Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Others

2  

pratap nayak

Others

ଶାଗୁଣା ନଜର

ଶାଗୁଣା ନଜର

5 mins
8.1K


(ଲିଭ ଇନ ରିଲେସନସିପ୍,ସମଲିଂଗୀ ସମ୍ପର୍କ ପୁଣି ପରକୀୟା ପ୍ରିତୀ ଦୋଷାବହ ନୁହେଁ ଆଧାରରେ..)

ପ୍ରତାପ ନାୟକ

୭୦୦୮୦୫୪୨୮୨

ବେବିର ଫୋନକଲକୁ ରିସିଭ୍ କଲା ତାନ୍ୟା,ଦୀର୍ଘ ପଚିଶଟି ବସନ୍ତର ସେପାରିରୁ ଭେଟୁଥିଲେ ଦୁହେଁ ଦୁହିଁଙ୍କୁ ।ଶରୀରରେ ନହେଲେ ନାହିଁ ଶବ୍ଦରେ ହଉପଛେ....ବହୁତ ଖୁସିହେଲେ ଦୁହେଁ ,ନବେ ଦଶକରେ ରେଭେନ୍ସା କଲେଜର ହଷ୍ଟେଲରେ ରୁମ ମେଟ୍ ଥିଲେ ।

ହସଖୁସିର ବଣ୍ଟୁଆରା ପରେ ବେବି କହିଲା ଯାଣିଛୁନାଲୋ ତାନ୍ୟା ତୁ ସିନା ରବିନ୍ ସହ ଲଭ୍ ମ୍ୟାରେଜ କରି ବିଦେଶ ଚାଲିଗଲୁ।ହେଲେ ମୁଁ ଅବଶ୍ୟ ପାଠପଢାପରେ ବାପାମାଆଙ୍କ ଚଏସରେ ଆରେଞ୍ଜ ମ୍ୟାରେଜ କଲି ଇଞ୍ଜନିୟର ଅମ୍ବରିଶ ପଟ୍ଟନାୟକଙ୍କୁ।ଆମର ଗୋଟିଏ ଝିଅ ଶ୍ରାବଣୀ।ଏବେ ସିଏ ଏମ୍.ଟେକ୍ କରୁଛି।ତୁ ତ କଲେଜ ଲାଇଫ୍ ରେ ଅଲଟ୍ରାମର୍ଡନ ଗାର୍ଲ ଥିଲୁ ।କୃଷ୍ଣଚୂଡା ଗଛମୂଳେ ସବୁ ପୁଅପିଲା ତତେ ଚାହିଁ ରହୁଥିଲେ କେତେବେଳେ ତୁ ହଷ୍ଚେଲରୁ ବାହାରିବୁ।

ଖାଲି ମୁଁ ଗପୁଥିବି ନା ତୁ କିଛି କହିବୁ?

ତୋ ବିଷୟରେ କିଛି କହିବୁନି?

ତାନ୍ୟା କହିଲା ଯାଣି ଖୁସିହେବୁ ବେବି ମୋର ଏକମାତ୍ର ପୁଅ ଆଲଫ୍ରେଡ୍ ଭାରତୀୟ ସଂସ୍କୃତି ,ହିନ୍ଦୁ ଧର୍ମ ଉପରେ କଲ୍ଚର୍ କରୁଛି।ବୁଢୀମା ପାଖରୁ ଗପ ଶୁଣିଲା ପରି ପ୍ରତିଦିନ ସେ ମୋ ସହିତ ଆମ ଭାରତୀୟ ଚାଲିଚଳଣୀ ,ବାରମାସରେ ତେର ପର୍ବ,ତେତ୍ରୀଶକୋଟି ଦେବଦେବୀ,ଭାରତୀୟ ହିନ୍ଦୁ ମନ୍ଦୀର ଦିଅଦେବତା ରିତୀନିତୀ ସମ୍ବନ୍ଧରେ ନେଟରୁ ଦେଖି ଆଲୋଚନା କରୁଛି ।

ଆମ ରାଜ୍ୟର ଲୋକକଳାକୁ ଦେଖି ପ୍ଲାନ କରିଛି ମାସେ ଯାଇ ଭୂବନେଶ୍ୱରରେ ରହିବ,ତା ଟପିକ୍ ସ୍ଥିର କରିଛି ହିନ୍ଦୁ ଯୌଥପରିବାର ଉପରେ ଗବେଷଣା କରି ଏକ ପ୍ରୋଜେକ୍ଟ ତିଆରି କରିବ। ପ୍ଲିଜ୍ ତୁ ତୋ ଝିଅ ଶ୍ରାବଣୀକୁ କହ ଭୂବନେଶ୍ୱରରେ ତାକୁ ଟିକେ ଗାଇଡ କରିବ ,ହେଲ୍ପ କରିବ। କହିଲେ ଶ୍ରାବଣୀ ସମ୍ପର୍କରେ ମୁଁ ଆଲଫ୍ରେଡ୍ ସହ କଥା ହୁଅନ୍ତି।ସେ ବହୁତ ଖୁସିହେବ।କଣ କହୁଛୁ.....

