Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କୁହୁଡି
କୁହୁଡି
★★★★★

© Sabyasachi Kundu

Others

3 Minutes   15.3K    17


Content Ranking

କୁହୁଡି

 

ସମୟ, ସକାଳ ହେବ, ଉଁ-ହୁଁ ସକାଳ ନୁହେଁ, ସକାଳ ନୁହେଁ । ସକାଳ ହେବାକୁ ଆଉ କିଛି ଘଣ୍ଟା ବାକି ଥାଏ। ସକାଳ ଟ୍ରେନକୁ ପ୍ଲାଟଫର୍ମରେ ପହଞ୍ଚିବାକୁ ବିଳମ୍ବି କରୁଥାଏ ଶୀତ ଦିନିଆ କୁହୁଡି।

କିନ୍ତୁ ମୁଁ ଆସିଥିବା ଟ୍ରେନଟି ଠିକ ସମୟରେ ପହଞ୍ଚି ସାରିଥାଏ। ଅପେକ୍ଷା, କେବଳ ସେ ବାଳୁଙ୍ଗା ଡ୍ରାଇଭର ଟୋକାକୁ, କେତେବେଳେ ଆସି ମୋତେ ନବ! ଟ୍ରେନ ଠିକ ସମୟରେ ଆସି ଲାଭ କ’ଣ ହେଲା? ଏ ଟୋକା ତ ବିଳମ୍ବ କରୁଛି। ତା’ର ବା ଦୋଷ କ’ଣ ? ଭଲ ମଣିଷକୁ ବି ଅଳସୁଆ କରିଦେବା ଏଇ ଶୀତଋତୁର ଧର୍ମ।

ସମୟର ଗାଡି ଗଡି ଗଡି ଯାଉଛି, ଶିଳ୍ପୀ ତାର ରଙ୍ଗ ତୂଳୀରେ ସୁନେଲି ରଙ୍ଗ ଧରି  ସୂର୍ଯ୍ୟ ଦେହରେ ରଙ୍ଗ ଢାଳିବାକୁ  ଆରମ୍ଭ କରି ଦେଇ, ସକାଳ ରୂପକ ବଜାରରେ ବିକିବା ପାଇଁ ପ୍ରସ୍ତୁତ । ଅଳଶ ଭାଙ୍ଗି,  ପୂର୍ବ ଆକାଶକୁ ସ୍ୱଳ୍ପ ଆଲୋକିତ କରି ଉଦୟ ହେବା ପାଇଁ  ପ୍ରସ୍ତୁତ ହେଲାଣି ସୂର୍ଯ୍ୟ।  କେମିତିକା ପିଲାଟା ଏ କେଜାଣି ,ଫୋନ କଲେ ବି ଉଠାଉ ନାହିଁ ।    

ଉପାୟ ଶୂନ୍ୟ ।  ଡ୍ରାଇଭର ଟୋକାକୁ ଅପେକ୍ଷା କରିବା ହେଉଛି ମୋର ଶେଷ ରାସ୍ତା।

କେବେ  ବାମ ହାତରେ ଝୁଲୁଥିବା ଘଣ୍ଟାକୁ ତ ଆଉ  ପୂର୍ବ ଗିଦବଳୟକୁ ଚାହିଁ  ସମୟକୁ ଠକିବା ପାଇଁ ଅପଚେଷ୍ଟା କରୁ ଥାଏ ମୁଁ।

ଗାନ୍ଧୀଙ୍କୁ ଜମା ମାନୁ ନଥିବା ବାଳୁଙ୍ଗା ଡ୍ରାଇଭର ଟୋକାକୁ ଅପେକ୍ଷା ନ କରି, ପାଦ ପରେ ପାଦ ପକେଇ ସ୍ଟେଶନ ବାହାରକୁ ଯିବା ଆରମ୍ଭ କରିଦେଇ ଥାଏ ମୁଁ । 

ଆମ ଘରେ କାମ କରିବାର ପାଖାପାଖି ଦୁଇ ବର୍ଷ ହୋଇ ଗଲାଣି କିନ୍ତୁ କୌଣସି କାମ ଠିକ ସମୟରେ କେବେ କରିବାର ନଯାରା ବହୁତ କମ ଥର ଦେଖିଛି। ଏମିତି ମନେ ମନେ ତାକୁ ଗାଳି ଦେଉ ଦେଉ ମୁଁ ପହଞ୍ଚି ସାରି ଥାଏ ସ୍ଟେଶନ ବାହାରେ ଥିବା ଶେଷ ଚା’ ଦୋକାନ ପାଖରେ।

କମ ଚିନି ଦେଇ ଗୋଟେ ସ୍ପେଶାଲ ଚା ବନା ବୋଲି ତାକୁ  କହି  ନିଜ ହାତରେ ହାତକୁ ଘଷି ଶୀତକୁ ଭଗେଇବାର ଅଭିନୟ କରୁଥାଏ ।

ୟା ଭିତରେ ଅଧ ଘଣ୍ଟା ପ୍ରାୟ ବିତି ଯାଇଥାଏ।  ଚା’ ପ୍ରସ୍ତୁତ ଆଉ ଡ୍ରାଇଭର ଟୋକା ଫୋନ କରି କହି ସରିଲାଣି ଦଶ କି ପନ୍ଦର ମିନିଟ ଭିତରେ ଆସି ପହଞ୍ଚିବ।

