Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Classics

2.5  

Prasant Kumar Senapati

Classics

ଉଦ୍ଧବ ଗୀତା-:

ଉଦ୍ଧବ ଗୀତା-:

6 mins
14.6K


 ଉଦ୍ଧବ ବାଳୁତ ସମୟରୁ ଶ୍ରୀକୃଷ୍ଣଙ୍କ ସଖା ଥିଲେ ଓ ପରେ ପରେ ସାରଥୀ ରୁପରେ ଶ୍ରୀକୃଷ୍ଣଙ୍କ ସେବା କଲେ । କିନ୍ତୁ ଜୀବନ କାଳରେ କେବେ ବି ସେ ଶ୍ରୀକୃଷ୍ଣଙ୍କ ନିକଟରେ ନିଜ ଇଛା ପ୍ରକାଶ କରିନାହାନ୍ତି କି କୌଣସି ବର ମାଗିନାହାନ୍ତି ।

ଯେତେବେଳେ ଶ୍ରୀକୃଷ୍ଣଙ୍କ ଅବତାର ସମାପ୍ତିର ସମୟ ନିକଟତମ ହୋଇ ଆସିଲା, ସେତେବେଳେ ସେ ଉଦ୍ଧବଙ୍କୁ ନିଜ ପାଖକୁ ଡକାଇ କହିଲେ-

"ପ୍ରିୟ ଉଦ୍ଧବ' ମୋର ଏହି ଅବତାରରେ ଅନେକ ଲୋକ କିଛି ନା କିଛି ବରପ୍ରାପ୍ତି ହୋଇଛନ୍ତି । କିନ୍ତୁ ତୁମେ କେବେ କିଛି ମାଗିନାହଁ । ଏବେ ଯାହା ତୁମ ଇଛା ମାଗ, ମୁଁ ତୁମ ମନୋକାମନା ପୁରଣ କରିବି । ତୁମ ପରି ଜଣେ ସଖା, କର୍ତ୍ତବ୍ୟନୀଷ୍ଠ ଓ ଦାୟିତ୍ବବାନ ସାରଥୀଙ୍କ ମଙ୍ଗଳ ଦ୍ବାରା ମୋତେ ସନ୍ତୋଷ ମିଳିବ ।

ଉଦ୍ଧବ ନିଜ ପାଇଁ କିଛି ନମାଗି ମନରେ ଚାଲୁଥିବା କେତେଗୁଡିଏ ଶଙ୍କାର ସମାଧାନ ପାଇଁ ଇଛା ପ୍ରକଟ କଲେ । ଯେଉଁ ଶଙ୍କା ଶ୍ରୀକୃଷ୍ଣଙ୍କ ଶିକ୍ଷା ଓ କାର୍ଯ୍ୟାବଳିକୁ ନେଇ ତାଙ୍କ ମନରେ ଜାତ ହୋଇଥିଲା ।

ସେ ଶ୍ରୀକୃଷ୍ଣଙ୍କୁ ପଚାରିଲେ -

"ଭଗବାନ ମହାଭାରତର ଘଟଣା କ୍ରମରେ ଅନେକ ବାର୍ତ୍ତା ମୋ ବୁଝିବା ଶକ୍ତିର ଅତ୍ୟଧୀକ ଉର୍ଦ୍ଧରେ । ଯାହା ମୁଁ ବୁଝିବା ପାଇଁ ଅସମର୍ଥ । ଆପଣଙ୍କ ଉପଦେଶ ଓ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଏତେ ଗୁଡିଏ ଅସମାନତା ଦେଖି ମୋ ମନ ଅନେକ ପ୍ରଶ୍ନର ବାଣରେ ଉବୁଟୁବୁ । କଣ ଆପଣ ମୋର କିଛି ପ୍ରଶ୍ନର ସମାଧାନ କରି ମୋ ମନରେ ଥିବା ଶଙ୍କାର ଜ୍ଞ୍ୟାନ ପିପାସାକୁ ତୃପ୍ତ କରିବେ କି ?

