Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

A P Subhakanta Samal

Others inspirational drama

2  

A P Subhakanta Samal

Others inspirational drama

ପେନସନ୍

ପେନସନ୍

1 min
1.7K


ରମେଶ ଦାସ ପରିବାର କହିଲେ ପତ୍ନୀ, ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ରମେଶ ବାବୁ ପେନସନ୍ କାର୍ଯ୍ୟାଳୟରେ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଚାକିରୀ କରିଛନ୍ତି। ଚାକିରୀ ସମୟରେ ସରକାରୀ ଦରମା ଖୁବ କମ ଥିଲେ ବି ତାହା ତାଙ୍କ ଜୀବନ ଉପରେ କିଛି ପ୍ରଭାବ ପକାଇନଥିଲା। ଗୁଜୁରାଣ ମେଣ୍ଟାଇବା ପାଇଁ ସରକାରୀ ଦରମାର ଆବଶ୍ୟକତା ପଡୁନଥିଲା ଉପୁରି ପଇସାରେ ଚଳୁଥିଲା। ଉପୁରି ପାଇଁ ଲୋକଙ୍କୁ ଅନେକ ଥର ଦଉଡାଇଛନ୍ତି। ଚାକିରୀ ଥିବାବେଳେ ପୁଅ ଝିଅଙ୍କୁ ପାଠ ପଢା ଓ ବାହାଘରରେ ଅନେକ ଖର୍ଚ୍ଚ କଲେ। ଝିଅ ତା ପରକରି ପରଘରକୁ ଚାଲିଗଲା ଆଉ ପୁଅ ତା ସ୍ତ୍ରୀକୁ ନେଇ ବାହାରେ ରହୁଛି।

ବୁଢ଼ା ବୁଢ଼ୀ ଦୁଇ ପ୍ରାଣୀ ତାଙ୍କର ଆଉ କେହି ନାହିଁ। ଅବସର ଗ୍ରହଣ କରିଥିଲେ ମଧ୍ୟ ବାବୁଙ୍କର ପେନସନ୍ ଫାଇଲ ତା’ ଭିତରେ ଅଟକି ଯାଇଛି।

ଆଜି ରମେଶ ବାବୁ ଭାବୁଛନ୍ତି ଦୁନିଆରେ ସବୁକିଛି ଅନୁକରଣ ଚାଲିଛି ଯଦି ମୁଁ ଲୋକଙ୍କୁ ଏମିତି ଦୌଡାଇ ନଥାନ୍ତି ତେବେ ମତେ ମଧ୍ୟ ଏ ବୁଢ଼ା ବୟସରେ କଷ୍ଟ କରିବାକୁ ପଡିନଥାନ୍ତା।


Rate this content
Log in