Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Mohanty

Drama Others

5.0  

Sasmita Mohanty

Drama Others

ଆମ ଘରର କଥା

ଆମ ଘରର କଥା

2 mins
7.3K


ମୋନାର ସବୁଦିନେ ସକାଳ ହୁଏ ଦିନ ଆଠଟା ପରେ। ସୂର୍ଯ୍ୟଦୟ ଦେଖିବା ତା ଜାତକରେ ନାହିଁ। ଏମିତିରେ ବି ଘରକୁ ଫୋନ୍ କରିବାକୁ ସେ ପ୍ରାୟ ଭୁଲିଯାଏ। ଆଜି ଏତେ ସକାଳୁ ତାର ଫୋନ୍ ଆସିବା ଦେଖି ଚିନ୍ତାରେ ପଡିଗଲେ ସୁନନ୍ଦା । ଫୋନ୍ ଧରୁ ଧରୁ ମୋନା କହିଉଠିଲା, "ଜଲଦି ଗେଟ୍ ଖୋଲ ମମି, ବାହାରେ ବହୁତ ଥଣ୍ଡା"।

   ତରବର ହୋଇ ମୁହଁ ଧୋଇ ଗେଟ୍ ଖୋଲୁ ଖୋଲୁ ତାଙ୍କୁ କୁଣ୍ଢେଇ ପକେଇ ମୋନା କହିଲା ସରପ୍ରାଇଜ୍ ଟା କେମିତି ଲାଗିଲା ମମି ?

    ମୋନା ଏଇ ଚାରିମାସ ହେଲା ଟିସିଏସ୍ ରେ ଯୋଗ ଦେଇଛି । ପୁନାରେ ତାର ଚାକିରୀ । ଆମକୁ ବିବାହ ବାର୍ଷିକୀରେ ସରପ୍ରାଇଜ୍ ଦେବ ବୋଲି ତିନି ଜଣ ସାଙ୍ଗକୁ ଧରି ଆଗରୁ ନଜଣାଇ ହଠାତ୍ ଘରକୁ ଆସିଛି।

  ଆଜି ପରା ଗୁରୁବାର, ସୁଦଶାବ୍ରତ ଓ ଶାମ୍ବଦଶମୀ । ପୂଜା ପର୍ବରେ ପିଲାମାନେ ନଥିଲେ ଘରଟା ଖାଲି ଖାଲି ଲାଗେ । ଏମିତି ଗୋଟେ ଦିନରେ ଝିଅ ଓ ତାର ସାଙ୍ଗମାନଙ୍କୁ ଦେଖି ତାଙ୍କ ମନ ଖୁସି ହୋଇଗଲା । ପୁଣି ଭାବିଲେ ତାଙ୍କ ସମୟ ତ ଆଉ ନାହିଁ । ମୋନା ତ ସହଜେ ପିଠାପଣା ଖାଇବାକୁ ଭଲ ପାଏନା । ତାର ଅଣଓଡିଆ ସାଙ୍ଗମାନେ ଏସବୁ ଖାଇବାକୁ ପସନ୍ଦ କରିବେ ତ ? ଆଜି କାଲି ପିଲାଙ୍କର ପିଜ୍ଜା,ବର୍ଗର, ସାଣ୍ଡଉଇଚ୍,ରୋଲ୍, ଚାଓମିନ୍ ,ବିରିଆନି ଇତ୍ୟାଦି ପସନ୍ଦ। କିନ୍ତୁ କଣ ସେ କରିବେ ? ଆଜି ତ ଲକ୍ଷ୍ମୀ ପୂଜା ସହ ସୂର୍ଯ୍ୟପୂଜା, ଆମିଷ ଦୂରର କଥା, ପିଆଜ ରସୁଣ ବି ଘରେ ନିଷେଧ । ଆଜିଟା କୌଣସି ମତେ ଚଳେଇ ଦେଲେ କାଲି ପିଲାଙ୍କ ଇଚ୍ଛା ମୁତାବକ ରାନ୍ଧି ଖୁଆଇବେ।

    ପ୍ରତି ବର୍ଷ ଶାମ୍ବଦଶମୀ ଆସିଲେ ଝିଅ ତାଙ୍କର ନାକ ଟେକେ । କହେ ସବୁ ପୂଜା ପର୍ବରେ ଠାକୁର ପିଠାପଣା ଖାଇ ବୋର୍ ହୋଇଗଲେଣି । ଏତେ ମିଠା ଖାଇଲେ ଠାକୁରଙ୍କୁ ଡାଏବେଟିସ୍ ହୋଇଯିବ । ତମେ ଏବର୍ଷ ଠାରୁ ପିଜ୍ଜା, ବର୍ଗର, ସ୍ଵାଗୀ, ପାସ୍ତା, ଚାଓମିନ୍ ଇତ୍ୟାଦି ବାଢ ଦେଖିବ ଠାକୁର ବି ଖୁସି ହୋଇଯିବେ।