ଶ୍ରୀକୃଷ୍ଣ କହିଲେ -

ଉଦ୍ଧବ ମୁଁ କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ ଧନୁର୍ଦ୍ଧାରୀ ଅର୍ଜୁନକୁ ଯାହା ବୁଝାଇଥିଲି, ତାହା ଭଗବଦ୍ ଗୀତା ଥିଲା । ଆଜି ତୁମେ ଯାହା ଜାଣିବାକୁ ଚାହୁଁଛ ଓ ମୁଁ ଯାହା କହିବି ତାହା ଉଦ୍ଧବ ଗୀତା ନାମରେ ବିଖ୍ୟାତ ହେବ ।

ମୁଁ ତୁମକୁ ଅବସର ଦେଲି, ମନରେ ଥିବା ସମସ୍ତ ଶଙ୍କା ନିଶ୍ଚିନ୍ତରେ ପଚାର ।

ଉଦ୍ଧବ ନିଜ ମନର ଶଙ୍କା ଉପସ୍ଥାପନ କଲା-:

"ହେ କୃଷ୍ଣ ' ପ୍ରଥମେ କୁହନ୍ତୁ ପ୍ରକୃତ ମିତ୍ର କିଏ ?

ଶ୍ରୀକୃଷ୍ଣ କହିଲେ "ପ୍ରକୃତ ମିତ୍ର ସେହି ଅଟେ ଯିଏ ବିପଦ ଆପଦରେ ମିତ୍ର ସହାୟତା ମାଗିବା ପୂର୍ବରୁ ସ୍ବୟଂ ଆବଶ୍ୟକତା ଅନୁଭବ କରି ସାହାଯ୍ୟ କରିଥାଏ ।'

ଉଦ୍ଧବ-

ଆପଣ ପାଣ୍ଡବଙ୍କ ଆତ୍ମିୟ ପ୍ରିୟ ମିତ୍ର ଥିଲେ । ସ୍ବବାନ୍ଧବ ରୁପେ ସର୍ବଦା ସେମାନେ ଆପଣଙ୍କ ଉପରେ ଆଖି ବନ୍ଦକରି ଭରଷା କରୁଥିଲେ । ହେ କୃଷ୍ଣ ଆପଣ ମହାଜ୍ଞ୍ୟାନୀ ଅଟନ୍ତି । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସର୍ବଜ୍ଞ୍ୟାତା । କିନ୍ତୁ ଆପଣ ପ୍ରକୃତ ମିତ୍ରର ଯେଉଁ ପରିଭାଷା ବର୍ଣ୍ଣନା କଲେ, ଆପଣ କଣ ଅନୁଭବ କରି ପାରୁନାହାନ୍ତି ଯେ ପରିଭାଷାର ବିପରୀତ ଢଙ୍ଗରେ ଆପଣ କାର୍ଯ୍ୟ କରିଛନ୍ତି ?

ଆପଣ ଧର୍ମରାଜ ଯୁଧୀଷ୍ଠିରଙ୍କୁ ପଶା ଖେଳିବା ପାଇଁ କାହିଁକି ବାରଣ କଲେ ନାହିଁ ?

ଠିକ୍ ଅଛି, ଆପଣ ଧର୍ମରାଜଙ୍କୁ ବାରଣ କଲେନାହିଁ । କିନ୍ତୁ ଭାଗ୍ୟକୁ ବି ଧର୍ମରାଜଙ୍କ ପକ୍ଷରେ ପରିବର୍ତ୍ତିତ କଲେନାହିଁ ।

ଆପଣ ଚାହିଁଥିଲେ ଧର୍ମରାଜ ବିଜୟ ଲାଭ କରି ପାରିଥାନ୍ତେ ।

କିଛି ନହେଲେ ବି ଯେତେବେଳେ ଧର୍ମରାଜ ଧନ, ରାଜ୍ୟ ଓ ନିଜକୁ ହାରିବା ପରେ ବି ଆପଣ ତାଙ୍କୁ ଜୁଆ ଖେଳରୁ ବିରତ କରିପାରିଥାନ୍ତେ ।

ଯେତେବେଳେ ସେ ନିଜ ଭାଇମାନଙ୍କୁ ଜୁଆ ଖେଳରେ ବାଜି ଲଗାଇଲେ , ସେତେବେଳେ ଆପଣ ସଭାକକ୍ଷରେ ପହଞ୍ଚି ଧର୍ମରାଜଙ୍କୁ ଅଟକାଇ ପାରିଥାନ୍ତେ । ଆପଣ ତାହା ବି କଲେନାହିଁ ।

