Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Others

2  

Pallabi Das

Others

ଅଭୁଲା ପିଲା ଦିନ

ଅଭୁଲା ପିଲା ଦିନ

3 mins
3.6K


ଅନ୍ଧକାର ରାତି ଆଉ ବସ୍ ର ଶେଷ ସିଟରେ, ମୁଁ ବସିଛି ମୋ ଦୁଇ ସାଙ୍ଗଙ୍କ ସହ | ଗାଡି ଚାଲିଛି ଧିମା ଧିମା ଗତିରେ ତିରୁପତି ଅଭିମୁଖେ |

ହଠାତ୍ ବସ୍ ରେ ଗୋଟେ ଶିଶୁ ର କାନ୍ଦ ଆଉ କିଛି ସମୟ ଭିତରେ ଚୁପ୍ ହେଇଯିବା, ମତେ ପୁଣି ଥରେ ମନେ ପକେଇ ଦେଲା ମୋ ପିଲା ଦିନ | କ'ଣ କହି ମାଆଟି ଶିଶୁଟିକୁ ଚୁପ୍ କରେଇ ଥିବ, ଭାବିଲେ ବୋହୁତ୍ କିଛି ମନେ ପଡ଼ିଯାଏ |

ମୁଁ ନ ଶୋଇଲେ, ମତେ କୁହାଯାଉଥିଲା-" ଶୋଇପଡ଼େ ନହେଲେ କକ ବାଇୟା ନେଇଯିବ" | ଆଉ ମୁଁ ଡରି କରି ଜୋର୍ ଜବର ଆଖି ବନ୍ଦ କରି, ଶୋଇବା ଅଭିନୟ କରୁ କରୁ କେତେ ବେଳେ ନିଦରେ ଶୋଇପଡ଼େ ଜାଣି ପାରେନି |

ଶାନ୍ତ ଶିଷ୍ଟ ଛୁଆ ଥିଲି, କିନ୍ତୁ ଖାଇବା ପାଇଁ ବୋହୁତ୍ ନଖରା ଦେଖାଏ , ସେଥିପାଇଁ ଆଇମା ଧମକ ଦିଏ, "ଖାଇବୁ ନା ତୋ ମାଆ କୁ କହିବି ତତେ ଆସି କି ନେଇଯାଉ ତା ସାଥିରେ" | ଖରା ବେଳା ନ ଶୋଇ ଘିରିଘିରି ହୋଇ ବଣ ଜଙ୍ଗଲ ବୁଲିଲେ କହିବେ-" ଯା ବୁଲେ ପିଲା ଧରା ବୁଲୁଛନ୍ତି, ମୁଣି ରେ ପୁରେଇ ଟେକି ନେବେ ଆଖି ତାଡ଼ି ବିକି ଦେବେ" | ଚୁପ୍ ଚାପ୍ ହୋଇ ଶୋଇ ଯାଏ ଡରିକରି | ଏମିତି ବି ହେଇଛି ବେଳେ ବେଳେ ଦିନ ଦ୍ୱିପହରେ ରାଗ ରେ ଆଖି ବନ୍ଦ କରି ପିଲାଧରାଙ୍କୁ ଗାଳି ଦିଏ -" ଏମାନଙ୍କ ଯୋଗୁ ଆମକୁ ବାହାରକୁ ଛାଡୁ ନାହାଁନ୍ତି" ଖାଲି ଭେଟନ୍ତି କି, ତା ପରେ ଦେଖନ୍ତି କେମିତି ମତେ ମୁଣିରେ ପୁରେଇ ନଉଛନ୍ତି , ସତେ ଯେମିତି ଭେଟ ହେଇଥିଲେ ମାରି ପକେଇଥାନ୍ତି | ଏବେ ସେଇ ସବୁ କହି ଘର ର ଛୁଆମାନଙ୍କୁ ଡରେଇଲେ ଛୁଆ ଓଲଟା କୁହନ୍ତି - "ଚାଲ ଦେଖା ପିଲାଧରା ଆଉ କକ ବାଇୟା" ନିଜକୁ ଭାରି ଖରାପ ଲାଗେ ମୁଁ କେତେ ବୋକୀ ଆଉ ଡରକୁରି ଥିଲି ବୋଲି | ଟିକେ କଥାରେ ମୋ ସାଙ୍ଗ ମାନେ ରାଣ ଖାଆନ୍ତି - କେବେ "ମା ରାଣ" ତ କେବେ ପୁଣି "ମୁଣ୍ଡ ରାଣ" ଆଉ ମୁଁ କିଛି ନବୁଝି ରାଣ ଖାଉ ଥିଲି କଥା କଥାରେ, ଯେମିତି ମାଅ ଆଉ ମୁଣ୍ଡ ଟା ଶସ୍ତା, ସେଥିପାଇଁ ଗାଳି ଖାଇଥିଲି ଆଉ ଛାଡ଼ି ଦେଇଥିଲି ସେ ସବୁ କହିବା | ପ୍ଲାଷ୍ଟିକ୍ କୁ ପାଷ୍ଟିକ୍ କହିବା, ବ୍ଲେଡ କୁ ବେଲ୍ଟ ଆଉ ବେଲ୍ଟ କୁ ବ୍ଲେଡ କହିବା ବୋହୁତ୍ ଦିନ ଯାଏ ଚାଲିଥିଲା ଆଉ ନୀତି ତାକୁ ସୁଧାରିବାକୁ ମୁଁ ମାଆ ବାପାଙ୍କ ଠାରୁ ଗାଳି ଖାଉ ଥିଲି ଆଉ ସୁଧାରି ଦେଇଥିଲି | ଭୁଲ କଲେ ମାଡ ଗାଳି ବି ଖାଉଥିଲି | କେତେ ତାଗିଦ୍ ଆଉ ଯତ୍ନ ଥିଲା ସେଇ ସବୁ ଗାଳି ମାଡ ରେ, ଏବେ ବଡ଼ ହବା ସହ ସବୁ ଧୀରେ ଧୀରେ ଲୋପ ପାଉଛି | ଭୋର୍ ଚାରିଟାରୁ ଉଠି ମାଆ ବାପା ମୋର, ସ୍କୁଲ୍ ଯିବାକୁ ମତେ ପ୍ରସ୍ତୁତ କରୁଥିଲେ, ତା ପରେ ଯାଇ ନିଜ ନିଜ କର୍ମ କ୍ଷେତ୍ର କୁ ଦୌଡ଼ୁ ଥିଲେ କେଜାଣି ଭଲରେ ଦୁଇମୁଠା ଖାଇ ପାରୁଥିଲେ କି ନାଇଁ |

