Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଝୁମ୍ପା
ଝୁମ୍ପା
★★★★★

© Soumya Shubhadarshinee

Inspirational Others

7 Minutes   6.5K    16


Content Ranking

-- "ମୁଁ ଯିବିନି ଅପା"

--" ନା ନା ଝୁମ୍ପା ତୁ ଯିବୁ , ନିଶ୍ଚିତ ଏଇଟା ତୋ'ର ଭବିଷ୍ୟତ ଲାଗି ଜରୁରୀ"......

***

"ଆଜି ଆସିନି ଝୁମ୍ପା " କହିଲେ ଅତନୁ ବଡ଼ ବିକଳ ଭାବେ। ଖବରଟା ସବୁ ଅଳସ ଛଡେଇ ଦେଲା। ମିତୁ ବ୍ୟସ୍ତ ବିବ୍ରତ ହେଇଗଲା। କଣ କରିବ ଏବେ ?

ଝୁମ୍ପା ଯଦି ଆସିବ ନାହିଁ ସାତ ମାସର ଝିଅ ପିହୁ ରହିବ କାହା ପାଖରେ ? ଝୁମ୍ପା ତା' କେୟାର୍ ଟେକର। ନିଜ ବ୍ୟସ୍ତ ବହୁଳ ଜୀଵନ ଭିତରେ ମିତୁର ଏକମାତ୍ର ଭରଷା। କାର୍ଯ୍ୟରତ ମା ' ଟିଏ ଏମିତି ଅସହାୟ ସବୁବେଳେ ନିଜ ପିଲା ପାଖରେ। ଆଜିର ସର୍ବଗୁଣ ସମ୍ପନ୍ନ ସ୍ୱାବଲମ୍ବୀ ମା' ପାଖରେ ନିଜ ଅପତ୍ୟ ଲାଗି ଏମିତି ସମୟ ଓ ସହଚାର୍ଯ୍ୟର ଘୋର ଅଭାବ।

ଆଧୁନିକ ଜୀଵନର ସବୁଠାରୁ ବଡ଼ ଆବଶ୍ୟକତା ପିଲାର ଆୟା। ନିଜ ମା ' ର ବିକଳ୍ପ ନଥାଏ କେବେ, କିନ୍ତୁ ଆଜି ସେଇ ଆୟା କୋଳରେ ହିଁ ଛୋଟରୁ ବଡ଼ ହୁଅନ୍ତି ପିଲାଏ। ଝୁମ୍ପାର ଅନୁପସ୍ଥିତି ଜୀବନ ପ୍ରବାହକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦିଏ। ଅବୋଧ ଶିଶୁକୁ ନେଇ କି କରିହୁଏ କୌଣସି କାର୍ଯ୍ୟ ?......

ବ୍ୟାଙ୍କ ମ୍ୟାନେଜର ହେବା ସମ୍ମାନାସ୍ପଦ ନିଶ୍ଚିତ କିନ୍ତୁ ସେଠି କ୍ରେଚର ବ୍ୟବସ୍ଥା ନାହିଁ। ଏଇଟା ଗୋଟେ ବହୁତ ବଡ଼଼ ସମସ୍ୟା। ତେଣୁ ଛୁଆକୁ ନେଇ ଯିବାର ସମ୍ଭାବନା ନାହିଁ। ଦ୍ଵିତୀୟ କଥା କିଛି ଫିକ୍ସ ଟାଇମ ଟେବଲ ବି ନାହିଁ। କିଛିବି କାମ ଆସି ଯାଇପରେ । କଉଠି ମିଟିଂ କି କଉଠି ଫିଲଡ଼୍ ଭିଜିଟ୍। ଥରେ ଅଫିସ ଗଲେ ମଣିଷ ପୁରା ମେସିନ।

ଏଇ ବିପର୍ଯ୍ୟୟରେ ଅତନୁ ମଧ୍ୟ କିଛି ସାହାଯ୍ୟ କରିପାରନ୍ତି ନାହିଁ। କାରଣ ଛୋଟ ଝିଅକୁ ସମ୍ଭାଳି ପାରନ୍ତି ନାହିଁ। ନା' ତ ଛୁଆକୁ ଖୋଇ ପାରନ୍ତି ନା' ତ ଶୁଏଇ ପାରନ୍ତି। ଛୁଆଟାବି ମହା ବିଚିତ୍ର ଜମାରୁ ରୁହେନି ତାଙ୍କ ପାଖେ। ଅତନୁ ଖୁବ୍ ଚେଷ୍ଟା କରନ୍ତି କିନ୍ତୁ କରିପାରନ୍ତି ନାହିଁ ବିଶେଷ କିଛି। ତେଣୁ ଝୁମ୍ପାର ଆବଶ୍ୟକତା ଖୁବ୍।

