Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children

1.3  

ଓଡିଆ ଶିଶୁ ଗପ

Children

ପୁରୁଣା ଅଭ୍ୟାସ

ପୁରୁଣା ଅଭ୍ୟାସ

1 min
7.7K


ଗୋଟିଏ ବିଲେଇର ଗୋଟିଏ ସୁନ୍ଦର ଯୁବକକୁ ବାହାହେବାକୁ ଭାରି ଇଚ୍ଛାହେଲା, ତେଣୁ ସେ ଠାକୁରଙ୍କୁ ପ୍ରାର୍ଥନା କଲା, “ମୋତେ ଗୋଟିଏ ଝିଅ କରିଦିଅ, ଯେମିତିକି ମୁଁ ସେ ଲୋକକୁ ବାହା ହୋଇ ପାରିବି” । ଠାକୁର ସେ ବିଲେଇର ପ୍ରାର୍ଥନା ଶୁଣି ସେ ବିଲେଇକୁ ତୁରନ୍ତ ଗୋଟିଏ ଝିଅ କରିଦେଲେ ଏବଂ ତାପରେ ସେ ଝିଅ ଯୁବକକୁ ବାହାହୋଇ ଅତ୍ୟନ୍ତ ଆରାମ୍ରେ ରହିଲା ।

ଦିନେ ଠାକୁର ଦେଖିବାକୁ ଚାହିଁଲେ ଯେ, ସେ ଝିଅର ପୂର୍ବ ବିଲେଇ ଅଭ୍ୟାସ ଅଛିକି ନାହିଁ । ତେଣୁ ଠାକୁର ଗୋଟିଏ ମୂଷାକୁ ସେ ଝିଅ ଆଗରେ ଛାଡିଦେଲେ । ସେ ଝିଅଟି ମୂଷାକୁ ଯେମିତି ଦେଖିଛି ସେମିତି ତାର ପୁରୁଣା ବିଲେଇ ଅଭ୍ୟାସ ମନେ ପଡିଲା । ସେହିକ୍ଷଣି ସେ ଝିଅଟି ଡେଇଁପଡି ମୂଷାକୁ ମାଡି ବସିଲା । ସେଥିପାଇଁ ଠାକୁର ସେ ଝିଅକୁ ପୁଣିଥରେ ବିଲେଇ କରି ଦେଲେ ।

ନୂଆ ପରିସ୍ଥିତିରେ ପୁରୁଣା ଅଭ୍ୟାସ ଛାଡିବାକୁ ପଡିଥାଏ ।


Rate this content
Log in

Similar oriya story from Children