Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Kumar Dash

Comedy

2  

Kamal Kumar Dash

Comedy

ବାରମ୍ବାର ଝାଡା ଯାଉଥିବା ଲୋକ

ବାରମ୍ବାର ଝାଡା ଯାଉଥିବା ଲୋକ

2 mins
766


ଏଇ ଆମ ବିମଲ ବାବୁ , ରାଜ୍ୟ ସରକାର କଂ କୃଷି ବିଭାଗରେ ଚାକିରୀ କରନ୍ତି ଭୁବନେଶ୍ୱରରେ | ତାଙ୍କୁ ସମୟ ଅସମୟରେ ବାରମ୍ବାର ଝାଡା ଲାଗେ ସେ ନିଜେ ଭୁତ ହଇରାଣ ହୁଅନ୍ତି ଓ ଅନ୍ୟମାନଙ୍କୁ ବି ହଇରାଣ କରନ୍ତି |ଆପଣ କଂ ପାଖରେ ବି ଏମିତି ଅନେକ ଲୋକ ଥିବେ | ସେ ଅନେକ ଔଷଧ ଖାଇଲେଣି ହେଲେ ଫଳ କିଛି ହେଉନି |ସବୁବେଳେ ନୂଆ ନୂଆ ଔଷଧ ଖାଇବାରେ ଲାଗିଛନ୍ତି ଏଲୋପାଥି ,ହୋମିଓପାଥି , ଆୟୁର୍ବେଦୀ ଇତ୍ୟାଦି ଇତ୍ୟାଦି | ସେ ଝାଡା କଣ୍ଟ୍ରୋଲ ଉପରେ ରୀତିମତ ରିସର୍ଚ୍ଚ କରନ୍ତି ସବୁ ଆଡୁ କାଗଜ ପତ୍ର ଏକାଠି କରି ପଢା ପଢି କରନ୍ତି ହେଲେ ଫଳ ଘର ଶୁନ |

ସେ ସବୁ ବେଳେ ଅଫିସ ଯିବା ଆଗରୁ କମ ଖାଆନ୍ତି କାରଣ କାଳେ ବାଟରେ ଜୋରରେ ଝାଡା ଲାଗିବ | ପ୍ୟାଣ୍ଟ ସାର୍ଟ ବହୁତ ଢିଲା ପିନ୍ଧନ୍ତି ଓ କୋର୍ଟ ଟାଇ କେବେ ପିନ୍ଧନ୍ତି ନାହିଁ କାରଣ କଲେ ପେଟ ଚିପି ହୋଇ ଗରମ ହୋଇଯିବ ଓ ଝାଡା ଲାଗିବ | ସେ କେବେବି କାହା କଫି କି ଥଣ୍ଡା ପାନୀୟ ପିଅନ୍ତି ନାହିଁ | ତାଙ୍କର ଅନୁମାନ ଯେ ଏହି ପଦାର୍ଥ ଝଡର ସ୍ପିଡ଼କୁ ରାଜଧାନୀ ଏକ୍ସପ୍ରେସ ପରି ବଢ଼ାଇ ଦେଇଥାଏ |

ସବୁ ବେଳେ ତାଙ୍କ ମୁଣ୍ଡ ରେ ଝାଡା ହିଁ ସବାର ଥାଏ | ଟିକେ ଟେନ୍ସନ ହେଲେ ସେ ଲାଟିନ ଦଉଡ଼ନ୍ତି |ସେଠି କିଛି ସମୟ ବସିପଡ଼ିଲେ ତାଙ୍କୁ ବଡ଼ ରିଲିଫ ମିଳେ ଓ ଶାନ୍ତି ଲାଗେ |ସବୁ ଦିନ 7/8 ଥର ଶାନ୍ତି ପାଇଁ ଯାଆନ୍ତି ଓ ପ୍ରାୟ 2 ଘଣ୍ଟା ସମୟ ଖର୍ଚ୍ଚ କରନ୍ତି |ଅଫିସ ଦିନରେ ଖାଇ ସରିଲା ପରେ 2/3 ଥର ଖଲାସ କଲାପରେ ଅଫିସ ବାହାରନ୍ତି |ସ୍କୁଟିରେ ସବୁବେଳେ ବୁଲି ବୁଲି ପୋଖରୀ / ପାଣିଥିବା ଥିବା ରାସ୍ତାରେ ଅଫିସ ପହଞ୍ଚନ୍ତି | ଗାମୁଛା ପାଣି ବୋତଲ ହାତ ଧୋଇବା ସାବୁନ ଇତ୍ୟାଦି ଗାଡ଼ିରେ ସବୁବେଳେ ଥାଏ | ଅଫିସ୍ ରେ ପହଁଚି ଥରଟେ ଶାନ୍ତି ପାଇଲା ପରେ କାମ ଆରମ୍ଭ ହୁଏ |