ଯେତେବେଳେ ଦୂର୍ଯ୍ୟୋଧନ ପାଣ୍ଡବମାନଙ୍କୁ ଭାଗ୍ୟବାନ କହି ଓ ସେମାନଙ୍କୁ ଉସୁକାଇ ଦ୍ରୌପଦୀଙ୍କୁ ବାଜି ଲଗାଇବା ପାଇଁ ପ୍ରେରିତ କରୁଥିଲେ ଓ ଜିତିବା ପରେ ସମସ୍ତ ଧନ ସମ୍ପତ୍ତି ରାଜ୍ୟ ଫେରାଇବାର ଲାଳସା ଦେଖାଉଥିଲେ, ସେତେବେଳେ ବି ଆପଣ ହସ୍ତକ୍ଷେପ କରିପାରିଥାନ୍ତେ ।

ଆପଣଙ୍କ ଦିବ୍ୟଶକ୍ତି ଦ୍ବାର ପଶାକାଠିକୁ ଧର୍ମରାଜଙ୍କ ଅନୁକୂଳ କରିପାରିଥାନ୍ତେ ।

ଏସବୁ ସ୍ଥାନରେ ଚୁପ୍ ରହି ଆପଣ ସେତେବେଳେ ହସ୍ତକ୍ଷେପ କଲେ ଯେତେବେଳେ ଦ୍ରୌପଦୀ ନିଜ ସର୍ବଶ୍ବ ଲୁଟାଉଥିଲା । ଶେଷ ସମୟରେ ଆପଣ ଦ୍ରୌପଦୀକୁ ବସ୍ତ୍ର ଦେଇ ଇଜ୍ଜତ ବଞ୍ଚାଇବାର ବାହା ବାହା ଲୁଟିନେଲେ ।

ଆପଣ ଏହିପରି ମିଛ ବାହା ବାହା ଲୁଟିଲେ କିପରି ?

କେହିଜଣେ ରାଜସଭାକୁ ଘୋଷାଡି ଘୋଷାଡି ଆଣେ ଓ ସଭାସଦଙ୍କ ସାମନାରେ ନିବସ୍ତ୍ର ହେବାକୁ ଛାଡିଦିଏ । ଏତେସବୁ ଘଟିବା ପରେ ଜଣେ ନାରୀ'ର ଇଜ୍ଜତ କଣ ରହିଲା ଓ ଆପଣ କଣ ବଞ୍ଚାଇଲେ ?

ଯଦି ଆପଣ ସଙ୍କଟ ସମୟରେ ନିଜ ମିତ୍ରମାନଙ୍କ ସହାୟତା କଲେନାହିଁ, ତେବେ ଆପଣଙ୍କୁ ସ୍ବବାନ୍ଧବ କିପରି କୁହାଯିବ ? ଆପଣ ସଙ୍କଟ ଘଡିରେ ସାହାଯ୍ୟ କଲେନାହିଁ, ତେବେ ମିତ୍ରତାର ଲାଭ କଣ ?

କଣ ଏହା ଧର୍ମ ଅଟେ ?

ଏସବୁ ପ୍ରଶ୍ନ ପଚାରିବା ସମୟରେ ଉଦ୍ଧବଙ୍କ ଆଖିପତା ଓଦା ହୋଇ ସାରିଥାଏ । ଏ ପ୍ରଶ୍ନ କେବଳ ଉଦ୍ଧବର ନୁହେଁ, ମହାଭାରତ ପାଠ କରୁଥିବା ସମୟରେ ସମସ୍ତଙ୍କ ମନମତିଷ୍କରେ ଏହି ପ୍ରଶ୍ନ ଉଠିଥାଏ । ଉଦ୍ଧବ ଏସବୁ ପ୍ରଶ୍ନ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ରଖିଥିଲା ।