***

ଶାଶୁ ଶ୍ଵଶୁରଙ୍କୁ ପାଖରେ ରଖିବାର ସବୁ ପ୍ରଚେଷ୍ଟା କରିଛି ମିତୁ। ଆଧୁନିକ ସମୟ ରେ ଜଣେ ଅଜଣା ମଣିଷ ପାଖରେ ନିଜ ଅବୋଧ ଶିଶୁକୁ ଏକାକୀ ଛାଡିଯିବା ନିଶ୍ଚିନ୍ତ ଚିନ୍ତାର ବିଷୟ। ସେ ତୁଳନା ରେ ନିଜ ଜେଜେ ଜେଜୀମା ପାଖେ ପିଲା ଖୁବ ସୁରକ୍ଷିତ। କିନ୍ତୁ ନିଜ ଗାଁ ଭୂଇଁ ଛାଡି ବେଶି ଦିନ ରହି ପାରନ୍ତି ନାହିଁ ସେମାନେ। କିଛି ଦିନ ପରେ ଯିବାକୁ ବାହାରନ୍ତି।

ମିତୁର ନିଜ ମାଁ ଯେହେତୁ ଚାକିରୀ କରିଛନ୍ତି । ସେ ଆସି ସାହାଯ୍ୟ କରିପାରନ୍ତି ନାହିଁ। ତେଣୁ ସବୁ ଦିଗରୁ ଅସହାୟ ମିତୁ ଝୁମ୍ପା ଉପରେହିଁ ନିର୍ଭର କରେ ସବୁବେଳେ। ଭଗବାନଙ୍କ ଦୟାରୁ ଝିଅଟି ବି ଭାରି ଭଲ ଆଉ ବହୁତ ସ୍ନେହୀ।

ମା' ଟିଏ ପରି ପିହୁର ସମସ୍ତ ଦାୟିତ୍ୱ ନିଏ। ଶ୍ରଦ୍ଧା ଆଉ ଆନ୍ତରିକତାର ଝଲକ ଥାଏ ତା' ପ୍ରତିଟି କାମରେ।

ନିଜ ପିଲା ପରି ହିଁ ସେ ବେବି ଅଏଲ୍ , ସାବୁନ , ସାମ୍ପୁ ଠାରୁ ନେଇ ସବୁଠୁ ଭଲ ବେବି ଫୁଡ଼ ପର୍ଯ୍ୟନ୍ତ ସମସ୍ତ ଜିନିଷ ସଜାଡି ଦିଏ। ଘଣ୍ଟା ଘଣ୍ଟା ଧରି ଝିଅକୁ ବୁଲେଇ ବୁଲେଇ ଖୁଆଏ। ଆଉ ପିହୁ ଯଦି ଟିକେ ଅସୁସ୍ଥ ହୁଏ ସେ ଅତନୁଙ୍କ ସହ ଚାଲିଯାଏ ଧରି ଝିଅକୁ ଡାକ୍ତରଙ୍କ ପାଖକୁ। ସେଇ ମୁହୂର୍ତ୍ତରେ ଝୁମ୍ପା ଲାଗେ ମା' ଠାରୁ ଅଧିକ। ପରିଚିତ ପୃଥିବୀରେ ଏମିତି ଅନାବିଳ ଶ୍ରଦ୍ଧା ମିଳେନି ସତରେ!.....

