ହାଇଟେକ ପ୍ରେମ
ହାଇଟେକ ପ୍ରେମ
ଶାଳ ପତ୍ରରୁ ଝରୁଥିଲା ଟପ ଟପ କାକରର ବିନ୍ଦୁ ।
ପ୍ରୀତିଛନ ପରାଗ ରେଣୁ ,କିଶୋର ମନ ଛାତି ତଳେ ବୁଣା ହୋଇ ଚାଲି ଥିଲା । ଉଷୁମ ତାତି ହାତର ପାପୁଲି ଖୋଜି ଚାଲିଥାଏ ।
କି ? ବିଚିତ୍ର ଅନୁଭୁତି, ଦୁଇଟି ପ୍ରାଣ ଓ ଗୋଟିଏ ସ୍ପନ୍ଦନ, ଯୋଡି ବଂଶୀ ସ୍ୱର ଏକ ହୋଇ କହି ଚାଲିଥିଲା ସମସ୍ଵରେ-ତୋ ବିନା ନିଶ୍ୱାସ ନାହିଁ କି ବିଶ୍ୱାସ ନାହିଁ ମୋର । ନାୟକ ନିଶିକାନ୍ତ ଓ ନାୟିକା-ଅନାମିକା ।
ଅନାମିକା -କଣ ? ନିଶିକାନ୍ତ କାଲି ସକାଳୁ ଫେରିଯିବ ।
ନିଶିକାନ୍ତ----ହଁ ,ଯିବାକୁ ତ ପଡିବ, କିନ୍ତୁ, ଘଟଣାକ୍ରମେ, ଦୁହେଁ ଦୁହିଙ୍କ ଠାରୁ ବହୁତ ଦୁରେ, ଅଭିଯୋଗ କେବେ କାହାକୁ କିଏ କରି ନାହାନ୍ତି ଅନାମିକା ନା ନିଶିକାନ୍ତ , ଦୁହେଁ ଜାଣନ୍ତି, "ପ୍ରେମରେ ସବୁ ସମ୍ଭାବନା ଗୁଡିକ ବଦଳି ଯାଏ , ବୁଢିଆଣୀ ଜାଲ ଭଳି ପ୍ରଶ୍ନର ଢେର ସାମ୍ନାରେ ଆସି ଠିଆ ହୋଇ ଯାଏ"
ସବୁ ପ୍ରେମ କାହାଣୀ ସତ ହୋଇ ନ ଥାଏ କିଛି ସତ ହେଲେ ବି କିଛି ଆଧୁରାପଣ ରହିଯାଇଥାଏ ।
ମୋର ଆଜି ବି ମନେ ଅଛି
ଅନାମିକା, ତୁମ ଦୂର୍ଘଟଣା,ମୁଣ୍ଡରେ ଚୋଟ,ଅନେକ ଦିନ ବେହୋସ ହୋଇ ରହିବା, ଚେତା ଫେଇ ପାଇବା ପରେ ମତେ ଖୋଜିବା କଥା
ତା ପରେ ନୀରବତା,ଠିକଣା ସବୁ ତୁମ ବଦଳିଯିବା ।
ଭାଇ ,ବାପା ବୋଉ, ଭାଉଜ ,କୁନି ପୁତୁରା, କୁ ନେଇ ବଡ ସହର ବଡ଼ ଚାକିରୀ ନେଇ ,ପ୍ରାଚୁଯ୍ୟତା ଭିତରେ ତୁମେ ହଜିଯିବା ।
ଭୁଲିବାକୁ ପଡେ ଅତୀତ ,ସମ୍ଭାବିତ ଅନିଶ୍ଚିତ ସୁନ୍ଦର ଭବିଷ୍ୟତ ଗଢି ତୋଳିବା ତ ଦରକାର।
ହଠାତ, ଦିନେ ଫେରୁଥାଏ ଘରୁ କୁ ଆର ପଟୁ ଫୋନ୍ ଟିଏ ଆସିଲା
"କହି ଚାଲିଥିଲା ସ୍ୱର ଟିଏ ଏ ଶୁଣ, ମତେ ଖୁବ ଗାଳି କର, ମ, ମୁଁ ତୁମ କ୍ୟାଣ୍ଡେଇ, ତମେ ମୋ ସୁନା, ମତେ କ୍ଷମା କରିଦିଅ, ମୋର ଭୁଲ ହେଇ ଯାଇଛି" କଟିଗଲା ଫେନ ।
ତାପରେ ଅନେକ ଥର ଚେଷ୍ଟା କରିଛି ତୁମ ସହ କଥା ହେବାକୁ,ନିରାଶ ହୋଇଛି ।
ହସିଲି,ଢେର ହସିଲି,ପାଗଳଙ୍କ ଭଳି ହସିଲି, ଗୁଡ଼ାଏ କବିତା ବି ଲେଖିଲି ସିଡ଼ି ପରେ ସିଡ଼ି,ସୋପାନ ପରେ ସୋପାନ, ପଡି ଉଠିଲି, ଚାଲିଲି ଚାଲିଥିବି ମଧ୍ୟ , ଅନାମିକା ତୁମ ଭଳି ପକ୍ଷ ମୋର ନାହିଁ କି ସାଇବେରିଆନ୍ ପକ୍ଷୀ ନୁହେଁ ଯେ ଉଡି ପାରିବି କିନ୍ତୁ ହିମାଳୟ ଶିଖରରେ ଛିଡା ହୋଇ ତ ଡାକି ପାରିବି ଆକାଶକୁ ଚାହିଁ ଅନାମିକା, ଅନାମିକା ।
ଏସିଜେଡ ଚାକଚକ୍ୟତା ,ମୋ ଶୁନ୍ୟ ସ୍ଥାନଟି ପୂରଣ କରି ସାରିଥିବ, କିଛି ଚାଟ, କିଛି ଗପ କିଛି ଦେଖା, ତା ପରେ ସରି, ଗୂଡ଼ବାଇ ଏଇ ତ ହାଇଟେକ ପ୍ରେମ ।
ବ୍ଲାଇଣ୍ଡ ଡେଟିଂ, ଗୋଟିଏ ରାତି ଗୋଟିଏ ସ୍ଵପ୍ନ,ହାଇଟେକ ଚିନ୍ତନ, ଗୋଟିଏ ଚରିତ୍ର କୁ ନେଇ କିଏ କାଟି ପାରେ ସାରା ଜୀବନ ।
ପ୍ରେମିକ କି ? ପ୍ରେମ ,କେବେ ନୁହେଁ ବୋକା ପ୍ରେମିକ ଯଦି ଭାବେ ଚାଲାକ ସେ ବି ସବୁବେଳେ ହୋଇ ନ ପାରେ।
ବାଃ, ହାଇଟେକ ସିଟିର ହାଇଟେକ ପ୍ରେମିକା, ଅନାମିକା। ତୁମେ ଉଡି ପାର ନୀଳ ସାଗର ପର୍ଯ୍ୟନ୍ତ ମୁଁ ଯାଇ ପାରିବି ଦକ୍ଷିଣ ଆଫ୍ରିକା ର ଘନ ଜଙ୍ଗଲର ସାନ୍ଦ୍ରତା ମାପିବାକୁ ମୁଁ କଦାପି ରେଳ ଧାରଣା ଉପରେ ମୁଣ୍ଡ କଟିବା ପର୍ଯ୍ୟନ୍ତ,ତୁମ ପ୍ରତିଛବି ଧରି ଶୋଇ ପାରିବି ନାହିଁ ।
ରାମ ପ୍ରସାଦ ବିଶୋଇ
ରାୟଗଡା