************************************

ଭଗବାନ ଶ୍ରୀକୃଷ୍ଣ ସ୍ମିତହାସ୍ୟ ଦେଇ କହିଲେ-

"ପ୍ରିୟ ଉଦ୍ଧବ ଏହା ସୃଷ୍ଟିର ନୀୟମ' । ବିବେକ ଓ ବୁଦ୍ଧିବାନ ବ୍ୟକ୍ତିର ସର୍ବଦା ବିଜୟଲାଭ ହୋଇଥାଏ । ସେ ସମୟରେ ଦୂର୍ଯୋଧନ ପାଖରେ ବିବେକ ଓ ବୁଦ୍ଧି ଅଫୁରନ୍ତ ଥିବା ସମୟରେ ଧର୍ମରାଜ ବୁଦ୍ଧି ଶୂନ୍ୟ ଥିଲେ । ଏହା ଧର୍ମରାଜଙ୍କ ପରାଜୟର ମୁଖ୍ୟ କାରଣ ଅଟେ ।

ଉଦ୍ଧବଙ୍କ ମନରେ ପୁନର୍ବାର ପ୍ରଶ୍ନର ଜିଜ୍ଞ୍ୟାସାକୁ ବୁଝିପାରି ଶ୍ରୀକୃଷ୍ଣ କହିଲେ -

ଦୂର୍ଯୋଧନ ପାଖରେ ଜୁଆ ଖେଳିବା ପାଇଁ ଧନ ସମ୍ପତ୍ତି ଯଥେଷ୍ଟ ଥିଲା, କିନ୍ତୁ ସେ ଜୁଆ ଖେଳରେ ପାରଙ୍ଗମ ନଥିଲେ । ଏହି କାରଣରୁ ସେ ବୁଦ୍ଧି ଖଟାଇ ନିଜ ମାମୁଁ ସଙ୍କୁନୀର ସହୟତା ଲୋଡିଥିଲେ । ସଙ୍କୁନି ନିଜ ନଖ ଦର୍ପଣରେ ଭବିଷ୍ୟ ଜାଣିବା ସହିତ ଜୁଆ ଖେଳରେ ଧ୍ରୁତ ଥିଲେ । ଏହା ଦୂର୍ଯୋଧନଙ୍କ ବୁଦ୍ଧିର କରାମତି ଥିଲା । ଧର୍ମରାଜ ବି ଏହି ବିଚାର ମନକୁ ଆଣି ଦୂର୍ଯୋଧନ ସହ କଥା ହୋଇ ତାଙ୍କ ବଦଳରେ ମୋତେ ଖେଳିବାକୁ ନିମନ୍ତ୍ରଣ କରି ପାରିଥାନ୍ତେ ।

ଏବେ ବିଚାର କର, ସଙ୍କୁନି ଓ ମୋ ଭିତରେ ଜୁଆ ଖେଳ ହୋଇଥିଲେ କିଏ ଜିତିଥାନ୍ତା । ପଶା'ର ଅଙ୍କ ସଙ୍କୁନିର ଇଛା ଅନୁସାରେ ଆସିଥାନ୍ତା ନା ମୋ ଇଶାରାରେ ପଡିଥାନ୍ତା ? ଠିକ୍ ଅଛି ଏକଥାକୁ ଛାଡିଦିଅ । ସେ ମୋତେ ଖେଳରେ ସାମିଲ କଲେ ନାହିଁ ଠିକ୍ ଅଛି । କିନ୍ତୁ ସଙ୍କୁନିର ସର୍ତ୍ତାନୁଯାୟୀ ଧର୍ମରାଜ ବିବେେକଶୂନ୍ୟ ହୋଇ ବହୁତ ବଡ ଭୁଲ୍ କଲେ । ଧର୍ମରାଜ ପ୍ରାର୍ଥନା କରି କହିଲେ ଯେ ହେ ଶ୍ରୀକୃଷ୍ଣ ଆପଣ ରାଜସଭା ମଧ୍ୟକୁ ସେପର୍ଯ୍ୟନ୍ତ ପ୍ରବେଶ କରିବେ ନାହିଁ, ଯେପର୍ଯ୍ୟନ୍ତ ଆପଣଙ୍କୁ କେହି ନିମନ୍ତ୍ରଣ କରି ନାହାନ୍ତି । କାହିଁକିନା ସେ ନିଜ ଦୂର୍ଭାଗ୍ୟର ଖେଳ ମୋ ଅଜାଣତରେ ଖେଳିବା ପାଇଁ ଚାହୁଁଥିଲେ । ସେ ଚାହୁଁଥିଲେ କି ମୁଁ ନଜାଣିପାରେ ଧର୍ମରାଜ ପଶା ଖେଳୁଛନ୍ତି ।