ଚା’ ର ପ୍ରଥମ ଢୋକ ନେଊ ନେଉ, ମୋର ନଜର ପଡିପଲ କିଛି ଦୂରରେ ଠିଆ ହୋଇଥିବା ଏକ ମହିଳାଙ୍କ ଉପରେ। ନିଜକୁ ସୁନ୍ଦର ଭାବେ ସଜେଇବାର ସବୁ ପ୍ରକାର ଛେଷ୍ଠା କରି ସାରିଥାଏ ସେ। ତଥାବି ସନ୍ତୁଷ୍ଟ ନ ଥିବା ଭଳି ଜଣ ପଡୁ ଥାଏ। ନ ହେଲେ କଣ ନିଜ ବ୍ୟାଗରୁ ବାରମ୍ବାର ଆଇନାକୁ ବାହାର କରି ନିଜ ମୁହଁ ଦେଖୁଥାନ୍ତା ?

ଯେତେ ଚେଷ୍ଠା କଲେବି  ଚା’ର ପ୍ରତ୍ୟକଟି ଢୋକ ପରେ ନଜର ଚାଲି ଯାଉଥାଏ ତା ପାଖକୁ, ସେ ମହିଳା ପାଖକୁ । ମୋର ଏମିତି ବ୍ୟବହାର ଦେଖି , ନିଜକୁ ସମ୍ଭାଳି ନା ପାରି ବାରଣ କରିବା ଉଦେଶ୍ୟରେ କହି ପକାଇଲା ସେ ଚା ଦୋକାନୀ ମାଉସା “ସେମିତି ନାରୀକୁ ମୋଟେ ଦେଖନ୍ତୁ ନାହିଁ  ବାବୁ,ଦିନ ଟି  ଭଲରେ କଟିବ ନାହିଁ , କାରଣ ସେ ଗୋଟେ….” ତାର କାଥ ନ ସରୁଣୁ, ବୁଝି ଗଲି ବୋଲି ମୁଣ୍ଡ ଟୁଙ୍ଗାରି ଈଷାରା ଦେଲି।

କିନ୍ତୁ ଅଚାନକ ଉଭା ହେଇଥିବା ସେ ଚରିତ୍ରଟି ବହୁତ ରହସ୍ୟମୟ ଲାଗୁ ଥାଏ। ମନେ ମନେ, ମୋ ଆଖି ଦ୍ଵାରା ତା ଗତି ବିଧିକୁ ପଢିବାକୁ ଚେଷ୍ଟା କଲି।

ଚା’ କପ ଅଧା ସରିଛି, ଦୃଶ୍ୟର ପରିବର୍ତ୍ତନ ହେଲା। ଏକ ନାଲି ରଙ୍ଗର କାର ଆସି ଠିଆ ହେଲା ସେ ମହିଳାଜଣଙ୍କ ପାଖରେ । ମୁଁ କିଛି ବୁଝିବା ଆଗରୁ କାରଟି ଚାଲିଲା  ସେ ମହିଳାଜଣଙ୍କୁ ଧରି।  ସଳଖ ରାସ୍ତା, ମୋ ଆଖି ପାଇବା ଯାଏ ମୁଁ ସେ ନାଲିଆ କାରର ଗତିକୁ  ଲକ୍ଷ କଲି।

କିଛି ବାଟ ଗାଲ ପରେ ସେ କାରଟି ଅଟକିଲା, କେହିଜଣେ  ଓଲେହିଲା ଭଳି ଲାଗିଲା, ବୋଧେ ସେ ମହିଳା ଓଲେହିଲେ? କୁହୁଡିଆ ରାସ୍ତାରେ କିଛି ସ୍ପଷ୍ଟ ଦିଶୁ ନ ଥାଏ। କିନ୍ତୁ ମୋ ଆଖିରେ ଖେଳୁଥିବା ଅମାନିଆ ପ୍ରଶ୍ନଗୁଡାକୁ ସ୍ପଷ୍ଟ ଭାବେ ପଢିପାରୁଥାଏ ଚା ଦୋକାନୀ ମଉସା। ତେଣୁ ଅଯାଚିତ ଭାବେ ଉତ୍ତର ଢାଳି ଦେଇ କହିଲା, “ସେ ନାଲିଆ ଗାଡିରେ ଆସିଥିବା ଲୋକଟି ହେଉଛି ସେ ମହିଳାର ସ୍ଵାମୀ। ଗତ ରାତିର ବେପାର ହିସାବସାରି ୟାକୁ  ଛାଡି ପଳାଇଲା”।

 ଏଇଟା ତାଙ୍କର ନୀତି ଦିନିଆ  ଘଟଣା। ଆଉ କିଛି ପ୍ରଶ୍ନ କରିବା ପୂର୍ବରୁ ଆମ ଡ୍ରାଇଭର ଟୋକାର ପାଟି ଶୁଭିଲା, ନିଦୁଆ ସ୍ଵରରେ ରେ କହୁ ଥାଏ ବହୁତ କୁହୁଡି,ତେଣୁ ଆସିବା ଟିକେ ବିଳମ୍ବ ହୋଇ ଗଲା।

                                                              

 

 

ସବ୍ୟସାଚୀ କୁଣ୍ଡୁ

 

Some stories are always there you need to look into it.

Rate the content


Originality
Flow
Language
Cover design

Comments

Post

Some text some message..