ଆଲୋ ଶ୍ରାବଣୀ କଣ ଓଡିଶାରେ ଅଛି,ସେ ପରା ବାଙ୍ଗାଲୋରରେ ଏମ୍. ଟେକ୍ କରୁଛି ।

ହେଲା ଏବେ .....କହୁନୁ ତା ଛୁଟି କେବେ ଅଛି ,ଶ୍ରାବଣୀ ଓଡିଶା ଆସିଲେ ମୁଁ ସେହି ସମୟରେ ଅାଲଫ୍ରେଡକୁ ଭବନେଶ୍ୱର ଯିବା ପାଇଁ ପ୍ଲାନ କରିବାକୁ କହନ୍ତି।

ହସିଲା ବେବି ,ନା ମ ସେ ପରା ଲିଭ୍ ଇନ ରିଲେସନସିପରେ ତା ସାଙ୍ଗ ଅଜୟ ମାଥୁର ସହ ରହୁଛି ବାଙ୍ଗାଲୋରରେ।ସେ କଣ ଅାଲଫ୍ରେଡକୁ ଗୋଟାଏ ମାସ ଟାଇମ୍ ଦେଇ ପାରିବ...... ଅଜୟ ଖରାପ ଭାବିବନି।

ଲିଭ୍ ଇନ ରିଲେସନସିପ ମାନେ ଗୋଟିଏ ଛାତତଳେ ବିବାହ ନକରି ଏକତ୍ର ପିଅଝିଅ ରହିବା ପୁଣି ଇଣ୍ଡିଆରେ ,ହାଉ ଷ୍ଟେଞ୍ଜ....।

ଓକେ ଓକେ.... ହଉ ଛାଡ... ଏବେ ତ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ରାତି ନିୟର ଏବାଉଟ୍ ଇଲେଭନ୍ ଓ କ୍ଲକ ହେବ ,ତୋ ଯାନେମନ୍ ମିଷ୍ଟର ଇଂଜିନିୟର ଅମ୍ବରିଶବାବୁଙ୍କୁ ମୋବାଇଲ ଦେଲୁ ,ସିଏ କେତେ ହଟ୍ ମୁଁ ଟିକେ ଷ୍ଟଡି କରିନିଏ, ଯିଏ ତୋ ପରି କୁଲ ସପ୍ଟ ଗାର୍ଲଠୁ କେମିତି ମଜା ନେଇ ପାରୁଛନ୍ତି.....ଡେରି କାହିଁ କରୁଛୁ ଦଉନୁ ମୋବାଇଲଟା ତାଙ୍କୁ ,ସତରେ ମୁଁ କଣ ତାଙ୍କ ଉପରେ ମାୟାଜାଲର କିମିଆଁ କରିପାରିବି,ଜୋକରେ କହିଲିନା ,ସେ କଲେଜ ଗାର୍ଲ ତାନ୍ୟା କଣ ଆଉ ଏବେ ଅଛି? ମୋବାଇଲ ଦେ ତ...

ଆରେ ନା ନା ସେ ଏବେ ଏଠି ମୋ ପାଖରେ ନାହାଁନ୍ତି.......ସତ କହିବାକୁ ଗଲେ ମୁଁ ଏବେ ଆମ ଫ୍ଲାଟରେ ନାହିଁ ,ଆସିଛି ମୋ ଅଫିସମେଟ୍ ଶାନ୍ତନୁ ବାବୁଙ୍କ ପାଖକୁ ।ଆଜି ତାଙ୍କ କ୍ୱାଟରରେ ରାତିକ ରହି କାଲି ଯିବି ଆମ ଫ୍ଲାଟକୁ ।ଗଲେ ମିଷ୍ଟରଙ୍କ ସହ କଥା କରେଇଦେବି ।ପ୍ରୋମିଜ୍।

କଣ କହିଲୁ ଆଜି ରାତିକ ମାନେ ପରକୀୟା ପ୍ରିତୀ ତୋ ମୁଣ୍ଡ ଠିକ୍ ଅଛିତ ।ପୋତାମୁହିଁର ପୁଣି ଏଗୁଣ ବି ଶୁଣିବାକୁ ଥିଲା।ହଉ ......ସେ ଶାନ୍ତନୁବାବୁ ଏବେ ତୋ ପାଖରେ ଅଛନ୍ତି।