ଏତେ ଭଲ ଆଉ ନିର୍ମଳ ହୃଦୟର ଝିଅଟି ଯେମିତି ଈଶ୍ୱର ପ୍ରେରିତ । ସେଇ ଅନୁଭବ ହୁଏ ମିତୁର। ଝୁମ୍ପା ହାତରେ ଝିଅକୁ ଖୁବ୍ ସୁରକ୍ଷିତ ପାଏ ସେ ଆଉ ନିଶ୍ଚିନ୍ତରେ ନିଜ କର୍ମକ୍ଷେତ୍ରରେ ସଫଳ କର୍ମକର୍ତ୍ତା ଭାବେ କାମ କରେ।

ଝୁମ୍ପା କେବଳ ଝିଅକୁ ନିଜର କରିଛି ସେକଥା ନୁହେଁ ସାରା ଘରକୁବି ନିଜର କରିଛି। ସୁନ୍ଦର ରାନ୍ଧଣା ତା' ହାତର ଯିଏ ନ ଖାଇଛି ସେ ବିଶ୍ୱାସ କରିବ ନାହିଁ। ଅତନୁ ତ ବେଳେ ବେଳେ କୁହନ୍ତି ଆୟା ନୁହେଁ ଝୁମ୍ପା ଫାଇଫ୍ ଷ୍ଟାର ହୋଟେଲର କୁକ୍ ହେବା କଥା। ସେତକ ଶୁଣି ଭାରି ଆନନ୍ଦିତ ହେଇ ସେ ଆଉ ଦୁଇ ତିନିଟା ନୂଆ ଆଇଟମ୍ ବନେଇ ପକାଏ । ସବୁଠୁ ବଢ଼ିଆ ତିଆରି କରେ ସେ ରସଗୋଲା,ସାଲେପୁର ବିକଳି କରଠୁ ବି ବେଶି ସ୍ୱାଦିଷ୍ଟ।

ଆଉ ଗୋଟେ ଚମତ୍କାର ଗୁଣ ତା'ର , ଗୋଲାପ ପ୍ରୀତି। ନିଜ ନିଖୁଣ ହାତରେ ଛୋଟ ବାଲ୍କୋନି ରେ ଗଢ଼ିଛି ଗୋଲାପ ସମ୍ଭାର। ନାଲି, ହଳଦୀ, ଧଳା ଆଉ ଛିଟ ଗୋଲାପ ହସୁଛନ୍ତି ସାଥି ହେଇ।

ଝୁମ୍ପା ସୁନ୍ଦର ଭାବେ ଘର ସମ୍ଭାଳି ନିଏ । ସକାଳୁ ସନ୍ଧ୍ୟା ଯାଏଁ ନିଖୁଣ ଭାବେ କାମ କରୁଥାଏ ବିନା ପ୍ରତିବାଦ କି ପ୍ରତିରୋଧରେ। ତା' ହାତ ଟେକାକୁ ଅନେଇ ଥାନ୍ତି ସମସ୍ତେ । ସେଇ ସୁଗୁଣ ଗୁଡିବରେ ବିମୋହିତ ହୁଅନ୍ତି ଅତନୁ ଆଉ ମିତୁ।

କେଉଁଠି କେମିତି ଝୁମ୍ପା ସେଇ ଘରର ଚାରିକାନ୍ଥ ଭିତରେ ଖୋଜି ନିଏ ନିଜ ପାଇଁ ଗୋଟେ ଛୋଟ ପୃଥିବୀ।

ସେଇ କୁନି ପିହୁ ଭିତରେ ଝଲସି ଉଠେ ତା ଅଜନ୍ମା ପିଲାର ଛବି। ଗୋଟେ ମମତ୍ୱର ପରିପ୍ରକାଶ ହିଁ କରେ ଝୁମ୍ପାକୁ ଏତେ ଦାୟିତ୍ବ ସମ୍ପନ୍ନ। ଏଇ ଆବେଗିକ ସମ୍ପର୍କରେ ବାନ୍ଧି ହେଇ ରହିଯାଏ ଝୁମ୍ପା ଆଉ ସୁରକ୍ଷିତ ଥାଏ ପିହୁ।

