Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଆମ ଘର

ଆମ ଘର

1 min
7.5K



       ବୋଉ ନନା ଏବେ ଆମେରିକାରେ, ଭାଇ ପାଖରେ l ଛଅ ମାସ ଖଣ୍ଡେ ରହିବେ l ମୋତେ ବହୁତ ହାରାସ୍ ଲାଗୁଥିଲା l ସପ୍ତାହ ଶେଷରେ ନନା ବୋଉଙ୍କ ପାଖକୁ ଚାଲି ଆସିଲେ ଲାଗେ ଯେମିତି ସ୍ୱର୍ଗରେ ପହଞ୍ଚିଗଲି l ଏବେ କଣ କରିବି ? ତଥାପି ବି ନିଷ୍ପତ୍ତି ନେଲି ଘରକୁ ହିଁ ଆସିଯିବି l ନାନୀ ପିଉସା, ମଉଷା ମାଉଷୀ ସମସ୍ତେ ଡାକୁଥିଲେ ସେମାନଙ୍କ ଘରକୁ l ମୋତେ କିନ୍ତୁ କୁଆଡେ ବି ଯିବାକୁ ଇଛା ହୁଏନି l

: ନନା ବୋଉ ତ ନାହାନ୍ତି l କଣ ପାଇଁ ଆଉ ଘରକୁ ଯିବ ? ରହିଯାଅ ଏଠି l ଭଉଣୀର ଶାଶୁ କହିଲେ l

: ଆମ ଘର ଅଛି l ମୁଁ ସେଠି ହିଁ ରହିବି l ମୋର ଦୃଢୋକ୍ତିରେ ସେ ଆଉ ପ୍ରତିବାଦ କରି ନ ଥିଲେ l

ତାଙ୍କ ଠାରୁ ଚାବି ନେଇ ଘର ଖୋଲିଲି ମୁଁ l ବିଭୋର ହୋଇଗଲି ଗୋଟିଏ ପରିଚିତ ବାସ୍ନାରେ l ଆଲଣାରୁ ନନାଙ୍କର ଗାମୁଛା ନେଇ ମୁହଁ ପୋଛି ଦେଲି l ବୋଉର ଶାଢୀକୁ ମୁଣ୍ଡ ତଳେ ଦେଇ ଶୋଇ ପଡିଲି l ବାସ୍ ମେଣ୍ଟିଗଲା ମୋର ସପ୍ତାହ ସାରାର କ୍ଲାନ୍ତି l ଆମ ଘର ଯେମିତି ମୋତେ କହୁଥିଲା, କୁଆଡେ କାହିଁକି ଯିବୁ ? ଏଇଠିକୁ ଆସିଯିବୁ ମୋ କୋଳକୁ l ମୋତେ ବହୁତ ଶାନ୍ତି ଲାଗୁଥିଲା l


Rate this content
Log in

Similar oriya story from Inspirational