ହସିଲା ବେବି ....ନା ନା ସେ ଏବେ ଆଟାଚାଡ୍ ବାଥରୁମରେ....ସେହି ଶାନ୍ତନୁବାବୁ ପରା ତୋ ନମ୍ବର ଫେସବୁକରୁ ବାହାର କରି ମତେ ଦେଲେ....ହଁ ସେ ପା ତୋ ମିଉଚୁଆଲ ଫ୍ରେଣ୍ଡ ଲିଷ୍ଟରେ ଅଛନ୍ତି ଫେସବୁକରେ......

ଓଃ ଶାନ୍ତନୁ ଦାସ ଓକେ ଓକେ .....ହି ଈଜ ଏ ଭେରି ହ୍ୟାଣ୍ଡସମ୍ ଗେ...ଆବେ ତୋ ମିଷ୍ଟର ଏକଥା କଣ ଯାଣନ୍ତି?କାଇଁ ମୋର ଯମା ବିଶ୍ୱାସ ହେଉନି.....ହଉ ପ୍ଲିଜ୍ ଟେଲ..... ଶାନ୍ତନୁ୍ ବାବୁ କଣ ଅନମ୍ୟାରେଡ ......ନହେଲେ ତାଙ୍କ ପତ୍ନୀ .......

ଜୋରରେ ହସିଲା ବେବି ହେଇ ଶାନ୍ତନୁ୍ ବାବୁ ବାଥରୁମରୁ ଆସିଲେଣି ,ଧଳା ଟରକିସ୍ ଆଉ ଖୋଲା ଦେହରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ତାନ୍ୟା ,ନବୁ କଥା ହେବୁକି ...ତାଙ୍କ ସ୍ତ୍ରୀ ବି ଆଜି ତାଙ୍କ ବନ୍ଧୁଙ୍କ ଘରେ.....ପୁଣି ହସିଲା ବେବି ଖିଲିଖିଲି ହେଇ....

ହସିଲା ତାନ୍ୟା ତା ହସରେ ଯୋଗଦେଇ... ଆଉ ଏବେ ସେ ଇଂଜିନିୟର ଶିଶୁପାଳ ନିଶ୍ଚୟ ତକିଆ କୁଣ୍ଢେଇ ଶେଇଥିବେ ଝୁରିଝୁରି ତୋ ଆସିବା ବାଟକୁ ...ନୁହେଁକି?

ନାଁ ରେ ତାନ୍ୟା ତାଙ୍କର ବନ୍ଧୁ ଆଶିଷ ବାବୁ ପରା ଆଜି ତାଙ୍କ ପାଖରେ ଆମ ଫାଲ୍ଟରେ ଅଛନ୍ତି,ସେ ପରା ୟାଙ୍କ ସହ ଶୋଇବେ ମୋ ରି ଯାଗାରେ ଏକା ବିଛଣାରେ ଗୋଟିଏ ଖଟରେ ......

ର... ର ....କଣ କହିଲୁ ମାନେ ହୋମୋ ସେକ୍ସ ସମଲିଙ୍ଗୀ ମୈଥୁନ।

ଆଲୋ ତୁ ଓଡିଶାରେ ଜଗନ୍ନାଥ ଦେଶରେ ଅଛୁନା .....ଭାରତରେ ଅଛୁନା ନା ଲଣ୍ଡନରେ ଅଛୁ...... କୋଡିଏ ପଚିଶ ବର୍ଷରେ ପ୍ରାଚ୍ୟ ଭୁଖଣ୍ଡ କଣ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇ ନେଲାଣି?

ହଉ ମୁଁ ରହୁଛି ତାନ୍ୟା ଶାନ୍ତନୁ ମୋ ପାଖରେ ବସି ମତେ ବହୁତ ଅସ୍ତବ୍ୟସ୍ତ କଲେଣି....