***

ଶାରଦା ଅପା ହିଁ ଦେଇଥିଲେ ଝୁମ୍ପାର ଠିକଣା। ସେ କଲୋନୀର ଲେଡିଜ କ୍ଳବର ପ୍ରେସିଡେଣ୍ଟ୍ , ସବୁ ଖବର ତାଙ୍କ ପାଖେ ଆଉ ସମସ୍ତଙ୍କ ସମସ୍ୟାର ସମାଧାନ ବି ସେଇଠି। ଶାରଦା ଅପାଙ୍କ ମାରଫତ୍ ରେ ଝୁମ୍ପା ଆସିଥିଲା ତେଣୁ କିଛି ସନ୍ଦେହ ନଥିଲା। ତା'ର ଆଧାର କାର୍ଡଟି ପରିଚୟ ଲାଗି ରଖି ଚାକିରୀ ଦେଇଥିଲା ମିତୁ। ତେଣୁ ତା' ନିଜ ବ୍ୟକ୍ତିଗତ ଜୀଵନ ସଂକ୍ରାନ୍ତରେ ସେମିତି ବିଶେଷ ଖୋଲତାଡ଼ କରିନି କେହି। ସେ ଝୁମ୍ପା , ଆଉ ସେ ପିହୁ ଲାଗି ବେଷ୍ଟ , ବାସ।

ରହିବାର ଆଜିକୁ ପ୍ରାୟ ଛ' ମାସ ହେଇଗଲାଣି । କେବେ ଝୁମ୍ପା ଅନୁପସ୍ଥିତ ରହିବା କେହି ଦେଖିନି। ସେ ନିର୍ଦ୍ଧିଷ୍ଟ ଭାବେ ସକାଳ ଛ' ଟା ରେ ପହଞ୍ଚି ଯାଏ ଆଉ ପିହୁ ଓ ଘରକୁ ନିଜର କରିନିଏ।

ଆଜି କିନ୍ତୁ ଆସିନାହିଁ ଝୁମ୍ପା , ଘଟଣାଟି ଅପ୍ରତ୍ୟାଶିତ ଆଉ ଅବିଶ୍ୱାସନୀୟ , ହେଲେ ଘଟିଛି ଏମିତି। ମିତୁ କିଛି ବୁଝିପାରୁ ନଥିଲା। କାହିଁକି ଆସିନି ଝୁମ୍ପା?.....

ଫୋନ୍ ଲଗେଇଲା ସେ କିନ୍ତୁ ,ଯନ୍ତ୍ରଟା ଅପହଞ୍ଚ ଇଲାକାରେ। ଆଉ ଅନ୍ୟକିଛି ଉପାୟ ନାହିଁ। ଝୁମ୍ପାର ଘରକୁ ଯିବା ସମ୍ଭବ ନୁହେଁ , କାରଣ ସେ କି ଅତନୁ ଜାଣନ୍ତି ନାହିଁ ତା' ଠିକଣା। ଶାରଦା ଅପାଙ୍କୁ ପଚାରି ବୁଝିଲା ମିତୁ, ହେଲେ ଏବେ ଯାଇ ଆଉ ଆଣି ହେବନି , ସମୟ ନାହିଁ। ଛୁଟି ନେଇ ରହିବାକୁ ହେବ ଆଉ କିଛି ବିକଳ୍ପ ନାହିଁ।

ଛୁଟି ମିଳିବା ପର୍ଵଟା ଥିଲା ମିତୁ ପାଇଁ କାଠିକର। ଗୋଟେ ମୀଟିଂ କ୍ୟାନସେଲ କଲା, ସିନିୟର ଅଫିସରଙ୍କୁ ଜଣେଇଲା, ବୁଢା ନୀତି ବାଣୀ ଶୁଣେଇଲା ମୁଣ୍ଡ ଖାଇଲା , ବଡ଼ କଷ୍ଟରେ ରାଜି ହେଲା।

ବିତିଲା ଦିନ ଆଶା ଆଶଙ୍କା ଭିତରେ। ଝୁମ୍ପା ଆସିବ କି ନାହିଁ ଏଇ ଅସମାହିତ ପ୍ରଶ୍ନ ଭିତରେ। କିନ୍ତୁ କୁଆଡେ ଗଲା ଝୁମ୍ପା, ଏଇ ପ୍ରଶ୍ନ ଟି କରୁଥିଲା ସବୁଠାରୁ ବେଶି ବିଚଳିତ।

***

ମିତୁ ପ୍ରଥମ ଥର ପାଇଁ ଝୁମ୍ପାର ଜୀବନ ବିଷୟରେ ଚିନ୍ତା କରୁଥିଲା। କେଉଁଠି ରୁହେ, କଣ କରେ , କେମିତି ଆସେ , ଆଦି ଇତ୍ୟାଦି। ଆଶ୍ଵର୍ଯ୍ୟ ହେଉଥିଲା ସେ , ତା' ଘରେ ନିଜର ପରି ଚଳୁଥିବା ଗୋଟେ ଏକାନ୍ତ ଆବଶ୍ୟକ ମଣିଷ ସଂକ୍ରାନ୍ତରେ କିଛି ଜାଣିନି ସେ! ସତରେ ଆଜିର ମଣିଷ ଏମିତି ସ୍ୱାର୍ଥନ୍ୱେଶୀ ନିଜ ଆବଶ୍ୟକତା ବ୍ୟତୀତ ଅନ୍ୟକିଛି ବୁଝିବାକୁ ଇଚ୍ଛା କରେନି କେବେ!......