ଏହି ପ୍ରକାର ସେ ମୋତେ ନିଜ ପ୍ରାଥନା ମାଧ୍ୟମରେ ମୋ ପାଦରେ ବେଡି ପକାଇ ଦେଲେ । ମୋତେ ବି ସଭା ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଲା ନାହିଁ । ଏହା ପରେ ମୁଁ ବହୁତ ସମୟ ପର୍ଯ୍ୟନ୍ତ ସଭାର ଦ୍ବାର ଦେଶରେ ପ୍ରତିକ୍ଷାରେ ରହିଲି । କିନ୍ତୁ କେହି ବି ମୋତେ ମନେ ପକାଇଲେ ନାହିଁ । ଭୀମ, ଅର୍ଜୁନ, ନକୁଳ ଓ ସହଦେବ ସମସ୍ତେ ମୋତେ ଭୁଲିଗଲେ । କେବଳ ସମସ୍ତେ ନିଜ ଭାଗ୍ୟ ଓ ଧର୍ମରାଜଙ୍କ ଉପରେ ମନେ ମନେ ବିରକ୍ତ ପ୍ରକାଶ କରୁଥାନ୍ତି ।

ଦୂର୍ଯୋଧନର ଆଦେଶରେ ଦୁଃଶାସନ ଦ୍ରୌପଦୀର ବାଳକୁ ଧରି ଘୋଷାଡି ଘୋଷାଡି ସଭା ମଧ୍ୟକୁ ଆଣିବା ପର୍ଯ୍ୟନ୍ତ ଦ୍ରୌପଦୀ ନିଜ ସାମର୍ଥ୍ୟ ଅନୁସାରେ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଥାଏ । ସେତେବେଳେ ବି ଦ୍ରୌପଦୀ ମୋତେ ମନେ ପକାଇଲେ ନାହିଁ । ତାଙ୍କର ବୁଦ୍ଧି ସେତେବେଳେ ଜାଗ୍ରତ ହେଲା ଯେତେବେଳେ ଦୁଃଶାସନ ନିବସ୍ତ୍ର କରିବା ପ୍ରାରମ୍ଭ କଲା । ଯେତେବେଳେ ସେ ନିଜ ଉପରେ ନର୍ଭରତା ଛାଡି

""ହରି ହରି ଅଭୟମ କୃଷ୍ଣମ, ଅଭୟମ କୃଷ୍ଣମ ଗୁହାରି କଲା, ସେତେବେଳେ ସଭା ମଧ୍ୟକୁ ପ୍ରବେଶ କରିବା ପାଇଁ ମୋତେ ନିମନ୍ତ୍ରଣ ମିଳିଲା ଓ ଦ୍ରୌପଦୀର ଇଜ୍ଜତ ରକ୍ଷା କରିବା ପାଇଁ ଅବସର ପ୍ରାପ୍ତ ହେଲା ।

ମୋତେ ଗୁହାରୀ କରିବା ମାତ୍ରକେ ମୁଁ ପହଞ୍ଚିଗଲି, ତେବେ ଏହି ସ୍ଥିତିରେ ମୋର ଭୁଲ୍ ରହିଲା କେଉଁଠି ?

ଉଦ୍ଧବ କହିଲା-

ହେ ପ୍ରଭୁ ଆପଣଙ୍କ ସ୍ପଷ୍ଟିକରଣ ନିଶ୍ଚିତ ରୁପେ ପ୍ରଭାବଶାଳୀ, ହେଲେ ଆପଣଙ୍କ ଉତ୍ତରରେ ମୁଁ ପୁର୍ଣ୍ଣ ସନ୍ତୋଷ ନୁହଁ । କଣ ମୁଁ ଆପଣଙ୍କୁ ଅନ୍ୟ ଏକ ପ୍ରଶ୍ନ ପଚାରି ପାରିବି ?