ହେ ରୁହ ପ୍ଲିଜ ଶାନ୍ତନୁ...ହଉ ରହୁଛି ବାଏ......ତାନ୍ୟା

ନିଜକୁ ନିଜେ ବିଶ୍ୱାସ କରିପାରୁ ନଥିଲା ସେ ,ପଚିଶ ବର୍ଷ ତଳେ ତାନ୍ୟା ମହାନ୍ତି ନୈଷ୍ଠିକ କରଣ ଘର ଝିଅ ନିଜ ଇଚ୍ଛାରେ ବିବାହ କରିଥିଲା ଖ୍ରୀଷ୍ଚିୟାନ ଜାତିରେ.....ରବିନ୍ ସଚଦେବଙ୍କୁ।ସେଥିପାଇଁ ନିଜ ବାପଘର ବନ୍ଧୁବାନ୍ଧବ ସାହିପଡିଶା ସମସ୍ତେ ତା ପାଇଁ ପର ହେଇଯାଇଥିଲେ।ଦୁରେଇ ରହି ସମସ୍ତେ ଛି ଛାକର କରିଥିଲେ ତାନ୍ୟାକୁ......।ସବୁ ସମ୍ପର୍କ କାଟି ଦେଇଥିଲେ ତା ଠାରୁ......।କଟକରେ ରହି ପାଠପଢିବାରୁ ସେ ନଷ୍ଟ ଚରିତ୍ରା ହେଇଗଲା ବୋଲି ସମସ୍ତେ ଧରିନେଲେ......।ବାପାଙ୍କୁ ଦୋଷଦେଲେ କାହିଁକି ଝିଅକୁ ବାହାରେ ରଖି ପାଠ ପଢୋଉ ଥିଲା ବୋଲି....।

ଆଉ ସେ ଯୋଉଦିନ ଓଡିଶା ଛାଡି ସ୍ୱିଜରଲାଣ୍ଡ ଆସିଲା ରବିନଙ୍କ ସହ ଅନେକ କାନ୍ଦିଛି ଏୟାରପୋର୍ଟରେ....କାଳେ କିଏ ତାଙ୍କ ନିଜ ଲୋକ ଆସିଯିବେ,ଯେମିତି ସେ ଦେଖୁଥିଲା ଅନ୍ୟ ବିମାନଯାତ୍ରୀମାନଙ୍କୁ .....ସେମାନଙ୍କ ପରିବାର ବଳେଇ ଦେବା ବେଳେ ହସ ଖୁସି ଦୁଃଖ କାନ୍ଦ ଲୁହ ଯେମିତି ଏକାକାର ହେଇ ଯାଉଥିଲା......

ତାର ସେମିତି କେହି ନଥିଲେ,ଏକା ରବିନ ଓ ସିଏ କିଛି ଏୟାର ବ୍ୟାଗ ଓ ଲଗେଜ,ଅନେକ ସମୟରେ ମନେପଡେ ଜେଜମାର ସେ ଟୁଆଟୁଇଁ ଗପ ବୁଢୀ ଅସୁରୁଣୀ ଗପକଥା, କୁଆଁର ପୁନେଇଁରେ ଚାନ୍ଦପୂଜା, ଖୁଦୁରୁକୂଣୀ ଓଷାରେ ନଇତୁଠରେ ରବିବାର ସକାଳୁ ବାଲୁକା ପୂଜା,ରାତିରେ କୋଠିଘରେ ଖୁଦୁରୁକୂଣୀ ପାଖରେ ବହିପଢା...

ବନ୍ଦଇ ଦେବ ଜଗନ୍ନାଥ

କମଳା ଦେବୀର ସଙ୍ଗାତ

ଲଖ୍ମୀଦେବୀର ପ୍ରାଣନାହା

ଶୋଭିତ ଶଂଖ ଚକ୍ରବାହା.......

ପରେ ଦାଣ୍ଡ ମଝିରେ ସାଂଗସାଥି ମେଳରେ ଅରଖ ଦିଆ...... ଶେଷ ପାଳିରେ ଦାସକାଠିଆ ଘୋଡାନାଚ ବାଦିପାଲା.....

ରଜଦୋଳି,ହାଟ ମେଲଣରେ ରାଧାକୃଷ୍ଣ ମେଲଣ,ରଥଯାତ୍ରାରେ ଚତୁର୍ଦ୍ଧା ମୂରତୀକୁ ନେଇ ରଥଟଣା ......ସ୍କୁଲରେ ଗଣେଷ ଓ ସରସ୍ୱତୀ ପୂଜା......କାର୍ତ୍ତୀକ ମାସସାରା ନିରାମିଷ ଭୋଜନ.....କାଠୁଆ ଶୀତରେ ଡଙ୍ଗୀଭଷା ବାଣ ଫୁଟା ନିଆଁ ଜାଳି ଉଷୁମ ପୁଇଁବା ସବୁ ମନେ ଅଛି । ମନେ ଅଛି ପୁଣି ଛାଡ ଖାଇ .....ସେହି ପାଟଗୋହିରୀ ସେହି ଯୋରରୁ ମାଛଧରା .....