ମିତୁ ଭାବୁଥିଲା , କାହିଁକି କେବେ ଝୁମ୍ପା କୁ ତା' ନିଜ ପୃଥିବୀ ସଂକ୍ରାନ୍ତରେ କିଛି ପଚାରିଲାନି ସେ। ତା'ର କଣ କର୍ତ୍ତବ୍ୟ ନଥିଲା ବୁଝିବା ତା' ଭଲ ମନ୍ଦ ? ସେମିତି କରିଥିଲେ ହୁଏତ ଆଜି ଜାଣି ଥାନ୍ତା ତା' ସମ୍ପର୍କରେ ଟିକିଏ ଅଧିକ । ଯତେଇ ପାରି ଥାନ୍ତା ଟିକିଏ ଆତ୍ମୀୟତା। ସମ୍ପର୍କ ରେ ଆଣି ପାରିଥାନ୍ତା ଟିକିଏ ସହାନୁଭୂତିର ପରଶ। ଆୟା ବି ଜଣେ ମଣିଷ ଆଉ ତା'ର ବି ଥାଇପାରେ କିଛି ବ୍ୟକ୍ତିଗତ ସମସ୍ୟା। କେବେ ଭାବିନି ସେ ସତେ ! .......

ସନ୍ଧ୍ୟାରେ ଆସିଲା ଝୁମ୍ପା , କିନ୍ତୁ ଆଜି ସେ ଏକା ନଥିଲା। ସାଥିରେ ଥିଲା ଗୋଟେ ଲୋକ। ଝୁମ୍ପା ଦିଶୁଥିଲା ଭିନ୍ନ , ନାଲି ହଳଦୀ କସ୍ତା ପିନ୍ଧି ଦିଶୁଥିଲା ଭାରି ସୁନ୍ଦର। ଆଜି ତା' କପାଳରେ ଥିଲା ନାଲି ଟୀକା ଆଉ ସୀନ୍ଥିରେ ସିନ୍ଦୂର। ଗୋଟେ ସଜଳ ସନ୍ଧ୍ୟାରେ ସେ ଲାଗୁଥିଲା ଠିକ ବାଲ୍କୋନିରେ ସଜା ରକ୍ତ ଗୋଲାପ ପରି ଲାଜ ଲାଜ।

ମିତୁ ତାକୁ ଦେଖି ସତରେ ଅପୂର୍ବ ସୁଖରେ ବୁଡ଼ିଗଲା। ଏକରକମ କୁଣ୍ଢେଇ ପକେଇଲା ସେ ଝୁମ୍ପା କୁ।ଆଉ ଅନର୍ଗଳ ଗପି ଚାଲିଲା କେମିତି ଅସହାୟ ହେଇଯାଇଥିଲା ସେ ଆଉ ପିହୁ। ଛୁଆ କେତେ ଖୋଜିଲା ତାକୁ । କେତେ ମିସ୍ କଲେ ସଭିଏଁ। ସାରା ଘର କେମିତି ଝୁରିଲା ଝୁମ୍ପାକୁ। ଏମିତି ଅନେକ କିଛି।

ନିଜ କଥାରେ ମଗ୍ନ ମିତୁ କିନ୍ତୁ ଭୁଲିଗଲା ପଚାରିବାକୁ ଝୁମ୍ପାର ଅନୁପସ୍ଥିତିର କାରଣ।

ଝୁମ୍ପାବି କିଛି ନକହି ଲାଗିଗଲା ପିହୁ ସହ ନିଜ କାମରେ।

ସୁନ୍ଦର ଚା' ବନେଇ ପିଏଇଲା ଝୁମ୍ପା । କେତେ ଗେଲ୍ହା କଲା ପିହୁକୁ । କାଖେଇ କାଖେଇ ବୁଲେଇଲା ସାରା ଘରେ। ଖୁଏଇଲା ତାକୁ ବଡ ସ୍ନେହରେ।