    ଶାଶୁ ଆକଟନ୍ତି, ଠାକୁରଙ୍କୁ ଏମିତି କୁହନ୍ତି ? କୋଉଦିନ ତୋର ଆଉ ବୁଦ୍ଧି ହେବ କେଜାଣି ?ଆମ ଯୁଗ ହୋଇଥିଲେ ଏତେବେଳକୁ ବାହାହୋଇ ହେଁସେ ପୁଅ ଝିଅର ମାଆ ହୁଅନ୍ତୁଣି । ମୋନା ବି ଛାଡେନି, ଓଲଟା ଜେଜେମାଙ୍କୁ କୁହେ ଏବେ ସମସ୍ତେ ପାଠ ପଢି ଚାକିରୀ କରି ଜୀବନକୁ ଉପଭୋଗ କରିସାରିବା ପରେ ବାହାଘର କଥା ଚିନ୍ତା କରୁଛନ୍ତି।ହେଁସେ ଛୁଆ ଯୁଗ ବି କେବେଠୁ ଗଲାଣି, ଆଜିକାଲି ପରା "ଆମେ ଏକ ଓ ଆମର ଏକ"।

    ପିଲାମାନେ ଗାଧୋଇ ଜଳଖିଆ ଖାଇ ବିଶ୍ରାମ ନେଲେ । ସେ ମଧ୍ୟ ତାଙ୍କ କାମରେ ଲାଗି ପଡିଲେ । ଲକ୍ଷ୍ମୀ ବ୍ରତ ପୂଜା ସାରି ଖିରୀ, ପୁରୀ, ଖେଚୁଡି, ଘାଣ୍ଟ ତରକାରୀ,ଆରିସା, କାକରା, ମଣ୍ଡା, ମାଲପୁଆ, ବୁଢାଚକୁଳୀ ଇତ୍ୟାଦି ପିଠା ସହିତ ବିଭିନ୍ନ ପ୍ରକାର ମିଠା ସୂର୍ଯ୍ୟଙ୍କ ପାଖରେ ଭୋଗ କଲେ । ତାପରେ ଖାଇବାକୁ ବାଢି ଅତି ସନ୍ତର୍ପଣରେ ସମସ୍ତଙ୍କୁ କହିଲେ ଆଜି ଘରେ ପୂଜା, ବିନା ପିଆଜ ରସୁଣରେ ପ୍ରସ୍ତୁତ ଏହି ସବୁ ଖାଦ୍ୟ ତୁମମାନଙ୍କୁ କେମିତି ଲାଗିବ କେଜାଣି ?ସେମାନେ କିନ୍ତୁ ଗପସପ କରି ଖୁସି ମନରେ ସବୁଖାଦ୍ୟ ଖାଇଦେଲେ ଏବଂ ତାଙ୍କୁ ଆଶ୍ଚର୍ଯ୍ୟ କରି କହିଉଠିଲେ,"ଆଣ୍ଟି ଆପଣଙ୍କ ଓଡିଆ ଖାଦ୍ୟ ଏତେ ବଢିଆ, ଆମେ ଯେତେଦିନ ରହିବୁ ଆପଣ ଆମକୁ ଏମିତି ସବୁ ଖାଦ୍ୟ ରାନ୍ଧି ଖୁଆଇବେ । ଆମେ ହୋଟେଲ୍ ରେ ଫାଷ୍ଟଫୁଡ୍ ଖାଇ ଖାଇ ବୋର୍ ହୋଇଗଲୁଣି"।

    ଦିନେ ପିଠାପଣାର ପାଖ ମାଡୁ ନଥିବା ମୋନା ବି କହିଲା ମୁଁ ଗଲାପରେ ତମେ କଣ ଜେଜେମାଙ୍କ ଠାରୁ ପିଠା ତିଆରି କରିବା ଟ୍ରେନିଂ ନେଉଥିଲ କି ମମି, କାହିଁ ଆଗରୁ ତ ଏମିତି ଟେଷ୍ଟି ପିଠା ବନଉ ନଥିଲ ?

   ଏହା ଶୁଣି ତା ସାଙ୍ଗମାନେ କହିଲେ ଆମେ ବି ତାହେଲେ ଜେଜେମାଙ୍କ ଇନଷ୍ଟିଚ୍ଯୁଟ୍ ରେ ଟ୍ରେନିଂ ନେବୁ। ଏକଥା ଶୁଣି ଆମେ ସମସ୍ତେ ହସି ଉଠିଲୁ।


Rate this content
Log in

Similar oriya story from Drama