ବଡବାପା ବଡବୋଉ ବାପାମା ଦିଇ ଦାଦା ଖୁଡି ଜେଜମା ଜେଜବାପାଙ୍କ ସହ ଆମେ ସବୁ ଭାଇଭଉଣୀ ମିଶି ଯୌଥପରିବାର କୋଡିଏ ସରିକି..ମୁଁ ବଡ ଝିଅ....ଘରେ ବନ୍ଧୁବାନ୍ଧବରେ ସମସ୍ତଙ୍କର ଅତ୍ୟନ୍ତ ଗେଲ୍ହା କଣ୍ଢେଇଟିଏ । ଏବେ ବି ନିଜକୁ ଦୋଷି ଦୋଷି ଲାଗେ ମୁଁ ନେଇଥିବା ମୋ ନିଷ୍ପତିରେ....

ଏଇ ବେବି କହିଥିଲା ମୋର ଏବେ ବି ମନେ ଅଛି ମୋ ବାହାଘରରେ ହତୋତ୍ସାହିତ ହେଇ ବାପା କହିଥିଲେ ତାନ୍ୟା ମୋ ବଡଝିଅ ମୋପାଇଁ ସବୁଦିନପାଇଁ ମରିଗଲା । ହେଲେ ଆଜି କି ଅବସ୍ଥା ହେଇଛି ସେ ପ୍ରଥାର ସେ ସଂସ୍କାରର ସେ ନିତି ନିୟମର ....ଆଖିରେ ଆଖିଏ ଲୁହ ତାନ୍ୟାର ଲହଡି ଭାଙ୍ଗୁଛି......

ଏବେକାର ଭାରତୀୟ ସମ୍ବିଧାନ ଆଇନ କାନୁନ ନିତିନୀୟମ ଉପରେ ଯାଣିବା ପାଇଁ ନେଟ ସର୍ଚ୍ଚ କଲା ସେ।ବ୍ୟକ୍ତି ସ୍ୱାଧୀନତା ଆଳରେ ଶାଗୁଣା ନଜରର ପାହାଡ ଗ୍ରାସି ସାରିଲାଣି ମନ୍ଦିର ମାଳିନୀ ପ୍ରାଚ୍ୟ ଭୁଖଣ୍ଡକୁ......

କୃଷ୍ଣ ରାମଙ୍କ ଦେଶ ସୀତା ସାବିତ୍ରୀର ଦେଶ ମୂନୀ ଋଷୀର ଦେଶ ଆପଣେଇ ନେଲାଣି ବ୍ୟକ୍ତି ସ୍ୱାଧୀନତାକୁ ......। ବ୍ୟକ୍ତି ସ୍ୱାଧୀନତା ଆଳରେ ଲିଭ ଇନ ରିଲେସନସିପ୍ ....ଅର୍ଥାତ୍ ଗୋଟିଏ ଛାତତଳେ ବିବାହ ନକରି ଏକତ୍ର ପିଅଝିଅ ରହିବା,ସମଲିଂଗୀ ସମ୍ପର୍କ ପୁଣି ପରକୀୟା ପ୍ରିତୀ ଦୋଷାବହ ନୁହେଁ ନୂଆ ଦେଶର ନୂଆ ନିୟମରେ ଆଇନ ବି ସେ ସ୍ୱାଧିନତା ଦେଲାଣି କିନ୍ତୁ ସ୍ୱାଧୀନତା ବେଳୁ ସୃଷ୍ଟି ହେଇଥିବା ହିନ୍ଦୁ ମୁସଲିମ ବିବାଦ ଅନ୍ତରାତ୍ମାରେ ତୁଟିନି ଏଯାଏ.......

କଲିଂ ବେଲ୍ ବାଜିଲା ....ଆଲଫ୍ରେଡ୍ ଆସିଲାଣି ବୋଧହୁଏ।କବାଟ ଖୋଲିବାକୁ ଗଲାବେଳେ ତାନ୍ୟା ମହାନ୍ତି ଭାବୁଥିଲା ସେ ଆଲଫ୍ରେଡକୁ କହିଦେବ ଆଉ ଭାରତର କଳା ସଂସ୍କୃତି ମଠମନ୍ଦିର ଚାଲିଚଳନ ଯୌଥ ପରିବାର ଉପରେ ଗବେଷଣା ନକରୁ କି ନଯାଉ ଭାରତ ଭୁଖଣ୍ଡ । ସେମିତି ସାଇତା ହେଇ ଥାଉ ତା ପିଲାବେଳର ଚିତ୍ରକଳ୍ପ ତାରି ଛାତିରେ,ଯେମିତି ଥିଲା ତା ପିଲାବେଳେ..... ଏବେ ମିଛରେ ହେଉ ପଛେ......


Rate this content
Log in