ଆଜି ସୁନ୍ଦରୀ ଝୁମ୍ପା କୋଳରେ ପିହୁ ଲାଗୁଥିଲା ଭାରି ଭଲ। ପୁରା ତା' ଝିଅ ପରି । ଗୋଟେ ସ୍ନିଗ୍ଧ କୋମଳତା ଥିଲା ଝୁମ୍ପା ଆଉ ପିହୁର ଆବେଶ ଭିତରେ। ଖୁବ୍ ମିଠା , ଖୁଵ ସୁନ୍ଦର।

ଏସବୁ ଭିତରେ କିନ୍ତୁ ରହିଗଲା ଗୋଟେ ଅକଥ୍ୟ ସଂଳାପ, ଝୁମ୍ପା ସହ ଆସିଥିବା ଲୋକଟର । ମିତୁ ବି ପଚାରିଲାନି , କିଏ ସେ ଆଉ କାହିଁକି ଆସିଛି?

ଚା' ପିଇବା ବେଳେ ସେ କହିଲା" ମ୍ୟାଡ଼ମ୍ ,ଝୁମ୍ପା ଆଉ କାମ କରିପାରିବ ନାହିଁ। ମୁଁ ତା'କୁ ସାଥିରେ ନେବାକୁ ଆସିଛି । "

ତା' କଥା ଶୁଣି ମିତୁ ଏକରକମ ବ୍ୟସ୍ତ ବିବ୍ରତ ହେଇଗଲା। କି କଥା , କିଏ ଏ ଲୋକ ଆସିଛି ନେବାକୁ ଝୁମ୍ପାକୁ ଆଉ କାହିଁକି? ମିତୁ ଟିକେ ଅଶ୍ଵର୍ଯ୍ୟ ହେଇ ପଚାରିଲା," କିଏ ତୁମେ, କୁଆଡେ ଯିବ ଝୁମ୍ପା?"

ଲୋକଟା କହିଲା ସେ ଝୁମ୍ପାର ସ୍ୱାମୀ ତାକୁ ନେଇକି ଯିବ ସାଥିରେ ତା' ଶ୍ୱଶୁର ଘରକୁ। ହେଲେ ଝୁମ୍ପା ଯିବନି ବୋଲି ଜିଦ୍ ଧରି ବସିଛି । ଲୋକଟା ଗୋଟେ ବେପରୁଆ ଢଙ୍ଗ ରେ କହିଲା, " ଟିକେ ବୁଝାନ୍ତୁ , ମୁଁ ବୁଝେଇ ବୁଝେଇ ଥକି ଗଲିଣି , ହେଲେ ସେ କହୁଛି ଏଇଠି ରହିବ ବେଶି ନଖରା ଦେଖଉଛି। "

ଲୋକଟର ସ୍ଵର ଥିଲା ଭାରି ଅଭଦ୍ର । ଝୁମ୍ପା କୁ ଜୋର ଜବରଦସ୍ତ ନେଇଯିବାର ଅଭିପ୍ରାୟ ଥିଲା ତା'ର।

ଝୁମ୍ପା କିନ୍ତୁ ଟାଣ କରି କହିଲା, " ମୁଁ ଯିବିନି, ତୁ ବାହାରି ଯା,ମୋତେ ତ ଛାଡି ଚାଲି ଯାଇଥିଲୁ , ଆଉ ଆଜି କୁଆଡେ ଆସିଛୁ?"

ଲୋକଟା ଏକରକମ ହାତ ଉଠେଇ ବାଡେଇବାକୁ ଆସିଲା। ନାଲି ଆଖି ଦେଖେଇ କଦର୍ଯ୍ୟ ଭାବେ ଗାଳି ଦେଲା। ଏମିତିକି ମିତୁକୁ ବି ଧମକେଇଲା , ଭଲରେ ଭଲରେ ନଗଲେ ଅସୁବିଧା ହେବ ଜଣେଇଲା।....