ଶ୍ରୀକୃଷ୍ଣଙ୍କ ଅନୁମତି ମାତ୍ରକେ ଉଦ୍ଧବ ପଚାରିଲା-

"ଏହାର ଅର୍ଥ ଏହା ଯେ ଆପଣ ସେତେବେଳେ ଆସିବେ ଯେତେବେଳେ ଆପଣଙ୍କୁ ନିମନ୍ତ୍ରଣ ମିଳିବ ?'' ତେବେ ସଙ୍କଟରେ ଘେରି ରହିଥିବା ନିଜ ଭକ୍ତଙ୍କ ସହାୟତା ପାଇଁ ସ୍ବୟଂ ଆସି ପାରିବେ ନାହିଁ ?

ପୁନଶ୍ଚ ଶ୍ରୀକୃଷ୍ଣଙ୍କ ମୁଖରେ ହସ ଥିଲା ।

"ଉଦ୍ଧବ ସୃଷ୍ଟିର ପ୍ରତ୍ୟେକ ଜୀବନ ନିଜ ନିଜ କର୍ମଫଳ ଉପରେ ଆଧାରିତ ହୋଇ ସଂଚାଳିତ ହୋଇଥାଏ । ନାଁ ଏହା ମୋ ଦ୍ବାର କରାଯାଏ, ନାଁ ଏଥିରେ ମୁଁ ହସ୍ତକ୍ଷେପ କରେ । "ମୁଁ କେବଳ ଜଣେ ସାକ୍ଷୀ' । ମୁଁ ସଦା ସର୍ବଦା ତୁମ ପାଖେ ପାଖେ ରହି ପରିପାର୍ଶ୍ବରେ ଘଟୁଥିବା ଘଟଣାବଳୀ ଉପରେ ନଜର ରଖିଥାଏ ।

"ଏହା ହିଁ ଇଶ୍ବରଙ୍କ ଧର୍ମ ଅଟେ ।`

ବହୁତ ବଢିଆ । ବାହା ବାହା ଶ୍ରୀକୃଷ୍ଣ । ଏହାର ଅର୍ଥ ଯେ ଆପଣ ଆମ ପାଖେ ପାଖେ ରହି ସମସ୍ତ ଦୁଷ୍କର୍ମର ନୀରିକ୍ଷଣ କରୁଥିବେ ।

ଆମେ ପାପ ଉପରେ ପାପ କରି ଚାଲିଥିବୁ ଓ ଆପଣ ସାକ୍ଷୀ ରୁପେ ସବୁ ଦେଖୁଥିବେ ।

ଆପଣ କଣ ଚାହାନ୍ତି ଆମେ ଭୁଲ୍ କରି କରି ପାପର ବୋଝ ବଢାଇ ଦଣ୍ଡ ଭୋଗୁଥାଉ ? ଉଦ୍ଧବ ବିକଳ କଣ୍ଠରେ ପ୍ରଭୁଙ୍କୁ ପଚାରିଥିଲେ ।

ଶ୍ରୀକୃଷ୍ଣ କହିଲେ

"ଉଦ୍ଧବ ତୁମେ ମୋ ଶଦ୍ଦର ଗଭିରତାକୁ ଦେଖ ।'

ଯେତେବେଳେ ତୁମେ ବୁଝିପାରି ଜାଣିବ ଯେ ସାକ୍ଷୀ ରୁପେ ପ୍ରତ୍ୟେକ ମୁହୁର୍ତ୍ତରେ ମୁଁ ତୁମ ପାଖେ ପାଖେ ଅଛି, କଣ ତୁମେ ସେହି ସମୟରେ କୌଣସି ଭୁଲ୍ କିମ୍ଭା ପାପ କରିପାରିବ କି ? ଏହା ନିଶ୍ଚିତ ଯେ ତୁମେ କେବେ ବି ଭୁଲ୍ କରିବ ନାହିଁ ।

ଯେତେବେଳେ ତୁମେ ଏହା ଭୁଲିଯାଅ ଓ ଭାବିନିଅ ଯେ ତୁମେ ମୋ ନଜରରୁ ଲୁଚିକରି କିଛି କରିପାରିବ, ସେତେବେଳେ ତୁମେ ଅସୁବିଧାରେ ସମ୍ମୁଖୀନ ହୁଅ । ଧର୍ମରାଜଙ୍କ ଅଜ୍ଞାନତା ଏହା ଥିଲା ଯେ ସେ ମୋର ଅଜ୍ଞ୍ୟାତରେ ପଶା ଖେଳିବା ପାଇଁ ମନ ବଳାଇ ସାରିଥିଲେ ଓ ଖେଳିଥିଲେ ମଧ୍ୟ ।