ଛୁଟି ଦିନରେ ଘରୁ ବାହାରନ୍ତି ନାହିଁ ଯଦି ବାହାରନ୍ତି ଟ୍ରେନ ରେ, କାରଣ ଟ୍ରେନ୍ ରେ ତାଙ୍କ ଶାନ୍ତି ର ସୁବିଧା ଥାଏ |ବନ୍ଧୁ ଙ୍କ ଘରକୁ ଗଲେ ପହଁଚି ପ୍ରଥମେ ଲାଟିନ ଓ ପାଣିର ସୁବିଧା ଦେଖି ନିୟନ୍ତି | ଯାହା ଘରେ ଏସବୁର ସାମାନ୍ୟ ଅସୁବିଧା ହୁଏ ସେଠୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରନ୍ତି ଓ ଆଉ ଥରେ ସେଠିକି ଯିବାର ପ୍ରଶ୍ନ ଉଠେନି |

ତାଙ୍କର ଏମର୍ଜେନ୍ସି ର ଅନେକ କାହାଣୀ ରହିଛି ତା ଭିତରୁ ଗୋଟିଏ ଉପସ୍ଥାପନା କରୁଛି | ଠାରେ ବିମଲ ବାବୁ ଟ୍ରେନ ଧରିବାକୁ କଟକ ଷ୍ଟେସନ ରେ ବସିଥିଲା ସନ୍ଧ୍ୟାରେ ,ହେଲେ ଭୁବନେଶ୍ୱର କୁ ଟ୍ରେନ ନଥିଲା | ସେ ପ୍ଲ|ଟଫର୍ମରେ ବୁଲୁ ବୁଲୁ ଜଣେ ପୁରୁଣା ସାଙ୍ଗ ଦେଖା ହୋଇଗଲେ | ପୁରୁଣା ଦିନର କଥା ସବୁ ମାନେ ପକାଇ ଖୁବ ହସିଲେ | ସେ ବନ୍ଧୁ ଜଣଙ୍କ ବିମଲ ବାବୁଙ୍କ ହାତରେ ଗୋଟେ ଲିମକା ଧରାଇଦେଲେ | ନାହିଁ ନାହିଁ କରୁ କରୁ ସେ ସେଥିରୁ ଅଧା ପିଇ ଦେଲେ |ତା ପରେ ସେ ଆଉ ଯାଆନ୍ତି କୁଆଡେ | ଗ୍ୟାସ ଗୁଡା ତାଙ୍କର ଚାରି ଆଡୁ ବାହାରି ବାକୁ ଲାଗିଲା , କାଁ ନାକ ପୋଡିଲା ଓ ଜୋରରେ ତଲବ ଲାଗିଲା |ଆଖି ବନ୍ଦ କରି ପ୍ଲ|ଟଫର୍ମ ରେ ଠିଆ ହୋଇଥିବା ଗାଡ଼ିରେ ଚଢ଼ିଗଲେ |କାମ ସାରି ବାହାରିବାକୁ ଦେଖିଲେ ହେଲେ ଗାଡି ଚାଲିବାକୁ ଆରମ୍ଭ କରି ଦେଇଥିଲା | ସେ ଯାଇ ଓହ୍ଲାଇଲେ ଯାଜପୁରରେ | ଟ୍ରେନ କିଛି ନ ମିଳିବାରୁ ବସ ଧରିଲେ ଭୁବନେଶ୍ୱର ପାଇଁ |ବିଚରା ବସ ଵାଲା ବିମଲ ବବୁକଂ ପାଇଁ ବାଟରେ 4 ଥର ଠିଆ ହେଲା | ରାତି ଗୋଟାଏରେ ସେ ଘରେ ପହଁଚିଲେ ଓ କାହାକୁ କିଛି ନକହି ଲାଟିନ କୁ ଦୌଡିଲେ |


Rate this content
Log in

Similar oriya story from Comedy