ସେଇଠୁ ତ ଶିଖିଥିଲି- "କର୍ମ ହିଁ ଭଗବାନ" | ସାନ ଭାଇ ସହ ମାଡ଼ଗୋଳ, ଝଗଡା ଆଉ ସେଥିରେ ଜିତିଲେ ଅପାର ଆନନ୍ଦ, ଯେମିତି ଗଡ଼ ଜିତି କରି ଆସିଛି | ମୁଁ ନିଜେ ପିଟିଲେ କିଛି ନାହିଁ ଆଉ କିଏ ଭାଇ ଦେହରେ ହାତ ମାରିଲେ ତାକୁ ମାରି ଦବା ପାଇଁ ପ୍ରସ୍ତୁତ ହେଇଯାଏ | ବେଳେ ବେଳେ ଭାଇ କୁ ମାରେ ବାପା ମାଆଙ୍କ ଆଗରେ ନିଜକୁ ସାହସୀ ପ୍ରମାଣ କରିବାକୁ ଯ- ମୋ ପାଇଁ ବ୍ୟସ୍ତ ହୁଅନି ମୁଁ ଦୁନିଆ ରେ ନିଜକୁ ଭଲରେ ଚଳେଇ ନେବି ସାହସ ର ସହ | ବିଚାରା ବୋହୁତ୍ ମାଡ ଖାଇଚି ମତେ ବି ମାରିଛି, କିନ୍ତୁ ମୋ ମାଡ ରେ ତା ମୁହଁ ରେ ଥିବା ଦାଗ ସବୁ ଦେଖିଲେ କାନ୍ଦ ଆସେ କାହିଁକି ତାକୁ ଏତେ କଷ୍ଟ ଦଉଥିଲି | ଯଦି ଆମ ଭାଇ ଭଉଣୀଙ୍କ ଯୁଦ୍ଧ କୁ ଛୋଟ ମୋଟ ଯୁଦ୍ଧ ଭାବିବ ତେବେ ଭୁଲ ହବ, ସେ ଅଗଣିତ ମହାଯୁଦ୍ଧ ଥିଲା | ଘରେ ନୀତି ମହାଯୁଦ୍ଧ ପରେ ପୁଣି ପାଞ୍ଚ ମିନଟ୍ ରେ ଏକାଠି ବସି ଯାଉ ଟିଭି ଦେଖିବାକୁ, ରିମୋଟ୍ ଘୋଷାରୁ ମାଆ ଆସି ଛଡାଏ | ଯେବେ ଭାଇ ଭଉଣୀ ଅଲଗା ହେଲୁ, ଦୂରରେ ରହି ଦୁହେଁ ଦୁହିଁଙ୍କ ସାହସ ହବାକୁ ଚେଷ୍ଟା କଲୁ ଏବେ ବି କରୁଛୁ | ବେଳେ ବେଳେ, ମୁଁ ଭେଟିଥିବା ସବୁ ବଡ ଲୋକଙ୍କ ଆଶିର୍ବାଦ ଆଉ ସ୍ନେହ ସବୁ ମନେ ପଡିଯାଏ, କେବେ କେବେ ହସିଦିଏ ଆଉ ଭାବିଲେ କଷ୍ଟ ଲାଗେ ଯ ବୟସ ବଢିବା ସହ ଦିନ କୁ ଦିନ ହରେଇ ଚାଲିଛି ଜଣଙ୍କ ପରେ ଜଣଙ୍କୁ | ମୋ ପିଲା ଦିନର ପ୍ରତିଟି ଭଲ ଖରାପ କର୍ମ, ଦିନକୁ ଦିନ ଠିକ୍ ଭୁଲର ରାସ୍ତା ଦେଖେଇ ଚାଲିଚି, ଆଉ ସେଇ ଛୁଆ ଦିନର କିଛି ଟା ଭଲ ସ୍ମୃତି ଆଉ ସଂସ୍କାରରେ ନିଜକୁ ବଳବାନ କରିବାକୁ ଅଙ୍ଗୀକାର ବଦ୍ଧ ମୁଁ ଜୀବନ ସାରା |


Rate this content
Log in