ଯଦି ସେ ଏହା ବୁଝିପାରିଥାନ୍ତେ କି ମୁଁ ସଦୈବ ପ୍ରତ୍ୟେକଙ୍କ ସାଥିରେ ପ୍ରତି ମୁହୁର୍ତ୍ତରେ ସାକ୍ଷୀ ରୁପେ ଉପସ୍ଥିତ ଅଛି, ସେତେବେଳେ ପଶା ଖେଳରେ ବହୁତ କିଛି ପରିବର୍ତ୍ତନ ହୋଇ ପାରିଥାନ୍ତା । ମୁଁ ତାଙ୍କ ନିକଟରେ ଥାଆନ୍ତି ।

ଭକ୍ତିରେ ଅଭିଭୂତ ଉଦ୍ଧବ ମନ୍ତ୍ରମୁଗ୍ଧ ହୋଇଗଲେ ଓ କହିଲେ -:

ପ୍ରଭୁ କେତେ ଗଭୀର ଦର୍ଶନ ଓ କେତେ ମହାନ ସତ୍ୟ ମୋତେ ଜ୍ଞ୍ୟାତ କରାଇଲେ । ପ୍ରାର୍ଥନା ଓ ପୂଜାପାଠରେ ମାଧ୍ୟମରେ ଇଶ୍ବରଙ୍କୁ ନିଜ ସାହାଯ୍ୟ ପାଇଁ ଆମନ୍ତ୍ରଣ କରିବା ଆମର ଭାବନାରେ ବସି ସାରିଛି । କିନ୍ତୁ ଯେତେବେଳେ ଆମେ ଏହା ବିଶ୍ବାସ କରିନେବା ଇଶ୍ବରଙ୍କ ବିନା ଗଛର ପତର ମଧ୍ୟ ହଲେ ନାହିଁ, ସେତେବେଳେ ସାକ୍ଷୀ ରୁପରେ ଭଗବାନଙ୍କ ଅସ୍ଥିତ୍ବକୁ ଆମେ ଅନୁଭବ କରି ପାରିବା । ଭୁଲ୍ ସେତେବେଳେ ହୁଏ ଯେତେବେଳେ ଇଶ୍ବରଙ୍କ ସତ୍ତାକୁ ଆମେ ଭୁଲିଯାଇ ସଂସାରର ମୋହ ମାୟାରେ ଭାସିଯାଆନ୍ତି ।

ସମ୍ପୁର୍ଣ୍ଣ ଶ୍ରୀମଦ ଭଗବତ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ଏହି ଜୀବନ ଦର୍ଶନର ଜ୍ଞ୍ୟାନ ଦେଇଛନ୍ତି । ସାରଥୀର ଅର୍ଥ ମାର୍ଗଦର୍ଶକ ।

ଅର୍ଜୁନ ସ୍ବୟଂ ନିଜ ସାମର୍ଥ୍ୟରେ ଯୁଦ୍ଧ କରିପାରୁ ନଥାନ୍ତି, କିନ୍ତୁ ଯେତେବେଳେ ଅର୍ଜୁନକୁ ପରମ ସାକ୍ଷୀ ରୁପେ ଭଗବାନ ଶ୍ରୀକୃଷ୍ଣଙ୍କ ଅସ୍ତିତ୍ବ ଅନୁଭୂତ ହେଲା, ସେ ଇଶ୍ବରଙ୍କ ଚେତନାରେ ବିଲୟ ହୋଇଗଲେ ।

ଏହା ଅନୁଭୂତି ଥିଲା ଶୁଦ୍ଧ, ପବିତ୍ର, ପ୍ରେମମୟ, ଆନନ୍ଦିତ ଓ ସୁପ୍ରିମୋ ଚେତନାର ।

ତତ୍ ତ୍ବମ ଅସି ।

ଅର୍ଥାତ୍- ତୁମେ ସବୁ ଅଟ ବା ସମସ୍ତଙ୍କର ଆଧାର ତୁମେ ।

ସମାଜର ଦର୍ପଣ

-: ପ୍ରଶାନ୍ତ ସେନାପତି :-


Rate this content
Log in

Similar oriya story from Classics