍ତି । ଯେଭଳି ବହୁତ ନାୟକ ଅଶ୍ଳୀଳ ଭାବ ଭଲଗାରିଟି ଆଡକୁ ଚାଲି ଯାଆନ୍ତି ହିରୋଇନ ମାନଙ୍କୁ ଦେଖୁ ଦେଖୁ। ଆପଣ ସ୍ବତନ୍ତ୍ର।

       ଏଲି ମୋ ଅନୁରକ୍ତି, ଆସକ୍ତି, ଭଲପାଇବା ସବୁ ତୁମେ ହିଁ ତୁମେ। ବିନା ସତ୍ୟବାନରେ ନାରୀଟିଏ ସାବିତ୍ରୀ ହେବ କିପରି? ସତ୍ୟବାନଙ୍କ ପରି ପ୍ରଗାଢ ଭଲ ପାଇବା ଦେଇ ଦେଖ!

           ସୋ ଶେଷ ହେବା ପରେ, ଆର୍ଟିଷ୍ଟ ଥିଏଟର ପାଖରେ ଶୋଇଯାନ୍ତି ମତଲବରେ, ବେମତଲବରେ ବି।

         ବାସ୍ତବ ଭାରି ପ୍ରେମ ରଙ୍କୁଣା। ଏଲିର କୋଳ, ପ୍ରଣୟ ବିନା ବାସ୍ତବର ସବୁ ଅଧୁରା।

          ରାତ୍ରି ସୋ ପରେ ଦେହହାତ ଥକାରେ ଚୁରମାର୍ ହେଉ ଥିଲେ ବି, ମଟର ସାଇକେଲ ଛୁଟାଇଛନ୍ତି ଘରମୁହାଁ। ଦୈତ୍ୟ ଭଳି ବିକଟାଳ ଚିତ୍କାର କରି ଦଶଚକିଆ ଯାନଟି ବାସ୍ତବକୁ ଚକଟି ଚାଲିଗଲା।

         ବାସ୍ତବ ପାରାପ୍ଲେଜିଆ ପେସେଣ୍ଟ। ମୁଠା ମୁଠା ଟଙ୍କା ଯେଉଁଠି ଯାହା ଥିଲା ଶେଷ ହେବାକୁ ବସିଲାଣି। ଡାକ୍ତର ଆଶା ଦେଇଛନ୍ତି ଏଲିକୁ , ଟଙ୍କା ଚାରିଲକ୍ଷ ଯୋଗାଡ କରୁନ୍ତୁ, ମେରୁଦଣ୍ଡର ଏକ ମେଜର ଅପରେସନ କରିଦେଲେ, ବାସ୍ତବ ଚାଲିବାକୁ ସକ୍ଷମ ହୋଇପାରନ୍ତି। ନବେ ପ୍ରତିଶତ ଆଶା ଅଛି।

          ବାସ, ଏଲି ଘରକୁ ବାସ୍ତବଙ୍କୁ ନେଇ ଆସିଛି ।ଡାକ୍ତରଙ୍କୁ କିଛି ମାସର ସମୟ ମାଗି, ଟଙ୍କା ବନ୍ଦୋବସ୍ତ ପାଇଁ।    ନିଜ ଘର କାନ୍ଥରୁ ଇଟା ଖସିଗଲେ, ପିଠି ଦେଖାଇ ଲୁଚାଇ ଛିଡା ହୋଇଯାଅ। ଖଣ୍ଡିଆ କାନ୍ଥ କାହାକୁ ଦେଖାଅନି। ସାମର୍ଥ୍ୟ ଯୋଗାଡ କର କାନ୍ଥ ମରାମତି ପାଇଁ। ଖଣ୍ଡିଆ କାନ୍ଥ ଦେଖି, ଶହେ ଆଖି ଚେଷ୍ଟା କରିବେ ଘର ଗୋହି ଜାଣିବାକୁ ସିନା, ବାଆ ପବନରୁ କେ଼ହି ରୋକିବାକୁ କି ବନ୍ଦ କରିବାକୁ ଚେଷ୍ଟା କରିବେନି। ଆପଣଙ୍କୁ ନା ସେ କାନ୍ଥକୁ କେହି ପ୍ରକୃତ ଆନ୍ତରିକତା ଦେଖାଇବେନି । ସତ୍ୟ, ଏକ ବଦହଜମୀ ସତ୍ୟ।

      ବାସ୍। ଏଲି ର କାର୍ଯ୍ୟ ସାରଣୀ ପ୍ରସ୍ତୁତ।

       1/ ସେଫ ସେକ୍ସ।

       2/ଟଙ୍କା ରୋଜଗାର।

       3/ଦାମ ର ଟ୍ୟାଗ ହେଭି ଥିଲେ ଜିନିଷ ଆପେ ଆପେ ଦାମୀ ମନେ ହୁଏ। ଶସ୍ତା ଲାଗେନି ଜିନିଷ।ନିଜର ଚାହିଦା ଏଲି ଜାଣିଶୁଣି ଅଧିକ ରଖିଛି। 

       4/ ଏଲି ସ୍ବାମୀଙ୍କୁ ବୁଝାଇଛି ମୋତେ ଚଳାଇବା ପାଇଁ ଟଙ୍କା ରୋଜଗାର କରୁଥିଲ ଯେତେ ବେଳେ, ତୁମକୁ କେବେ ପ୍ରଶ୍ନ କରିନି। କାମ କରିବାକୁ ଛାଡି ଦେଇଛି ଦିନରାତି ପଦାକୁ। ଠିକ ସେମିତି ମୋ ଉପରେ ମାସ କେଇଟା ବିଶ୍ୱାସ କରି ଦେଖ।

       5/ତୁମକୁ ତୁମ ନିଜ ଗୋଡରେ ଛିଡା କରି ଦେଲେ ତୁମ ଏଲି ତୁମ ପାଖରେ ଦିନରାତି।

ଚାରି ମାସ ସରିଗଲା। ଆଜି ଶେଷ ରାତ୍ରି କହିଲେ ଚଳେ। ଏଲି ହାତରେ ସମସ୍ତ ଡାକ୍ତରୀ ରିପୋର୍ଟ। କାଲି ସହରର ସବୁଠୁ ବଛା ବଛା ଡାକ୍ତର ବାସ୍ତବର ସ୍ପାଇନ ସର୍ଜରି କରିବେ।

ନବେ ପ୍ରତିଶତରୁ ଅଧିକ ସମ୍ଭାବନା ବାସ୍ତବ ଚାଲିବେ, ପୁଣି ଥିଏଟରରେ କାମ କରିବେ। ତାଙ୍କ ଫ୍ୟାନ ତାଙ୍କୁ ଝୁରୁଥିଲେ।

ହସ୍ପିଟାଲ ବେଡରେ ସାଲ୍ୟୁଟ ଏଲି, ସାଲ୍ୟୁଟ ଆଜିର ସାବିତ୍ରୀ, ବାସ୍ତବଙ୍କ ଗୁରୁଗମ୍ଭୀର କଣ୍ଠରୁ ଶୁଭୁଥିଲା ।ପରେ କଣ ହୋଇଥିବ?


Rate this content
Log in

Similar oriya story from Tragedy