***

ଲୋକଟା , ବାହାଘର ସପ୍ତମଙ୍ଗଳାରେ ଝୁମ୍ପାକୁ ନେଇ ଆସିଥିଲା ଶ୍ୱଶୁର ଘରକୁ, ଆଉ ସେଇଠି ଛାଡ଼ିଦେଇ ଗଲା ଯେ ଗଲା ଆଉ ଫେରିଲା ନାହିଁ। ଆଜିକୁ ପାଞ୍ଚ ବରଷ ହେଲା ଏ ଘଟଣାକୁ। ରହିଗଲା ଅଭାଗୀ ଝୁମ୍ପାଟା ସେମିତି । ଲୋକଟାକୁ ଯେତେ ଖୋଜାଗଲା , ମିଳିଲା ନାହିଁ । କୁଆଡେ ଯେମିତି ପବନରେ ମିଳେଇଗଲା। "

ମିତୁ ଭାବୁଥିଲା ଏଇଟା ଗୋଟେ ଅପ୍ରତ୍ୟାଶିତ ଘଟଣା। ଏମିତି କି ହୁଏ?କିନ୍ତୁ ହେଇଛି ଠିକ ଏମିତି ହିଁ ହେଇଛି!...

ସେଇ ଲୋକଟା ଆଜି ଆସିଛି ଝୁମ୍ପାକୁ ନେବାକୁ । କେବଳ ସେତିକି ନୁହେଁ ଗାଳି କରୁଛି ,ଧମକେଇକି ଡ଼ରେଇକି ନେବାକୁ ଚାହୁଁଚି ।ନିଜର ହକ ଦାବି କରୁଛି ।କିନ୍ତୁ ଏମିତି ଦାୟିତ୍ବହୀନ, ଅସଭ୍ୟ ଲୋକ ସହ ଝୁମ୍ପା କ'ଣ ଯିବା ଉଚିତ????

ମିତୁ ବୁଝି ପାରୁ ନଥିଲା ସେ ଝୁମ୍ପାକୁ ତା' ସ୍ବାମୀ ସହ ଯିବାକୁ କହିବ ନା' ଝୁମ୍ପା କଥାରେ ନିଜକୁ ସାମିଲ କରି ନଯିବାକୁ ଉପଦେଶ ଦେବ। ହେଲେ ଲୋକଟା କୁ ଥରେ ସୁଯୋଗ ମିଳୁ ହୁଏତ ସୁଧୁରି ଯିବ।

ମିତୁ କହିଲା," ଝୁମ୍ପା ତୁ ଯା ,ତୋତେ ଯିବା ଉଚିତ।"

" ମ୍ୟାମ୍ ମୁଁ ଯିବିନି, ନିଜ ସ୍ତ୍ରୀକୁ ଅଚାନକ ଛାଡି ଚାଲିଯାଇଥିବା ଅମଣିଷକୁ କି ବିଶ୍ୱାସ? ଯଦି ସତରେ ମୋ ସହ ରହିବାର ଅଛି ଏଇଠି ରହୁ , ମୁଁ କିନ୍ତୁ ଆଉ ଯିବିନାହିଁ ।"......

ଯେଉଁ ଲୋକଟା ଆଜି ଆସି ଧମକ ଦେଉଛି, ମାଡ଼ ମାରିବାକୁ ହାତ ଉଠଉଛି। ନିଜ ସ୍ତ୍ରୀ ବୋଲି ଜୋର ଜବରଦସ୍ତ କରୁଛି ସେ କ'ଣ ଝୁମ୍ପା କୁ ସୁରକ୍ଷିତ ରଖିବ ନା' କିଛି ସ୍ୱାର୍ଥ ହାସିଲ କରି ପୁଣି ଅସହାୟ କରି ଛାଡ଼ିଦେଵ ?. ଏଇଟା , ଥିଲା ସଂଶୟର ବିଷୟ!..

ନାରୀ ସୁରକ୍ଷିତ ନିଜ ସ୍ୱାମୀ ସଂସାର ଭିତରେ ନା' ଏକାକୀ ନିଜ ସାମର୍ଥ୍ୟ ବଳରେ? ଏଇ କଥାଟିର ତର୍ଜମା କରୁଥିଲା ମିତୁ। ....

ସୌମ୍ୟା

ଝୁମ୍ପା ଆଧୁନିକ ଜୀଵନ

Rate the content


Originality
Flow
Language
Cover design

Comments

Post

Some text some message..